ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ,
ହରେରାମ ହରେରାମ ରାମ ରାମ ହରେ ହରେ
ଓଁ ନମୋ ଭଗବତେ ବାସୁଦେବାୟ 🙏🙏🙏
ଜୟ ଶ୍ରୀ ଜଗନ୍ନାଥ 💐🙏💐
🙏 ବିଷ୍ଣୁଙ୍କ ଷୋଡଶ ନାମ
ଔଷଧେ ଚିନ୍ତୟେଦ ବିଷ୍ଣୁ ଭୋଜନେ ଚ ଜନାର୍ଦ୍ଦନମ୍ ଶୟନେ ପଦ୍ମନାଭ ଚ ବିବାହେ ଚ ପ୍ରଜାପତିଃ । ୟୁଦ୍ଧ ଚକ୍ରଧର ଦେବଂ ପ୍ରବାସେ ଚ ତ୍ରିବିକ୍ରମମ୍ ନାରାୟଣତନୃତ୍ୟାଗେ ଶ୍ରୀଧର ପ୍ରିୟସଙ୍ଗମେ । ଦୁଃସ୍ବପ୍ନ ସ୍ମର ଗୋବିନ୍ଦ ସଙ୍କଟେ ମଧୁସୂଦନମ୍ କାନନେ ନରସିଂହ ଚ ପାବକେ ଜଳଶୟନମ୍ । ଜଳମଧେ ବରାହଂ ଚ ପର୍ବତେ ରଘୁନନ୍ଦନମ୍ ଗମନେ ବାମନଂ ଚୈବ ସର୍ବକାର୍ଯ୍ୟଷୁ ମାଧବମ୍ । ଏତତ୍ ଷୋଡଶ ନାମାନି ପ୍ରାତରୁତ୍ୟ ଯଃ ପଠେତ ସର୍ବ ପାପବିନିର୍ମୁକ୍ତ ବିଷୁଲୋକ ମହୀୟତେ ।
ଔଷଧେ ବିଷ୍ଣୁଙ୍କ ସ୍ମରଣ ଶୟନେ ପଦ୍ମନାଭ ଚିନ୍ତି
ଭୋଜନେ ସୁରି ଜନାର୍ଦ୍ଦନ ପାଣି ଗ୍ରହଣେ ପ୍ରଜାପତି
ଯୁଦ୍ଧରେ ଦେବ ଚକ୍ରଧାରୀ
ପ୍ରବାସେ ତ୍ରିବିକ୍ରମ ସ୍ମରି
ମରଣ କାଳେ ନାରାୟଣ
ଶ୍ରୀଧର ବାନ୍ଧବ ଗ୍ରହଣ
ଦୁଃସ୍ୱପ୍ନ ଗୋବିନ୍ଦ ଧୂନ
ସଙ୍କଟେ ଶ୍ରୀମଧୁସୂଦନ
କାନନେ ନରସିଂହ ଧ୍ୟାୟି
ଅଗ୍ନି ସଙ୍କଟେ ଜଳଶାୟୀ
ଜଳରେ ବରାହ ମୁରତୀ
ପର୍ବତେ ପ୍ରଭୁ ସୀତା ପତି ମାଧବ ସକଳ କାର୍ଯ୍ୟ
ଗମନ ବାଳରେ ବାମନ
ଏହି ଷୋଡଶ ନାମମାନ
ପ୍ରାତଃରେ କରେ ଯେ ସ୍ମରଣ
ସର୍ବ ପାପରୁ ମୁକ୍ତ ହୋଇ
ବିଷ୍ଣୁ ଲୋକରେ ବସେ ଯାଇ ।
.....…............*******......…................
🚩#ଜୟ_ଶ୍ରୀରାମ🙏🏹
➖➖➖➖➖➖➖🍀
🍀🌹#ମନ_ଓ_ଗୁରୁ🌹🍀
✍️ଓଡ଼ିଆ 📘ଭାଗବତରେ ଗୋଟିଏ ପଦ ଅଛି-
‘‘
ମନ ତୋହର ନିଜ ଗୁରୁ।
ଉଦ୍ଧବ କେତେ ତୁ ପଚାରୁ।।’’
ଏଇ ପଦଟିକୁ ଉଦ୍ଧାର କରି ଅନେକେ କୁହନ୍ତି- ମୋ ମନ ମୋ ଗୁରୁ। ତେଣୁ ଆଉ ଗୁରୁଗ୍ରହଣ କରିବା କି ଦରକାର? କିନ୍ତୁ ସର୍ବଦା ବୃତ୍ତି-ପ୍ରବୃତ୍ତିଦ୍ୱାରା ପରିଚାଳିତ ଅନିୟନ୍ତ୍ରିତ ମନ କ’ଣ କେବେହେଲେ କାହାର ଗୁରୁ ହୋଇପାରେ? ମନ ଅତୀବ ଚଞ୍ଚଳ ଓ ତାକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ। ଏ କଥା ସ୍ବୟଂ ଭଗବାନ୍ କୃଷ୍ଣ 📗ଗୀତାରେ ସ୍ବୀକାର କରିଛନ୍ତି-👇
‘‘ଅସଂଶୟଂ ମହାବାହୋ ମନୋ ଦୁର୍ନିଗ୍ରହଂ ଚଳମ୍।
. ଅଭ୍ୟାସଯୋଗେନ ପାର୍ଥ ବୈରାଗ୍ୟେଣ ଚ ଗୃହ୍ୟତେ।।’’
👉ଅର୍ଥାତ୍, ହେ ଅର୍ଜୁନ! ତୁମେ ଯାହା କହିଲ ଠିକ୍। ମନ ଖୁବ୍ ଚଞ୍ଚଳ। ତାକୁ ନିୟନ୍ତ୍ରଣ କହିବା ଅତ୍ୟନ୍ତ କଷ୍ଟସାଧ୍ୟ। ତାକୁ କେବଳ ଅଭ୍ୟାସଯୋଗ ଓ ବୈରାଗ୍ୟଦ୍ୱାରା ନିୟନ୍ତ୍ରଣ କରାଯାଇପାରେ।👇
👉ତେଣୁ ସେହି ମନଟାକୁ ଅଭ୍ୟାସଯୋଗ ଓ ବୈରାଗ୍ୟଦ୍ୱାରା ନିୟନ୍ତ୍ରଣ କରିବା ପାଇଁ ତ ଗୁରୁଗ୍ରହଣ କରିବା ଦରକାର ପଡ଼ିଥାଏ। ଗୁରୁଗତପ୍ରାଣ ଉଦ୍ଧବଙ୍କର ତନ୍ନିଷ୍ଠ ମନ ନିୟନ୍ତ୍ରିତ ହୋଇଥିବାରୁ ଭଗବାନ କୃଷ୍ଣ ତାଙ୍କୁ ଉପରୋକ୍ତ କଥା କହିଥିଲେ। ତାହା ସମସ୍ତଙ୍କପାଇଁ ପ୍ରଯୁଜ୍ୟ ନୁହେଁ।
ମନର କାର୍ଯ୍ୟ ହେଲା ମନନ କରିବା, ଚିନ୍ତା କିରବା ଓ ଇଚ୍ଛା କରିବା। ଗୁରୁଙ୍କର ନାମ ମନନ କରିବା, ତାଙ୍କର ମୂର୍ତ୍ତି ଧ୍ୟାନ କରିବା, ତାଙ୍କ ଗୁଣାବଳୀ ଚିନ୍ତା କିରବା ଓ ନିଜର ଇଚ୍ଛାକୁ ତାଙ୍କ ଇଚ୍ଛା ସହ ଏକାକାର କରିଦେବାଦ୍ୱାରା ମନ ନିୟନ୍ତ୍ରିତ ହୁଏ। ମନ ନିୟନ୍ତ୍ରିତ ହେଲେ ବୃତ୍ତି-ପ୍ରବୃତ୍ତି ଓ ଇନ୍ଦ୍ରିୟମାନଙ୍କ ଉପରେ ନିୟନ୍ତ୍ରଣ ଆସେ। ସେତେବେଳେ ମନୁଷ୍ୟ ସାର୍ବିକ କଲ୍ୟାଣର ଅଧିକାରୀ ହୁଏ। ଗୁରୁଙ୍କ ଧ୍ୟାନ କିପରି କରିବ ସେ ସମ୍ପର୍କରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି:👇
ନାମ କର ଆଉ ମନ ନ କର
ଇଷ୍ଟଙ୍କ ଯେତେ ଗୁଣାବଳୀ,
. ଭାବେ କାର୍ଯ୍ୟେ ମୂର୍ତ୍ତ କର
ଜ୍ଞାନେ ଗୁଣେ ହେବ ବଳୀ। (📗ଅନୁଶ୍ରୁତି)
ପୁନଶ୍ଚ ମହାଯୋଗୀ ଗୋରଖନାଥଙ୍କ ମତରେ ଇନ୍ଦ୍ରିୟମାନଙ୍କର ପ୍ରଭୁ ମନ ଏବଂ ମନର ପ୍ରଭୁ ପ୍ରାଣ (ପବନ)। ପ୍ରାଣାୟାମ ସାଧନାଦ୍ୱାରା ନିଃଶ୍ୱାସପ୍ରଶ୍ୱାସର ବେଗକୁ କମେଇ ଦିଆଯାଇ ପାରିଲେ ଚଞ୍ଚଳ ମନ ସ୍ଥିର ହୋଇଯାଏ। ଗୁରୁଙ୍କଠାରୁ ହିଁ ପ୍ରାଣାୟାମ ଶିକ୍ଷା କରିବାକୁ ହୁଏ। ଉପଯୁକ୍ତ ଗୁରୁଙ୍କ ବିନା ପ୍ରାଣାୟାମ ଅଭ୍ୟାସ କରିବାକୁ ଗଲେ ପ୍ରାଣ ଓ ମନ ନିୟନ୍ତ୍ରିତ ହେବା ଦୂରେ ଥାଉ, ଓଲଟା ଫଳ ମିଳେ। ବେଳେବେଳେ ଦୁରାରୋଗ୍ୟ ବ୍ୟାଧି, ଏପରିକି ମୃତ୍ୟୁ ହେବା ମଧ୍ୟ ଅସମ୍ଭବ ନୁହେଁ। ତେଣୁ ଉପଯୁକ୍ତ ଗୁରୁ ପାଖରେ ନ ଥିଲେ, ପ୍ରାଣାୟାମ ନ କରି ଅନୁରାଗର ସହ ନାମ କରିବା ଦରକାର। ଏହାଦ୍ୱାରା ଆପେ ଆପେ ପ୍ରାଣର ସ୍ଥୈର୍ଯ୍ୟ ଆସିଯାଏ। ତେଣୁ ଶ୍ରୀଶ୍ରୀଠାକୁର କହିଛନ୍ତି:
‘. ‘ଅନୁରାଗରେ କରିଲେ ନାମ,
ଆପେ ଆପେ ହୁଏ ପ୍ରାଣାୟାମ।’’ (📗ଅନୁଶ୍ରୁତି)
ମନକୁ ନିୟନ୍ତ୍ରିତ କରିବା ପାଇଁ ଉପରେ ଯେତେ ପ୍ରକାର ଉପାୟ ବର୍ଣ୍ଣନା କରାଗଲା, ସେସବୁପାଇଁ ଗୁରୁଗ୍ରହଣର ଆବଶ୍ୟକତା ରହିଛି। ଗୁରୁ ହିଁ ନାମ ଦିଅନ୍ତି, ସେ ହିଁ ପ୍ରାଣାୟାମ ଶିକ୍ଷା ଦିଅନ୍ତି, ସେ ହିଁ ମଣିଷର ବିଭ୍ରାନ୍ତ ମନକୁ ସତ୍ପଥରେ ପରିଚାଳିତ କରନ୍ତି।
ଶିଷ୍ୟ ମନରେ କୌଣସି ସଂଶୟ ଉପସ୍ଥିତ ହେଲେ ସେ ତତ୍ତ୍ବଦର୍ଶୀ ଗୁରୁଙ୍କ ନିକଟରେ ଉପଗତ ହୋଇ ପ୍ରଣିପାତ କରେ, ତାଙ୍କର ସେବା କରି ତାଙ୍କୁ ସନ୍ତୁଷ୍ଟ କରେ ଏବଂ ଶେଷରେ ନିଜ ମନର ପ୍ରଶ୍ନ ପୁଚ୍ଛା କରେ। ଗୁରୁ ପ୍ରଶ୍ନର ଯଥାଯଥ ଉତ୍ତର ଦେଇ ତା’ ମନର ସଂଶୟ ମୋଚନ କରନ୍ତି-
‘. ‘ତଦ୍ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା।
ଉପଦେକ୍ଷନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ତ୍ବଦର୍ଶିନଃ।।’’ (📗ଗୀତା)
ଉଦ୍ଧବ ତାହାହିଁ କରିଥିଲେ। ସେ ଭଗବାନ୍ କୃଷ୍ଣଙ୍କୁ ନିଜର ଇଷ୍ଟ ଓ ଗୁରୁରୂପେ ବରଣ କରି ତାଙ୍କରି ଇଚ୍ଛା ଅନୁସାରେ ନିଜ ଜୀବନକୁ ପରିଚାଳିତ କରୁଥିଲେ। ଧର୍ମସମ୍ପର୍କରେ ଏବଂ ନିଜର କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟସମ୍ପର୍କରେ ତାଙ୍କ ମନରେ ରହିଥିବା ସମସ୍ତ ସଂଶୟକୁ ସେ ଆଚାର୍ଯ୍ୟ କୃଷ୍ଣଙ୍କ ନିକଟରେ ଉପସ୍ଥାପିତ କରିଥିଲେ।
(📘ଭାଗବତରେ କୃଷ୍ଣ ନିଜକୁ ଆଚାର୍ଯ୍ୟ ବୋଲି କହିଛନ୍ତି-
ଆଚାର୍ଯ୍ୟଂ ମାଂ ବିଜାନୀୟାତ୍।
ଅର୍ଥାତ୍ ମୋତେ ଆଚରଣସିଦ୍ଧ ଗୁରୁ ବୋଲି ଜାଣିବ।)
କୃଷ୍ଣ ମଧ୍ୟ ତାଙ୍କର ସମସ୍ତ ପ୍ରଶ୍ନର ଯଥାଯଥ ସମାଧାନ ଦେଇଥିଲେ। ସମସ୍ତ ତତ୍ତ୍ବ ଜାଣିସାରିବା ପରେ ମଧ୍ୟ ଉଦ୍ଧବଙ୍କ ପ୍ରଶ୍ନ ପଚାରିବା ବନ୍ଦ ନ ହେବାରୁ ଶ୍ରୀକୃଷ୍ଣ ଉପରୋକ୍ତ କଥାଟି କହିଥିଲେ।
ସେ କୌଣସି ପ୍ରକାରେ ଯଥାଶୀଘ୍ର ସମ୍ଭବ ଉଦ୍ଧବଙ୍କୁ ସେଠାରୁ ତଡ଼ିବାକୁ ଚାହୁଁଥିଲେ କାରଣ ଉଦ୍ଧବ ଆଉ ଅଧିକ ସମୟ ଦ୍ୱାରିକାରେ ରହିବା ତାଙ୍କ ପାଇଁ ବିପଦପୂର୍ଣ୍ଣ ଥିଲା। ଶ୍ରୀକୃଷ୍ଣ ଜାଣିଥିଲେ, ଏ ଦ୍ୱାରିକା ନଗରୀ ଜଳମଗ୍ନ ହୋଇଯିବ। ଯଦୁକୁଳ ଧ୍ୱଂସ ପାଇଯିବ। ତେଣୁ ସେ ଉଦ୍ଧବଙ୍କୁ ଶେଷ ଧର୍ମ-ଉପଦେଶ ଦେଇ ବଦ୍ରିକା ଚାଲିଯିବାକୁ ଆଦେଶ ଦେଇଥିଲେ। କିନ୍ତୁ ଉଦ୍ଧବ ଶ୍ରୀକୃଷ୍ଣଙ୍କୁ ଛାଡ଼ି ଯିବାକୁ ଚାହୁଁ ନ ଥିଲେ। ତେଣୁ ସେ ଯୁକ୍ତି ବାଢ଼ିଥିଲେ-
‘‘ସକଳ ତୀର୍ଥ ତୋ ଚରଣେ।
ବଦ୍ରିକା ଯିବି କି କାରଣେ।।
ଆଶ୍ରମ ନାମ ବଦରିକା।
ସେ କି ତୋ ଚରଣୁ ଅଧିକା।।’’
(📘ଭାଗବତ- ୧୧.୩୦.୧୮୮-୧୮୯)
ଶ୍ରୀକୃଷ୍ଣ ଚାହୁଁଥିଲେ ସବୁ ଯଦୁବଂଶୀ ଧ୍ୱଂସ ପାଇଯାନ୍ତୁ ପଛେ ଉଦ୍ଧବ ବଞ୍ଚି ରହନ୍ତୁ। ବଦ୍ରିକା ଗଲେ ସେଠାରେ ସାଧୁସଙ୍ଗ ମିଳିବ ଏବଂ ଉଦ୍ଧବ ଶ୍ରୀକୃଷ୍ଣଙ୍କ କଥିତ ଧର୍ମର ପ୍ରଚାର ପ୍ରସାର କରିପାରିବେ। ଉଦ୍ଧବ ଥିଲେ ଶ୍ରୀକୃଷ୍ଣଙ୍କ ଭାବଧାରା ଓ ଧର୍ମନୀତିର ମୁଖ୍ୟ ପ୍ରଚାରକ। ଆଜିଯାଏ ଯଦି ବୈଷ୍ଣବ ଧର୍ମ ବଞ୍ଚିରହିଛି, ତେବେ ତାହା ଉଦ୍ଧବଙ୍କ ସକାଶେ। ତାହାର ଅନେକ ବର୍ଷ ପରେ ଏହି ଧର୍ମ କ୍ଷୀଣ ହୋଇ ଆସୁଥିଲା ବେଳେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଆବିର୍ଭାବ ଘଟେ ଏବଂ ସେ ଏହି ଧର୍ମର ପ୍ରଚାର ପ୍ରସାର କରିବା ସହ ନୂତନ ଗୁରୁପରମ୍ପରାର ପ୍ରତିଷ୍ଠା କରନ୍ତି।
ସୁତରାଂ ‘ମନ ତୋହର ନିଜ ଗୁରୁ’ କଥାଟି କେବଳ ଉଦ୍ଧବଙ୍କ ପରି ତତ୍ତ୍ବଜ୍ଞାନୀ, ଇଷ୍ଟପ୍ରାଣ, ତଦ୍ଗତଚିତ୍ତ, ଭକ୍ତଶ୍ରେଷ୍ଠଙ୍କ ପ୍ରତି ପ୍ରଯୁଜ୍ୟ। ଉଦ୍ଧବ ଥିଲେ ଭଗବାନ କୃଷ୍ଣଙ୍କର ପାର୍ଷଦ ଭକ୍ତ। ସେ ପ୍ରଭୁଙ୍କ ପାଖେ ପାଖେ ରହି ଶ୍ରଦ୍ଧା, ପ୍ରଶ୍ନ, ସଙ୍ଗ ଓ ସେବାଦ୍ୱାରା ତାଙ୍କଠାରୁ ଧର୍ମର ସମସ୍ତ ଗୂଢ଼ ତତ୍ତ୍ବ ଶିକ୍ଷା କରିଥିଲେ। ଉଦ୍ଧବଙ୍କୁ ସମସ୍ତ ଶିକ୍ଷା ଦେଇସାରିବା ପରେ ଶ୍ରୀକୃଷ୍ଣ କହିଥିଲେ- ଆଉ ଏତେ ପଚାରିବା ଦରକାର ନାହିଁ, ଅର୍ଥାତ୍ ମୁଁ ଯେତିକି ଶିକ୍ଷା ଦେଇଛି ତାହା ଯଥେଷ୍ଟ। ତୋର ମନ ମୋଠାରେ ସଂନ୍ନ୍ୟସ୍ତ ହୋଇଥିବାରୁ ଏଣିକି ତୋର ମନ ହିଁ ତୋର ଗୁରୁ, ଅର୍ଥାତ୍ ମୁଁ ବିବେକ ରୂପରେ ତୋ ମନରେ ରହି ତୋତେ ପରିଚାଳିତ କରିବି। ତୋର ସଂନ୍ନ୍ୟସ୍ତ ମନ ଯାହା ଠିକ୍ ବୋଲି ବିଚାର କରିବ ତାହାହିଁ ଠିକ୍ ହେବ।
ଯେଉଁମାନଙ୍କର ପ୍ରବୃତ୍ତିରଙ୍ଗିଳ ମନ କାହାରିକୁ ଗୁରୁ ବା ଶ୍ରେଷ୍ଠ ବୋଲି ମାନିପାରେ ନାହିଁ, ସେମାନେ ହିଁ ‘ମନ ତୋହର ନିଜ ଗୁରୁ’ କଥାରୁ ଗୁରୁଗ୍ରହଣର ଆବଶ୍ୟକତା ନାହିଁ ବୋଲି ଅର୍ଥ ବାହାର କରନ୍ତି। ସେମାନେ ଭୁଲିଯାନ୍ତି, ସେଇ ଭାଗବତରେ ଆଉ ଗୋଟିଏ ପଦ ଅଛି- ଗୁରୁ ନ ଥାଇ ତୁ ଅର୍ଜୁନ। କାହୁଁ ପାଇବୁ ସଦଜ୍ଞାନ।। ପୁଣି ସେହି ଭାଗବତରେ ଶ୍ରୀକୃଷ୍ଣ-ଉଦ୍ଧବ ସମ୍ବାଦରେ ଅଛି-👇
