Breaking News

ଭଜନ ମାଳା

 







ଅଂ

 ଶ୍ରୀ ଗୁରୁ ନିମାଇଁ ଚରଣ ପରମହଂସ

ଶ୍ରୀ ଗୁରୁ ପାଦେ ଶରଣ ବୋଲ ପ୍ରେମାନନ୍ଦେ ଏକବାର ହରିବୋଲ 👏



ଅଂଚିହ୍ନା ଭଜନ


ପ୍ରାର୍ଥନା

ଅଖଣ୍ଡ ମଙ୍ଗଳାକାରଂ ବ୍ୟାପ୍ତଯେନ ଚରାଚରଂ 

ତଦପ୍ତଂ ଦର୍ଶୀତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ।

 

ଅଜ୍ଞାନଂ ତିମିରାଧସ୍ୟ ଜ୍ଞାନଂ ଯେନ ସଳାରକୟା 

ଚକ୍ଷୁର ମିଳିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ


ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ବର 

ଗୁରୁ ସାକ୍ଷାତ ପରମବ୍ରହ୍ମଂ ତସ୍ମୈ ଶ୍ରୀ ଗୁରବେ ନମଃ । 


ନାରାୟଣଂ ନମଃସ୍କୃତଂ ନରୋ ଚବୈ ନରୋତ୍ତମ 

ଦେବୀଂ ସରସ୍ବତୀ ବ୍ୟାସଂ ତତୋଜୟ ମୁଦିରୟତେ।

 

ମୁକଂ କରୋତି ବାଚାଳଂ ପଙ୍ଗୁ ଲଂଘୟତେ ଗିରୀ 

ଯକୃପାତ୍ ତମହଂ ବନ୍ଦେ ପରମାନନ୍ଦ ମଧବଂ


ନିଗମ କଳ୍ପତରୁ ଗଳିତଂ ଫଳଂ ମୁଖାଦ ଅମୃତ ଦ୍ରବ୍ୟ ସଂଯୁତଂ

ପିବତୁ ଭାଗବତ ରସମାଳୟ ମୁହୁ ରହୋ ରସିକା ଭୁବି ଭାବୁକାଃ


ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟେ ଚଃ 

ମଦ୍ଦଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ

 

ନମସ୍ତେ ନମିଷ୍ୟାରଣ୍ୟେ ନମସ୍ତେ ଋଷି ମଣ୍ଡଳୀ 

ନମସ୍ତେ ପୁରାଣ ପୁସ୍ତାକାୟ  ନମସ୍ତେ ଶୁକ ପରିକ୍ଷିତାୟଃ

 


ନମାମି ନମାମି


               " ଅଂ ଶ୍ରୀ ଗୁରୁଙ୍କ ପାଦେ ଶରଣଂ "


ନମାମି ନମାମି ନମାମି          ନମସ୍ତେ ଗୁରୁଦେବସ୍ବାମୀ

 

ନମସ୍ତେ ଗୁରୁପରବ୍ରହ୍ମ           ମହାଶୂନ୍ୟରେ ତୋ ଆଶ୍ରମ

 

ହେ ଗୁରୁଦେବ ଦୟାକର       ଅନ୍ୟ ଶରଣ ନାହିଁ ମୋର

 

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ     ପଦୁ ଗଳୁଛି ମକରନ୍ଦ ।।

 

ସେ ମକରନ୍ଦ ପାନକରି          ହେଳେ ତରିଲେ ବ୍ରଜନାରୀ

 

ସେ ବ୍ରଜନାରୀଙ୍କ ପୟରେ       ମନ ମୋ ଥାଉ ନିରନ୍ତରେ

 

ମନ ମୋ ନିରନ୍ତରେ ଥାଉ       ହାକୃଷ୍ଣ ବୋଲି ଜୀବ ଯାଉ

 

ହାକୃଷ୍ଣ ବୋଲି ଯାଉ ଜୀବ      ମୋତେ ଉଦ୍ଧର ବାସୁଦେବ

 

ରାମ ଗୋବିନ୍ଦ ବନମାଳୀ       ତୋ ନାମ ପଥକୁ ଶଂଖାଳୀ

 

ଶଂଖାଳୀ ଖାଇଲେ ସରଇ      ତୋ ନାମ ଗାଇ ନ ସରଇ

 

ରାମ ଗୋବିନ୍ଦ ବୋଲିବଟି      ଯମ ଅର୍ଗଳି ଯିବ ଫିଟି

 

ସମସ୍ତ ଗୋସାଇଁଙ୍କୁ ମୋର      ଗୋଟିକେ କୋଟି ନମସ୍କାର ।।

 

💐💐💐


ଆସ ଗୁରୁ ଆସ ଧାଇଁ 


ଆସ ଗୁରୁ ଆସ ଧାଇଁ ………….( ଥର)

ସଜଳ ନୟନେ               ଆକୁଳ ପରାଣେ

              ରହି ଅଛି ପଥ ଚାହିଁ  ।।

 

ତୁମେ ମୋ ଜୀବନ ଧନ      ତୁମେ ମୋ ହୃଦ ଚନ୍ଦନ

ତାପିତ ହୃଦୟ                 ଶୀତଳ କରାଅ

               ପ୍ରେମ ସୁଧା ସିଞ୍ଚି ଦେଇ  ।।

 

ଲୋଡା ନାହିଁ ଧନ ଜନ       ଯଶ କୀର୍ତ୍ତି ସନମାନ

ଜନମେ ଜନମେ              ଚାହେଁ ଦରଶନ

               ଆନ କିଛି ଲୋଡା ନାହିଁ  ।।

 

ହୃଦ ସିଂହାସନ ସାଜି         ପ୍ରେମ ଭକ୍ତି ପୁଷ୍ପ ଖଞ୍ଜି

କାମନା ବାସନା              ତେଜି ବସି ଅଛି

               କୋଳେ ବସାଇବା ପାଇଁ ।।

 

ତୁମେ ପାଶେ ଥିଲେ ମୋର   ବୈକୁଣ୍ଠ କି ଦରକାର

ତବ ଶ୍ରୀଚଣେ             ସର୍ବ ପୂରିଅଛି

              ଅଚିହ୍ନା କୁ କର ତ୍ରାହି ।।

  💐💐💐💐💐💐💐💐💐💐

 

ଶ୍ରୀ ଗୁରୁ ପରମ


ଶ୍ରୀ ଗୁରୁ ପରମ        ବ୍ରହ୍ମ ମୂରତୀ

        ପୂଜନୀୟ ମହି ମଣ୍ଡଳେ  

ଚିନ୍ମୟ ଚିର            ସୁନ୍ଦର ବିଜେ

    ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ।।

 

ମହାଶୂନ୍ୟଯାର ହୋଇଛି ଆସନ

        ପୁଣ୍ୟ ତୋୟା ଗଙ୍ଗା ଯା ପାଦୁ ଉତ୍ପନ୍ନ

କୋଟି କୋଟି ବ୍ରହ୍ମା ବିଷ୍ଣୁ ମହେଶ୍ବର

        ପଲକେ ମାତ୍ରକେ ସଞ୍ଚରେ ।।

 

ମହାଶୂନ୍ୟ ଗର୍ଭୁ ଛପ୍ନାକୋଟି ଜୀବ

         ନିମିଷ ମାତ୍ରକେ ହୁଅନ୍ତି ଉଦ୍ଭବ

ଗିରିଲତା ବନ ଗହନ କାନନ

         ପ୍ରକାଶ ହୁଅନ୍ତି ଆଜ୍ଞାରେ ।।

 

ସରୋଜ ପୟର ତ୍ରିଭୁବନ ସାଜେ

         ଅଚିହ୍ନାର ମନ କାୟ୍ ବାକ୍ୟେ ଭଜେ

ଜୀବନ ମରଣେ ସେହି ପାଦ ଧ୍ୟାନେ

         ବିତିଯାଉ ପ୍ରାଣ ଧରାରେ.. ।।

  💐💐💐💐💐💐💐💐💐


ନିଜ ନାମକୁ ନିଜେ


ନିଜ ନାମକୁ                      ନିଜେ ଭଜୁଥା

ନିଜକୁ ଚିହ୍ନି ନିଜେ ଖଜୁଥା  ରେ ମନ…… ।

 

ନିଜର କେହି ନାହିଁ               ନଜର କରତୁହି

ନମଜି ଦ୍ବିତୀୟରେ ହେଜୁଥା ରେ  ମନ……

 

ନାମ ଏକ୍ଯୈଶ ହଜାର।          ଛଅଶହ ଚିହ୍ନିଧର

ନବା ଆଣିବାପଥ ଜାଣିଥା  ରେ ମନ……….

 

ପରମ ଆସେ ଜୀବପଶେ।       କେ କାହାକୁ ନ ପରଶେ…

ଅଦେଖା ପ୍ରୀତିପଥ ଚିନ୍ତୂଥା  ରେ ମନ…………

 

ଜଣେ କଳା ଜଣେ ଧଳା          ଦୁଇଜଣ ଯେବେ ଗଳା

ଦୁଇ ଜଣ ମଧ୍ୟରୂପ ଚିନ୍ତୁଥା  ରେ ମନ…………

 

ଦୁଇ ଜଣ ହେଲେଏକ            ଫିଟେବ୍ରହ୍ମ ରଦ୍ଧ୍ରପଥ

ଅଚିହ୍ନା କହଇ ଏକ କରୁଥା  ରେ ମନ…………

 

     💐💐💐💐💐💐💐💐💐


ଜୟ ଜୟ ଗୁରୁଦେବ


ଜୟ ଜୟ ଗୁରୁଦେବ            ଶୂନ୍ୟରେ କରିଛଠାବ ।

କେବର୍ଣ୍ଣୀବ ରୂପଗୁଣ             ପୂରିରହିଛ ସରବ ।

 

ଅନ୍ତଯ୍ଯାମୀ ଅନ୍ତର୍ଗତ            କଥାତ ଜାଣ ସମସ୍ତ 

ଭାଳେଣି ଅନୁବରତ             ତୁମ ବିନା  କେରଖିବ ।

 

କରୁଣା ସାଗର ହୋଇ          ଅକରୁଣା ମୋହ ପାଇଁ ।

ଏଡେ ବଡପ୍ରଭୁଥାଇ            ପତିତ ବୁଡି ମରିବ ।

 

ନଜାଣେ ସେବା ଭକତି         ନଜାଣେ ଗତି ମୁକତି ।

ତୁମେ ଏକା ମୋ ବିଭୁତି        ନ ଲୋଡେ ଆନ ଦରବ ।।

 

ତବ ଶ୍ରୀ ପଦ ସରୋଜେ        କାୟ ମନ ବାକ୍ଯେ ଭଜେ ।

ଶୂନ୍ୟ ବାସୀ ପ୍ରାତ ସଞ୍ଜେ        ହୃଦରେ କରୁଛି ଭାବ ।।

 