‘‘ ଏହା ତୁ ବୁଝି ହେ ଉଦ୍ଧବ। ଉତ୍ତମ ଗୁରୁପାଦେ ସେବ।।
ଭକ୍ତି-କୁଠାରେ ଦୁର୍ବାସନା। ଛେଦ ତୁ ଗୁରୁବାକ୍ୟେ ସିନା।।
ଆତ୍ମାକୁ ଜାଣି ସାବଧାନେ। ଗୁରୁବଚନ ଅନୁମାନେ।।’’
ଭାଗବତରେ ତ ଗୁରୁ ଗ୍ରହଣ କରି ମୁକ୍ତିର ମାର୍ଗକୁ ସୁଗମ କରୁ ନ ଥିବା ମଣିଷକୁ ଆତ୍ମଘାତୀ ବୋଲି କୁହାଯାଇଛି। ବ୍ୟାସ ଲେଖିଛନ୍ତି-👇
‘‘ ନୃଦେହମାଦ୍ୟଂ ସୁଲଭଂ ସୁଦୁର୍ଲ୍ଲଭଂ
. ପ୍ଳବଂ ସୁକଳ୍ପଂ ଗୁରୁ କର୍ଣ୍ଣଧାରମ୍।
ମୟାନୁକୂଳେନ ନଭସ୍ବତେରିତଂ
ପୁମାନ୍ ଭବାବ୍ଧିଂ ନ ତରେତ୍ ସ ଆତ୍ମହା।।’’
(
ଏହାକୁ ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସ ଅତି ସୁନ୍ଦର ଭାବରେ ଭାବାନୁବାଦ କରିଛନ୍ତି-👇
‘. ସର୍ବ ଶରୀର ମଧ୍ୟେ ସାର। ଦୁର୍ଲ୍ଲଭ ନର କଳେବର।।
ସୁଲଭ-ନାବ ରୂପେ ଖଟେ। ବନ୍ଧନ ଭବସିନ୍ଧୁ ତଟେ।।
ଏ ନାବେ ଗୁରୁ କର୍ଣ୍ଣଧାର। ମୁହିଁ ଅନୁକୂଳ ସମୀର।।
ଏମନ୍ତ ନାବ ଥାଉଁ କୂଳେ। ଯେ ବା ନ ତରେ ଭବଜଳେ।।
ସେ ଜୀବ ହୀନ ମୂଢ଼ମତି। ତାହାକୁ ବୋଲି ଆତ୍ମଘାତୀ।।’’
(ଜଗନ୍ନାଥ ଦାସକୃତ 📘ଭାଗବତ- ୧୧.୨୧.୭୦-୭୪)
ଗୁରୁଗ୍ରହଣର ଆବଶ୍ୟକତା ଉପରେ 📘ଭାଗବତରେ ଆହୁରି ଅନେକ ବାଣୀ ରହିଛି। ସେସବୁକୁ ଉପେକ୍ଷା କରି ଉପରୋକ୍ତ ଗୋଟିଏ ବାଣୀର ଅଯୌକ୍ତିକ ବ୍ୟାଖ୍ୟା କରି ମୋର ଗୁରୁଗ୍ରହଣର ଆବଶ୍ୟକତା ନାହିଁ, ମନ ମୋର ଗୁରୁ ବୋଲି ଯେଉଁମାନେ କୁହନ୍ତି, ସେମାନଙ୍କର ଏପରି କହିବାର କାରଣ ସହଜରେ ବୁଝିହେଉଛି। ସେମାନେ ଏପରିଭାବେ ବୃତ୍ତିପ୍ରବୃତ୍ତିରେ ବୁଡ଼ି ରହିଛନ୍ତି, ଯେଉଁଥିରୁ ବାହାରିବାକୁ ଚାହାନ୍ତି ନାହିଁ। ଗୁରୁଗ୍ରହଣ କଲେ ତ ସେଇ ପ୍ରବୃତ୍ତି ଉପରେ ପ୍ରଥମେ ହାତ ପଡ଼ିଯିବ ଏବଂ ଗୁରୁଙ୍କ ଆଦେଶ-ନିର୍ଦ୍ଦେଶ ଓ ଅନୁଶାସନରେ ନିଜକୁ ଚଳାଇବାକୁ ହେବ। ତା’ହେଲେ ପ୍ରବୃତ୍ତିର ଦାସ ଜଣେ କେମିତି ହୋଇପାରିବ? ତେଣୁ ଗୁରୁଙ୍କ ଦାସ ହେବା ଅପେକ୍ଷା ଜୋରୁଙ୍କ ଦାସ ହେବାକୁ ପସନ୍ଦ କରୁଥିବା ମଣିଷ ନାନା ଯୁକ୍ତି କରି ଗୁରୁଗ୍ରହଣର ଆବଶ୍ୟକତାକୁ ଟାଳିବାର ଚେଷ୍ଟା କରିବାରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି?
✍️ଜୟ ଶ୍ରୀରାମ🙏
🌲ବଡ଼ ଦେଉଳର ଷୋଡ଼ଶ ମଣ୍ଡପ 🌲
🥀🥀🥀🥀🥀🥀🥀🥀
୧ - ରତ୍ନ ମଣ୍ଡପ : ଶ୍ରୀମନ୍ଦିରର ସ୍ଵତ୍ତ୍ଵଲିପିର ଉଲ୍ଲେଖ ପ୍ରକାରେ ବଡ଼ ଦେଉଳର ପ୍ଲଟ ନମ୍ବର ୧ ରେ ରତ୍ନବେଦୀ ବା ରତ୍ନ ମଣ୍ଡପ ଅବସ୍ଥିତ। ଯେଉଁଥିରେ କି ବଲଭଦ୍ର, ଦେବୀ ସୁଭଦ୍ରା, ଓ ଶ୍ରୀଜଗନ୍ନାଥ ପୂର୍ବାଭିମୁଖ ପୂର୍ବକ ଅବସ୍ଥାନ କରିଛାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାମକୁ ଶ୍ରୀଦେବୀ, ଶ୍ରୀସୁଦର୍ଶନ ଓ ଶ୍ରିମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି। ଏହି ରତ୍ନ ମଣ୍ଡପର ଲମ୍ବା ୧୬ ଫୁଟ ଓ ପ୍ରସ୍ଥ ୧୩ ଫୁଟ। ରତ୍ନ ମଣ୍ଡପର ଉଚ୍ଚତା ୪ ଫୁଟ। ଏହାକୁ ରତ୍ନବେଦୀ, ରତ୍ନ ମଣ୍ଡପ ଓ ରତ୍ନ ସିଂହାସନ ଆଦି ନାମରେ କୁହାଯାଇଥାଏ। ପରଂବ୍ରହ୍ମରୂପୀ
ଶ୍ରୀବିଗ୍ରହମାନେ ଏହି ମଣ୍ଡପ ବା ବେଦୀରେ ଅବସ୍ଥାନ କରୁଥିବାରୁ ଏହା ଅତ୍ୟନ୍ତ ପବିତ୍ରମୟ ତଥା ବ୍ରହ୍ମଶିଳାମୟ ହୋଇଛି ।
୨- ଦେବସଭା ମଣ୍ଡପ : ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ମୁତାବକ ପ୍ଲଟ ନଂ ୩୦ ରେ ଦେବସଭା ମଣ୍ଡପ ଅବସ୍ଥିତ। ମୁଖ୍ୟ ମନ୍ଦିର ସଂଲଗ୍ନ ଉତ୍ତର ପାର୍ଶ୍ଵ ତଥା ନାଭିକଟା ମଣ୍ଡପର ପଶ୍ଚିମ ଭାଗରେ ଗୋଟିଏ ବିରାଟ ମୁକ୍ତାକାଶ ଖୋଲା ମଣ୍ଡପ ରହିଅଛି। ଏହା 'ଦେବସଭା ମଣ୍ଡପ 'ନାମରେ କଥିତ। ଜନଶ୍ରୁତି ଅନୁଯାୟୀ ନିଶାର୍ଦ୍ଧରେ ଏହି ସ୍ଥାନରେ ଦେବତାମାନେ ସେମାନଙ୍କର ସଭା କରିଥାନ୍ତି।
୩ -ସ୍ନାନ ମଣ୍ଡପ : ଶ୍ରୀମନ୍ଦିର ବାହାର ବେଢ଼ାସ୍ଥିତ ଆନନ୍ଦ ବଜାର ପରିସରରେ ସ୍ନାନ ମଣ୍ଡପ ବା ସ୍ନାନ ବେଦୀ ଅବସ୍ଥିତ। ମଣ୍ଡପଟି ପୂର୍ବାଭିମୁଖୀ। ସ୍ଵତଲିପି ମୁତାବକ ପ୍ଲଟ ନଂ ୧୪୮ ରେ ଏହି ମଣ୍ଡପଟି ରହିଅଛି। ବଉଳମାଳା ପ୍ରସ୍ତରରେ ନିର୍ମିତ ଏହି ମଣ୍ଡପର ଦୈର୍ଘ୍ୟ ଓ ପ୍ରସ୍ଥ ଉଭୟ ୭୫ ଫୁଟ ଅଟେ। ମଣ୍ତପ ଉପରକୁ ଯିବା ପାଇଁ ଉଭୟ ଦକ୍ଷିଣ ଓ ଉତ୍ତର ପାର୍ଶରେ ପ୍ରସ୍ତର ପାହାଚ ରହିଛି। ମଣ୍ଡପରେ ଏକ ସିଂହାସନ ଓ ତିନୋଟି ଚକା ସ୍ଥାପିତ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଚତୁ୍ଦ୍ଧା ବିଗ୍ରହ ରତ୍ନ ସିଂହାସନରୁ ଏହି ମଣ୍ଡପ ବା ବେଦୀରେ ବିରାଜମାନ କରିଥାନ୍ତି। ମଣ୍ତପ ଉପରେ ଶ୍ରୀବିଗ୍ରହମାନେ ବିରାଜମାନ କରିଥିବା ସମୟରେ ସମୁଦାୟ ୧୦୮ ଗଡୁ ସଂସ୍କାରିତ ଚନ୍ଦନ, କର୍ପୁର, କେଶରାଦି ମିଶ୍ରିତ ଜଳରେ ସ୍ନାନ କରିଥାନ୍ତି। ଏହି ମଣ୍ଡପରେ ମହାପ୍ରଭୂମାନଙ୍କ ପ୍ରସିଦ୍ଧ ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ।
୪ -ଗୁଣ୍ଡିଚା ମନ୍ଦିର : ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ଗୁଣ୍ଡିଚା ମନ୍ଦିରର ପବିତ୍ରତା ସମ୍ପର୍କରେ ବିସ୍ତୃତ ବିବରଣୀ ରହିଅଛି ।
ଯଥା ଗୁଣ୍ଡିଚାମଣ୍ତପଂ ନାମ ଯତ୍ରାହମଜନଂ ପୁରା ।
ଅଶ୍ଵମେଧସହସ୍ରସ୍ୟ ମହାବେଦୀ ତଦାଭବତ୍।
ତସ୍ୟାଃ ପୁଣ୍ୟମତଂ ସ୍ଥାନଂ ପ୍ରୁଥିବ୍ୟାଂ ନେହ ବିଦ୍ୟତେ ।
ଏହି ମଣ୍ଡପକୁ ଯଜ୍ଞବେଦୀ, ମହାବେଦୀ, ଆଡ଼ପ ମଣ୍ଡପ, ରାସ ମଣ୍ଡପ , ଆଟୋପ ମଣ୍ତପ ଇତ୍ୟାଦି ନାମରେ ଉଲ୍ଲେଖ ହୋଇଥିବା ଜଣାଯାଏ । ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀରେ ଗୁଣ୍ଡିଚା ମଣ୍ଡପଟି କାଷ୍ଠ ମଣ୍ତପ ଥିଲା। ଗଙ୍ଗ ବଂଶର ରାଜା ନରସିଂହ ଦେବ (୨ ୟ)( ଖ୍ରୀ. ୧୨୭୮-୧୩୦୬) ରାଜତ୍ବ ସମୟରେ ପଥର ମଣ୍ତପ ତିଆରି ନିର୍ମାଣ ହୋଇଥିଲା। ଗୁଣ୍ଡିଚା ଘର ଗର୍ଭଗୃହରେ ପ୍ରତିଷ୍ଠିତ ମଣ୍ତପ ବା ସିଂହାସନଟି କଳା ମୁଗୁନି ପ୍ରସ୍ତରରେ ନିର୍ମିତ। ଏହି ମଣ୍ଡପର ଉଚ୍ଚତା ୪ ଫୁଟ ଏବଂ ଲମ୍ବରେ ୧୯ ଫୁଟ ବିଶିଷ୍ଟ ଅଟେ।
୫ - ମଣି ମଣ୍ଡପ : ବିଶିଷ୍ଟ କବି ଡିଣ୍ଡିମ ଜୀବଦେବାଚାର୍ଯ୍ୟଙ୍କ
' ଉତ୍ସାହବତୀ ରୁପକମ ' ନାଟକ କାବ୍ୟଟି ଶ୍ରୀମନ୍ଦିର ପାର୍ଶ୍ୱରେ ମଣି ମଣ୍ଡପରେ ଅଭିନୀତ ହୋଇଥିଲା " ଅସ୍ମିନ ବସନ୍ତ ସମୟେ ପୁରୁଷୋତ୍ତମସ୍ୟ ପ୍ରାସାଦ ପାର୍ଶେ ମଣି ମଣ୍ଡପ ( ଦ୍ର. କୋଣାର୍କ, ପଞ୍ଚସଖା, ବିଶେଷାଙ୍କ, ପୃ.୧୪)
୬ - ଭେଟ ମଣ୍ତପ: ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିର ପ୍ଲଟ ନଂ.୧୮୨ ରେ ଭେଟ ମଣ୍ଡପଟି ଅବସ୍ଥିତ। ଶ୍ରୀମନ୍ଦିର ରୋଷଘର ପରିସରର ପୂର୍ବାଭିମୁଖୀ ଏହି ମଣ୍ଡପକୁ ନିଳାଦ୍ରୀ ବିଜେ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରୁ ପହଣ୍ଡି ବିଜେରେ ଅବତରଣ କରିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଏଠାରେ ଉଭା ହୋଇ ଠାକୁରଙ୍କୁ ଭେଟିଥାନ୍ତି। ଦିବ୍ୟସିଂହ ଦେବ। ( ଖ୍ରୀ. ୧୬୮୮-୧୭୧୭) ଙ୍କ ସମୟରେ ଏହି ମଣ୍ଡପଟି ତିଆରି ହୋଇଥିଲା।
୭ -ଚାହାଁଣି ମଣ୍ତପ : ଶ୍ରୀମନ୍ଦିର ଆନନ୍ଦ ବାଜାରସ୍ଥିତ ସ୍ନାନ ମଣ୍ଡପର ଦକ୍ଷିଣ ପାର୍ଶ୍ଵରେ ପ୍ଲଟ ନଂ. ୧୪୯ ଉପରେ ଏହି ମଣ୍ଡପଟି ଅବସ୍ଥିତ। ବାହୁଡ଼ା ରଥ ସମୟରେ ଶ୍ରୀନଅର ସମ୍ମୁଖରେ ନନ୍ଦିଘୋଷ ରଥ ରଖାଯାଇଥାଏ। ଏହି ସମୟରେ ଲକ୍ଷ୍ମୀ ଠାକୁରାଣୀ ଚାହାଁଣି ମଣ୍ଡପକୁ ପାଲିଙ୍କିରେ ବିଜେ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଥମେ ଚାହିଁବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ନିମନ୍ତେ ଶ୍ରୀନଅର ସମ୍ମୁଖକୁ ବିଜେ କରିଥାନ୍ତି। ମୋଟ ୧୨ ଗୋଟି ଖମ୍ବ ଉପରେ ୭ ଫୁଟ ଉଚ୍ଚତା ବିଶିଷ୍ଟ ପିଢ଼ ଶୈଳୀ ଛାତ ନିର୍ମିତ ଏକ ଖୋଲା ମଣ୍ଡପ ଅଟେ।
ପିଆଶାଳ କାଠର କଡ଼ିବରଗା ଖମ୍ବ ଉପରେ ଚତୁଃଷ୍କୋଣୀ ଭାବେ ନିର୍ମିତ। ମଣ୍ଡପଟି ଦୈର୍ଘ୍ୟ ଓ ପ୍ରସ୍ଥରେ ପ୍ରାୟ ୧୨ ଫୁଟ ମଧ୍ୟରେ ସୀମିତ ଅଟେ। ଏହି ମଣ୍ଡପଟିକୁ ସପ୍ତଦଶ ଶତାବ୍ଦୀରେ ଖୋଜାବେଣୁ ଛୋଟରାୟ ନିର୍ମାଣ କରିଥିଲେ। ଶ୍ରୀଗୁଣ୍ଡିଚା ଦିନ ଏଠାରେ ରଥ ପ୍ରତିଷ୍ଠା କର୍ମ ଅନୁଷ୍ଠିତ ହୋଇଥାଏ।
୮- ମୁକ୍ତି ମଣ୍ତପ : ଶ୍ରୀମନ୍ଦିର ଭିତର ବେଢାସ୍ଥ ପ୍ଲଟ ନଂ. ୮୨ ରେ ମୁକ୍ତି ମଣ୍ତପ ପ୍ରତିଷ୍ଠିତ। ଶ୍ରୀମନ୍ଦିର ବେହେରଣ ଦ୍ଵାର ସମ୍ମୁଖରେ ଥିବା ମୁକ୍ତି ମଣ୍ତପଟି ପ୍ରତ୍ୟେକ ହିନ୍ଦୁ ଓ ଜନମାନସରେ ଅତ୍ୟନ୍ତ ପବିତ୍ର ତଥା ସୁପରିଚିତ ଅଟେ। କଳା ମୁଗୁନି ପ୍ରସ୍ତରରେ ନିର୍ମିତ ଏହି ମଣ୍ଡପଟିର ଦୈର୍ଘ୍ୟ ଓ ପ୍ରସ୍ଥ ପ୍ରତ୍ୟେକ ୩୮ ଫୁଟ ଅଟେ। ଏଥିରେ ୧୬ ଗୋଟି ଖମ୍ବ ରହିଅଛି। ପୁରାତନ ମୁକ୍ତି ମଣ୍ଡପଟି ଜୀର୍ଣ୍ଣ ହୋଇଯିବାପରେ ଭୋଇ ବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ ( ୧) ଙ୍କ ୧୪ ଅଙ୍କ ଖ୍ରୀ .୧୫୮୦ ରେ ମୋଗଲ ସେନାପତି ମାନସିଂହଙ୍କ ପତ୍ନୀ ଗୌରରାଣୀଙ୍କ ଉଦ୍ୟମରେ ଏହା ଜିର୍ଣୋଦ୍ଧାର ହୋଇଥିଲା। ଶଙ୍କରାଚାର୍ଯ୍ୟ ଦଣ୍ଡିସନ୍ୟାସୀ, ଦେଉଳ ପୁରୋହିତ, ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନ୍ତର୍ଭୂତ ବିଭିନ୍ନ ବ୍ରାହ୍ମଣ ସାସନର ମହାଜନ ତଥା ପଣ୍ଡିତ ମଣ୍ଡଳୀ ଏହି ମଣ୍ଡପରେ ବସିବାର ଅଧିକାର ରହିଛି। ଉକ୍ତ ମଣ୍ଡପରେ ନୃସିଂହ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିର ନିର୍ମାଣ ସମୟରେ ବ୍ରହ୍ମା ଏହି ସ୍ଥାନରେ ବସି ନିର୍ମାଣ ସମ୍ବନ୍ଧୀୟ ପରାମର୍ଶ ଦେଇଥିବା ହେତୁ ଏହାକୁ ବ୍ରହ୍ମାସନ ବୋଲି କୁହାଯାଇଥାଏ। ସଂପ୍ରତି ଅନେକ ବର୍ଷ ଧରି ଏହି ମଣ୍ଡପରେ ଶ୍ରୀଜିୟୁମାନଙ୍କର ଝୁଲଣ ମହୋତ୍ସବ ଅନୁଷ୍ଠିତ ହେଉଅଛି।