      💐💐💐💐💐💐💐💐💐💐


ହେ ଶୂନ୍ଯବାସୀ


ହେ ଶୁନ୍ୟ ବାସୀ         ଅଛ ପ୍ରକାଶି

ଶୂନ୍ୟ ଶୂନ୍ୟ ମହା        ଶୂନ୍ୟ ଆସନେ

କି ଧନ ଦେଇ       ପୁଜିଵି ମୁହିଁ

ସବୁତ ତୁମର            ମର୍ତ୍ତ୍ୟ ଭୁବନେ ।।

କେଉଁ ଜଳେ ଧୈତ       କରିବି ପୟର

ଯେଉଁ ପାଦ ପଦ୍ମ         ଜାହ୍ନବୀ ବାହାର ।।

କି ଝିନବାସ              କରିବି ବେଶ

ଦିଗବାସ ପିନ୍ଧ           ତୁମେ ଯତନେ ।।

ଅଗରୁ ଚନ୍ଦନ            କର୍ପୁର କସ୍ତୁରୀ

ସୁବାସିତ ପୁଷ୍ପ            ତୁଳସୀ ମଂଞ୍ଜରୀ

କି ଗନ୍ଧ ଦ୍ରବ୍ୟ            ଲେପିବି ଅଙ୍ଗ

ତୁମ ଅଙ୍ଗଗନ୍ଧ      ବାସ ଗଗନେ ।।

କି କୁସୁମ ହାର     ପିନ୍ଧାଇବି ଗଳେ

ବୈଜୟନ୍ତୀ ମାଳ         ଯାର ଗଳେ ଝୁଲେ

କି ଧୂପ ଦୀପେ           କରି ଆଳତି

କି ନୈବେଦ୍ୟ ଦେବି      ତୁମ ଅର୍ଚ୍ଚନେ ।।

ମନ ନୈବେଦ୍ୟ        ତୁଳସୀ ଚନ୍ଦନ

ଧୂପ ଦୀପ ଗନ୍ଧ           ପୁଷ୍ପହାର ମାନ

ଘେନ ଘେନ           ହେ ପରବ୍ରହ୍ମ

ଶୂନ୍ୟବାସୀ ଅର୍ପେ        ତବ ଚରଣେ ।।

   💐💐💐💐💐💐💐💐

ବନ୍ଦେ ଅଣାକାର

ବନ୍ଦେ ଅଣାକାର     ବନ୍ଦନା ବନ୍ଦେ

        ବନ୍ଦେ ଶ୍ରୀ ଗୁରୁ ଚରଣ

ବନ୍ଦେ ନିର୍ବିକାର      ଅନନ୍ତ ଅଚ୍ୟୁତ

         ବନ୍ଦେ ନିର୍ଗୁଣ ନିରଞ୍ଜନ ।।

 

ବନ୍ଦରେ ମାନସେ     ଅତି ସହରଷେ

         ଅବ୍ୟୟ ଜଗତ ଜୀବନ

ମର୍ଜିଣ ସୁରଷେ       ପ୍ରେମ ଭକ୍ତି ରଷେ

        ବନ୍ଦେ ନିରାମୟ ଚରଣ ।।

 

ବିଷୟା ବାସନା       କାମନା କଳ୍ପନା

        ତେଜି ପଶ ବାରେ ଶରଣ

ହେଜି ସୁମନରେ      କଞ୍ଜ ଚରଣରେ

        ବନ୍ଦେ ଦିନ ଜନ ତାରଣ ।।

 

ପାପ ତାପ ନାଶେ      ମୂକତି ପ୍ରକାଶେ

ଯୋଗୀ ଜନ            ମନ ରଞ୍ଜନ

ବନ୍ଦେ ଅଜନିତ୍ୟ        ଅକ୍ଷୟ ଶାସ୍ବତ 

        କର ଶୂନ୍ୟବାସୀ କାରଣ ।।

   💐💐💐💐💐💐💐💐


କରୁଛି ଗୁହାରୀ ହେ ଶୂନ୍ଯ

କରୁଛି ଗୁହାରୀ       ହେ ଶୂନ୍ୟ ବିହାରୀ

କ୍ଷମା କରବାରେ      ଦୋଷ ହେ ।।

ମୁହିଁ ଦିନ ହୀନ       ଘେନ ନିବେଦନ

     ତୁମ୍ଭ ଶ୍ରୀ ଚରଣେ  ଆଶ ହେ ।।

 

ଖଟି ପାରିଲି       ଚରଣେ କମଳେ

କ୍ଷମାକର ନାଥ        କାନ୍ଦେ ମୁଁ ବିକଳେ

ଖିଆଲ ମଣିଲି        ମନା ମାନିଲି

       ହେଉଅଛି ଅପଯଶ ହେ ।।

ଗୁରୁଦେବ ସ୍ବାମୀ       ପ୍ରଭୁ ଅନ୍ତର୍ଯ୍ୟାମୀ

ଗୁଣି ହେଉଅଛି         ଦିବସ ରଜନୀ

ଗୁହାରୀ ଶୁଣ        ଗୁରୁ ନାରାୟଣ

        ଗରିବ ଯିବଟି ନାଶ ହେ ।।

ଘୋଷଣା କରୁଛି    ଛାମୁରେ ମୁଁ ଏତେ

ଘେନ ବା ଘେନ  ନାହିଁ ମୋ ପରତେ

ଘୋର ଅନ୍ଧକାର       ଘୋଟଇ ତିମିର

        ଘୋର କଳୁଷ ବିନାଶ ହେ ।।

ଉପାୟ ନାହିଁ ହେ       ତୁମେ ଏକା ମୋର

ଉଦୟ ଅସ୍ତରେ         କରୁଛି ଜୁହାର

ମୁଁ କି ନୁହେଁ ତୋର     କିଣାର ଚାକର

         ଅଚିହ୍ନା ଅର୍କ୍ଷିତ ଦାସ ହେ ।।

 💐💐💐💐💐💐💐💐


ଖୋଲିଦେ ଖୋଲିଦେ ତୋର


ଖୋଲିଦେ ଖୋଲିଦେ ତୋର     ମନର କଥା

କହିଦେ କହିଦେ ମନ            ଗହନ ବ୍ୟଥା   ।।

      

ଅଟନ୍ତି ସେହି ନିଜର             ନୁହଁନ୍ତି ଟି ସେହି ପର

ପାତିଦେ ପାତିଦେ ପଦେ        ତୋହର ମଥା ।।

 

କପଟ କୂଟିଳ ତେଜି            ନିଷ୍କାମ ପ୍ରେମରେ ଭଜି

ଜାଳିଦେ ଜାଳିଦେ ହୃଦେ        ଭକ୍ତି ସଲିତା   ।।

 

ପ୍ରେମ ହୃଦୟରେ ଛନ୍ଦି           ତାହାଙ୍କୁ ରଖ ତୁ ବାନ୍ଧି

ତେଜିଦେ ତେଜିଦେ ମନୁ         ବିଷୟ ଚିନ୍ତା   ।।

 

ବିକିଦେ ତୋହର ପ୍ରାଣ          ମନେ ରଖ ତୁ ଟାଣ

ଲେଖିଦେ ଲେଖିଦେ ହୃଦେ       ତାଙ୍କର ଗାଥା  ।।

 

ତାଙ୍କ ରୂପ କର ଚିନ୍ତା       ଗାଅ ତାଙ୍କରି କବିତା

ଦେଇଦେ କହେ                   ଅଚିହ୍ନା  ଅର୍ନ୍ଧିତା  ।।

    💐💐💐💐💐💐💐💐


ତମେ ବଡ ଚାଲାଖ


ତମେ ବଡ ଚାଲଖ ରହିଛ ଏକ ଦୂର ଗଗନେ

ତୁମକୁ ଧରିବ କିଏ ସହଜ ନୁହେଁ ମର୍ତ୍ତ୍ଯ ଭୂବନେ ।।

 

ସହସ୍ର କମଳେ ଆସନ  ବସିଅଛ ହୋଇ ମଉନ

ପାଦକୁ ଯୋଡି ନିଶକୁ ମୋଡି ଅତି ଯତନେ  ।।

 

ତୁମର ବା ଯାଉଛି କିସ ଆମ୍ଭର ଉଡୁଛି ସାହସ

 ତୁମେ ଅନାଇ ଅଛ ମୁରୁକି ହସ ଠାରି ନୟନେ  ।।

 

ତୁମ ମୁଖେ ନାହିଁଟି ଲାଜ ,ସଦା ହୁଅ ନବୀନ ସଜ

ଯେହ୍ନେ ପହିଲି ରଜ, ହୁଅନ୍ତି ସଜ ରମଣୀ ମାନେ  ।।

 

ଏଡେ ଅଲାଜୁକର ପଣେ, ସଂସାରେ ନଥିବେଟି ଜଣେ

ଲୁଚିଅଛ ଐଶାନ୍ଯକୋଣେ ମଣି ଆସନେ ନଳିନୀ ବଣେ ।।

 

ଛନ୍ଦିଅଛ ଚାରୁ ଚରଣ, ତ୍ରିଭଙ୍ଗି ଭଙ୍ଗିରେ ଶୋଭନ

ଥରେ ଦିଅ ଦର୍ଶନ, ସନ୍ତୋଷ ପୂର୍ଣ୍ଣେ ଅଚିହ୍ନା ପ୍ରାଣେ ।।

 

       💐💐💐💐💐💐💐💐💐


ଚିହ୍ନା ନ ଦେଲେ


ଚିହ୍ନା ଦେଲେ କଇଁଫୁଲିଆ ହୋ…….

ଚିହ୍ନି ଥିଲେ ହୋଇଥାନ୍ତି       ମୁହିଁ ମୂଲିଆ

                  ହୋ ମୁହିଁ ବେଠିଆ ।।

ଯେବେ ତାଙ୍କୁ ଚିହ୍ନିଥାନ୍ତି       ସଦା ପାଶେ ଖଟି ଥାନ୍ତି

କୁହୁକସେ କରିଦେଲେ        ନବରଙ୍ଗିଆ  ।।

କର୍ପୁର ଜଳରେ ସ୍ନାନ         ପିନ୍ଧାଇ ଝିନ ବସନ

ବୋଳି ଦେଇ ଥାନ୍ତି ଅଙ୍ଗେ     ଚନ୍ଦନ ଚୁଆ  ।।

ଗୁନ୍ଥିନାନା ପୁଷ୍ପମାଳା          ଝୁଲାଇଥାନ୍ତି ମୁଁ ଗଳା

ଭାସ୍କରେ କରି ଆଳତୀ         ମାଜି ଥାଳିଆ ।।

ସାଜିଣ ନୈବେଦ୍ୟ ମାନ       ଚରଣେ କରି ପୂଜନ

କୋଳେ ବସି ଭୁଞ୍ଜାଇଣ       ସର ପୁଳିଆ ।।

ହୃଦୟରୁ ଦୁଃଖ ମାନ     କହିଥାନ୍ତି ଫିଟାଇଣ

              ଭାବିନେତ୍ରୁ ବହେ ନୀର      

         ଅଚିହ୍ନା ବାୟା ହୋ   ଅଚିହ୍ନା ବାୟା ।।

          💐💐💐💐💐💐💐


କି ଶୋଭା ସେ ବ୍ରହ୍ମର


କି ଶୋଭା ସେ ବ୍ରହ୍ମର   ଠାଣିଗୋ ସଜନୀ

ରୂପ କୋଟି କନ୍ଦର୍ପ ଜିଣି ଗୋ  ସଜନୀ।।

 

ଶୂନ୍ୟ ଶୂନ୍ୟ ମହା       ଶୂନ୍ୟର ଉପରେ

ଷଡଚକ୍ର ଷଡ       ବେଦର ବାହାରେ

କାୟା ମାୟା ଛାୟା  ଶୂନ୍ୟସେ ନିର୍ମାୟା

ଦିବ୍ୟ ମଣି କାନ୍ତିକୁ      ଜିଣି ଗୋ ସଜନୀ।।

 

ପଞ୍ଚକୃର୍ଷ୍ଣ ପରେ       ବିଜୟେ ଅର୍ଧେନ୍ଦୁ

ତାପରେ ଆସନ      କରିଛନ୍ତି ବିନ୍ଦୁ

ସେ ଅନାଦି ବ୍ରହ୍ମ      ନାରୀ ପୁଂସ ସମ

ଜ୍ଞାନେ ପୂର୍ଣେ         ଭଜନ୍ତି ଜ୍ଞାନୀ ଗୋ ସଜନୀ।।

 

ସଦଗୁରୁ ସେବି       ସେ ବ୍ରହ୍ମକୁ ଧର

ସପ୍ତାଙ୍ଗେ ଅଷ୍ଟାଙ୍ଗେ   ନାହିଁ ଏହି ସାର

ସମାଧି ଯୋଗରେ    ପାଇ ଭେଟରେ

ଭୁଲିଗଲେ କେ       କେତେ ମୂନୀ ଗୋ ସଜନୀ।।

 

କାଟ ଉପବାସ       ବ୍ରତ ତୀର୍ଥ ଦାନ

ସେବା କରନାହିଁ      ଦେବା ଦେବୀ ଗଣ

ନୂହେଁ ଏହି ଧର୍ମ       ସବୁ ଭୁଲାଣ

ଏକ ପାଦ ଧରତୁ      ଚିହ୍ନି ଗୋ ସଜନୀ….. ।।

 

ଶହେ ଘର ଭାଙ୍ଗି      ପଚିଶ କରିଣ

ପଚିଶକୁ ରଖ          ପାଞ୍ଚରେ ନେଇଣ

ପାଞ୍ଚ ଏକ ଏକ         ଭାଙ୍ଗି କର ଠିକ

ଏକ  କଲେ ପାଇବୁତୁ  ଜିଣି ଗୋ ସଜନୀ……।।

 

ଷଡ ସମ୍ବାଦର         ଉପରେ ନିର୍ବେଦ

ବିଜୟେ ଅନାଦି       ନାହିଁ ପାଣି ପାଦ

ଅଚିହ୍ନା ଚରଣ         ତଳରେ ଶରଣ

ପଶ ହୃଦେ ନାମକୁ  ଗୁଣି ଗୋ ସଜନୀ….।।

   💐💐💐💐💐💐💐


ମୋହ ମନ ମୋ ଆୟତେ


ମୋହ ମନ ମୋ ଆୟତେ ରହିଲା ନାହିଁ

ମୋହ ମନ ମୋହରଟି ଶତ୍ରୁ ଅଟଇ ।।

 

ଯେତେ ମୁଁ କଲି ଆୟତ ନମାନିଲା କଦାଚିତ

ବିଷୟା ରସରେ ରତ ହୋଇ ଅଛଇ  ।।

 

ପ୍ରକୃତି ସଙ୍ଗରେ ପଡି  ମାୟା ମୋହେ ଅଛି ଜଡି

ସଦଗୁରୁ ବାକ୍ଯ ଏଡି କାମେ ଭ୍ରମଇ    ।।

 

ମୋ ମନ ମୋତେ ଭଗାରୀ, ନଭଜିଲା ରାମ ହରି

ଦିନେ ଧରି ବାନ୍ଧିନେବ  ସୁର ତନୟୀ    ।।

 

ମନ ହୋଇଲେ ପ୍ରସନ୍ନ ଉଦ୍ୟେହବ ସଦଗ୍ୟାନ

ପାଇବୁ ପ୍ରଭୁ ଦର୍ଶନ  ଅମନ ଭୁଇଁ   ।।

 

ମନକର ବସବର୍ତ୍ତି ପାଇବୁ ଯେବେ ସୁଗତି

ଅନନ୍ତ ରଚିଲେ ଗୀତ  ମନ ନପାଇ    ।।

 

        💐💐💐💐💐💐💐


ଆଲୋକ ପୁରରେ ବନ୍ଧୁ


ଆଲୋକ ପୁରରେ ବନ୍ଧୁ ବସିଛ ଯାଇ

           ଆସ ଥରେ ପ୍ରୀତି ଭରେ ମୋ ପାଶେ ଧାଇଁ  ।।

 

ସାଜିଛି ହୃଦ ମନ୍ଦିର ଅଷ୍ଟରତ୍ନେ ଖଞ୍ଜିପୁର

           ତବ ଆଲୋକିତେ ପୁର ଶୋଭା ଦିଶଇ  ।।

 

ପ୍ରେମ କୁସୁମଟି ଫୁଟି ସୁବାସ ଯାଏ ଚହଟି

           ଭୃଙ୍ଗହୋଇ ଚୁମ୍ବୀଯାଅ ହୃଦୟ ସାଇଁ   ।।

 

ଜାଗେ ନବ ନବଭାବ ଉଠେ ଉତାଳ ତରଙ୍ଗ

            ବିରହରେ ପୋଡେ ପ୍ରାଣ ତୁମରି ପାଇଁ  ।।

 

ମରମ ବୀଣାଟି ମୋର ଝଙ୍କାରି ଉଠଇ ସ୍ବର

             ଶକ୍ତିଦିଅ ସ୍ମରେ ନାମ ଗାଇବି ମୁହିଁ   ।।

 

ପ୍ରିୟତମ ବନ୍ଧୁ ବୋଲି କହୁଛି ମରମ ଖୋଲି

              ସେବୁଥିବି ଶ୍ରୀପୟର ଦିଅ ବତାଇ   ।।

 

        💐💐💐💐💐💐💐💐💐💐💐


ଶୂନ୍ଯ ଶୂନ୍ଯ ଶୂନ୍ଯ


ଶୂନ୍ୟ ଶୂନ୍ୟ ଶୂନ୍ୟ 

                   ଯାହାତୁ ଦେଖୁଛୁ ନୟନେ ବାଉଳା

ମିଛମାୟା ସର୍ବ ଶୂନ୍ୟ  ।।

 

ଆଜି ଯାହାଦେଖୁ କାଲିକି ତା ନୂଆ

                    ଭଙ୍ଗାଗଢା ଏଇ ଦି'ଦିନ ଦୁନିଆ  ।।

 

ଅଢେଇ ଦିନକୁ ଭବରେ କୁଣିଆ

                    କାଳ ଗର୍ଭେ ସବୁ ଲୀନ    ।।

 

ଏ କୋମଳ ଅଙ୍ଗ ସୁବର୍ଣ୍ଣର ପରି

                     ଦିଶେ ଜକ ଜକ ନୟନେ ତୋହରି  ।।

 

ମାଟି ଦେହ ଦିନେ ମାଟିରେ ମିଶିବ

                    ଗର୍ବ ଦମ୍ଭ ହବ ଚୂର୍ଣ୍ଣ   ।।

 

କାମ କ୍ରୋଧ ଲୋଭ ମୋହ ଆଦି ମଦ

                    ପରଶିରୀ ଦେଖି ହେଉଅଛୁ ଅନ୍ଧ  ।।

 

ଏ ମାୟା ସଂସାର ସବୁଅଟେ ହୃନ୍ଦ

                    ମୂଳଟି ଅଟଇ ମନ    ।।

 

ତ୍ଯ ଶାନ୍ତି ଦୟା କ୍ଷମା ଏହି ଚାରି

                    ଆଚରିଲେ ଭବୁ ହୋଇଯିବୁ ପାରି  ।।

 

ଶୂନ୍ଯବାସୀ ପାଦେ ଶରଣ ପଶଯା

                     ଭେଟିବୁ ଜ୍ଯୋତି ପରମ     ।।

 

       💐💐💐💐💐💐💐💐💐💐💐💐💐


ହରିନାମ ଯୋଡା ଅକ୍ଷରକୁ


ହରିନାମ ଯୋଡା ଅକ୍ଷରକୁ

                        ସମାନ ନୋହିବ ଶଗଡେ ସୁନା

 

ଚୋର ଖଣ୍ଟ ଯାକୁ ନେଇ ନପାରନ୍ତି

                       ଜଳ ଅନଳରେ କ୍ଷୟ ହୁଏନା   ।।

 

କାମନାକୁ ବିନାଶକରି     ନିଅ ଏହି ଧନ ଆବୋରି

 

ଇହ ପରକାଳେ ଭୋଗତୁ କରିବୁ

                       ସବୁଠି ଆଦର ପାଇବୁ ସିନା   ।।

 

ସ୍ଥିର ନୁହେଁ ଘର ସଂସାର      ଭାଇବନ୍ଧୁ କୁଟୁମ୍ବ ତୋର

 

ଅଢେଇ ଦିନକୁ କୁଣିଆଁ ହୋଇତୁ

                   ଏଥିପାଇଁ  କେତେ କରୁ ଭାବନା   ।।

 

ହରିନାମ ହୃଦରେ ରଟ       ହରିନାମ ମୂକତି ବାଟ

 

ହରିନାମ ରସ ପିଅରେ ମାନସ

                    ଅଚିହ୍ନା ଅର୍ନ୍ଧତ କରେ ଭାବନା     ।।

 

    💐💐💐💐💐💐💐💐💐💐💐💐


ମନ ଚାହ୍ନିଁ ବସିଥାରେ


ମନ ଚାହିଁ ବସିଥାରେ           ଶୂନ୍ଯବାସୀ ନାଗରିକଙ୍କୁ

ଉଷା ଗୋଧୂଳୀ ଲଗ୍ନରେ     ଯିବାଆସିବା ପଥକୁ    ।।

 

ସମାସନେ ସଜେ ବସ           ପଞ୍ଚମନ କରି ତୋଷ

ଅପଲକ ନେତ୍ରେ ଖୋସ     କରିଣ ଏକ ଲୟକୁ     ।।

 

କୋଟିସ୍ମର ଜିଣି କାନ୍ତି            ଭୁଲିଯିବେ ଯତି ସତୀ

ଦୁଲୁକି ଉଠିବ ଛାତି         ନିରେଖି ରୂପ ଶୋଭାକୁ  ।।

 

ମୃଦୁ ମୃଦୁ ତାଙ୍କ ଚାଲି             ପଦ ସଜ କଞ୍ଜ ନାଲି

ଆସିବେଟି ଝୁଲି ଝୁଲି        ବଜାଇସେ ବଇଁଶିକୁ    ।।

 

ପଡିଗଲେ ତୋ ନଜରେ        ହୃଦୟେ ତୋ ପ୍ରେମରେ

ଆଣ୍ଟେ ତେରେଛି ନେତ୍ରରେ    ଭିଡି ରଖିବୁ ତାହାଙ୍କୁ ।।  

 

ଯେବେ ଯାଉଥିବେ ଚାଲି        ଆସ ପ୍ରାଣନାଥ ବୋଲି

ପାଦେ ହୋଇ ନିଉଛାଳି    ବିକିଦେବୁ ତୋ ପ୍ରାଣକୁ  ।।

 

କହିବୁ ମରମ ଖୋଲି            ନିରେଖ ନକର ବୋଲି

ପ୍ରେମେ ଅଶ୍ରୁ ନେତ୍ର ଭରି    ପଖାଳିସେ ପୟରକୁ    ।।

 

କହିବୁ ସୁଦୟା ହେବ           ଯେତେ ଦିନ ଜୀବ ଥିବ

ସେବା କରୁଥିବି ପାଦ       କଥା ରହିବ କାଳକୁ     ।।

 

              💐💐💐💐💐💐💐💐


ବୁଝ ନ ବୁଝ ପଢୁଥା ଭାଗବତ


           ବୁଝ ନ ବୁଝ ପଢୁଥା ଭାଗବତ

ପଢିଲେ ସେ ଭାଗ                 ନ ନେବ କେ ଭାଗ

      ଭାଗ କାମ ଦେବ ମଲା ବେଳେତ              ।।

 