୯- ମାଜଣା ମଣ୍ଡପ : ଶ୍ରୀମନ୍ଦିର ଭିତର ବେଢାସ୍ଥ ବେହେରଣ ଦ୍ୱାର ଡାହାଣ ପାର୍ଶ୍ଵରେ ପ୍ଲଟ ନଂ.୨୧ ରେ ମାଜଣା ମଣ୍ଡପଟି ଅବସ୍ଥିତ। ସ୍ଵତ୍ତ୍ଵଲିପି ମୁତାବକ ଏଠାରେ ଗୁରୁବାର ଦିନ ଲକ୍ଷ୍ମୀଙ୍କର ମାଜଣା ହୁଏ। ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ଏହି ମଣ୍ଡପରେ ଶ୍ରୀଦେବୀ ଓ ଶ୍ରୀମଦନମୋହନ ବିବାହ ଉତ୍ସବ ହୁଏ। ପୁରାଣ ଅନୁସାରେ ଏହିଦିନ ରୁକ୍ମିଣୀଙ୍କ ସହିତ ଶ୍ରୀକୃଷ୍ଣଙ୍କ ବିବାହ ହୋଇଥିଲା। ତେଣୁ ଏହି ଏକାଦଶୀକୁ ରୁକ୍ମିଣୀ ବିବାହ ଏକାଦଶୀ କହନ୍ତି। ସେହି କାରଣରୁ ଏହି ମଣ୍ଡପକୁ ବିବାହ ମଣ୍ଡପ ବା ବିବାହ ବେଦୀ ମଧ୍ଯ କୁହାଯାଇଥାଏ।
ଉକ୍ତ ମଣ୍ଡପରେ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ବାମନ ଜନ୍ମ ନୀତି, ଆଶ୍ୱିନ କୃଷ୍ଣ ଅଷ୍ଟମୀ ( ମୂଳାଷ୍ଟମୀ) ଦିନ ଏଠାରେ ଦୂର୍ଗାଦେବୀଙ୍କର ସହସ୍ର କୁମ୍ଭାଭିଷେକ ପାଳିତ ହୋଇଥାଏ।
ଏହି ମଣ୍ଡପର ଅନ୍ୟନାମ ସୋମନାଥ ମଣ୍ଡପ। ପିଢ଼ ଶୈଳୀରେ ନିର୍ମିତ ମାଜଣା ମଣ୍ଡପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତ୍ୟହ ସନ୍ଧ୍ୟାରେ ପାରମ୍ପରିକ ଭକ୍ତି ସଙ୍ଗୀତ, ଶ୍ରୀଗୀତଗୋବିନ୍ଦ ଇତ୍ୟାଦି ଗାନ କରାଯାଇଥାଏ। ଶ୍ରୀବିଗ୍ରହମାନଙ୍କର ଚିତା ଓ ରାହୁରେଖା ସଫା କାର୍ଯ ଏହି ମଣ୍ଡପ ଉପରେ କରାଯାଇଥାଏ
୧୦- ନାଭିକଟା ମଣ୍ଡପ : ଶ୍ରୀମନ୍ଦିର ଭିତରେ ବେଢ଼ାସ୍ଥିତ ଗାରଦ ଘରର ପଶ୍ଚିମ ପାର୍ଶ୍ଵରେ ଥିବା ଏକ ପିଢ଼ ଶୈଳୀର ଖୋଲା ମଣ୍ଡପକୁ ନାଭିକଟା ମଣ୍ଡପ କୁହାଯାଉଛି। ଏହାର ଅନ୍ୟନାମ ବଜନ୍ତିର ମଣ୍ଡପ। ଶ୍ରୀକୃଷ୍ଣ ଜନ୍ମ ଦିନ ଏଠାରେ ନାଭିକଟା କର୍ମ ସମାପିତ ହୋଇଥାଏ। ଦୋଳ ପୂର୍ଣ୍ଣିମା ଦିନ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କ ମାଜଣା, ବେଶ, ଭୋଗାଦି ଏହିଠାରେ ହେବା ଉତ୍ତାରେ ଦୋଳବେଦୀରେ ବିଜେ କରନ୍ତି। ସଂପ୍ରତି ଏହି ମଣ୍ଡପରେ ପ୍ରତ୍ୟହ ସନ୍ଧ୍ୟାରେ ' ହୁଣ୍ଡି 'ଗଣତି କାର୍ଯ୍ୟ ହେଉଅଛି।
୧୧- ନିର୍ମାଲ୍ୟ ମଣ୍ଡପ : ଶ୍ରୀମନ୍ଦିର ବାହାରେ ବେଢ଼ାସ୍ଥିତ ନୀଳାଚଳ ଉପବନ ପରିସରରେ ' ନିର୍ମାଲ୍ୟ ମଣ୍ଡପ ' ଅବସ୍ଥିତ। ଏହି ମଣ୍ଡପର ଅନ୍ୟନାମ ନିର୍ମାଲ୍ୟ ଖଳା। ପ୍ରାୟ ୭ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବର୍ଗାକାର ଖୋଲା ମଣ୍ଡପ ଅଟେ। ନିର୍ମାଲ୍ୟ ଖଳା ବା ମଣ୍ଡପ ଜୀର୍ଣ୍ଣୋଦ୍ଧାର ସମ୍ପର୍କରେ ଜଣାଯାଏ ଯେ, ସପ୍ତଦଶ ଶତାବ୍ଦୀରେ ଗଜପତି ବୀର କେଶରୀଙ୍କ ରାଜତ୍ଵ ସମୟରେ ଏହାର ନବୀକରଣ ହୋଇଥିଲା
୧୨- ଜଳକ୍ରୀଡା ମଣ୍ଡପ : ନୃସିଂହ ମନ୍ଦିରର ପାଶ୍ଚାତ୍ ଭାଗରେ
( ପଶ୍ଚିମ ଦିଗରେ ) ପ୍ଲଟ ନଂ. ୮୦ ରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ। ଏହି ମଣ୍ଡପର ପ୍ରବେଶ ପଥରେ ଜୟ ବିଜୟ ମୂର୍ତି ପ୍ରତିଷ୍ଠିତ ହୋଇଛନ୍ତି। ଶ୍ରୀବିଗ୍ରହମାନଙ୍କର ଭିତର ଚନ୍ଦନଯାତ୍ରା ଅବସରରେ ଏହି ମଣ୍ଡପରେ ଜଳକ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ। ଏହି ମଣ୍ଡପଟିର ଉଚ୍ଚତା ପ୍ରାୟ ୨୩ ଫୁଟ ଅଟେ ଏବଂ ଭିତରବେଢ଼ା ପତନଠାରୁ ମଣ୍ଡପଟି ୭ ଫୁଟ ଉଚ୍ଚରେ ଅବସ୍ଥିତ। ମଣ୍ଡପ ମଧ୍ୟ ଭାଗରେ ଏକ ପ୍ରସ୍ତର ନିର୍ମିତ କୁଣ୍ଡ ରହିଛି। ଜ୍ୟେଷ୍ଠ କୃଷ୍ଣ ଓ ଶୁକ୍ଳ ଏକାଦଶୀ , ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଏଠାରେ ମଦନମୋହନଙ୍କ ତରଫରୁ ଦୋଳଗୋବିନ୍ଦ ଓ ଶ୍ରୀଦେବୀଙ୍କ ଜଳକ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥାଏ।
୧୩- ଦୋଳ ମଣ୍ଡପ : ଅତୀତରେ ଶ୍ରୀମନ୍ଦିରର ଅଗ୍ନିକୋଣରେ ଥିବା ଏକ ମଣ୍ଡପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୋଳ ଉତ୍ସବ ଅନୁଷ୍ଠିତ ହେଉଥିଲା। ତେଣୁ ଏହି ମଣ୍ଡପକୁ ଦୋଳ ମଣ୍ଡପ ନାମରେ ନାମିତ କରାଯାଇଛି। ଏକଦା ଦୋଳଉତ୍ସବ ସମୟରେ ଦୋଳି ଛିଡି ପଡ଼ିବାରୁ ବଡ଼ଠାକୁରଙ୍କ ଶ୍ରୀଭୂଜ ଭଗ୍ନ ହେବାରୁ ପରବର୍ତ୍ତୀ ଦୋଳଯାତ୍ରାମାନଙ୍କର ଚଳନ୍ତି ପ୍ରତିମା ଦୋଳ ମଣ୍ଡପକୁ ବିଜେ କରିଥିଲେ। ଏହି ମଣ୍ଡପଟି ଜୀର୍ଣ୍ଣ ହେବାରୁ ବୀର କେଶରୀ ଦେବ ଶ୍ରମନ୍ଦିରର ମେଘନାଦ ପ୍ରାଚୀର ବାହାରେ ଉତ୍ତର ପୂର୍ବ କୋଣରେ ଅନ୍ୟ ଏକ ନୂତନ ମଣ୍ଡପ ଗଢ଼ାଇଥିଲେ, ଯାହାକି ' ଦୋଳବେଦୀ ' ନାମରେ ସୁପରିଚିତ। ସଂପ୍ରତି ଏହି ମଣ୍ଡପରେ ଶ୍ରୀଜୀଉଙ୍କର ଦୋଳଯାତ୍ରା ଅନୁଷ୍ଠିତ ହେଉଅଛି।
୧୪- ଭୋଗ ମଣ୍ଡପ : ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିର ଉଲ୍ଲେଖ ପ୍ରକାରେ ପ୍ଲଟ ନଂ. ୧୧ ରେ ଭୋଗ ମଣ୍ଡପ ଅବସ୍ଥିତ। 'ଶ୍ରୀପୁରୁଷୋତ୍ତମ ଦେଉଳ କାର୍ଯ୍ୟବିଧି ' ପୋଥିର ଉଲ୍ଲେଖ ପ୍ରକାରେ ଭୋଗ ମଣ୍ଡପଟି ' ଟେରା ମଣ୍ଡପ ' ନାମରେ ଅଭିହିତ । ଏତଦବ୍ୟତୀତ କେତେକ ଏହାକୁ ' ନୀଳାଦ୍ରି ମଣ୍ଡପ ' ନାମରେ ଉଚ୍ଚାରଣ କରିଥାନ୍ତି।
ଏହି ମଣ୍ଡପରେ ପ୍ରତ୍ୟେକ ଭୋଗମଣ୍ଡପ ପୂଜା ହୁଏ। ମଣ୍ଡପର ଦକ୍ଷିଣ ପାର୍ଶ୍ଵରେ ଭୋଗ ବୁହା ପାଇଁ ଅଚିନ୍ତା ପହଣ୍ଡି ନାମରେ ଏକ ସୁଡ଼ଙ୍ଗ ପଥ ସଂଲଗ୍ନ ହୋଇଛି। ମାଦଳା ପାଞ୍ଜିରୁ ଜଣାଯାଏ ଯେ, ମଣ୍ଡପଟି ସୂର୍ଯ୍ୟବଂଶୀ ପୁରୁଷୋତ୍ତମ ଦେବଙ୍କ ସପ୍ତମ ଅଙ୍କରେ ନିର୍ମିତ। ଭୋଗମଣ୍ଡପ ପରିସରରେ ନୀଳାଦ୍ରି ମହୋଦୟର ପୂର୍ବଦିନ ଜଳ ଅଧିବାସ, ପୁଷ୍ୟାଭିଷେକ ପୂର୍ବଦିନ ଜଳ/ ଘିଅ ଅଧିବାସ, ମକର ସଂକ୍ରାନ୍ତି ପୂର୍ବଦିନ ଚାଉଳ ଅଧିବାସ, ଅକ୍ଷୟ ତୃତୀୟା ପୂର୍ବଦିନ ଚନ୍ଦନ ଅଧିବାସ ଓ ଦୟଣା ଚତୁର୍ଦ୍ଦଶୀ ପୂର୍ବଦିନ ଦୟଣା ଅଧିବାସ ଅନୁଷ୍ଠିତ ହୋଇଥାଏ।
୧୫- ନାଟ ମଣ୍ଡପ : ଶ୍ରୀମନ୍ଦିରର ଜଗମୋହନ ଓ ଭୋଗମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନକୁ ନାଟ ମଣ୍ଡପ କୁହାଯାଏ। କେତେକ ପୋଥି ଶିଳାଲେଖରେ ଏହା ' ନାଟପା ' ମଣ୍ଡପ ବୋଲି ଉଲ୍ଲେଖ ରହିଛି। ପ୍ଲଟ ନଂ. ୧୦ ରେ ଥିବା ଏହି ନାଟ ମଣ୍ଡପରେ ଶ୍ରୀକୃଷ୍ଣ ଜନ୍ମଲୀଳା ପ୍ରସଙ୍ଗରେ ଭିନ୍ନ ଭିନ୍ନ ଟିଥିରେ ଅନ୍ଧ ଲୀଳା ପ୍ରସ୍ତାବ, ଦାହ ଲୀଳା ପ୍ରସ୍ତାବମାନ ଅନୁଷ୍ଠିତ ହୋଇଥାଏ। ନାଟ ମନ୍ଦିର କାନ୍ଥ ଓ ଖୁମ୍ବମାନଙ୍କରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି, ଚିତ୍ର ଭାସ୍କର୍ଯ୍ୟମାନ ଖୋଦିତ ହୋଇଛି। ଏହି ସ୍ଥାନରେ ପୂର୍ବେ ଦେବଦାସୀ ମାନେ ସକାଳଧୂପ ପଟୁଆର ସମୟରେ ନୃତ୍ୟ କରୁଥିଲେ। ପ୍ରତ୍ୟହ ସକାଳ ଓ ରାତ୍ର ସମୟରେ ମଙ୍ଗଳ ଆଳତୀ ତଥା ପହୁଡ଼ ନୀତି ସମୟରେ ବଡ଼ଛତା ମଠର ବୈଷ୍ଣବ, ବାବାଜୀ ଏଠାରେ ପାରମ୍ପରିକ ସଂଗୀତ ଗାନ କରିଥାନ୍ତି।
୧୬- ରାହାସ ମଣ୍ଡପ : ଖ୍ରୀଷ୍ଟୀୟ ୧୬ଶ ଶତାବ୍ଦୀରେ ଶ୍ରୀମନ୍ଦିରରେ ସୁପରିଚିତ ଥିବା ରାହାସ ମଣ୍ଡପଟି ବଟ ଗଣେଶ ମନ୍ଦିର ସନ୍ନିକଟ ବଟବୃକ୍ଷ ମୂଳେ ଅବସ୍ଥିତ ଥିଲା। ଏହି ରାହାସ ମଣ୍ଡପରେ ଅତିବଡ଼ି ଜଗନ୍ନାଥ ଦାସ ସଂସ୍କୃତଭାଷୀ ମୂଳ ଭାଗବତକୁ ଓଡ଼ିଆ ଭାଷାରେ ମଧୁର ସ୍ଵରରେ ତଥା ସରଳ ଭାଷାରେ ଉପସ୍ଥିତ ଶ୍ରୋତାମାନଙ୍କୁ ପଢ଼ି ଶୁଣାଉଥିବାର ପ୍ରମାଣ ବୈଷ୍ଣବ ଲିଳାମୃତ, ଶ୍ରୀଚୈତନ୍ୟ ଚକଡା଼ ଓ ଶ୍ରୀଜଗନ୍ନାଥ ଚରିତାମୃତ ଗ୍ରନ୍ଥରୁ ସୂଚନା ମିଳେ।
ଜୟ ଶ୍ରୀ ଜଗନ୍ନାଥ 💐🙏💐
🚩#ଜୟ_ଶ୍ରୀରାମ🙏🏹
➖➖➖➖➖➖➖🍀
📗ଶ୍ରୀମଦ୍ ଭଗବଦ୍ ଗୀତା
ଷଷ୍ଠ ଅଧ୍ୟାୟ : ଧ୍ୟାନ ଯୋଗ
ସୁଖମାତ୍ୟନ୍ତିକଂ ଯତ୍ତଦ୍ବୁଦ୍ଧିଗ୍ରାହ୍ୟମତୀନ୍ଦ୍ରିୟମ୍ ।
ବେତ୍ତି ଯତ୍ର ନ ଚୈବାୟଂ ସ୍ଥିତଶ୍ଚଳତି ତତ୍ତ୍ୱତଃ ।।୨୧।।
✍️ଯୋଗ ସମାଧି ରୂପକ ସେହି ଆନନ୍ଦମୟ ଅବସ୍ଥାରେ, ବ୍ୟକ୍ତି ଅସୀମ ଦିବ୍ୟାନନ୍ଦର ଅନୁଭବ କରେ, ଏବଂ ଏହି ଅବସ୍ଥାରେ ସ୍ଥିତ ହୋଇ, ବ୍ୟକ୍ତି କେବେ ବି ପରମ ସତ୍ୟଠାରୁ ବିଚ୍ୟୁତ ହୁଏ ନାହିଁ ।
🌹🍀#ବାଖ୍ୟା👇
✍️ଆନନ୍ଦର କାମନା କରିବା, ଜୀବର ସହଜାତ ସ୍ୱଭାବ ଅଟେ । ଏହାର ଉଦ୍ଭବ ଏହିଠାରୁ ହୋଇଥାଏ ଯେ ଆନନ୍ଦସିନ୍ଧୁ ଭଗବାନଙ୍କର ଆମେ ସବୁ ଜୀବ କ୍ଷୁଦ୍ର ଅଂଶ ଅଟେ । ଏହାକୁ ପ୍ରତିପାଦିତ କରିବା ପାଇଁ ବେଦ ଶାସ୍ତ୍ରର ଅନେକ ଗୁଡ଼ିଏ ଉଦ୍ଧୃତାଂଶ ଶ୍ଳୋକ ୫୨୧ରେ ଉଲ୍ଲେଖ କରାଯାଇଛି । ଏଠାରେ ଅନ୍ୟ କେତେକ ଉଦ୍ଧୃତାଂଶ ଦିଆଯାଉଛି, ଯାହା ଭଗବାନଙ୍କର ଆନନ୍ଦସିନ୍ଧୁ ସ୍ୱରୂପକୁ ପ୍ରକାଶ କରିଥାଏ ।
ରସୋ ବୈ ସଃ ରସଙ୍ହ୍ୟେବାୟଂ ଲବ୍ଧ୍ୱାନନ୍ଦୀ ଭବତି
(📘ତୈତିରୀୟ ଉପନିଷଦ ୨.୭)
“ଭଗବାନ ସ୍ୱୟଂ ଆନନ୍ଦ ଅଟନ୍ତି, ତାଙ୍କୁ ପ୍ରାପ୍ତ କରି ଜୀବ ଆନନ୍ଦମୟ ହୋଇଯାଏ ।”
ଆନନ୍ଦମୟୋଽଭ୍ୟାସାତ୍ (📗ବ୍ରହ୍ମସୂତ୍ର ୧.୧.୧୨)
“ଭଗବାନଙ୍କର ବାସ୍ତବିକ ସ୍ୱରୂପ ଆନନ୍ଦ ଅଟେ ।”
ସତ୍ୟ ଜ୍ଞାନାନନ୍ତାନନ୍ଦ ମାତ୍ରୈକ ରସ ମୂର୍ତୟଃ (📘ଭାଗବତମ୍ ୧୦.୧୩.୫୪)
“ଭଗବାନଙ୍କର ଦିବ୍ୟ ସ୍ୱରୂପ ସତ୍ୟ, ଜ୍ଞାନ ଏବଂ ଆନନ୍ଦରେ ନିର୍ମିତ ।”
ଆନନ୍ଦ ସିନ୍ଧୁ ମଧ୍ୟ ତବ ବାସା, ବିନୁ ଜାନେ କତ ମରସି ପିୟାସା । (📗ରାମାୟଣ)
“ଆନନ୍ଦସିନ୍ଧୁ ଭଗବାନ ତୁମ ମଧ୍ୟରେ ନିବାସ କରିଛନ୍ତି । ତାଙ୍କୁ ନ ଜାଣି, ତୁମ ଆନନ୍ଦର ତୃଷ୍ଣା ତୃପ୍ତ ହେବ କିପରି?”
ଆମ୍ଭେମାନେ ଯୁଗ ଯୁଗ ଧରି ଆନନ୍ଦର ଅନ୍ୱେଷଣ କରୁଅଛେ । ଆମେ ଯାହା କିଛି କରିଥାଏ, ପ୍ରତ୍ୟେକ କାର୍ଯ୍ୟର ଉଦ୍ଦେଶ୍ୟ ସେହି ଆନନ୍ଦ ପ୍ରାପ୍ତି ହିଁ ଅଟେ । ସାଂସାରିକ ଭୋଗ୍ୟ ବସ୍ତୁରେ, ମନ ଓ ଇନ୍ଦ୍ରିୟ ବାସ୍ତବ ଆନନ୍ଦର ଏକ ଅସ୍ପଷ୍ଟ ଝଲକ ଦେଖିଥାଆନ୍ତି, କିନ୍ତୁ ତାହା ଭଗବାନଙ୍କ ଅସୀମ ଆନନ୍ଦର ଅଭିଳାଷୀ ଆମ ଭିତରର ଆତ୍ମାକୁ ତୃପ୍ତ କରିପାରେ ନାହିଁ ।
ମନ ଯେତେବେଳେ ଭଗବାନଙ୍କ ସହିତ ସଂଯୁକ୍ତ ହୋଇଯାଏ, ଆତ୍ମା ଭଗବାନଙ୍କର ସେହି ଦିବ୍ୟ, ଅନିର୍ବଚନୀୟ ଆନନ୍ଦର ଅନୁଭବ କରିଥାଏ । ବେଦ ଶାସ୍ତ୍ରରେ ଏହି ଅବସ୍ଥାକୁ ସମାଧି କୁହାଯାଏ । ମହର୍ଷି ପତଞ୍ଜଳି କହନ୍ତି: ସମାଧିସିଦ୍ଧିରୀଶ୍ୱର ପ୍ରଣିଧାନାତ୍ (📘ପତଞ୍ଜଳି ଯୋଗ ଦର୍ଶନ ୨.୪୫) “ସମାଧିରେ ସଫଳତା ପାଇଁ, ପରମେଶ୍ୱରଙ୍କର ଶରଣାଗତ ହୁଅ ।” ସମାଧିସ୍ଥ ଅବସ୍ଥାରେ, ପୂର୍ଣ୍ଣ ସନ୍ତୋଷ ଏବଂ ତୃପ୍ତି ଅନୁଭବ କରି ଆତ୍ମାର ଅନ୍ୟ କିଛି କାମନା ରହେ ନାହିଁ । ସେ ପରମ ସତ୍ୟରେ ସ୍ଥିତ ହୁଏ ଏବଂ ସେଠାରୁ କ୍ଷଣିକ ପାଇଁ ମଧ୍ୟ ବିଚ୍ୟୁତ ହୁଏ ନାହିଁ ।
✍️ଜୟ ଜଗନ୍ନାଥ 🙏
ଓଁ ନମୋ ଭଗବତେ ବାସୁଦେବାୟ🙏🕉️
*ଅହିଂସା ସତ୍ୟମକ୍ରୋଧସ୍ତ୍ୟାଗଃ ଶାନ୍ତିରପୈଶୁନମ୍ ।
ଦୟା ଭୂତେଷ୍ୱଲୋଲୁପ୍ତ୍ୱଂ ମାର୍ଦବଂ ହ୍ରୀରଚାପଲମ୍।। *
( ୧୬/୨)
ଅହିଂସା, ସତ୍ଯ, କ୍ରୋଧ ଶୂନ୍ଯତା, ତ୍ଯାଗ, ଶାନ୍ତି, କୁତ୍ସାରଟନାରୁ ନିବୃତ୍ତି, ଜୀବେଦୟା, ନିର୍ଲୋଭତା, ଭଦ୍ରତା, ବିନମ୍ରତା, ଅଚପଳ ଭାବ, ଏ ସମସ୍ତ ଦୈବୀ ପ୍ରବୃତ୍ତିର ସୂଚକ।
*ଅହିଂସା* - ଏହାର ଅର୍ଥ, ବିଚାର, ବାକ୍ୟ ବା କ୍ରିୟା ମାଧ୍ୟମରେ ଅନ୍ୟ ଜୀବର ପ୍ରଗତିଶୀଳ ଜୀବନରେ ବାଧା ଉତ୍ପନ୍ନ ନ କରିବା।
*ସତ୍ୟବାଦିତା* - ଏହାର ଅର୍ଥ, ନିଜର ଉଦ୍ଦେଶ୍ୟ ସାଧିତ କରିବା ପାଇଁ ତଥ୍ୟକୁ ବିକୃତ କରିବାରୁ କ୍ଷାନ୍ତ ରହିବା। ଭଗବାନ ପରମ ସତ୍ୟ ଅଟନ୍ତି ଏବଂ ସତ୍ୟବାଦିତାର ଅଭ୍ୟାସ ଆମକୁ ତାଙ୍କ ଦିଗକୁ ନେଇଯାଏ। ଅନ୍ୟପକ୍ଷରେ, ମିଥ୍ୟା ସହଜ ହେଲେ ମଧ୍ୟ ଆମକୁ ଭଗବାନଙ୍କଠାରୁ ଦୂରେଇ ନିଏ।
*କ୍ରୋଧ ଶୂନ୍ୟତା* - କ୍ରୋଧ ପ୍ରକାଶ କରିବା ମାୟିକ ମନର ଏକ ବିକାର ଅଟେ। ଯେତେବେଳେ ସୁଖର କାମନା ବାଧାପ୍ରାପ୍ତ ହୁଏ ଏବଂ ନିଜ ପରିକଳ୍ପନା ଅନୁସାରେ କାର୍ଯ୍ୟ ଘଟି ନ ଥାଏ, ସେତେବେଳେ ଏହା ଜାତ ହୋଇଥାଏ। ବୈରାଗ୍ୟ ଧାରଣ କରି ଏବଂ ଭଗବାନଙ୍କ ଇଚ୍ଛା ପ୍ରତି ସମର୍ପିତ ହୋଇ ବ୍ୟକ୍ତି କ୍ରୋଧକୁ ଜୟ କରିଥାଏ।
*ତ୍ୟାଗ* - ସମସ୍ତ ଭୌତିକ ଶକ୍ତି ଭଗବାନଙ୍କର ଶକ୍ତି ଅଟେ ଏବଂ ଏହା ତାଙ୍କର ସୁଖ ପାଇଁ ଉଦ୍ଦିଷ୍ଟ। ତେଣୁ ସଂସାରର ଐଶ୍ୱର୍ଯ୍ୟ ଆମର ଉପଭୋଗ ପାଇଁ ନୁହେଁ, ବରଂ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ ଉପଯୋଗ କରାଯିବା ଉଚିତ। ଏହି ଜ୍ଞାନରେ ସ୍ଥିତ ହେବା ହିଁ ତ୍ୟାଗ ଅଟେ।
*ଶାନ୍ତି* - ସଦ୍ଗୁଣର ବିକାଶ ନିମନ୍ତେ ମାନସିକ ଭାରସାମ୍ୟ ରକ୍ଷାକରିବା ଆବଶ୍ୟକ ଅଟେ। ବାହ୍ୟ ବିଶୃଙ୍ଖଳା ସତ୍ତ୍ୱେ ଅଭ୍ୟନ୍ତରର ସନ୍ତୁଳନ ରକ୍ଷା କରିବାକୁ ଶାନ୍ତି କୁହାଯାଏ।
*ପରଦୋଷ ଦର୍ଶନରୁ କ୍ଷାନ୍ତ ରହିବା* - ସଂସାର ଏବଂ ସେଥିରେ ଥିବା ସମସ୍ତ ବସ୍ତୁ ଭଲ ଓ ମନ୍ଦ ଗୁଣର ସମ୍ମିଶ୍ରଣ ଅଟେ। ଅନ୍ୟର ଦୋଷ ଦର୍ଶନ ମନକୁ କଳୁଷିତ କରେ, ଅନ୍ୟପକ୍ଷରେ ତାଙ୍କର ସଦ୍ଗୁଣ ଦେଖିବା ଦ୍ୱାରା ମନ ଶୁଦ୍ଧ ହୁଏ। ସନ୍ଥ ମହାପୁରୁଷ ମାନଙ୍କର ବିଶେଷତ୍ୱ ଏହା ଯେ ସେମାନେ ନିଜର ଦୋଷ ଦେଖିଥାନ୍ତି ଏବଂ ଅନ୍ୟର ଗୁଣ ଦେଖିଥାନ୍ତି।
*ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା* - ବ୍ୟକ୍ତି ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି କରିବା ସହିତ, ସ୍ୱାଭାବିକ ଭାବେ ଆତ୍ମ-କୈନ୍ଦ୍ରିକତାରୁ ଉଚ୍ଚ-ସ୍ତରକୁ ଯାଇଥାଏ ଏବଂ ସମସ୍ତ ପ୍ରାଣୀଙ୍କ ପ୍ରତି ସମବେଦନା ଅନୁଭବ କରିଥାଏ। ଅନ୍ୟର ଦୁଃଖକଷ୍ଟ ଦେଖି ହୃଦୟରେ ଗଭୀର ସହାନୁଭୂତି ଅନୁଭବ କରିବା, ଦୟା ଭାବ ଅଟେ।
*ଲୋଭ ରହିତ* - ଶରୀର ପୋଷଣ ନିମନ୍ତେ ଯେତିକି ଆବଶ୍ୟକ, ତା’ଠାରୁ ଅଧିକ ସଂଗ୍ରହ କରିବାର କାମନାକୁ ଲୋଭ କୁହାଯାଏ। ଏହାର ପ୍ରଭାବରେ, ଲୋକେ ବହୁ ପରିମାଣର ଅର୍ଥ ଏବଂ ସମ୍ପତ୍ତି ଏକତ୍ରିତ କରିଥାନ୍ତି, ଯଦିଓ ସେମାନେ ଜାଣନ୍ତି ଯେ ମୃତ୍ୟୁ ସମୟରେ ସବୁକିଛି ତ୍ୟାଗ କରି ଖାଲି ହାତରେ ଯିବାକୁ ପଡ଼ିବ। ଲୋଭରୁ ମୁକ୍ତି ସନ୍ତୋଷ ଏବଂ ଆନ୍ତରିକ ଶାନ୍ତି ପ୍ରଦାନ କରିଥାଏ।
*ସୌଜନ୍ୟତା* - ଯେଉଁମାନେ ଅନ୍ୟର ଭାବନା ପ୍ରତି ଅସମ୍ବେଦନଶୀଳ, ସେମାନଙ୍କର ସ୍ୱଭାବ ଏପରି ହୋଇଥାଏ ଯେ ସେମାନେ ଅନ୍ୟ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥାଆନ୍ତି। କିନ୍ତୁ ଆଧ୍ୟାତ୍ମିକ ସ୍ତରରେ ବ୍ୟକ୍ତି ଯେତେ ଉପରକୁ ଉଠେ, ସ୍ୱାଭାବିକ ଭାବରେ ତା’ର ବ୍ୟବହାରରେ ରୁକ୍ଷତା ହ୍ରାସ ପାଏ। ସୌଜନ୍ୟତା ଆଧ୍ୟାତ୍ମିକ ଶୁଦ୍ଧିକରଣର ଏକ ଲକ୍ଷଣ ଅଟେ।
*ଶାଳୀନତା* - ହ୍ରିଃ ଶବ୍ଦର ଅର୍ଥ “ଶାସ୍ତ୍ରୀୟ ଏବଂ ସାମାଜିକ ନିୟମ ବିପରୀତ କର୍ମ କରିବା ଦ୍ୱାରା ନିଜ ଭିତରେ ଦୋଷୀ ଅନୁଭବ କରିବା।” ସନ୍ଥ ସ୍ୱଭାବ, ଏକ କଠୋର ଅଭ୍ୟନ୍ତରୀଣ ବିବେକ ଦ୍ୱାରା ଅନୁପ୍ରାଣୀତ ହୋଇଥାଏ, ଯାହା କୌଣସି ପାପଯୁକ୍ତ କର୍ମ କରିବା ସମୟରେ ‘ଦୋଷୀଭାବ’ ଉତ୍ପନ୍ନ କରିଥାଏ।
*ସ୍ଥିରତା* - କୌଣସି କାର୍ଯ୍ୟ ଆମେ କିଛି ମହତ୍ ଉଦ୍ଦେଶ୍ୟ ନେଇ ଆରମ୍ଭ କରିପାରୁ। କିନ୍ତୁ ରାସ୍ତାରେ ଆମେ ଯଦି ପ୍ରଲୋଭନ ବା କଠିନତା ଦ୍ୱାରା ବିଚଳିତ ହୋଇଯାଉ, ତେବେ ଆମେ ଯାତ୍ରା ପୂର୍ଣ୍ଣ କରିପାରୁ ନାହିଁ। ସତ୍ ପଥରେ ସଫଳତା ସେତେବେଳେ ମିଳିଥାଏ, ଯେତେବେଳେ, ରାସ୍ତାରେ ଦିଗ୍ଭ୍ରଷ୍ଟ ହେବାର ଅନେକ କାରଣ ଥାଇ ମଧ୍ୟ, ଆମେ ଅବିଚଳିତ ଭାବରେ ଲକ୍ଷ୍ୟ ଅଭିମୁଖରେ ଅଗ୍ରସର ହୋଇଥାଉ।।
‼️ ଓଁ ତତ୍ସତ୍ ସର୍ଵଂ ଶ୍ରୀ କୃଷ୍ଣାର୍ପଣ ମସ୍ତୁ ‼️
🚩🚩🚩🚩🚩🚩🚩🚩🚩🚩🚩🚩
। ତୃତୀୟ ସ୍କନ୍ଧ ଊନତ୍ରିଂଶ ଅଧ୍ୟାୟ ।
।କପିଳ ଦେବହୁତି ସମ୍ଵାଦ ।
ମୋର ଭକତଜନେ ଯହିଁ।
କାଳର ଅଧିକାର ନାହିଁ ।।
ଶ୍ରୀକୃଷ୍ଣ କଳାରପ୍ରତୀକ ସ୍ଵୟଂ କାଳ ।
ଯାହାର ଭୟରେ ଚନ୍ଦ୍ର,ସୂର୍ଯ୍ୟ,ଯମ,ଇନ୍ଦ୍ର,ଗ୍ରହ ,ନକ୍ଷତ୍ର,ବାୟୁ,ଅଗ୍ନି,ଆକାଶ, ମହତ୍ତତ୍ତ୍ଵ, ସପ୍ତାବରଣ,ବନସ୍ପତି,ପୃଥିବୀ,ଜୀବଜଗତ ଇତ୍ୟାଦି ସ୍ଵଧର୍ମ ପାଳନ କରନ୍ତି ।କେବଳ ମନୁଷ୍ୟ ମଧ୍ୟରେ ବ୍ୟତିକ୍ରମ ଦେଖାଯାଏ । ସେଥିପାଇଁ କର୍ମଫଳ ଭୋଗ କରେ।