ଭାଗକେବେ ନୁହଇ ହାନି      ନ ପୋଡଇ ତାହାକୁ ବହ୍ନି

ବାୟୁ ନ ଉଡାଏ                    ଜଳ ନ ବୁଡାଏ 

         ହାଣିନପାର ଇ ଦାଢୁଆ ଅସ୍ତ୍ର                 ।।

 

ତ୍ୟକର୍ମେ ସେ ଭାଗ ବଢେ   ଅସତ୍ଯରେ ଭାଗ ନ ଛିଡେ

ସାଙ୍ଗ ସାଥି ମେଳେ                ସେ ଭାଗ ନ ବଢେ

        ରହିଲେ ନିଷ୍କାମେ ହୋଇ ଏକାନ୍ତ             ।।

 

ଗୋଡ ହାତ ନ ଲାଗେ କିଛି     ନ ଲାଗଇ ଧନ ସମ୍ପତ୍ତି

ସାଧୁସଙ୍ଗ ପ୍ରୀତି                     ମନେ ଦିଏ ଶାନ୍ତି

        ଭାଗ ବଢିଯାଏ ନ ଛାଡେ ଚିତ୍ତ                ।।

 

ଭାଗବତ ନୁହଁଇ ଭାଗ       ଏକ ସେହି ସେ ମହାଭାଗ

ଯେ କରଇ ଭାବ                  ସେହି ପାଏ ଲାଭ

         ଅମାସ୍ଯାରେ ଦେଖେ ପୃର୍ଣ୍ଣମୀ ରାତ୍ର        ।।

 

ଭାଗବତ ପରମ ତତ୍ତ୍ବ      ପରମରେ ଲଗାଅ ଚିତ୍ତ

    ଜୀବରେ ପରମ               ଏକତ୍ର ହୋଇଲେ

               ଅଚିହ୍ନା କହଇ ମିଳଇ ସତ୍ଯ       ।।

 

           💐💐💐💐💐💐💐💐💐💐


ମାନିଯା ଯେ ଯାହା କହୁଛି


ମାନିଯା   ଯେ ଯାହା କହୁଛି   ଶୁଣିଯା

ମାନିଲେ ଲଭିବୁ ଯଶ       ନ ମାନିଲେ ଯିବୁନାଶ

            ମନୁ ଅଭିମାନ ଭୁଲିଯା                 ।।

 

ସହିଲେ ସବୁରି କଥା        ଭବେ ହବୁ ମଣିଷ

ନ ସହିଲେ ନାଶ ଯିବୁ       ପୋଡି ହବୁ ପାଉଁଶ

ଜଗତରେ ସୁନାପୁଅ         ଯଦି ହେବୁ ସବୁ ସହ

             ପର ଉପକାରେ ଲାଗିଯା              ।।

 

ନେତ୍ରେ ଦେଖି କର୍ଣ୍ଣେ ଶୁଣି    ଚିତ୍ତେ କର ବିଚାର

ଗଞ୍ଜଣା କଷଣ ସହି          ଛାତି କର ପଥର

ସମ୍ପଦ ମଧ୍ୟେ ଚାତ୍ତର         ବିପଦ ମଧ୍ୟେ କାତର

             ଦୁଃଖ ସୁଖ ସମ ମଣି ଯା              ।।

 

ସଂସାରେ ସାର ଏକା         ପରବ୍ରହ୍ମ ଭକତି

ପଦ୍ମପାଦେ ଚିତ୍ତରଖ          ଲଭିବୁ ସଦଗତି

ସଂସାର ଅଟେ ଅସାର        ନାମ ବ୍ରହ୍ମ ଅଟେ ସାର

              ଅଚିହ୍ନା କହଇ ଗାଇଯା              ।।

 

  💐💐💐💐💐💐💐💐💐💐💐💐💐

ଭଜନ କର ଆତ୍ମାକୁ


ଭଜନ କର ଆତ୍ମାକୁ             ଶୋହଂ ହଂସକୁ

ଯାଉଛି ଆସୁଛି                   ବାରଣ ନୋହୁଛି

        ଲୟ ରଖିଥାଆ  ନାସା ବାୟୁକୁ।          ।।

 

ଅଜପା ଭଜନ             ହୁଏ ନିଶିଦିନ

ନିଜ ନାମ ଜପେ           ଆପେ ଆପକୁ

ଏକୈଶ ହଜାର            ଛଅଶହ ଥର

         ଭଜନ ହେଉଛି    ରଖ ଧ୍ୟାନ କୁ         ।।

 

ପରମ ହକାର             ଜୀବଟି ସକାର

ସୂତ୍ରକୁ ଧରିଣ              ଦେଖ ଖେଳକୁ

ଇଅଁଳା ପିଅଁଳା            ଶିଶୁନ୍ନା ରେ ମେଳା   

       ତ୍ରିକୂଟରେ ଥକା   ବେନି ନେତ୍ରକୁ          ।।

 

ପରମ ଆସୁଛି            ଜୀବ ପଶୁଅଛି

ଉଜାଣୀରେ ପଶ         ବ୍ରହ୍ମ ପୁରକୁ

ଶୂନ୍ଯରେ ଦେଖିବୁ        ସେ ବ୍ରହ୍ମ ଜ୍ଯୋତିକୁ

       ଅଚିହ୍ନା କହଇ ସେବ ଗୁରୁଙ୍କୁ                ।।

 

   💐💐💐💐💐💐💐💐💐💐💐💐


କିଏ ଜଣେ ଲୋ


କିଏ ଜଣେ ଲୋ               ମୋ ଶରୀରେ ଅଛି

ଆଖି କୋଣେ ମିଟି            ମିଟି ଚାହୁଁଛି          ।।

 

ରୁପ ତାର ମନ ମୋହନ      ଦରଶନେ ଦେହ ଦହନ

ଦରଶନ ଦେଇ                ଯାଉଛି ପଳାଇ

           ପାଉନାହିଁ ତାର ଅନ୍ତ ମୁଁ କିଛି।          ।।

 

ପିଲାଦିନେ ଶେଯରେ ଶୋଇତାଙ୍କୁ ଦେଖୁଥିଲି ଗୋ ମୁଁହିଁ

ଶିକ୍ଷା ମନ୍ଦିରେ                    ତାଙ୍କୁ ଦେଖୁଥିଲି

          ସେ ସବୁ କଥା ମୋ ମନରେ ଅଛି      ।।

 

ସେ ମୋ ଗୁରୁ ଭାଗ୍ଯ ବିଧାତା   

                         ସେହି ପିତା ସେହି ମୋ ମାତା

ସେହି ମୋର ହରି               ଜୀବନ ପ୍ରହରୀ

             ପ୍ରତି ନିଶ୍ବାସରେ ତାଙ୍କୁ ଚିନ୍ତୁଛି           ।।

 

ସେ ନିଶ୍ବାସ ପ୍ରଶ୍ବାସ ମୋର    ତାଙ୍କ ଅଙ୍ଗ ହୁଏ ବାହାର

ନାସା ଅଗ୍ରୁବାର                   ଅଙ୍ଗୁଳ ବାହାର

           ପୁଣି ଫେରି ତାଙ୍କ ଅଙ୍ଗେ ପଶୁଛି      ।।

 

ହେତୁ ଚେତା ଜ୍ଯୋତି ମୁରତି    ତାଙ୍କ ଅଙ୍ଗେ ବସିଅଛନ୍ତି

ମୋ ନେତ୍ର ସମ୍ପତ୍ତି                  ତାଙ୍କ ଅଙ୍ଗେଛନ୍ତି

           ଅପରାଧୀ ଏହା ନିତ୍ଯେ ଚିନ୍ତୁଛି         ।।

 

        💐💐💐💐💐💐💐💐💐💐

 


ଅଚିହ୍ନା ବନ୍ଧୁ ହେ ମୋର


ଅଚିହ୍ନା ବନ୍ଧୁହେ ମୋର କୃପାସାଗର

ଅଜଣା ରାଇଜେ ଅଦୃଶ୍ୟରେ ରହି

ଅରୁପ ହୋଇଣ ରୁପରେ ଖେଳ      ।।

 

ବନ୍ଧୁ ମହାନ୍ତି ଯେ ଥିଲା ଜଣେ ବନ୍ଧୁ

ତା'ପାଇଁ  ବହିଲ ସ୍କନ୍ଧରେ ଭାର

ସୁବର୍ଣ୍ଣ ଥାଳିରେ ଅନ୍ନ ପରସିଲ

ଯୁଗେ ଯୁଗେ ଯଶ ଗାଏ ସଂସାର     ।।   

 

ସୁଦାମା ଦରିଦ୍ର ଥିଲା ଜଣେ ବନ୍ଧୁ

ସ୍ବହସ୍ତେ ଧୋଇଲ ପଦ ତାହାର

ଅଷ୍ଟରତନରେ ଭରିଦେଲ ପୁର

ଚିହ୍ନି ନପାରିଲା ଘର ତାହାର          ।।

 

ଦାସିଆ ବାଉରୀ ଥିଲା ଜଣେ ବନ୍ଧୁ

ତାହସ୍ତରୁ ନେଲଟି ନାରିକେଳ

ଅଛବ ଜାତିସେ ବିଚାର ନ କଲ

ଯଶ ରଖିଗଲ କି ନିର୍ବିକାର            ।।

 

ଶିଶୁ ପ୍ରହଲ୍ଲାଦ ଦେଶେ ଯୁବରାଜ

ଭୋଗକଲା ଅସହ୍ଯ ଦୁଃଖ ଭାର

ସ୍ତମ୍ଭରୁ ବାହାରି ହିରଣ୍ଯ ସଂହାରି

ପ୍ରହଲ୍ଲାଦେ ରାଜା କଲ ରାଜ୍ୟର       ।।

 

ବାଲ୍ଯକାଳୁ ଧୃବ ତପ ଆଚରିଣ

ଚର୍ତ୍ତୁଧା ମୁରତି ଦେଖିଲା ନେତ୍ରର

ରାଜସିଂହାସନ ଧନ ଯଶ ପଣ

ତେଜିଣ ବସିଲା ପିତୃକୁଳର           ।।

 

କୁରୁସଭା ତଳେ ଦୈ।ପଦୀ ଚିନ୍ତିଲା

ଦାନ ଦେଲ କୋଟି କୋଟି ଦୁକୁଳ     ।।

 

   💐💐💐💐💐💐💐

ଅମନ ମନ୍ଦିରେ


ଅମନ ମନ୍ଦିରେ ବିଜେ ସତ୍ଯ ସନାତନ

ଜ୍ୟୋତି ଝଲମଲ କରେ ନିତ୍ଯ ନିରଞ୍ଜନ  ।।

 

ନୁହେଁ ଅଳପ ବହୁତ ପୁରିଛି ଜଗତ

ଅଖଣ୍ଡ ଚିନ୍ମୟରୂପ ସଦା ବିରାଜିତ

ନାହିଁ ଦୁଃଖ ନାହିଁ ସୁଖ ମାନ ସନମାନ      ।।

 

ନାହିଁ କ୍ଷୁଧା ନାହିଁ ତୃଷ୍ଣା କ୍ରୋଧ ଲୋଭ କାମ

ନାହିଁ ଗ୍ରୀଷମ ବରଷା ନାହିଁ ଶୀତ ହେମ

କଳା ଗୋରା ବାରି ନୁହେଁ ବିଜେ ଶୂନ୍ୟବ୍ରହ୍ମ   ।।

 

କୋଟି ବ୍ରହ୍ମା ବିଷ୍ଣୁ ଶିବ ଶୁକ ସନକାଦି

ଭାବ ଭୋଳେ ପଡି ସର୍ବେ ଭବେ ଗଲେ ମଜ୍ଜି

ହୋଇ ନପାରିଲେ କେହି ବ୍ରହ୍ମସଙ୍ଗେ ଲୀନ     ।।

 