ଯେ କାଳ ଭୟରେ ତ୍ରିଗୁଣ।
ସୃଷ୍ଟି ପାଳନ ସଂହାରଣ ।।
ଈଶ୍ଵର ସର୍ବଭୂତାତ୍ମା ।ପରାତ୍ପର ।ସର୍ବ ଶକ୍ତିମାନ ।ଜଡରୁ ଜୀବ ।ଜୀବରେ ପ୍ରାଣ ।ପ୍ରାଣରେ ଚେତନା ।ଚେତନାରେ ଚିତ୍ତବୃତ୍ତି ବା ଶଦ୍ଦ,ରୂପ,ରସ,ଗନ୍ଧ,ସ୍ପର୍ଶ,ବାକ୍
ଆଦି ମଧ୍ୟରେ କୃଷ୍ଣ ବିଦ୍ୟମାନ ।ଏହି ପରମାର୍ଥ ଜ୍ଞାନ କୃଷ୍ଣ ଭକ୍ତି ବଳରେ ମଳିଥାଏ । ପ୍ରାଣର ଧର୍ମ ବୁବୁକ୍ଷା ପିପାସା,ମନର ଧର୍ମ ଶୋକ ମୋହ ,ଶରୀରରଧର୍ମ ଜରା ମୃତ୍ୟୁ ର ରହସ୍ୟ ଭେଦ କରିହୁଏ ।ଯାହାଫଳରେ ସାମୀପ୍ୟ,ସାରୂପ୍ୟ,ସାଜୁଜ୍ୟ,ସାଲୋକ୍ୟ,ସାର୍ଷ୍ଟି ଆଦି ମୋକ୍ଷ ପ୍ରାପ୍ତି ହୋଇଥାଏ ।
ଭକ୍ତି ଦୁଇ ପ୍ରକାର । ସଗୁଣ ଓ ନିର୍ଗୁଣ ।
ସଗୁଣଭକ୍ତି--ଶ୍ରଵଣ,କୀର୍ତ୍ତନ, ସ୍ମରଣ,ସେବନ,ଅର୍ଚ୍ଚନ,ବନ୍ଦନ,ଦାସ୍ୟ,ସାଖ୍ୟ,
ଆତ୍ମନିବେଦନ।ନବଧା ଭକ୍ତି।
ନିର୍ଗୁଣ ବା ନିଷ୍କାମ ଭକ୍ତି -- ଅନନ୍ୟ କୃଷ୍ଣପ୍ରେମ ।ଅବଧୂତ ଦୀକ୍ଷା ।ସର୍ବତ୍ର କୃଷ୍ଣମୟ ଦର୍ଶନକରି କୃଷ୍ଣର ଲୀଳା ଗୁଣ କୀର୍ତ୍ତି ନିତ୍ୟ ଶ୍ରବଣ ପୂର୍ବକ ଚିତ୍ତବୃତ୍ତି ନିରୋଧ କରିବା ।କୃଷ୍ଣ ପଦାର୍ଚ୍ଚିତ ସାଧନ ଅନନ୍ତ ସିଦ୍ଧି ।କୃଷ୍ଣଃଏବ ପରମ ଦୈବତମ୍ ।ସାଧୁସଙ୍ଗରୁ କାମନା ରହିତ କୃଷ୍ଣଭକ୍ତି ପ୍ରାପ୍ତ ହୁଏ ।
କୃଷ୍ଣଭକ୍ତି ଜନ୍ମ ମୂଲ ହୟ ସାଧୁସଙ୍ଗ
କୃଷ୍ଣ ପ୍ରେମ ଜନ୍ମେ ତେଁହୋ ପୁନଃ ମୁଖ୍ୟ ଅଙ୍ଗ ।
ମିତ୍ରଭାବରେ ସର୍ବ ଦେଖେ।
ସଂସାରୁ ତରେ ସେ ପ୍ରତ୍ୟକ୍ଷେ ।।
ଏହି ଦୁଇ ପ୍ରକାର ଭକ୍ତି ପ୍ରାୟ ସମାନ ।ସାଧକ ଯେକୌଣସି ପନ୍ଥା ଅବଲମ୍ଵନ କରିପାରେ ।ସତ୍ୟ ଶାନ୍ତି ଦୟା କ୍ଷମା ନଥାଇ ଯେତେ ପୂଜାର୍ଚ୍ଚନା ବା ଯୋଗସାଧନା କଲେ ସବୁ ନିଷ୍ଫଳ ହୁଏ ।ଏଣୁ ଭାଗବତୀୟ ବାଣୀ ହେଲା
କୃଷ୍ଣ ଭକତ ଯେତେ ନର
ତରନ୍ତି ଏ ଭବ ସଂସାର ।।
ମାତା ଦେବହୁତିଙ୍କୁ କପିଳ ଭଗବାନ ଏତାଦୃଶ ଉପଦେଶ ଛଳରେ ଭକ୍ତିକୁ ସର୍ବଶ୍ରେଷ୍ଠ ସାଧନ ଭାବରେ ପ୍ରତିଷ୍ଠିତ କରିଛନ୍ତି ।
ଏ ମାତା ପୁତ୍ରଙ୍କ ସମ୍ଵାଦ।
ଶୁଣନ୍ତେ ନ ଲାଗେ ପ୍ରମାଦ ।।
ଆନନ୍ଦେ ଏକବାର ହରି ହରି ବୋଲ ।ଜୟଶ୍ରୀକୃଷ୍ଣ ।
🌹🌹🌹🌹🌹🌹🌹🌹🌹🌹🌹🌹
#ହରିବଂଶ_ପୁରାଣ ( ଭାଗ -୨୯)
ଅନେକ ଶରୀରସ୍ଥ ଯେଉଁ ଜ୍ଞାନମୟ ପୁରୁଷଙ୍କୁ ଏକମାତ୍ର ବୋଲି
ଜାଣିପାରିଲେ ଇହଲୋକରେ ଶୀଘ୍ର ତତ୍ତ୍ୱଜ୍ଞାନୀ ହୋଇପାରିବ ଏବଂ ଯାହାଙ୍କଠାରେ ବିଲୀନ ହେଲେ ଆଉ ପୁନର୍ଜନ୍ମ ପ୍ରାପ୍ତ ହେବାକୁ ପଡେନାହିଁ ସେହି ସଂସାର ଅନ୍ଧକାରନାଶକାରୀ ହରିଙ୍କୁ ମୁଁ ସ୍ତୁତି କରୁଅଛି ।ହେ ପ୍ରଭୁ !ଆପଣଙ୍କ ନାମ ,ଗୁଣ ପ୍ରଚାର ଓ ପ୍ରସାର କରିବାରେ ଯଦି କିଛି ତ୍ରୁଟି ରହିଯାଉଥାଏ ତେବେ ଏ ଅଧମକୁ କ୍ଷମା କରିବା ହେବେ ।।ଜୟ ଶ୍ରୀହରି ।।🌹🌹
ପରୀକ୍ଷିତ ଶୁକମୁନିଙ୍କୁ ପଚାରିଲେ -ଦେବକୀର ଗର୍ଭ ଛଅ
ମାସ ଚାଲୁଥାଏ କଂସର ଏପ୍ରକାର ବୀର ବାଦ୍ୟ ଦେବକୀର ଗର୍ଭଉପରେ କିଛି ଖରାପ ପ୍ରଭାବ ପକାଇଲା କି ନାହିଁ?ଏସବୁ ମୋତେ ବୁଝାଇ କୁହନ୍ତୁ।ପରୀକ୍ଷିତଙ୍କ ପ୍ରଶ୍ନର ଉତ୍ତର ଦେଇ ଶୁକମୁନି କହିଲେ ମୁଁ ଯାହା ଶୁଣିଛି ତୁମ ଆଗରେ କହୁଛି ଶୁଣନ୍ତୁ ।
ଯିଏ ସାରା ବୈକୁଣ୍ଠ ,ନିଳୟ ବୈକୁଣ୍ଠ ,ସୂକ୍ଷ୍ମ ବୈକୁଣ୍ଠ ,ସୀମନ୍ତ
ବୈକୁଣ୍ଠ ,ଅମର୍ତ୍ତ୍ୟ ବୈକୁଣ୍ଠ ,ପାତାଳ ବୈକୁଣ୍ଠ ,ଗୋଲକ ବୈକୁଣ୍ଠ
ଏତେ ବୈକୁଣ୍ଠ ର ଅଧିପତି ,ସଚରାଚର ମହୀ ରେ ଯାହାଙ୍କର
ପ୍ରେମ ,ପ୍ରୀତି ଶ୍ରଦ୍ଧା ଓ ସେହ୍ନ ଦ୍ୱାରା ପରିଚାଳିତ ,ପାତାଳ ଆକାଶ ମଧ୍ୟରେ ଯେତେ ଜୀଵ ଅଛନ୍ତି ଓ ଏ ସମସ୍ତଙ୍କର ଯିଏ ସାହା ଓ ଭରସା ସେଇ ହରି ଦେବକୀ ଗର୍ଭରେ ବାସ କରିଛନ୍ତି । ସେଇ ପ୍ରଭୁ ଶ୍ରୀହରିଙ୍କୁ ଏହି ଛାର ବାଦ୍ୟ କଅଣ ପ୍ରଭାବ ପକାଇବ ।ଯାହାଙ୍କ ଚରଣରେ ତେତିଶକୋଟି ଦେବତା ଦିବା ରାତ୍ରି ଖଟି ଚାଲିଛନ୍ତି ,ଯାହାଙ୍କର ଚରଣ ଆଶ୍ରିତରେନବେ କୋଟି ପୃଥିବୀ ବାସୀ ତାହାଙ୍କ ଜନ୍ମ କାଳରେ ବୀର ବାଦ୍ୟ ଘନ ଘନ ବଜାଇ ଅନିଷ୍ଠ କରିବାକୁ ଚାହିଁଥିବା ଏ ପାମର କଂସ କାହୁଁ ଜାଣିବ ଶ୍ରୀହରଙ୍କ ମହିମା ?।
"ସଂସାର ମଧ୍ୟରେ ହରି କରାଅନ୍ତି ଭ୍ରମ
ପାମାର କଂସ କେମନ୍ତେ ଏକଥା ଜାଣିମ "।
ଦେବକୀଙ୍କର ଗର୍ଭକୁ ସାତମାସ ପୁରି ଗଲା।ଦିନକୁ ଦିନ ଦେଵକୀଙ୍କର ଶୋଭା ବୃଦ୍ଧି ପାଉଥାଏ ।ଦିନକର କଥା ଦେବକୀ ବାସୁଦେବଙ୍କୁ କହିଲା "ଦେଖ ଚାଂହୁ ଚାଂହୁ ମୋର ଗର୍ଭକୁ ସାତ ମାସ ପୁରି ଗଲା ।ମୋ ଶରୀର ଭାରି ଓଜନିଆ ମୋତେ ଲାଗୁଛି ।ମୋ ପାଖରେ ଜଣେ ଜାଣିବା ଶୁଣିବା ବୁଦ୍ଧିମତୀ ସ୍ତ୍ରୀ ଲୋକ ଟିଏ ନାହିଁ ?।ତାପରେ ମୁଁ ଶହେ ପଳ ଭରି ଲୁହାର ଝଞ୍ଜାର ଚେନ ବେକରେ ପିନ୍ଧି ଥିବାରୁ ତାହାର ଓଜନ ଅସହ୍ୟ ହେଉଛି ।ବେଳେ ବେଳେ ତଳି ପେଟ କାଟି କାଟି ଦେଇ ନାଳ ଝାଡା ମଧ୍ୟ ହେଉଛି ।ଚାଲିବାକୁ ମୋର ଶକ୍ତି ପାଉନି , ଏ ଅବସ୍ଥାରେ ମୁଁ କେମିତି ପ୍ରସବ କରିବି ।କିଏ ମୋ ଶରୀର କୁ ଆଉଁଷି ଦେବାକୁ ଅଛି କହିଲ ?।
ଦେବକୀଙ୍କର ଏପରି କଥାଶୁଣି ବସୁଦେବ ଗଭୀର ଭାବରେ ମର୍ମାହତ ହୋଇଗଲେ ।ତାଙ୍କ ଆଖିରୁ ଟୋପା ଟୋପା ଲୁହ ଖସି ପଡୁଥିଲା ବନ୍ଦୀଘର ଚଟାଣ ଉପରେ ।ବସୁଦେବ ଦେବକୀଙ୍କ ଶରୀର ଉପରେ ହାତ ବୁଲାଇ ଆଣିଲେ ଓ କହିଲେ ଦେଖ ଦେଵକୀ ତୁମ ବେକ ଓ ଗୋଡ଼ରେ ଲୁହାରେ ବନ୍ଧା ହୋଇଥିବାରୁ ତୁମ ଶରୀରକୁ ବନ୍ଧନ ପୀଡା ହେଉଛି ।ଏସବୁ ଦୈଵ କଷଣ ନହୋଇଥିଲେ କଂସ କଣ ଏହିପରି ତୁମକୁ ଲୁହାରେ ବନ୍ଧନ କରି ଥାଆନ୍ତା ।ଦେବକୀ ଙ୍କୁ ବୁଝାଇବସୁଦେଵ
କହିଲେ "ଦେବକୀ ତୁମେ ଏ ସମୟରେ ଏ ସବୁ ଚିନ୍ତା ନକରି
ମନେ ମନେ ପ୍ରଭୁ ଚକ୍ରଧରଙ୍କୁ ଚିନ୍ତାକର ।ବିପଦରେ ବହୁ ଲୋକ
ଙ୍କୁ ହରି ରକ୍ଷା କରିଛନ୍ତି ।ତୁମ ଡାକ ନିଶ୍ଚିତ ଭାବେ ଶ୍ରୀହରି ଶୁଣିବେ "।ଏମିତି କହି ବସୁଦେବ ,ଦେଵକୀଙ୍କୁ ବୁଝାଇ ଦେବାରୁ ଦେବକୀ ଶ୍ରୀକୃଷ୍ଣ ଙ୍କୁ ମନେ ମନେ ଚିନ୍ତା କଲେ ।
ଦେବକୀଙ୍କ ଗର୍ଭ ଆଠମାସ ସମ୍ପୂର୍ଣ୍ଣ ହୋଇଯିବାରୁ ପ୍ରଭୁ ଜନାର୍ଦ୍ଦନ ଦେବକୀଙ୍କ ଯୋନି ଦେଇ ଜନ୍ମ ନେଇଥିଲେ ।
"ଏହିପରି ଅଷ୍ଟମାସ ହୋଇଲା ସମ୍ପୂର୍ଣ୍ଣ
ଯୋନିରୁ ଜାତ ହୋଇଲେ ପ୍ରଭୁ ଜନାର୍ଦ୍ଦନ "।
ରାଜା ପରୀକ୍ଷିତ ଶୁକମୁନିଙ୍କୁ ପଚାରିଲେ ଭୋ ଦେବ !ନିରାକାର
ପୁରୁଷ ହେଉଛନ୍ତି ଶ୍ରୀକୃଷ୍ଣ ମୋ ଜାଣିବାରେ ସେ ଅଯୋନି ସଂ ଭୁତ !କାହିଁକି ଯୋନି ରୁ ସେ ଉଦ୍ଭୁତ ହେଲେ ?ଏ ବିଷୟରେ ମୋତେ ବୁଝାଇ କୁହନ୍ତୁ । ଶୁକମୁନି କହିଲେ ହେରାଜନ#ଯୋନି #ଜାତ କଥା କଅଣ ମୁଁ ତୁମକୁ କହୁଛି ମନ ଦେଇ ଶୁଣ ....!