ଅଣାକାର ରୁପ ସେ ଯେ ନିର୍ବିକାର ଦେହି

ପ୍ରେମ ଭକ୍ତିଭାବେ ସଦା ତାଙ୍କ ଭେଟ ପାଇ

ଶୂନ୍ୟବାସୀ ପାଦେ ପ୍ରାଣ କଲେ ସମର୍ପଣ      ।।

 

   💐💐💐💐💐💐💐💐💐


ଚମକି ପଡନା ଚାହିଁ ରେ ମନୁଆ


ଚମକି ପଡନା ଚାହିଁରେ ମନୁଆ     ଚଳଚିତ୍ର ଏ ଦୁନିଆଁ

ଏ ଦୁଇ ନିଆଁର                        ମଝିରେ ତୁ କିଆଁ    

ଅମାନିଆ ମାରୁ ଡିଆଁରେ  ……     ମନୁଆଁ    ।।

 

 

ଚନ୍ଦ୍ର ପ୍ରତିବିମ୍ବ                        ଜଳରେ ପଡିଛି

ଜଳ ଚାଲିଲେ ସେ                   ଚଞ୍ଚଳେ ଚାଲିଛି

ଆତ୍ମାରୂପି ଛାୟା                     କାୟା ଚାଲିଗଲେ

ଘଟ ଖୋଜେ ନୂଆଁ ନୂଆଁରେ …    ମନୁଆଁ        ।।

 

ମିଳେ ଯେବେ କେତେ            ନୂତନ ବସନ

ନ ଖୋଜନ୍ତେ ତେବେ              ଗଲା ପୁରାତନ

ଆତ୍ମାରୂପି ପ୍ରାଣ                    ବାୟୁଉଡିଗଲେ

ଘଟ ଖୋଜେ ନୂଆଁ ନୂଆଁ ରେ …….ମନୁଆଁ      ।।

 

ବିଷୟାର ଦୁଃଖ                 କେବେ  ନାହିଁ  ସୁଖ

ହଜିଯାଏ ଗ୍ଯାନ                 ଧଇର୍ଯ ବିବେକ

ଅଚିହ୍ନା କହଇ                  ପାଦ ପଦ୍ମେ ଶୋଇ

ହରିନାମ ମୁଖେ ଗାଆ ରେ …………ମନୁଆଁ   ।।

 

    💐💐💐💐💐💐💐💐💐💐💐💐


କି ସୁଯୋଗେ ଆଜ ରାତି


କି ସୁଯୋଗେ ଆଜ ରାତି        ପାହି ହେଲା ଦିନ

ଆରାଧ୍ୟ ଦେବତା ମୋର         କଲି ଦରଶନ ।।

 

ଧନ୍ଯ ହେଲା ଜୀବନ

                     ସାର୍ଥକ ହୋଇଲା ମୋର ବେନି ନୟନ ।।

କି ଦେଇ ପୂଜିବି ଗୁରୁ ତବ ଶ୍ରୀ ଚରଣ

                      କିଛି ଉପଚାର ନାହିଁ ମୁହିଁ ଦୀନହୀନ

କେଉଁ ମଂତ୍ରେ ଆବାହନ  

                   ଜାଣେ ନାହିଁ ଅକିଞ୍ଚନ ପୂଜାର ବିଧାନ ।।

ଧୂପଦୀପ ନଇବେଦ୍ଯ    ଜଳ ଆଚମନ

ଦର୍ଶନ ପୂର୍ବରୁ ସବୁ କରିଛି ଅର୍ପଣ

                               ମୋର ଦେହ ଜୀବନ 

                ଶ୍ରୀ ଚରଣେ ବିକି ଅଛି ଗୁରୁ ନାରାୟଣ ।।

ଭକତି କୁସୁମ ହାର ସଜାଡି ଗୁନ୍ଥିଛି  

                               ହେବ କି ହେବ ଘେଳା

 

ମନରେ ଭାବୁଛି ସଦା ଚନ୍ଦନ ମିଶାଇ

                     ଚାଳେ ଲମ୍ବାଇ ଦେଉଛି ଘେନ ଭାବଗ୍ରାହୀ ।।

 

ପାଦ ପୋଛା ଦାସ ଦୋଷ       ଶ୍ରୀ ଚରଣେ ଯେବେ

 

ମାଗୁଅଛି କ୍ଷମା ଦେବ  ଶ୍ରୀ ଚରଣେ ଲବେ କ୍ଷମାନିଧି ତୁମ୍ଭନାମ

      ଜଗତରେ ତୁମ୍ଭନାମେ ବାଜୁଛି ଡିଣ୍ଡିମ ।।

 

ଅଶରଣ ଜନଙ୍କର ଶରଣ ରକ୍ଷଣ    ମୋ ପରି ପତିତ

ଯେବେ କରିବ ତ୍ରାଣ ମୁହିଁ    ହୋଇବି କାହାର

  ଶ୍ରୀ ଚରଣେ ଦାସକରେ କୋଟି ନମସ୍କାର ।।

 

        💐💐💐💐💐💐💐💐💐


କରୁଥା ସ୍କନ୍ଧ ଭଜନ


କରୁଥା ସ୍କନ୍ଧ ଭଜନ    ସ୍କନ୍ଧ ଓଲଟାଇ ଦେଲେ

       ଧନ କଶ ଶଦ୍ଦ ଜାଣ ।।

ଧନକଶ ଯେଉଁଧନ        ସେହି ଚାଷେ ବହୁ ପୂଣ୍ୟ

ବୁଦ୍ଧିରେ ଚାଷ କରିଲେ    ମଣିଷେ ହୋଇବୁ ଗଣ୍ୟ

 

ସେହି ଅଟେ ନିତ୍ୟଧନ    ସେହି ଅଟେ ପରଂବ୍ରହ୍ମ

ସେ ଚାଷ ଚାବି ପାଇବୁ  ସେବ ଶ୍ରୀ ଗୁରୁ ଚରଣ ।।

ଟେକିଲେ ବଢଇ ଧନ   ଛାଡିଲେଟି ଧନଶୂନ୍ୟ

ଟେକିବା ଛାଡିବା ଦୁଇ  ସାଧନ ଭାରି କଠିନ ।।

ଶ୍ରୀ ଗୁରୁଙ୍କଠୁ ଚାବି ପାଇ  ଓଲଟାଇ ମୋଡବାଇ

ଅଜପା ସୁତ୍ରରେ ଧ୍ୟାୟି    ଧନ ହୋଇବ ସଂଯମ ।।

ଧନ କଷ ଯାହା କହି   ଅମୂଲ୍ୟ ସମ୍ପଦ ସେହି

ପୂର୍ବ ଭାଗ୍ୟେ ଥିଲେ ପାଇ  ସ୍କନ୍ଧରେ ଅଚିହ୍ନା ଧ୍ୟାନ ।।

      💐💐💐💐💐💐💐💐


ହେ କ୍ଷମାନିଧି ପ୍ରାଣନାଥ କର ବିଚାର


ହେ କ୍ଷମାନିଧି ପ୍ରାଣନାଥ କର ବିଚାର

                ନିରବଧି ନୟନରୁ ବହୁଛି ନୀର ।।

ତୁମେ ହୃଦୟ ଦେବତା ଗଳାର ହାର

                ଚରଣ ଧରି କହୁଛି ନକର ପର

  ପର କରିଦେଲେ ମୁହିଁ ହେବି କାହାର ।।

 

କରକା ବରଷା ପ୍ରାୟେ ପଡୁଛି ଦୁଃଖ

             ଜୀବନେ ତିଳେ ମାତ୍ର ନାହିଁ ଟି ଦୁଃଖ

    କେବଳ ସାହା ଭରସା ତୁମ୍ଭ ପୟର ।।

 

ବିନା ଦୋଷେ ଦଣ୍ଡ ଦ୍ୟନ୍ତି  ଜଣ ଡାକୁ

             ଗୁହାରି କରିବି ଯାଇ ଆଉ କାହାକୁ

ସମର୍ପୀ ଦେଇଛି ପ୍ରାଣ ଚରଣ ତଳ ।।

 

ଯେତେ ଦୁଃଖ ଦିଅ     ମନେ ନାହିଁ ମୋ ଦୁଃଖ

     ନିଜେ ନମାରି    ମାରନ୍ତି ଇତର ଲୋକ

ଯୁଗେ ଯୁଗେ ମୁଁ ତୁମର   ତୁମେ ମୋହର ।।

 

ପୁରୁବ ଦୋଷରୁ ହୁଏ ହରବର

              ଯେତେ ଦଣ୍ଡଦିଅ ମୁହିଁ ହେବି ହାଜର

ଅଚିହ୍ନା କହଇ ଦୁଃଖ ନାହିଁ ମନର ।।

    💐💐💐💐💐💐💐💐💐💐


ଭଜନ କର ଆତ୍ମା କୁ


ଭଜନ କର ଆତ୍ମାକୁ

ଆସୁଛି ଯାଉଛି ବାରଣ ନୋହୁଛି

ଲୟ ରଖିଥାଅ ନାସା ବାୟକୁ ।।

 

ଅଜପା ଭଜନ ହୁଏ ନିଶି ଦିନ

ନିଜ ନାମ ଭଜେ ଆପେ ଆପକୁ

ଏକ୍ୟୈଶ ହଜାର ଛଅଶହ ଥର

ଭଜନ ହେଉଛି ରଖ ଧ୍ୟାନକୁ ।।

 

ପରମକାର ଜୀବଟି କାର

ସୁତ୍ରକୁ ଧରିଣ ଦେଖ ଖେଳକୁ

ଇଅଁଳା ପିଅଁଳା ଶିଶୁନ୍ନା ରେ ମେଳା

ତ୍ରିକୂଟରେ ଥକା ବେନି ନେତ୍ରକୁ ।।

 

ପରମ ପଶୁଛି ଜୀବ ଆସୁଅଛି

ଉଜାଣୀରେ ପଶ ବ୍ରହ୍ମପୁରକୁ

ଶୂନ୍ଯରେ ଦେଖିବୁ ସେ ବ୍ରହ୍ମ ଜ୍ଯୋତିକୁ

ଅଚିହ୍ନା କହଇ ସେବ ଗୁରୁଙ୍କୁ ।।

 

    💐💐💐💐💐💐💐💐


କିଏ କିସ ଦେଲା


କିଏ କିସ ଦେଲା ମୁଁ ଦେଲି ବୋଲି

        ପାଶରୁ କରୁଛ ଅନ୍ତର

ଯେତେ ଠେଲିଦେଲେ ଚରଣ ତଳରୁ

        ଯୁଗ ଯୁଗ ମୁହିଁ ତୁମର ।।

 

ଯେତେ ଦୂରେ ଥିଲେ ଅମ୍ବୁଜ ଜଳରେ

ପ୍ରଭାକର ତେଜେ କେବେ କି ତାହାରେ

କଳାକାର ତେଜେ କୁମୁଦକ କେବେ

      ସେହି ପ୍ରୀତି ତୁମ ମୋହର ।।

 

ଯେଉଁ ପରି ପ୍ରୀତି କୁସୁମେ ଭ୍ରମର

ଯେଉଁ ପରି ପ୍ରୀତି ଥାଏ ନୀର କ୍ଷୀର

କେ କାହାକୁ ତେଜି ପାରେ ଜୀବନେ

     ସେହି ପରି ମୋର ହୃଦର ।।

 