ଅନାଦି ଦୁର୍ଗା ଆଦିନାରୀ କେତୁକାକୁ ଜାତ କଲେ ।କେତୁକାଙ୍କ
ଠାରୁ ବିଷ୍ଣୁ ଭଗବାନ ଜନ୍ମ ନେଲେ ।ଥରେ ଅନାଦି ନାରାୟଣ
କେତୁକାଙ୍କ ସହିତ ରମଣ କଲେ ।ତାଙ୍କଠାରୁ ମହିଷାସୁର ଜନ୍ମ ନେଇ ଦେବତା ମାନଙ୍କୁ ବିରୋଧ କଲା । ଆଦିନାରୀ କେତୁକା
ଦୁର୍ଗା ରୂପନେଇ ମହିଷାସୁରକୁ ବିନାଶ କଲେ,ସେହି ଆଦି ନାରୀ
କେତୁକା ମଧ୍ୟ ଈଶ୍ୱର ,ପାର୍ବତୀ ଙ୍କୁ ଜନ୍ମ ଦେଇଥିଲା ।ଈଶ୍ୱରଙ୍କୁ
ଜନ୍ମଦେଇଥିବା ପାର୍ବତୀ ଙ୍କୁ ଈଶ୍ୱର ରମଣ କଲେ । ପାର୍ବତୀ ଓ ଈଶ୍ୱରଙ୍କ ରମଣ ଜୋରଦାର ହଉଥିଲା,କେବଳଯେ ଗୋଟିଏ
ଥର ରମଣ ରେ ଈଶ୍ୱର ଶାନ୍ତି ହୋଇ ପାରିଲେ ନାହିଁ ।ଥରେ
ଈଶ୍ୱର ,ପାର୍ବତୀଙ୍କୁ କପିଳାସ ପର୍ବତ ଉପରକୁ ନେଇ ମନଇଚ୍ଛା
ରତି ରଙ୍ଗ ରେ ମାତି ଗଲେ ।
"କପିଳାସ ପର୍ବତରେ ସୁଖେ ବିହରନ୍ତି
ନାନାବିଧ ରତି ରଙ୍ଗ ସେଠାରେ କରନ୍ତି "।
ପାର୍ବତୀଓ ଈଶ୍ୱର ରତି କରୁଥିବା ସମୟରେ ବ୍ରହ୍ମା ଓ ବିଷ୍ଣୁ ଭଗବାନ ସେଇ କପିଳାସ ପର୍ବତ ଉପରକୁ ଗଲେ । ଈଶ୍ୱର ଙ୍କ ସହିତ ପାର୍ବତୀ ଙ୍କୁ ଦେଖିଲେ ।ଈଶ୍ୱର ,ପାର୍ବତୀ ରମଣ କରୁ ଥିବାର ଦେଖି ବିଷ୍ଣୁ ଭଗବାନ କହିଲେ "ହେ ଜଗତର ନାଥ ଜଗନ୍ନାଥ ଯେଉଁ ଯୋନି ରୁ ତୁମେ ପୁତ୍ର କୁ ଜନ୍ମ ଦେଇଥିଲ ସେଇ ପୁତ୍ରତୁମ ଯୋନିରୁ ଜନ୍ମିତ ଝିଅ କୁ ନେଇ ରତି ରଙ୍ଗ କରୁଛ ?।ଜଗନ୍ନାଥ ହୋଇ ଏପରି ଅନ୍ୟାୟ ତୁମେ କାହିଁକି ଆଚରିଲ ?।ତୁମ ଯୋନିକୁ ଧିକ ଧିକ୍ ତୁମ ଯୌବନକୁ ?ଯାହାକୁ ଜନ୍ମ କଲ ତାହା ସହିତ ଜ୍ଞାନ ଭ୍ରଷ୍ଟ ହୋଇ ରମଣ କଲ ?।
"ଧିକ ଯୋନି ଯଉବନ ତୋହର ଅଟଇ
ଜନ୍ମକରି ରମିଲୁ ତୁ ଜ୍ଞାନ ଭ୍ରଷ୍ଟ ହୋଇ "।
ବିଷ୍ଣୁ ଭଗବାନଙ୍କର ଯୋନି ନିନ୍ଦା କରିବା କଥା ଶୁଣି ପାର୍ବତୀ ବିଷ୍ଣୁ ଭଗବାନଙ୍କୁ କହିଲେ "ତୁମେ ଯୋନି ନିନ୍ଦା କେଉଁ କାରଣ ରେ କଲ ?ପ୍ରକୃତରେ ମୋହର ଯୋନି ମୋତେ ବାଟବଣା କଲା ।ତୁମେ ଯେଉଁ ଯୋନି କୁ ନିନ୍ଦା କରୁଛ ।ତୁମେ ଯୋନି ଦେଇ ଜନ୍ମ କରିବ ଏତିରେ ତିଳେମାତ୍ର ସନ୍ଦେହ ନାହିଁ ।
"ଶୁଣିକରି ପାର୍ବତୀ ଯେ ବୋଲନ୍ତି ବଚନ
ଯୋନି ନିନ୍ଦା କଲୁ ତୁହି କେଵଣ କାରଣ "।
ପାର୍ବତୀ ,ଶ୍ରୀହରି ଙ୍କୁ ଏହିପରି ଅଭିଶାପ ଦେଇଥିଲେ। ଶ୍ରୀହରି
ପାର୍ବତୀ ଙ୍କ ଅଭିଶାପ କୁ ମାନିନେଲେ ।କାରଣ ଥିଲା ଏହାଯେ
ରମଣ କରିବା ସେ ଯୁଗର ଇଚ୍ଛାଧୀନ କଥା ।ଜନ୍ମ କରିଥିବା ଝିଅ କୁ ବି ରମଣ କରିବାର ବହୁ ଉଦାହରଣ ଅଛି ଯାହାକି ପାର୍ବତୀ ମନେ ପକାଇଦେଇଥିଲେ ଶ୍ରୀହରିଙ୍କୁ।
ପୁନଶ୍ଚ ଶ୍ରୀହରି ପାର୍ବତୀ ଙ୍କୁ ପଚାରିଲେ ମୋତେ କୁହନ୍ତୁ ପାର୍ବତୀ
"ମୁଁ କେତେ ଜନ୍ମ ଯୋନିରୁ ଜନ୍ମ ନେବି ।
ଶ୍ରୀହରିଙ୍କୁ ,ପାର୍ବତୀ କହିଲେ ପ୍ରଭୁ ଶ୍ରୀହରି ତୁମେ "ତିନି ଜନ୍ମ ଜାତ ହେବ ଯୋନି ମଧ୍ୟ ଦେଇ ।ଚାରି ଯୁଗରେ ତୁମେ ଯୋନି ଦେଇ ଜନ୍ମ ହୋଇ ଆତଯାତ କରିବ ।ପର୍ଶୁରାମ ,ଶ୍ରୀରାମ ,କୃଷ୍ଣ
ଏହିରୂପରେ ତିନି ଜନ୍ମ ତୁମେ ଯୋନି ମଧ୍ୟ ଦେଇ ଆସିବ ।
ପାର୍ବତୀଙ୍କ କଥାରେ ଶ୍ରୀହରି ମନେ ମନେ ଚିନ୍ତାକରୁଥାନ୍ତି ।ନାରୀ ମାନେ ପ୍ରତି ମାସରେ ଶୁଦ୍ଧ ସ୍ନାନ କରନ୍ତି ।
ପ୍ରତି ମାସରେ ଛଅଟି ଦିନ ତାଙ୍କ ପକ୍ଷରେ ଅଶୁଦ୍ଧ ଥାଏ କାରଣ ପ୍ରତି ମାସରେ
ନାରୀମାନଙ୍କର ଉଦରରେ ପଦ୍ମ ବିକଶିତ ହୋଇ ଯୋନି ବାଟେ ରୁଧିର ଆସେ । ଏହି ଯୋନି ମାର୍ଗ ସାତଦିନରେ ଶୁଦ୍ଧ ହୁଏ ।
ସାତ ଦିନ ପରେ ଯୋନିରେ ବିର୍ଯ୍ୟ ଦେଲେ ପୁତ୍ର କନ୍ୟା ଜାତ ହୁଅନ୍ତି ।
ଛଅଦିନ ପର୍ଯ୍ୟନ୍ତ ରୁଧିର ଯୋନିରୁ ବାହାରିଥାଏ ।ଏହି ଛଅ ଦିନରେ ରମଣ କଲେ ବହୁତ ପାପ ହୋଇଥାଏ ।
ଶ୍ରୀହରିଙ୍କ ମନର କଥାକୁ ପାର୍ବତୀ ଜାଣି ପାରିଲେ ଓ କହିଲେ
ମୋତେ ସବୁ ଆପଣଂକ କଥା ଶୁଣା ଯାଇ ପାରୁଛି ପ୍ରଭୁ । ପାର୍ବତୀ କହୁଛନ୍ତ ଶ୍ରୀହରି ଭଗବାନଙ୍କୁ ନାରିଜାତିଙ୍କୁ ଏହି ଛଅ ଦିନ ରତି କ୍ରିୟାରୁ ବିଶ୍ରାମ ଦିଆଯାଇଥାଏ ଓ ପ୍ରତିମାସରେ ସବୁ
ନାରୀ ରଜୋବତୀ ହେବା ବିଧିର ନିର୍ଦ୍ଦେଶ ଅଛି ପ୍ରଭୁ ।
ପାର୍ବତୀ ପୁନଶ୍ଚ ଶ୍ରୀହରି ଭଗବାନଙ୍କୁ କହିଲେ -..........!!!
ପ୍ରଥମଦିନ ରଜୋବତୀ ନାରୀକୁ ଛୁଇଁଲେ ବ୍ରହ୍ମହତ୍ୟା ପାତକ ଲାଗେ।
ଦ୍ଵିତୀୟ ଦିବସରେ ରମଣ କଲେ ବାଳ ହତ୍ୟା ଦୋଷ ଲାଗେ।
ତୃତୀୟ ଦିନରେ ରଜୋବତୀ ନାରୀକୁ ରମଣ କଲେ ଗୋହତ୍ୟା ଦୋଷ ଲାଗେ।
ଚତୁର୍ଥ ଦିନରେ ମାତୃହରଣ ଦୋଷ ,
ପଞ୍ଚମ ଦିନରେ ରମଣ କଲେଯେଉଁ ଭଲ କର୍ମ କରିଥିବ
ସେ ,ସବୁ ନଷ୍ଟ ହୋଇଯାଏ ।
ଷଷ୍ଠ ଦିବସରେ ରଜୋବତୀ ନାରୀ
କୁ ରମଣ କଲେ ଶରୀର ରେ ରୋଗ ଜନ୍ମେ ଓ ଶରୀର ଦୁର୍ବଳ ହୋଇଯାଏ ।
" ସପ୍ତମ ଦିବସେ ଯେବେ ରମିବ ସୁନ୍ଦରୀ
ଯଶଶିରୀ ଉପୁଜଇ ଧର୍ମେ ଅଧିକାରୀ
କାଳେ ନ ଛାଡଇ ତାକୁ ଦେବୀ ଯେ କମଳା
ଲକ୍ଷଣ ବନ୍ତ ପୁରୁଷ ଜାଣେ ତାକୁ ବାଳା
ଶ୍ରୀହରିଙ୍କୁ ,ପାର୍ବତୀ କହୁଛନ୍ତି............!!!!
ଯେହୁ କରେ ଛଅ ଦିନେ ରତି ରଙ୍ଗ ରସ
ପାର୍ବତୀ ପାଖରେ ନିଶ୍ଚେ ହୋଇବ ବିନାଶ "।
ସପ୍ତମ ଦିନରେ ଯେଉଁମାନେ ରମଣ କରିବେ ତାଙ୍କର ଆୟୁଷ ଦିନକୁ ଦିନ ବର୍ଦ୍ଧିତ ହୁଏ ।ଏହିପରି ଭାବେ ପାର୍ବତୀ ବିଷ୍ଣୁ ଭଗବାନଙ୍କୁ ଯୋନିଜନ୍ମ ଅଭିଶାପ ଦେଇଥିଲେ ।ଭଗବାନ ବିଷ୍ଣୁ ,ପାର୍ବତୀ ଦେଇଥିବା ଅଭିଶାପ କୁ ଗ୍ରହଣ କରି କୈଳାସପର୍ବତରୁଅନ୍ତର୍ଦ୍ଧାନ ହୋଇଗଲେ।
କ୍ରମଶଃ ...................
🌹🌹 * ଜୟ ଶ୍ରୀହରି ଶରଣଂ *🌹🌹
ହୃଦଘାତ !!
ଆମ ଦେଶ ଭାରତରେ, ୩୦୦୦ ବର୍ଷ ପୂର୍ବେ ଜଣେ ମହାନ ଋଷି ଥିଲେ । ତାଙ୍କ ନାମ ଥିଲା ମହାଋଷି ବାଗବଟ୍ଟ ଜୀ । ସେ ଏକ ପୁସ୍ତକ ଲେଖିଥିଲେ । ଯାହାର ନାମ ଅଷ୍ଟାଙ୍ଗ ହ୍ରଦାୟମ୍ । ଏବଂ ଏହି ପୁସ୍ତକରେ ସେ ରୋଗର ଉପଶମ ପାଇଁ ୭୦୦୦ ସୂତ୍ର ଲେଖିଥିଲେ । ଏହା ସେହି ସୂତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ!
ବାଗବଟ୍ଟ ଜୀ ଲେଖିଛନ୍ତି ଯେ ଯେତେବେଳେ ବି ହୃଦୟରେ କଷ୍ଟ ହୁଏ, ଏହାର ଅର୍ଥ ହୃଦୟର ନଳୀରେ(tube) ଅବରୋଧ (blockage) ଆରମ୍ଭ ହେବାକୁ ଲାଗେ! ତେଣୁ ଏହାର ଅର୍ଥ ହେଉଛି ରକ୍ତରେ ଅମ୍ଳତା ବୃଦ୍ଧି ପାଇଛି । ଆପଣ ଅମ୍ଳତା ବୁଝନ୍ତି !ଯାହାକୁ ଇଂରାଜୀରେ ଏସିଡିଟି(acidity) କୁହାଯାଏ । ଦୁଇ ପ୍ରକାରର ଅମ୍ଳତା ଅଛି, ଗୋଟିଏ ହେଉଛି ପେଟର ଅମ୍ଳତା ଏବଂ ଆଉ ଗୋଟିଏ ହେଉଛି ରକ୍ତର ଅମ୍ଳତା ।
ଯେତେବେଳେ ତୁମର ପେଟରେ ଅମ୍ଳତା ବଢିବ ତୁମେ କହିବ,ପେଟ ଜଳୁଛି! ଖଟା ଖଟା ହେକୁଟି ଆସୁଛି! ଲାଳ ବୋହାଉଥିବ! ଏବଂ ଯଦି ଏହି ଅମ୍ଳତା ଆହୁରି ବଢେ ତେଣୁ ହାଇପରାସିଡିଟି (hyperacidity) ହେବ! ଏବଂ ଯେତେବେଳେ ପେଟର ଏହି ଅମ୍ଳତା ବଢି ରକ୍ତରେ ପ୍ରବେଶ କରେ, ସେତେବେଳେ ରକ୍ତ ଏସିଡିଟି (blood acidity) ହୁଏ ଏବଂ ଯେତେବେଳେ ରକ୍ତରେ ଅମ୍ଳତା ବଢେ, ତେବେ ଏହି ଅମ୍ଳୀୟ ରକ୍ତ ହୃଦୟର ନଳୀରୁ (ଟ୍ୟୁବ) ବାହାରି ପାରିବ ନାହିଁ ଏବଂ ଟ୍ୟୁବରେ ଅବରୋଧ ସୃଷ୍ଟି କରେ ।
କେବଳ ସେତେବେଳେ ହୃଦଘାତ ହୁଏ, ଏହା ବ୍ୟତୀତ ହୃଦଘାତ ହୁଏ ନାହିଁ । ଏବଂ ଏହା ଆୟୁର୍ବେଦର ସବୁଠାରୁ ବଡ ସତ୍ୟ ଯାହା କୌଣସି ଡାକ୍ତର ଆପଣଙ୍କୁ କୁହନ୍ତି ନାହିଁ । କାରଣ ଏହାର ଚିକିତ୍ସା ସବୁଠାରୁ ସରଳ!
ଚିକିତ୍ସା କ’ଣ?
ଅମ୍ଳ ଏବଂ କ୍ଷାର ଦୁଇ ପ୍ରକାରର ଜିନିଷ ଅଛି । ବାଗବଟ୍ଟ ଜୀ ଲେଖିଛନ୍ତି ଯେ ଯେତେବେଳେ ରକ୍ତରେ ଅମ୍ଳତା ବୃଦ୍ଧି ପାଇଥାଏ, ତେବେ ତୁମେ ଏପରି ଜିନିଷ ବ୍ୟବହାର କରିବା ଉଚିତ ଯାହାକି କ୍ଷାରୀୟ ଅଟେ ।
ବର୍ତ୍ତମାନ ଯଦି ଅମ୍ଳ ଏବଂ କ୍ଷାରକୁ ମିଶାଇ ଦିଆଯାଏ ତେବେ କ’ଣ ହେବ?
ସମସ୍ତେ ଜାଣନ୍ତି କ’ଣ ହୁଏ । ତେଣୁ ବାଗବଟ୍ଟ ଜୀ ଲେଖିଛନ୍ତି ଯେ ଯଦି ରକ୍ତର ଅମ୍ଳତା ବୃଦ୍ଧି ପାଇଛି, ତେବେ କ୍ଷାରୀୟ ଜିନିଷ ଖାଆନ୍ତୁ । ତେଣୁ ରକ୍ତର ଅମ୍ଳତା ନିରପେକ୍ଷ ହୋଇଯିବ । ତେଣୁ ଜୀବନରେ ହୃଦଘାତ ହେବାର କୌଣସି ସମ୍ଭାବନା ନାହିଁ ।
ବର୍ତ୍ତମାନ ତୁମେ ପଚାରିବ କେଉଁ ଜିନିଷଗୁଡ଼ିକ କ୍ଷାରୀୟ ଏବଂ ଆମେ କଣ ଖାଇବା ଉଚିତ୍ ? ବାଗବଟ୍ଟ ଜୀ କୁହନ୍ତି ଯେ ରକ୍ତର ଅମ୍ଳତା ହ୍ରାସ କରିବା ପାଇଁ ଲାଉରେ ସର୍ବାଧିକ ଶକ୍ତି ଅଛି, ତେଣୁ ଆପଣ ଲାଉ ରସ ଖାଇବା ଉଚିତ୍ ।
କେତେ ଖାଇବା?
ପ୍ରତିଦିନ ୨୦୦ ରୁ ୩୦୦ ମି.ଗ୍ରା. ପିଅନ୍ତୁ!
କେତେବେଳେ ପିଇବେ ?