କେଉଁ ଧନ ଦେଇ ତୁମକୁ ତୋଷିବି

ସବୁତ ତୁମର କେଉଁ ଧନ ଦେବି

ଅଚିହ୍ନା କହଇ ଅର୍ପିଛି ଜୀବନ

     ସଦା ମୁଁ ଚରଣେ କିଙ୍କର ।।

 💐💐💐💐💐💐💐


ଭଲ ଲାଗୁନାହିଁ ଏ ରାଇଜେ ପ୍ରଭୁ


ଭଲ ଲାଗୁନାହିଁ ରାଇଜେ ପ୍ରଭୁ

    ତୁମରି ରାଇଜେ ନିଅହେ

ତୁମରି ଚରଣେ ତୁମରି ଶରଣେ

      ରଖିଣ ଅଭୟ ଦିଅହେ ।।

 

ମାୟା ଜାଲ ଘେରା ସଂସାର ସାରା

କାମିନୀ କାଞ୍ଚନେ ସର୍ବେ ଆତ୍ମହରା

ସ୍ବାର୍ଥ ସାଧନାରେ ମାତିଥାନ୍ତି ପରା

   ତେଜି ଅନାବିଳ ସ୍ନେହ ହେ ।।

 

ବୋଲୁଥାନ୍ତି ମିଛେ ମୋର ମୋର କହି

ବିପଦ ବେଳକୁ ଯାଆନ୍ତି ଦୂରେଇ

ଆହା ବୋଲି ପଦେ ନକହନ୍ତି କେହି

      ନଦିଅନ୍ତି ପରିଚୟ ହେ ।।

 

ନିରାନନ୍ଦ ଅଟେ ଏହି ଧରାଧାମ

ନାହିଁ ଟି ଏଠାରେ ପରସ୍ପର ପ୍ରେମ

ସବୁରି ହୃଦରେ ଚିନ୍ତା ମାତ୍ର କାମ

   ଅନ୍ଧକାର ତମ ମୋହ ହେ ।।

 

ଅମୃତର ଧାରା ନାହିଁ ସଂସାରେ

ମୃତର ବିଧାନ ବ୍ଯାପ୍ତ ପ୍ରତିପରେ

କରୁଣ କାହାଣୀ ସବୁରୀ କଣ୍ଠରେ

  ଗାଏ କେ ବିଭୁ ଜୟ ହେ ।।

 

ମନେ ଭାବନା ଭାବି ଦିବା ରାତ୍ରି

ଅଚିହ୍ନାର ହୃଦେ ଜାଗେ ମହାଭିତି

କେବେ ଦେବ ମୋତେ ତବ ରାଜ୍ଯେ ସ୍ଥିତି

   ଆଗ କରି ସତ କୁହ ହେ ।।

  💐💐💐💐💐💐💐💐💐


ନାହିଁ ବିଭୁପ୍ରେମ ଠାରୁ ବଳି


ନାହିଁ ବିଭୁପ୍ରେମ ଠାରୁ ବଳି ଭଲ ଦରବ

ଆସ୍ବାଦନା କଲେ ବଢୁଥିବ ସରିବ ।।

ସେ ପ୍ରେମ ସୁଧାସମ    ପ୍ରେମ ଅତି ନରମ

ପ୍ରେମଟି ଅମୂଲ୍ୟ ମୂଲ୍ୟ କିଏ କଷିବ ।।

ପ୍ରେମେ ଜଗତ ହସେ   ପ୍ରେମେ ପ୍ରେମିକା ରସେ

ଶୂନ୍ୟେ ଭାନୁପ୍ରକାଶେ    ହସେଟି ନିଶା ଧବ ।।

ପଶୁ ପକ୍ଷୀ ସକଳ      ତରୁଲତା ଅଚଳ

ପୁଲକିତ ହୋଇଅଛନ୍ତି ପ୍ରେମେ ସରବ ।।

 

ପ୍ରେମେ ଶିଶୁଟି ହସେ        ନଭେ ତାରାଟି ହସେ

ପୁଷ୍ପବାସ ପ୍ରକାଶେ ଜଳେ କ୍ରିଡନ୍ତି ଜୀବ  ।।

 

ସେ ପ୍ରେମ ଏମିତି ମିଠା    ଚାଖିଲେ ନଛାଡେ ଅଠା

ହଟେ ବିଷୟା କଣ୍ଟା       ମନୁ ଭାଙ୍ଗେ ଗରବ ।।

 

ପ୍ରେମେ ଧନୀ ଗରିବ ନଥାଏ ଜାତିର ଭାବ

ପ୍ରେମ ସମାନ ଭାବ ଦିଏ ମୂକତି ଲାଭ ।।

  💐💐💐💐💐💐💐💐


ଜୟ ଜୟ ଜଗନ୍ନାଥ 


ଜୟ ଜୟ ଜଗନ୍ନାଥ ଜଗତ ଠାକୁର

କଇଁଫୁଲ ନାମବହି ହେଲ ଅବତାର

ବୁଲି ବୁଲି ଗ୍ରାମଦେଶ ଅନ୍ତେ କରି ସ୍ଥିର

ମହାନଦୀ କୂଳେ ପ୍ରଭୁ କରୁଛ ବିହାର

ବଇକୁଣ୍ଠ ସମସ୍ଥାନ ନିର୍ମାଣ କରିଲ

ଭକ୍ତଗଣ ସଙ୍ଗେ ଘେନି କରୁଅଛ ଖେଳ

ଜୟ ଜୟ କଇଁଫୁଲ କଳକୀ ନାରାୟଣ

ଭକତ ବସ୍ତ୍ରଳ ପ୍ରଭୁ ଭକତ ଜୀବନ

ପୂର୍ବଭାଗ୍ୟ ବଳେ  ପଦ ଲଭିଲି ଦର୍ଶନ

କେଉଁ ଭାବେ ପୂଜିବିହେ ଦେବ ନାରାୟଣ

ହର ବ୍ରହ୍ମାଶୁର  ଯାକୁ ତୋଷି ନପାରନ୍ତି

ଛାର ଜୀବନ କି ତୋଷି ପାରିବକି ତୋ ମତି

ଜଗତ ଯା ଖେଳ ଘର   ପ୍ରଭୁ ମାୟାଧର

ଡାକି ଦେଲି ମନପ୍ରାଣ    ରଖ ତୋ ପୟର ।।

   💐💐💐💐💐💐💐💐💐


ଯାରେ ମନ ଯା ତୁ


ଯାରେ ମନ ଯା ତୁ ସତ୍ୟ ପଥରେ ଯା

ସତ୍ୟ ପଥରେ ଗୁରୁ ଦୁଆରେ ଗୁରୁ କୈବଲ୍ୟ ଖା ।।

 

ଗୁରୁ କୈବଲ୍ୟ ନାହିଁ ତା ମୂଲ 

           ବିନା ମୂଲ୍ୟେ କିଏ ଖାଇବ ଚାଲ

ମନରେ…. ତାପର ସ୍ବାଦ ବଡ ସୁଆଦ

                     ଯେତେ ଇଚ୍ଛା ସେତେ ଖାଆ ।।

 

ପର ଉପକାର ପରମ ଧର୍ମ            ପର ନିନ୍ଦା କରି ନହୁଅ ଭ୍ରମ

ମନରେ….. କହୁଛି ନିତି ଫୁଲାଇ ଛାତି   

                        ପରକେ ହୋଇବ ସାହା ।।

 

ପର ଶିରୀ ଦେଖି ହେଉଛୁ ଅନ୍ଧ  

                ପର ନାରୀ ପର ଧନ ସମ୍ପଦ

ମନରେ…… ପାପ ପଶରା କରିବ ସାରା

                ପର ନିନ୍ଦା ବଡ ବାଆ ।।

 

ଦଇବ ଦଉଡି ମଣିଷ ଗାଈ

             ଯେଣିକି ଟାଣିଲେ ତେଣିକି ଯାଇ

ମନରେଆଜି ଯେ ରାଜା କାଲି ପରଜା

             ବଡ ବିଚିତ୍ର ଦୁନିଆଁ ।।

 

ଦେଖ ଦୁନିଆଁ ଦୁଇଟି ନିଆଁ

               ଅମାନିଆଁ କିମ୍ପା ମାରୁଛୁ ଡିଆଁ

ମନରେ….. ଯୁବକ ମେଳେ କାମିନୀ କୋଳେ

                ବିନାଶ ତୋର କାୟା ।।

 

ଅଚିହ୍ନା ପୁରୁଷ ଅଚିହ୍ନା ଦିଅଁ

               ଭକତ ନିମନ୍ତେ ହୋଇ ଉଦୟ

ମନରେ…… ଭକତ ଧନ ଭକ୍ତ ଜୀବନ

               ଗାଇ ଯା ଗୁରୁ ନାଆଁ ।।

  💐💐💐💐💐💐💐💐💐


ଶୂନ୍ଯ ଆକାଶେ ଖେଳନ୍ତି ଶ୍ଯାମଳ ଜ୍ଯୋତି


ଶୂନ୍ୟ ଆକାଶେ ଖେଳନ୍ତି ଶ୍ୟାମଳ ଜ୍ୟୋତି

       ମନ ଗହନରେ ସେତ ନାଟୁଆ ହାତୀ ।।

ରାଜା ବେଶ ହୋଇକରି ରାଣୀକୁ ସଙ୍ଗରେ ଧରି

       ଖେଳୁଛନ୍ତି ରାଣୀ ଅଟେ ଆଦି ଶକତି ।।

ତିନି ପୁତ୍ର ରାଜାଙ୍କର ବ୍ରହ୍ମା ବିଷ୍ଣୁ ଫଣିଧର

       ଏକଇ ବାପର ପୁଅ ଫରକ ଜାତି ।।

ରାଜା ଥିଲା ବେଳେ ଘରେ ରାଣୀ ବୁଲନ୍ତି ବାହାରେ

       ରାଣୀ ପଶିଗଲେ ଘରେ ରାଜା ଥାନ୍ତି ।।

ରାଜା ରାଣୀ ଏକ ହେଲେ     ପୁଅ ବସନ୍ତି କୋଳରେ

       ଅଚିହ୍ନା ଅର୍କ୍ଷିତ କହେ ଜିଣଇ କ୍ଷିତି ।।

   💐💐💐💐💐💐💐💐💐💐


ନାହିଁ ପ୍ରତେ ହେବି ସତେ


ନାହିଁ ପ୍ରତେ ହେବି ସତେ    ପଦ ସେବା ପାଇଁକି

ଅଛି ଚାହିଁ ଦୟାବହି କହ ହୃଦ ଖୋଲିକି ।।

 

ବିଶ୍ବ ସଂସାର ତୁମେ ମୁହିଁ ରେଣୁଏ

ତୁମେ ଅନନ୍ତ ସାଗର ମୁହିଁ ବିନ୍ଦୁଏ

ତୁମେ ଅଚଳ ମହାମେରୁ    ମୁଁ ଧୂଳି କଣାଟି ।।

 

ତୁମେ ବୈକୁଣ୍ଠ ରାଜ      ମୁଁ ଦାଣ୍ଡର ଫକୀର

   ତୁମେ ପ୍ରଭୁ ମୁହିଁ ପଦ ତଳର ଚାକର

ତୁମେ ଅମୃତ ବାରାନିଧୀ    ମୁଁ ଖାଲି ବିଷଟି ।।

 

ଫୁଲ ମୁହିଁ ତୁମେ ଅଟ ଫୁଲର ବାସ

ଫଳ ମୁହିଁ ତୁମେ ଫଳ ମଧୁର ରସ

ତୁମେ ଦିବସ ଆଲୋକ ମୁଁ ଅମା ରାତ୍ରିଟି ।।

 