ଆପଣ ଏହାକୁ ସକାଳେ ଖାଲି ପେଟରେ (ଶୌଚାଳୟ ଯିବା ପରେ) କିମ୍ବା ଜଳଖିଆ ଖାଇବାର ଅଧ ଘଣ୍ଟା ପରେ ପିଇପାରିବେ ।
ଆପଣ ଏହି ଲାଉ ରସକୁ ଅଧିକ କ୍ଷାରୀୟ ମଧ୍ୟ କରିପାରିବେ ।
ଏଥିରେ ତୁଳସୀ ପତ୍ରର ୭ ରୁ ୧୦ ଟି ପତ୍ର ରଖନ୍ତୁ, ତୁଳସୀ ବହୁତ କ୍ଷାରୀୟ, ଏହା ସହିତ ଆପଣ ୭ ରୁ ୧୦ ଟି ପୁଦିନା ପତ୍ର ମିଶାଇ ପାରିବେ, ପୁଦିନା ପତ୍ର ମଧ୍ୟ ଅତ୍ୟଧିକ କ୍ଷାରୀୟ, ଏହା ସହିତ ଆପଣଙ୍କୁ କଳା ଲୁଣ କିମ୍ବା ପଥର ଲୁଣ ମିଶାଇବାକୁ ପଡିବ । ଏହା ଅତ୍ୟଧିକ କ୍ଷାରୀୟ ।
ବି.ଦ୍ର. - କିନ୍ତୁ ମନେରଖ, କେବଳ କଳା କିମ୍ବା ପଥର ଲୁଣ ମିଶାନ୍ତୁ, ଅନ୍ୟ ଆୟୋଡିନ ଯୁକ୍ତ ଲୁଣ ମିଶାନ୍ତୁ ନାହିଁ, ଏହି ଆୟୋଡାଇଜଡ୍ ଲୁଣ ଅମ୍ଳଯୁକ୍ତ ।
୨ ରୁ ୩ ମାସ ମଧ୍ୟରେ ଆପଣଙ୍କର ସମସ୍ତ ହୃଦୟ ଅବରୋଧକୁ ଭଲ କରିଦେବ ।
ଆପଣ ନିଜେ ଏକବିଂଶ ଦିନରେ ବହୁତ ପ୍ରଭାବ ଦେଖିବା ଆରମ୍ଭ କରିବେ । ତୁମର କୌଣସି ଅସ୍ତ୍ରୋପଚାର ଦରକାର ନାହିଁ ।
ଏହା ଆମ ଆୟୁର୍ବେଦ ଦ୍ବାରା ଘରେ ଚିକିତ୍ସା ହୋଇ ପାରିବ ଏବଂ ତୁମର ମୂଲ୍ୟବାନ ଶରୀର ଏବଂ ଲକ୍ଷ ଲକ୍ଷ ଟଙ୍କା ଅସ୍ତ୍ରୋପଚାରରୁ ରକ୍ଷା ପାଇବ ।
🙏 ସନାତନ ଧର୍ମ ଶ୍ରେଷ୍ଠ ଧର୍ମ 🙏
"ମମୈବାଂଶୋ ଜୀବଲୋକେ ଜୀଵଭୂତଃ ସନାତନ।"🌿🌿
ଅର୍ଥାତ୍ -"ଏହି ସଂସାରରେ ଜୀବ ହୋଇଥିବା ଆତ୍ମା ମୋର ହିଁ ସନାତନ ଅଂଶ"❤️❤️
"ଇସ୍ଵର ଅଂସ ଜୀୱ ଅବିନାଶୀ।ଚେତନ ଅମଲ ସହଜ ସୁଖ ରାସୀ।।" ( ମାନସ)🌿🌿
ଅର୍ଥାତ୍ -ଜୀଵ ଈଶ୍ଵର ଙ୍କ ଅଂଶ। ସେ ହେଉଛି ଅବିନାଶୀ ଚେତନ,ନିର୍ମଳ ଓ ସହଜ ସୁଖର ଭଣ୍ଡାର।❤️❤️
☘️☘️🍀🍀🍀🌻🌻🌻🍀🍀🍀🍀🍀
ବାସ୍ତବିକ୍ ଏହି ଯେ ଆମର ସମ୍ବନ୍ଧ ଶରୀର ଓ ସଂସାର ସହିତ ନାହିଁ, ବରଂ ଭଗବାନଙ୍କର ଅଂଶ ହୋଇଥିବାରୁ ଆମର ସମ୍ବନ୍ଧ ଭଗବାନଙ୍କର ସହିତ ହିଁ ଅଛି। କିନ୍ତୁ ଆମେ ନିଜକୁ ସଂସାରର ଓ ସଂସାରକୁ ନିଜର ବୋଲି ମାନିନେଇଛୁ ଅର୍ଥାତ୍ ଶରୀର ଓ ସଂସାର ସହିତ ନିଜର ସମ୍ବନ୍ଧ ସ୍ଥାପିତ କରିଛୁ।
ପରମାତ୍ମାଙ୍କ ଅଂଶ ହୋଇଥିବାରୁ ପ୍ରକୃତରେ ଆମେ ପରମାତ୍ମାଙ୍କ ଠାରୁ କେବେହେଲେ ଦୂରେଇ ରହିପାରିଵା ନାହିଁ ଓ ସଂସାର ସହିତ କେବେହେଲେ ମିଶି ଏକତ୍ଵ ସ୍ଥାପିତ କରିପାରିବା ନାହିଁ। ପରମାତ୍ମାଙ୍କ ଠାରୁ ଆମର ସମ୍ବନ୍ଧ କଦାପି ଛିନ୍ନ ହୋଇପାରିବ ନାହିଁ କି ଜଡ ଶରୀର ଓ ସଂସାର ସହିତ ଆମର ସମ୍ବନ୍ଧ ସ୍ଥାପିତ ହୋଇପାରିବ ନାହିଁ।
ଏହି ନିରାଟ ସତ୍ୟକୁ ସ୍ବୀକାର କରିଲେ ଯାଇ ମୁକ୍ତି ବା ଇଶ୍ଵର ସାକ୍ଷାତକାର ସହଜ ହେବ।
ॐ ନମୋ ଭଗବତେ ବାସୁଦେବାୟ 🙏🙏
‘ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।
ଅହଂ ତ୍ଵା ସର୍ବପାପେଭ୍ୟୋଂ ମୋକ୍ଷୟିଷ୍ୟାମି ମା ଶୁଚଃ"।।
ଭଗବାନ ଶ୍ରୀକୃଷ୍ଣ ‘ଶ୍ରୀମଦ୍ ଭାଗବତଗୀତା’ରେ କହିଛନ୍ତି– ସବୁ ଧର୍ମ ତ୍ୟାଗ କରି ମୋର ଶରଣକୁ ଆସ, ମୁଁ ତୁମର ସମସ୍ତ ପାପ ମୁକ୍ତ କରି ମୋକ୍ଷ ଦେବି । ଚିନ୍ତା କରନାହିଁ । ଏହାର ଅର୍ଥ ମହାପ୍ରଭୁ ଆହ୍ଵାନ କରି କହିଛନ୍ତି ଯେ,ତୁମେ ଦର୍ଶନ ନିଅ ଓ କର୍ମ କର । ଫଳ ସେ ଦେବେ । ଏଥିପାଇଁ ମଣିଷ ନିଜକୁ ମହାପ୍ରଭୁଙ୍କ ମଧ୍ୟରେ ମିଶେଇ ଦିଅ । ତା’ହେଲେ ଶ୍ରୀଜଗନ୍ନାଥ ରତ୍ନ ସିଂହାସନ ଛାଡ଼ି ଭକ୍ତ ପାଖକୁ ଆସିବେ ।
ସେ ହେଉଛନ୍ତି ଭକ୍ତ ବତ୍ସଳ ଭଗଵାନ। ଏଣୁ କୁହାଯାଇଛି–
ଯେଉଁଠି ତର୍କ ଅଛି ଯୁକ୍ତି ଅଛି ଆକ୍ଷେପ ଅଛି ଅବିଶ୍ଵାସ ଅଛି ଅନ୍ୟାୟ ଅଛି ତାହା ପରିତ୍ୟାଗ କର ସେ ଶାସ୍ତ୍ର ହେଉ ଅବା ସଭାସମିତି। ତର୍କ କରି ତୁମ ଜ୍ଞାନ ବଢିପାରେ ମାତ୍ର ଭକ୍ତି ବଢିପାରେନି। ଭକ୍ତିର ସଂଜ୍ଞା ବଡ ବିଚିତ୍ର । ତୁମର ଜ୍ଞାନ ଯେତେ ବି ଆଉ ଯଦି ଜ୍ଞାନ ପାଇଁ ମନରେ ଅହଙ୍କାର ଆସେ ସବୁ ଶେଷ।ବୟସ ଯେତେ ଅଧିକ ହେଲେ ବି ଯଦି ଛୋଟ ବାଳକଟିଏ ତୁମକୁ ରାମ କଥା କି କୃଷ୍ଣକଥା ଅବା ହରିକଥା ଶୁଣାଉଛି ତେବେ ବିନା ଦ୍ବିଧାରେ ଶ୍ରବଣ କର କିନ୍ତୁ ହେୟଜ୍ଞାନ କରନି। କିଛି ବି କର କିନ୍ତୁ ହରିକଥା ଶ୍ରବଣ କର ତର୍କଠାରୁ ଦୂରରେ ରୁହ । ଆମେ ଜଣେ ବି ଛାତି ବାଡେଇ କହିପାରିବାନି ଯେ ମୋ ଜ୍ଞାନ ଅଧିକ ଏବଂ ମୋଭକ୍ତି ଅଧିକ କେବଳ ସେଇଥିପାଇଁ ଭାଗବତରେ ଲେଖାଅଛି
"ପରମ ଶାସ୍ତ୍ର ଭାଗବତ
ଅଭ୍ୟାସ କରୁଥିବ ନିତ୍ୟ
ତର୍କ ପାଷାଣ୍ଡ ଶାସ୍ତ୍ର ଯେତେ
ଅଭ୍ୟାସ ନ କରିବ ଚିତ୍ତେ"
କାରଣ ହେ ମୋର ପ୍ରିୟ ଭଗବତପ୍ରେମୀ ବନ୍ଧୁ ତଥା ଗୁରୁଜନ ବୃନ୍ଦ ଆପଣମାନେ ସମସ୍ତେ ଜାଣନ୍ତି ଯେ ମହାପ୍ରଭୁ ଯୁକ୍ତି ତର୍କ ଛନ୍ଦ କପଟ ଠୁ ବହୁ ଦୂରରେ
"ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର "
ଶ୍ରୀମଦ୍ଭାଗବତରେ କପଟ କଥାର କୌଣସି ତିଳେମାତ୍ର ଦୃଷ୍ଟାନ୍ତ ନାହିଁ ବୋଲି ତାଙ୍କର ନାମ ପରମ ଶାସ୍ତ୍ର ହୋଇଛି।
ଜୟରାଧେ 🙏
🙏‘ଜୟ ଜଗନ୍ନାଥ ସ୍ଵାମୀ ନୟନପଥ ଗାମୀ ଭବତୁ ମେ ’🙏
ସକଳ ଶାସ୍ତ୍ର ଫଳ ଏହି ।
ଶ୍ରୀ ଭାଗବତ ନାମ ଯେହି ।।
ସକଳ ବେଦ ହୋଇ ବୃକ୍ଷେ ।
ଫଳ ଫଳିଲେ ଅନ୍ତରୀକ୍ଷେ ।।
କେତେ ହେଁ ଦିନେ ପାଚି ତଳେ।
ବୃକ୍ଷୁ ପଡ଼ିଲେ ବାୟୁବଳେ ।।
ଶୁକ ଧାଇଁଲେ ତାହା ଦେଖି ।
ପକ୍ଷୀଙ୍କ ସଙ୍ଗତ ଉପେକ୍ଷି ।।
ତୋଷେ ଅଧର କ୍ଷତ କଲା ।
ଭିତରେ ସୁରଙ୍ଗ ଦିଶିଲା ।।
ତହୁଁ ଗଳିଲା ସୁଧାଧାର ।
କି ଅବା ଦେବା ପଟାନ୍ତର ।।
ଅମୃତ ନିନ୍ଦେ ସ୍ୱାଦୁ ପଣେ ।
ସୁଜନେ ପିବ ଅନୁକ୍ଷଣେ ।।
ଶ୍ରୀ ଭାଗବତ ସମସ୍ତ ଶାସ୍ତ୍ରର ସାରାଂଶ । ସବୁ ବେଦପୁରାଣ ରୂପକ ବୃକ୍ଷର ଉପର ଶାଖାରେ ଭାଗବତ ରୂପକ ଫଳ ଫଳିଲା। କିଛିଦିନ ପରେ ତାହା ପାଚିଲା। ପବନର ଆଘାତରେ ତଳେ ପଡ଼ିଲା। ଶୁକମୁନି ତାହା ଆଗ ଦେଖିଲେ ଓ ଅନ୍ୟ ପକ୍ଷୀ ( ସଂସାର ବ୍ଯସ୍ତ ଲୋକ)ମାନଙ୍କ ସଙ୍ଗ ଛାଡ଼ି ସେହି ପାଚିଲା ଫଳ ନିକଟକୁ ଧାଇଁ ଗଲେ
। ସନ୍ତୋଷରେ ଥଣ୍ଟମାରି ଚାଖିଦେଲେ। ବର୍ଣ୍ଣନା ଆରମ୍ଭ କରି ଦେଲେ। ଫଳ ଭିତର ଅତି ରଙ୍ଗୀନ୍ ଦେଖାଗଲା। ଅର୍ଥାତ୍ ଭାଗବତ ଭିତରେ ମଧୁରତା ଭରି ରହିଛି। ସେଥିରୁ ଅମୃତର ଧାରାବହି ଚାଲିଲା
। ତାର ଅନ୍ୟ ବିକଳ୍ପ କିଛି ହିଁ ନାହିଁ। ଏହାର ସ୍ୱାଦୁ ଦେବତାଙ୍କ ଅମୃତଠାରୁ ଉନ୍ନତ । ଯେଉଁମାନେ ଇର୍ଷା ମୁକ୍ତ ସେହି ଲୋକମାନେ ପ୍ରତି କ୍ଷଣରେ ପିଇଚାଲ ।
ଓଁ ନମୋ ଭଗବତେ ବାସୁଦେବାୟ 🌹🙏
🙏 ll ଭାଗବତ ଜନ୍ମ ll 🙏
ଆଜି ଭାଦ୍ରବ ପୂର୍ଣ୍ଣିମା ତଥା ଭାଗବତ ଜନ୍ମ। ପୌରାଣିକ କଥା ଅନୁସାରେ ମୃତ୍ୟୁ ଭୟରୁ ରାଜା ପରୀକ୍ଷିତଙ୍କୁ ଉଦ୍ଧାର କରିବାକୁ ଶୁକମୁନି ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଅମୃତ ଆଖ୍ୟାନ ସାତଦିନ ଧରି ଶୁଣାଇଥିଲେ ତାହା ହେଉଛି " ଶ୍ରୀମଦ୍ଭାଗବତ " । ବ୍ୟାଖ୍ୟାକାରମାନଙ୍କ କଥନରେ ଏବଂ ଲୋକ ପରମ୍ପରାରେ ପ୍ରଚଳିତ ଅଛି, ଯେ ରାଜା ପରୀକ୍ଷିତଙ୍କୁ ଶୁକମୁନି ଭାଦ୍ରବ ଶୁକ୍ଳ ନବମୀ ଦିନ ଭଗବାନଙ୍କର ସେହି ଅମୃତ ଆଖ୍ୟାନ ଶୁଣାଇବା ଆରମ୍ଭ କରିଥିଲେ ଏବଂ ତାହା ଭାଦ୍ରବ ପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ ହୋଇଥିଲା। ସେଇଥିପାଇଁ ସମ୍ଭବତଃ, ଭାଦ୍ରବ ପୂର୍ଣ୍ଣମୀ ଭାଗବତ ଜନ୍ମର ପୁଣ୍ୟ ତିଥି ରୂପେ ପାଳିତ ହୋଇ ଆସୁଛି।
ଶ୍ରୀମଦ ଭାଗବତ ଭଗବାନଙ୍କ ମୁଖ ନିସୃତବାଣୀ ଭାବରେ ସର୍ବଜନ ସ୍ଵୀକୃତ। ଭାଗବତ ପାଠ କଲେ ସମସ୍ତ ପାପ ତାପ ଦୂର ହୋଇଥାଏ।ଭାଗବତରେ ଭଗବାନଙ୍କ ଲୀଳା , ରୂପ , ଧାମ ଓ ମାହାତ୍ମ୍ୟ ଆଦିର ବର୍ଣ୍ଣନା ରହିଛି । ଭଗବାନ ଅନେକ ରୂପ ଧାରଣ କରି ନାନା ପ୍ରକାର ଲୀଳା କରନ୍ତି। ଭାଗବତ କଥା ଶ୍ରବଣରେ ସମସ୍ତ ପ୍ରକାର ଅଶୁଭ ତଥା ଯାବତୀୟ ଦୁଃଖ ତଥା ବହୁବିଧ ବିଘ୍ନ ଦୂର ହୋଇଥାଏ। ମହର୍ଷି ବ୍ୟାସଦେବ କୃତ ଶ୍ରୀମଦ୍ ଭାଗବତ ସଂସ୍କୃତଭାଷାରେ ଧର୍ମୋପନିଷେଦ ମଧ୍ୟରେ ଏକ ସର୍ବୋକଷ୍ଟ ପରିଣତି l ଏହାର ଆଧ୍ୟାତ୍ମିକ ଓ କାବ୍ୟିକ ମୂଲ୍ୟବୋଧ ତଥା ଏଥିରେ ବର୍ଣ୍ଣିତ ସାଧନା ଭକ୍ତି , ଜ୍ଞାନ , ବୌରାଗ୍ୟ , ସମାଜ ଗଠନ ପ୍ରଣାଳୀ ପ୍ରଭୃତି ସମଗ୍ର ବିଶ୍ଵ ପାଇଁ ଅତ୍ୟନ୍ତ ଉପାଦେୟ। ଏହା କହିଲେ ଆଦୌଭୁଲ ହେବ ନାହିଁ ଯେ , ମାନବର ପରମ କଳ୍ୟାଣ ନିମନ୍ତେ କୃଷ୍ଣ ଦ୍ଵୌପାୟନ ବ୍ୟାସଦେବ ଉକ୍ତ ଗ୍ରନ୍ଥ ରଚନା କରିଥିଲେ। ଏହି ଦୃଷ୍ଟିରୁ ଶ୍ରୀମଦ ଭାଗବତ ଗ୍ରନ୍ଥ ସାକ୍ଷାତ ଭଗବାନଙ୍କର ପରମ ମଙ୍ଗଳମୟ ମୂର୍ତ୍ତି ବୋଲି କୁହାଯାଇଥାଏ । ଭାଗବତ ରଚନା ସମ୍ପର୍କରେ କୁହାଯାଇଛି ଦିନେ ବ୍ୟାସଦେବ ଅନ୍ୟମନସ୍କ ଭାବରେ ବସିଥିବା ବେଳେ ତାଙ୍କ ପାଖରେ ପହଞ୍ଚିଥିଲେ ନାରଦ ମୁନି। ନାରଦ ମୁନି ବ୍ୟାସଦେବଙ୍କ ମୁହଁକୁ ଦେଖି ପଚାରିଥିଲେ ତୁମ ମୁହଁ ଦେଖିଲେ ମନେ ହେଉଛି ତୁମେ ଯେଭଳି ଦୁଖରେ ଅଛ ? ତୁମ ଭଳି ମହାନ ଜ୍ଞାନି , ଗୁଣୀ, ପଣ୍ଡିତ , ରୁଷିବରଙ୍କର ପୁଣି ମନଦୁଖ କାହିଁକି ? ବେଦ , ପୁରାଣ ମହାଭାରତ ଭଳି ମହାନ ଗ୍ରନ୍ଥ ଯିଏ ରଚନା କରିଛନ୍ତି ତାଙ୍କଠାରୁ ଆଉ କିଏ ମହାନ ଅଛନ୍ତି ?ସେତେବେଳେ ନାରଦ ମୁନିଙ୍କ କଥା ଶୁଣି ବ୍ୟାସଦେବ କହିଛନ୍ତି । ହଁ ମୁନିବର ତୁମ କଥାଅନୁସାରେ ମୁଁ ବୋହୁତ କିଛି ରଚନା କରିସାରିଛି । କିନ୍ତୁ କାହିଁକି କେଜାଣି ମୋ ମନରେ ଅବସୋସ ରହିଯାଇଛି। ଆହୁରି କିଛି ରଚନା କରିବା ପାଇଁ , ଯଦିଓ ମୁଁ ବେଦ , ମହାଭାରତ ଇତ୍ୟାଦି ରଚନା କରିଛି କିନ୍ତୁ ମୁଁ ଚାହୁଁଛି ଏଭଳି ଏକ ଗ୍ରନ୍ଥ ରଚନା କରିବା ପାଇଁ ଯାହାକୁ ସାଧାରଣ ଲୋକମାନେ ପଢିପାରିବେ , ବୁଝିପାରିବେ ଏବଂ କୃଷ୍ଣଙ୍କର ଗୁଣ ଗାନ କରି ସୁଖରେ ରହିପାରିବେ । ସେତେବେଳେ ନାରଦ ମୁନି ଓ ବ୍ୟାସଦେବ ଉଭୟଙ୍କ ଆଲୋଚନାରେ ସ୍ଥିର ହେଲା ଭାଗବତ ନାମକ ମହାନ ଗ୍ରନ୍ଥ ରଚନାର କଥା। ତାପରେ ବ୍ୟାସଦେବ ଆରମ୍ଭ କରିଥିଲେ ଭାଗବତ ରଚନା ଏବଂ ତାକୁ ଖୁବ ଶୀଘ୍ର ସାରିଥିଲେ ମଧ୍ୟ। ଭାଗବତ ମାହାପୁରାଣରେ ଜନ୍ମମୃତ୍ୟୁ କଥା କାହା ଯାଇଛି । ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତି ପାଇବାକୁ ନିର୍ବାଣ , ମୋକ୍ଷ ବା ସ୍ଵର୍ଗପ୍ରାପ୍ତି କୁହାଯାଏ। ଭାଗବତ ମହାପୁରାଣରେ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି ଯେ ଚଉରାଶି ଲକ୍ଷ ଯୋନି ଅତିକ୍ରମ କରିବା ପରେ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ମିଳିଥାଏ। ଯଥା -