ତୁମେ କ୍ଷମାନିଧି ଅଟ କ୍ଷମା ସାଗର

କ୍ଷମା ନକଲେ ମୋ ଦୋଷ ମଲି ଥର

ଶରଣ ଗଲି ଶ୍ରୀପଦେ କର ଏବେ ଦୟାଟି ।।

    💐💐💐💐💐💐💐


ଜଗା ହୋଇଲା ମାତାଲ


ଜଗା ହୋଇଲା ମାତାଲ      ଭକତି ମଦକୁ ପିଇ

ବାହ୍ୟ ମଦ ନିଶା ଛାଡେ     ଭକ୍ତି ନିଶା ଛାଡଇ ।।

ଭକତି ମଦକୁ ପିଇ      ବାଇ ହେଲେ ଗୋପ ଗୋଇ

ତେଜିଲେ ମାନ ମହତ    ମନ ପ୍ରାଣ ବିକିଦେଇ ।।

ଜଗା ହୋଇଣ ମାତାଲ      ମାରିଲା ଗୋପେ ଅସୁର

ଗୋବର୍ଦ୍ଧନ ଟେକି ଇନ୍ଦ୍ର      ଶରଣ ପସିଲା ଯାଇ ।।

ଭକତି କଲା ଅକ୍ରୁର        ଦେଖିଲା ଜଳ ଭିତର

ଭକତି ନିଶାରେ ଜଗା       କୁବୁଜାକୁ ତାରି ଦେଇ ।।

ଶ୍ରୀ ରାଧା ଭକ୍ତିରେ ମଜି      ମାନ ମହତକୁ ତେଜି

ରାଧାକୁ ରଖିଲା ଆଶେ       ଯୁକତରେ ସେହି ମାଈଁ ।।

ପିଇ ଭକତି ମଦକୁ         ସଙ୍ଗେ ଧରି ପାଣ୍ଡବଙ୍କୁ

ମାରିଣ କୁରୁବଂଶକୁ         ଧରା ପୃଷ୍ଠେ ଯଶ ଥୋଇ ।।

ଭକ୍ତି ମାତାଲେ ଜଗାକୁ       ପଠାଇ ଦେଲେ ସ୍ବର୍ଗକୁ

ସେ ମାତାଲୁ କଣିକାଏ       ହୀନ ଅଚିହ୍ନା ମାଗଇ ।।

   💐💐💐💐💐💐💐💐💐💐


ହେ ଗୁରୁ ଜୀବନ ଧନ


ହେ ଗୁରୁ ଜୀବନ ଧନ       ମୋ ଜୀବନ ଯାଉଛି ହେ

ରଖନ୍ତା ପୁରୁଷ ଥାଉଁ        ଅରକ୍ଷ ମୁଁ ହେଉଛି ହେ ।।

ତୁମେ ମୋ ହୃଦୟ ହାରା     ତୁମେ ମୋ ନୟନ ତାରା

ତୁମେ ମୋ ଦୁଃଖ ପାଶୋରା   ଗଳାମାଳା କରିଛି ହେ ।।

ତୁମେ ମୋ ଅଚଳ ନିଧୀ      ହଜେ ମୋ ଚେତନା ବୁଦ୍ଧି

ଦଶ ଦିଗ ଦିଏ ରୁନ୍ଧି       ମୋ ବିବେକ ହଜୁଛି ହେ ।।

ଦୟା ପାରାବାର ହୋଇ     ନିର୍ଦ୍ଦୟ କିମ୍ପା ମୋ ପାଇଁ

କି ଦୋଷ ଅର୍ଜିଛି ମୁହିଁ      ପାପ ପଙ୍କେ ସଢୁଛି ହେ ।।

ତୁମେ ମୋର ମୁଁ ତୁମର     ମୁଁ ତୁମର ତୁମେ ମୋର

ବାରେ ମାତ୍ର କୃପାକର      ଶ୍ରୀ ପୟର ଧରୁଛି ହେ ।।

ଦୁଃଖେ ଦିବସ ସର୍ବରୀ      ନୟନୁ ବହୁଛି ବାରୀ

ଜୀବନ ଯିବ ବାହାରି       ଆଶ୍ରୟ ମୁଁ ଲୋଡୁଛି ହେ ।।

ନମିଳୁ ପଛକେ ଦାନା       ନମିଳୁ ପଛକେ କନା

ଏକା ତୁମ ପାଦ ବିନା      ସର୍ବ ସୁଖ ଛାଡିଛି ହେ ।।

ବିକି ଦେଇଛି ଜୀବନ       କର ବା କର ତ୍ରାଣ

ଶୂନ୍ଯବାସୀ ଶ୍ରୀ ଚରଣ      ହୃଦ ପଦ୍ମେ ସ୍ମରୁଛି ହେ ।।

     💐💐💐💐💐💐💐💐💐


ପ୍ରାଣ ସଜନୀରେ


ପ୍ରାଣ ସଜନୀରେ  ପ୍ରାଣେ ପ୍ରାଣ ବନ୍ଧୁ ଖେଳନ୍ତି

ପ୍ରୀତି କଲା ଲୋକ ସିନା ତାଙ୍କରି ଭାବ ଜାଣନ୍ତି ।।

 

ପ୍ରୀତିକଲେ ତାଙ୍କ ସଙ୍ଗେ   ମନ ରଖିବୁ ରଙ୍ଗେ

ସଦା ରହିବୁ ନିଃସଙ୍ଗେ    ହୃଦେ ତାଙ୍କ ଭାବ ଚିନ୍ତି ।।

 

ଆହାର ବିହାର ନିଦ୍ରା     ପର ପ୍ରୀତିରେ ଶରଧା

ମାନ ଅପମାନ ନିନ୍ଦା     ତେଣିକି ନଦେବୁ ମତି ।।

 

ପରକୁହା କୁବଚନ       ମଣିବୁ ବାସ ଚନ୍ଦନ

ଅଙ୍ଗେ କରିବୁ ଲେପନ    ପାଷାଣେ ବନାଇ ଛାତି ।।

 

ସମବେଳେ ଖେଳ ଖେଳି   ପାଦ ପଦ୍ମେ ଚିତ୍ତ ଢାଳି

ପ୍ରେମଭରେ ନିଉଛାଳି      କହିବୁ କରି ମିନତି ।।

 

ଅୟନେ ଦେଇ ନୟନ     ଜାଗି ରହ ନିଶି ଦିନ

ଅଚିହ୍ନା କହଇ ବନ୍ଧୁ       ଦେଖି ଭବୁ ହେବୁ ମୁକ୍ତି ।।

     💐💐💐💐💐💐💐


ହେ ଶୂନ୍ଯେଶ ହେ ଜୀବେଶ


ହେ ଶୂନ୍ଯେଶ ହେ ଜୀବେଶ   ଦୟା କି ନାହିଁ ଅନ୍ତରେ

ହେ ଚିନ୍ମୟ ହେ ଅକ୍ଷୟ    ଆସି ବସ ମୋ କୋଳରେ ।।

 

ତୁମରି ବିରହେ ପୋଡୁଛି ପ୍ରାଣ 

              ତବ ଦରଶନ ଲୋଡେ ନୟନ

 

ନୟନରୁ ନୀର ଝରେ ନିରନ୍ତର  

             ଖୋଜୁଅଛି ମନ କାତରେ ।।

ଘୁରୁଅଛି ମଥା ବଢୁଛି ବ୍ୟଥା

             ଆସ ତୁଣ୍ଡେ ତୁମରି କଥା ।।

 

କରହେ ସୁଦୟା ଘୁଞ୍ଚୁ ଭବମାୟା

            ଅଚିହ୍ନାର ମନ ଶ୍ରୀ ପୟରେ ।।

    💐💐💐💐💐💐💐💐


ଶୂନ୍ଯ ବିହାରୀ ମଠ ନକରି


ଶୂନ୍ୟ ବିହାରୀ ମଠ କରି

             ଉଠ ଉଠ ପାହିଲାଣି ସର୍ବରୀ

ହେଲାଣି ନିଶାନ୍ତ ପ୍ରକାଶ ପ୍ରଭାତ 

              ରାବ ଦେଲେଣି ଶୁକ ଶାରୀ ।।

 

ସମ୍ଭୁଆଳେ କମ୍ଭୁ ଶୂନ ଘନ ଘନ

               ବାଜିଲାଣି ବୀର କାହାଳୀ

ସରଣୀରେ ହସି ନଳିନୀ ବିକାଶି

               ଭ୍ରମର ଚୁମ୍ବିଲେଣୀ ଅଳୀ ।।

 

କୁକୁଟ ଡାହୁକ କୁମ୍ଭାଟୁଆ କାକ

               ଡାକିଲେଣୀ ଶ୍ବନ କରି

ଉଠ ହେ ଅନନ୍ତ ଉଠ ହେ ଅଚ୍ୟୁତ

               ଦେଖିବୁ ଶ୍ରୀ ମୁଖ ତୁମରି ।।

 

ଉଠ ପ୍ରାଣନାଥ ଉଠ ହୃଦନାଥ

               ମୁଖକୁ ଦେବି ପଖାଳୀ

ବସାଇ କୋଳର ନବନୀତ ସର

                ଭୁଞ୍ଜାଇବି ପୂର୍ଣ୍ଣକରି ।।

 

ସିନ୍ଦୁରର ବର୍ଣ୍ଣ ଭରିଣ ଗଗନ

               ପବନ ତଳରେ ଫେରି

ବିକଶିତ ତରୁ କୁସୁମ ମଧ୍ୟରୁ

               ସୁବାସର ବାସ ପ୍ରଶରୀ ।।

 

ଡାକନ୍ତି ଭକତ ହୋଇଣ ଉସତ

               ଉଠହେ ଅଲେଖ ବିହାରୀ

ଦରଶନ ଦିଅ ଯାଉ କଳିଭୟ

               ଢାଳି ଦିଅ କୃପାବାରୀ ।।

    💐💐💐💐💐💐💐💐


ଜାଣିଲେ କି ହେବ


ଜାଣିଲେ କି ହେବ      ଶୁଣିଲେ କି ହେବ

   ଭଲ କରି ଯେବେ ଭାବ ଧରିବ ।।

 

ଭାବ କଲେ ସିନା      ତାଙ୍କ ପାଦ ତଳେ

   ପାରିହେବୁ ଭବଜଳୁ ଅବହେଳେ ।।

 

ପଙ୍କଜ ଚରଣେ    ଶରଣ ପଶିଲେ

ଦୁଲ୍ଲଭ ଜନ୍ମ    ସୁଫଳ ହୋଇବ ।।

 

ପାଇଲା ଦରବ     ହଜାଇବ ନାହିଁ

ହଜିଲା ଦରବ      ମିଳଇଟି ନାହିଁ

ସତ କର୍ମେ ସଦା         ମତି ରଖିଥିଲେ

ଅସତ ପଦାର୍ଥ           କେବେ ମିଳିବ ।।

 

ତେଜିଲେ ମନରୁ        ଅସତ କଳ୍ପନା

ତୁଟିଯିବ ନିଶ୍ଚେ         ଭବର ବାସନା

ହରିନାମ ରସେ        ଚିତ୍ତ ଲଗାଇଲେ

ଯମ ମୁଣ୍ଡେ ନିଶ୍ଚେ   ପାଦକୁ ଲଦିବ ।।

 

କଳିଯୁଗେ ପ୍ରଭୁ    ବୈଷ୍ଣବ ରୂପରେ

ଖେଳ କରୁଛନ୍ତି    ମର୍ତ୍ତ୍ୟ ମଣ୍ଡଳେ

ଅଚିହ୍ନା କହଇ     ଗୁରୁ ପାଦ ଧ୍ୟାୟୀ

ପଛନ୍ତେ ଖୋଜିଲେ   ଆଉ ମିଳିବ ।।

 

  💐💐💐💐💐💐💐💐💐💐


ଅଚିହ୍ନା ଏଡେ ନିର୍ଲଜ


ଅଚିହ୍ନା ଏଡେ ନିର୍ଲଜ        ହେଲ କିମ୍ପାଇ

ମନ ଦେଇ ନାମ ଦିନେ      ଭଜିଲୁ ନାହିଁ ।।

 

ଅଚିହ୍ନା କୁ ମାର ମାଡ         ଭାଙ୍ଗିଯାଉ ହାଡଗୋଡ

ଅହଂକାରେ ହୁଏ ବଡ         ଲାଜତ ନାହିଁ ।।

 

ଭଲ ପିନ୍ଧି ଭଲ ଖାଇ            ଅଚିନ୍ତାରେ ଯାଏ ଶୋଇ

କାଳ ସଙ୍ଗେ ହୁଏ ବାଇ        ଦେଖାଇ ଛଇ ।।

          

ଘରୁ ଆସିଛି ପଳାଇ            ତୁମକୁ ଭଜିବା ପାଇଁ

ନିଜ ନାମ ଭଜିଣ            ବୁଲୁଛି ମହୀ  ।।

 

ପର ଅନ୍ନେ ପେଟ ପୋଷି        ବିଳାସ କରେ ସେ ବସି

ଦୁଇ ଗାଲେ ଚଟକଣି           ଦିଅ ବସାଇ ।।

 

ଖୁନ୍ଦା ଗୋଇଠା ପ୍ରହାରି         ଦିଅ ତାକୁ ସାରା କରି

ଯେପରି ଭଜିବ ନାମ      ମନ ଲଗାଇ  ।।

 

ନାମରେ ଅଛି ଜଗତ      ନାମେ ସର୍ବେ ଆତଯାତ

ନାମ ଚିହ୍ନିଲା ସେତ     ମାୟାରେ ବାଇ  ।।

 

ହରି କାଠରେ ପକାଅ      ତ୍ରିଛନ୍ଦରେ ଛନ୍ଦି ଦିଅ

ସାରା ତାକୁ କରି ଦିଅ      ଅଚିହ୍ନା କହି  ।।

 

    💐💐💐💐💐💐💐💐


ଭଜିନାହିଁ ଦିନେ ପୂଜିନାହିଁ


ଭଜି ନାହିଁ ଦିନେ ପୂଜିନାହିଁ

              ହରି ଖୋଜିଲେ ପାଇବି ଆଉ କାହିଁ

ବୁଝି ନାହିଁ ଦିନେ ଭାଗବତ କଥା

             ହେଜି ନାହିଁ ଦିନେ ତୋ ନାମ କବିତା

ଚିତ୍ତ ରଞ୍ଜି ନାହିଁ ନାମେ ମଜ୍ଜି ନାହିଁ  ।।

 

ଭାବି ନାହିଁ ଦିନେ ହୃଦୟରେ ମୋର

           ତେଜି ନାହିଁ ମନୁ ପଞ୍ଚ ବିକାର

କେଉଁ ଦେବତାରେ ମୋର ମନ ରାଜି ନାହିଁ ।।

 

ସୁଝି ନାହିଁ ଇହ ପର ଜନ୍ମ ଋଣ

            ମାଜି ନାହିଁ ଦିନେ ରାଜିବ ଚରଣ

ନାରାୟଣ ଧ୍ବନି କଣ୍ଣେ ବାଜି ନାହିଁ ।।

 

ସାଜି ନାହିଁ ପଦ ସରୋଜ ତଟକୁ

             ଯାଇ ନାହିଁ ଦିନେ ଜାହ୍ନବୀ ତଟକୁ

ବୈକୁଣ୍ଠେ ସେ ମହିମା ବୁଝି ନାହିଁ  ।।

 

ଚାରି ତୀର୍ଥ ବୁଲି ଆସିଲିଣି

              ଶ୍ରୀ ଗୁରୁ ଚରଣ ଜାଣି ନାହିଁ

ଅଚିହ୍ନା ଚରଣ ସାର କରି ପୁଣ

              ଅସରନ୍ତି ଦିନ ସରୁନାହିଁ  ।।

 

ଯେତେ ହୃଦେ ଦୁଃଖ ଗଞ୍ଜଣା କଷଣ

                ଶୂନ୍ଯବାସୀ ପାଦେ ସବୁ ଜଣା ଯା

ଅନ୍ତିମେ ମୂକତି ଲଭିବୁ ସଦଗତି

                ଏକ ବ୍ରହ୍ମ ଚିନ୍ତ କରି ଦ୍ବାଜାରେ ।।

 

 💐💐💐💐💐💐💐💐💐💐


ବ୍ରଜପୁର ବୁଲେଟ ଗାଡ଼ି


ବ୍ରଜପୁର ବୁଲେଟ ଗାଡି

           ତାକୁ ଥିଲା ବସୁଦେବ କମ୍ପାନୀ ଗାଡି ।।

 

ତାଙ୍କ ପାଇଁ ନନ୍ଦ ଭୁପତି    କରିଥିଲା ନେତ୍ର ସମ୍ପତ୍ତି

ଖିର ଦହି ଶର ପେଟ୍ରୋଲ ତାହାର

ଗାଡି ଚାଲେ ବୃନ୍ଦାବନ ପାହାଡ ମାଡି ।।

 

ଯନ୍ତ୍ର ଗୋଟି ଏମିତି ପ୍ରଞ୍କା

ଦିନେ ଯାମଳା ଅର୍ଜୁନ ମାଇଲା ଧକ୍କା

ବଙ୍କା ହୋଇନାହିଁ ଟିକିଏ କେଉଁଠି

ପକାଇଲା ଗଛ ତଳେ ଉପାଡି  ।।

 

ଶୁଭି ଗଲେ ହର୍ଣ୍ଣତାର କମ୍ପିଯାଏ ଗୋପ ନଗର

ସର୍ବ ଗୋପବାଳୀ ଦେଖିବାକୁ ଗାଡି

                  ଦଉଡନ୍ତି ଗୃହ ଜଞ୍ଜାଳ ଛାଡି  ।।

   💐💐💐💐💐💐💐


ଭକତ ଜୀବନ ଭକ୍ତ ପ୍ରାଣ 


ଭକତ ଜୀବନ ଭକ୍ତ ପ୍ରାଣ ଧନ  ଭକତି ଅନ୍ତରେ

                          ଡାକେ ମୁଁ ତୁମକୁ ବାରେ ।।

 

ଭକତ ନେତ୍ର ସମ୍ପତ୍ତି ଅନ୍ତରଯାମୀ

                 ଭକତ ହୃଦୟ ହାର ଜଗତ ସ୍ବାମୀ

ଭକତ ବେଦନା ତୁମେ କି ଜାଣନା

                ରହିଛ ଅନ୍ତରେ ସଢୁଛି ଦୁଃଖ ସାଗରେ ।।

 

ଅଶେଷ ଯାତନା ସହ ଭକତ ଲାଗି

               ଭକତ ଦୁଃଖରେ ଦୁଃଖି ସଦା ବିରାଗି

ଭକତ କାମନା ଭକତ ବାସନା

               ନିଷ୍କାମ ପ୍ରେମରେ ଜଡାଅ ପାଦ ସେବାରେ ।।

 

ଭକ୍ତ ଲାଗି ନୟନରୁ ଝରାଅ ନୀର

              ଶୂନ୍ଯପୁରୁ ବାନ୍ଧିହୋଇ ଖେଳ ସଂସାର

କି ସ୍ନେହ ତୁମର ନକର ଅନ୍ତର

             ତୋ ପାଦ ରଜରେ  ପବିତ୍ର କରାଅବାରେ ।।

     💐💐💐💐💐💐💐💐💐


ସତସଙ୍ଗ କର ମନ


ସତସଙ୍ଗ କର ମନ       ସତ ଚିତ୍ତକୁ ଲଗାଇ

ଅସତ ଥିଲେରେ ମନ     ଆନନ୍ଦ ଆସିବ ନାହିଁ ।।

 

ମୋ ମାୟା ମୋତେ ଅଜଣା   ମୁଁ ତୋତେ ଅଜଣା

ମାୟାଧରେ ସବୁଜଣା     ଠକା ଠକି ଜିବ ନାହିଁ ।।

 

ବ୍ରାହ୍ମଣ ଚଣ୍ଡାଳ ହେଉ     କୂଟ କପଟ ନଥାଉ

କୂଟ କପଟ ରଖିଲେ      ସତସଙ୍ଗ ଆସିବନାହିଁ ।।

 

ସତ୍ୟ ମନୁଷ୍ୟର ଭାବ          ମନୁଷ୍ୟ ଜନ୍ମ ଦୁର୍ଲ୍ଲଭ

ସଚ୍ଚିଦାନନ୍ଦ ଦୁଲ୍ଲାଳ       ବଇଁଶୀ ତାକୁ ଖୋଜଇ

    ସତସଙ୍ଗ କରମନ ସତଚିତ୍ତକୁ ଲଗାଇ  ।।  

   💐💐💐💐💐💐💐💐


ମଳୟ ପବନ ତୁହି


ମଳୟ ପବନ ତୁହି          ପ୍ରଭୁଙ୍କ ପାଶକୁ ଯାଇ

ମୋ ମନ ବାରତା            ବୁଝାଇ କହିବୁ

ତାଙ୍କ ଚିନ୍ତା ମନେ            ହେଉଛି ଦହି ।।

 

ଦିବାନିଶି ତାଙ୍କ ଭାବନା      ସୁନା ଦେହ କଲିଣୀ ଚୁନା

ଭୋଜନ ଶୟନ              ସବୁ ତେଜିଲିଣି

ଧନ ମାନ ଯଶ               ମୋ ଲୋଡା ନାହିଁ ।।

 

ଜାଣଇ  ମୁଁ ଜ୍ଞାନ ଧ୍ୟାନ   ଭକତି ଅର୍ଚ୍ଚନ ବନ୍ଦନ

ଲୋଡା ମୋର ଏକା     ଶ୍ରୀ ଛନ୍ଦା ଚରଣ

ସେବାରେ  ଜୀବନ      କାଟିବି ମୁହିଁ ।।

 

ସରାଗ ସୁହାଗ ବିଳାସ    ଅରପିଛ ହେ ହୃଦଇଶ

     ପାଶୋରି ପାରିବି ନାହିଁ ଜୀବନେ

ଭାନୁକୁ ତେଜେକି        ଅମ୍ବୁଜ କାଇଁ ।।

 

ଦକ୍ଷିଣ ବାୟୁକୁ ଚାହିଁଣ    ବସିଅଛି ହୋଇ ମଉନ

ଦନ୍ଧ ବାମ ଅଙ୍ଗ        ସତେ ମିଶାଇବି

ଦର୍ଶନ ପାଇବି         ହୃଦୟ ସାଇଁ ।।

 

ହର ରିପୁ ତାତ ସୁଦୟା   କଲେ ସବୁ ତୁଟିବ ମାୟା

ବସିବି ଯାଇଣ ପ୍ରେମେ    ତବ କୋଳେ

ଅଚିହ୍ନା ଅର୍ଦ୍ଧିତ        ମୁରୁଖ ବାଇ  ।।


  💐💐💐💐💐💐💐💐💐









No comments