ନଅ ଲକ୍ଷ ପ୍ରକାର ଜଳ ଜୀବ
କୋଡିଏ ଲକ୍ଷ ପ୍ରକାର ବୃକ୍ଷ
ଏଗାର ଲକ୍ଷ ପ୍ରକାର କୃମି କୀଟ
ଦଶ ଲକ୍ଷ ପ୍ରକାର ପକ୍ଷୀ
ତିରିଶ ଲକ୍ଷ ପ୍ରକାର ପଶୁ
ଚାରି ଲକ୍ଷ ପ୍ରକାର ମନୁଷ୍ୟ ଯୋନି
ଭାଗବତ ଶବ୍ଦ ର ଅର୍ଥ ଅନୁସାରେ " ଭା " ର ଅର୍ଥ ଭାବ " ଗ " ର ଅର୍ଥ ଜ୍ଞାନ " ବ " ର ଅର୍ଥ ବୌରାଗ୍ୟ ଏବଂ " ତ " ର ଅର୍ଥ ତତ୍ତ୍ଵ କିନ୍ତୁ ବ୍ୟାକରଣ ସୂତ୍ରାନୁସାରେ ଭାଗବତ କୃତଂ ଭାଗବତମ୍ , ଅର୍ଥାତ୍ ଯାହା ଭଗବାନଙ୍କ କୃତ ତାହାହିଁ ଭାଗବତ। ଏହି ଭାଗବତ ରେ ଭଗବାନ ଙ୍କ କିର୍ତ୍ତି ଏବଂ ମାହାତ୍ମ୍ୟ ବର୍ଣ୍ଣିତ । ଭାଗବତ ରୂପୀ କଳ୍ପ ବୃକ୍ଷ୍ୟର ମଞ୍ଜ ହେଉଛନ୍ତି ପରମାତ୍ମା ନିଜେ ଭକ୍ତି ହେଉଛି ମନ୍ଦା ଓଁକାର ହେଉଛି ଅଙ୍କୁର । ଏହା ବାର ସ୍କନ୍ଦ ରେ ବିଦ୍ୟମାନ । ଏହି ବୃକ୍ଷ୍ୟ ର ଶାଖା ପ୍ରଶାଖା ର ସଂଖ୍ୟା ହେଲା ୩୩୨ ଯାହାକି ଭାଗବତ ର ସମୁଦାୟ ଅଧ୍ୟାୟ ସଂଖ୍ୟାର ସମଷ୍ଟି। ଏହି ବୃକ୍ଷର ପତ୍ର ମାନଙ୍କର ସଂଖ୍ୟା ହେଉଛି ୧୮୦୦୦ ଯାହାକି ଭାଗବତ ର ସମସ୍ତ ଶ୍ଲୋକମାନଙ୍କର ସମଷ୍ଟି ଭାଗବତ କୁ ପ୍ରତ୍ୟକ୍ଷ୍ୟ ଭାବରେ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କରାଯାଇଛି । ଭାଗବତ ର ପ୍ରଥମ ଓ ଦ୍ଵିତୀୟ ସ୍କନ୍ଦ ଭଗବାନଙ୍କର ଦୁଇ ଚରଣାର ବିନ୍ଦ । ତୃତୀୟ ଏବଂ ଚତୁର୍ଥ ସ୍କନ୍ଦ ଯଥାର୍ଥ ପ୍ରଭୁଙ୍କର ଦୁଇ ଭାନୁ। ପଞ୍ଚମ ସ୍କନ୍ଦ ହେଉଛି ନାଭି ଦେଶ । ଷଷ୍ଟ ସ୍କନ୍ଦ ଭଗବାନଙ୍କର ବକ୍ଷ ସ୍ଥଳ । ସପ୍ତମ ଓ ଅଷ୍ଟମ ସ୍କନ୍ଦ ହେଉଛି ଦୁଇ ଭୁଜ । ନବମ ସ୍କନ୍ଦ ହେଉଛି ପ୍ରଭୁଙ୍କର କଣ୍ଠ ଦେଶ । ଦଶମ ସ୍କନ୍ଦ ହେଉଛି ଶ୍ରୀ ଗଙ୍ଗା ଅଧର ଯୁକ୍ତ ମୁଖ ମଣ୍ଡଳ। ଏକାଦଶ ସ୍କନ୍ଦ ହେଉଛି ଲାଲ ଦେଶ ବା ଲଲାଟ । ଦ୍ଵାଦଶ ସ୍କନ୍ଦ ହେଉଛି ଭଗବାନଙ୍କର ମସ୍ତକ। ଏହି ମାହାନ ଗ୍ରନ୍ଥ ମହିମା ବିଷୟରେ ଯେତେଯାହା କହିଲେ କମ ହେବ। ଷୋଡଶ ଶତାବ୍ଦୀରେ ଯେଉଁ ମହାମନିଷୀମାନେ ଶ୍ରୀମଦ ଭାଗବତକୁ ଆଧାରକରି ପ୍ରାନ୍ତୀୟ ଭାଷାରେ ନିଜନିଜ ଭକ୍ତିପୂର୍ଣ୍ଣ କୃତିସମୂହ ଦ୍ଵାରା ସମାଜରେ ଭକ୍ତିଧାରା ସୃଷ୍ଟି କରିବାରେ ମହାନ କାର୍ଯ୍ୟ କରିଛନ୍ତି ସେମାନଙ୍କ ମଧ୍ୟରେ ଓଡିଶାର ମାହାନ ସନ୍ଥ ଅତିବଡୀ ଜଗନ୍ନାଥ ଦାସ ଅନ୍ୟତମ। ତାଙ୍କ ପ୍ରଣୀତ ଓଡିଆ ଭାଗବତ ଉତ୍କଳୀୟ ଜନଜୀବନ ଓ ଉତ୍କଳୀୟ ସଂସ୍କୃତିର ଏକ ବଳିଷ୍ଠ ଅଙ୍ଗ ପାଲଟି ଯାଇଛି ।
ଇତିହାସ କହେ ବ୍ୟାସଦେବ ରଚିତ ସଂସ୍କୃତ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳଭାଷାରେ ବୁଝାଇ ଦେଉଥିଲେ । ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ସେ ଓଡ଼ିଆ ଭାଷାରେ ନବାକ୍ଷରୀ ଛନ୍ଦରେ ଏହାର ଭାବାନୁବାଦ କରିଥିଲେ । ଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ ନିତି ଭାଗବତ ପାଠ ହୁଏ ଓ ଭକ୍ତଗଣ ଶୁଣିବାକୁ ଆସନ୍ତି । ଓଡିଶାର ପୁରପଲ୍ଲୀରେ ତଥା ଘରେ ଘରେ ପୂଜା ଏହାର ଲୋକପ୍ରିୟତା ସର୍ବଜନୀତ। ଓଡିଶାର ଜନମାନସ ତଥା ଧର୍ମପ୍ରାଣ ଶ୍ରାଦ୍ଦାଳୁ ଏହି ଗ୍ରନ୍ଥକୁ ସ୍ଵୟଂ ଭଗବାନଙ୍କ ବିଗ୍ରହ ମନେକରି ଆଜି ମଧ୍ୟ ଘରେ ଘରେ ପୂଜା କରୁଛନ୍ତି । ଏହା ହିଁ ଉକ୍ତ ଗ୍ରନ୍ଥ ର ମହାନାତା ର ପ୍ରମାଣ । ଭଗବତରେ ଅତିବଡୀ ଜଗନ୍ନାଥ ଦାସ ମନୁଷ୍ୟ ଜନ୍ମକୁ ପ୍ରଶଂସା କରିଅଛନ୍ତି ଯଥା -
ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମହୀତଳେ
ଦୁର୍ଲ୍ଲଭ ମନୁଷ୍ୟ ଜନମ ପାଇ କିମ୍ପାଇ ହେଉ ଭ୍ରମ
ସର୍ବ ଶରୀର ମଧ୍ୟେ ସାର ଦୁର୍ଲ୍ଲଭ ନର କଳେବର
ଦୁର୍ଲ୍ଲଭ ମନୁଷ୍ୟ ଶରୀର ନରକ ନିସ୍ତାରଣ ଦ୍ଵାର
ଜଗନ୍ନାଥଙ୍କର ଷୋଳକଳା ମଧ୍ୟରୁ ଶ୍ରୀ କୃଷ୍ଣ ଏକ କଳାରେ ଅବତାରୀ ହୋଇଛନ୍ତି । ସେହି ଗୋଟିଏ କଳାକୁ ପୁଣି ଷୋହଳ କଳା କରି ତହିଁରୁ ଏକ କଳା ଅର୍ଜୁନକୁ ପ୍ରଦାନ କରିଛନ୍ତି ଏବଂ ପନ୍ଦର କଳା ଘେନି ନିଜେ ଗୋପ ମଥୁରା ତଥା ଦ୍ଵାରିକାଦି କ୍ଷେତ୍ରରେ ଚିରନ୍ତନ ଲୀଳାମାନ ସମ୍ପର୍ଣ୍ଣ କରିଛନ୍ତି । ଜଗନ୍ନାଥ ଦାସଙ୍କ କୃତ ଓଡ଼ିଆ ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧ ଦଶରୁ ତିରିଶଟି ଅଧ୍ୟାୟ ବିଭକ୍ତ ହୋଇ ଏଭଳି ରଚିତ ଯେ, ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସମାପ୍ତ ହେବ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା । ଜଗନ୍ନାଥ ଦାସଙ୍କ ଭାଗବତରେ ମୂଳ ସଂସ୍କୃତ ଭାଗବତର ମଙ୍ଗଳାଚରଣ ସ୍ଥାନ ପାଇବା ଦେଖିବାକୁ ମିଳେ ।
ll ମଙ୍ଗଳାଚରଣ ll :- ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି ।
ଯସ୍ୟାସ୍ତେ ହୃଦୟେ ସଂବିତ୍ ତଂ ନୃସିଂହମହଂ ଭଜେ || ୧ ||
ଭାବାର୍ଥ:- ଯାହାଙ୍କ ମୁଖରେ ସରସ୍ୱତୀ, ବକ୍ଷସ୍ଥଳରେ ଲକ୍ଷ୍ମୀ ଏବଂ ହୃଦୟରେ ଜ୍ଞାନ ବିରାଜମାନ, ସେହି ନୃସିଂହ ଭଗବାନଙ୍କୁ ମୁଁ ବନ୍ଦନା କରୁଛି ।
ବିଶ୍ୱସର୍ଗବିସର୍ଗାଦିନବଲକ୍ଷଣଲକ୍ଷିତମ୍
ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମ ତତ୍ || ୨ ||
ବିଶ୍ୱର ସର୍ଗ, ବିସର୍ଗ ଆଦି ନବଲକ୍ଷଣ (ସର୍ଗ, ବିସର୍ଗ, ସ୍ଥାନ, ପୋଷଣ, ଉତି, ମନ୍ୱନ୍ତର, ଈଶାନୁକଥା, ନିରୋଧ ଓ ମୁକ୍ତି)ଦ୍ୱାରା ଲକ୍ଷିତ, ସମଗ୍ର ଜଗତର ପରମ ଆଶ୍ରୟ ତଥା ବିଶ୍ୱର ଅନ୍ଧକାର ବିନାଶକାରୀ ପରମ ତେଜୋମୟ ଶ୍ରୀକୃଷ୍ଣଙ୍କ ସାକ୍ଷାତ୍ ସ୍ୱରୂପ ଶ୍ରୀମଦଭାଗବତକୁ ଆମ୍ଭେମାନେ ନମସ୍କାର କରୁଛୁ ।
ମାଧବୋମାଧବାବୀଶୌ ସର୍ବସିଦ୍ଧି ବିଧାୟିନୌ ।
ବନ୍ଦେ ପରସ୍ପରାତ୍ମାନୌ ପରସ୍ପରନୁତିପ୍ରିୟୋ ।। ୩ ||
ସର୍ବସିଦ୍ଧି ପ୍ରଦାୟକ, ପରସ୍ପର ଏକାତ୍ମରୂପ ଏବଂ ପରସ୍ପରର ସ୍ତୁତିରେ ପ୍ରସନ୍ନ ହେଉଥିବା ମାଧବ (ଲକ୍ଷ୍ମୀପତି ବିଷ୍ଣୁ) ଓ ଉମାଧବଙ୍କୁ (ଉମାପତି ଶିବଙ୍କୁ) ଆମ୍ଭେ ବନ୍ଦନା କରୁଛୁ ।
ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।
ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ | ୪ ||
ଯାହାଙ୍କ କୃପା ମୂକକୁ ବାଗ୍ମୀ କରିଦେଇପାରେ, ପଙ୍ଗୁକୁ ଗିରି ଲଂଘନ କରାଇ ଦେଇପାରେ, ସେହି ପରମାନନ୍ଦ ମାଧବଙ୍କୁ ମୁଁ ବନ୍ଦନା କରୁଛି ।
ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବୈଃ ସ୍ତବୈ-
ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈଗାୟନ୍ତି ଯଂ ସାମଗାଃ ।
ଧ୍ୟାନାବତ୍ସିତଦ୍ଗତେନ ମନସା ପଶଂନ୍ତି ଯଂ ଯୋଗିନୋ
ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ || ୫ ||
ଯାହାଙ୍କୁ ବ୍ରହ୍ମା, ବରୁଣ, ଇନ୍ଦ୍ର, ରୁଦ୍ର, ମରୁତ ପ୍ରଭୃତି ଦିବ୍ୟ ସ୍ତୋତ୍ରଦ୍ୱାରା ସ୍ତୁତି କରନ୍ତି; ଯାହାଙ୍କ ମହିମା ସାମବେଦ ଗାୟନକାରୀମାନେ ପଦକ୍ରମାନୁସାରେ ବେଦ ଉପନିଷଦ ପ୍ରଭୃତିଦ୍ୱାରା ଗାନ କରନ୍ତି; ଧ୍ୟାନାଭିଭୂତ ମନ ମଧ୍ୟରେ ଯୋଗୀମାନେ ଯାହାଙ୍କୁ ଦର୍ଶନ କରନ୍ତି ଏବଂ ଦେବ ଦାନବଗଣ ଯାହାଙ୍କର ଅନ୍ତ ପାଇ ପାରନ୍ତି ନାହିଁ, ସେହି ଦେବଙ୍କୁ ମୁଁ ନମସ୍କାର କରୁଛି ।
ନାରାୟଣଂ ନମସ୍କୃତ୍ଂୟ ନରଂ ଚୈବ ନରୋତ୍ତମମ୍ ।
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ || ୬ ||
ଭଗବାନ ନାରାୟଣ, ନରୋତ୍ତମ ନର, ଦେବୀ ସରସ୍ୱତୀ ଓ ମହର୍ଷି ବ୍ୟାସଦେବଙ୍କୁ ନମସ୍କାର କରି ସଂସାର ଓ ଅନ୍ତଃକରଣର ନାନାବିଧ ବିକାର ଉପରେ ବିଜୟ ପ୍ରଦାନ କରାଉଥିବା ଏହି ଶ୍ରୀମଦଭାଗବତ ମହାପୁରାଣକୁ ପାଠ କରିବା ଉଚିତ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।ପଦୁ ଗଡ଼ୁଛି ମକରନ୍ଦ ॥
ସେ ମକରନ୍ଦ ପାନ କରି ।ହେଳେ ତରିଲେ ବ୍ରଜନାରୀ ॥
ସେ ବ୍ରଜନାରୀଙ୍କ ପୟରେ ।ମନ ମୋ ରହୁ ନିରନ୍ତରେ ॥
ମନ ମୋ ନିରନ୍ତରେ ଥାଉ ।ହା କୃଷ୍ଣ ବୋଲି ଜୀବ ଯାଉ ॥
—ଜଗନ୍ନାଥ ଦାସ, ଭାଗବତ ବାଣୀ
ଆଜି ସେହି ମହାନ ତଥା ପବିତ୍ର ଗ୍ରନ୍ଥର ଜନ୍ମଦିନ। ଓଡିଆ ପୁରପଲ୍ଲିରେ ଏହା ଭାଗବତ ଜନ୍ମ ଭାବେ ବେଶ ପ୍ରସିଦ୍ଧ। ଏହି ଅବସରରେ ଆମେମାନେ ପ୍ରତ୍ୟହ ଓଡିଆ ଭାଗବତ ପଢିବାରେ ବ୍ରତୀ ହେବା।
"ଯେପରି ଭୋଜନ କରୁଥିବା ବ୍ୟକ୍ତିର ପ୍ରତ୍ୟେକ ଗ୍ରାସ ସହିତ ତୁଷ୍ଟି ,ପୁଷ୍ଟି ଓ କ୍ଷୁଧାନିବୃତ୍ତି ହୋଇଚାଲିଥାଏ, ସେହିପରି ଭଗବାନଙ୍କର ଶରଣାପନ୍ନ ହୋଇ ଭଜନ କରୁଥିବା ବ୍ୟକ୍ତିକୁ ଭଗବାନଙ୍କ ପ୍ରତି ପ୍ରେମ, ପ୍ରେମାସ୍ଫଦ ପ୍ରଭୁଙ୍କ ସ୍ଵରୁପର ଅନୁଭବ ଓ ପ୍ରଭୁଙ୍କ ବ୍ୟତିତ ଅନ୍ୟ ସଵୁଥିରୁ ବୈରାଗ୍ୟ - ଏ ତିନୋଟିର ପ୍ରାପ୍ତି ପ୍ରତିକ୍ଷଣ ଏକସଙ୍ଗେ ହୋଇଚାଲିଥାଏ।"
ଅତ ଏଵ ଯେ ପ୍ରତିକ୍ଷଣ ପ୍ରତ୍ୟେକ ବୃତ୍ତି ଦ୍ବାରା ଭଗବାନଙ୍କର ଚରଣ କମଳରେ ଭଜନ କରେ, ତାକୁ ଭକ୍ତି, ବୈରାଗ୍ୟ ଓ ଭଗବତ୍ ପ୍ରବୋଧ ଅବଶ୍ୟ ପ୍ରାପ୍ତ ହୁଏ ଏବଂ ସେ ଭାଗବତ ହୋଇଯାଏ ତଥା ପରମଶାନ୍ତିର ସାକ୍ଷାତ୍ ଅନୁଭବ କରେ ।
ॐ ନମୋ ଭଗବତେ ବାସୁଦେବାୟ 🙏🌹🌹🙏
କାଳିଆ ପ୍ରେମ...
ନା ମୋର ବିଷ୍ନୁପ୍ରିୟା । ଗରିବ ଘରର ଝିଅଟେ ବୋଲି ପ୍ରାୟ ମୋର କେହି ସାଥି ନାହାନ୍ତି । ହେଲେ ମୋ ବାପା ମୋ ପାଇଁ ଦୁନିଆର ସବୁଠୁ ଭଲ ସାଥିଟିଏ ବାଛି ଦେଇଛନ୍ତି ।
ପିଲା ବେଳୁ ସାଙ୍ଗ ପାଇଁ ଅଳି କରୁଥିଲି, ଆଉ ଠିକ୍ ସେତେବେଳେ ବାପା ମୋତେ କାଠରେ ତିଆରି କଣ ଗୋଟେ ମୋ ହାତରେ ଦେଇ କହିଥିଲେ ୟେ କୁଆଡେ ଆମ ସମସ୍ତଙ୍କ ସାଥି ।
ସାରା ଜୀବନ କୁଆଡେ ଆମ ସାଙ୍ଗ ହେଇ ରୁହନ୍ତି । ତୁ ୟା ସହ ସାଥି ହେଇ ଖେଳା ଖେଳି କରେ । ଯେମିତି ଯେମିତି ବଡ ହେଇ ଆସିଲି ଜାଣିଲି ସେ ଆଉ କେହି ନୁହଁ ଶ୍ରୀକ୍ଷେତ୍ର ବାସି ଆମ କାଳିଆ ସାଆନ୍ତେ ।
ବାପା ସବୁ ଦିନ ଆସି କାଳିଆ ସାଆନ୍ତେଙ୍କ ବିଷୟରେ ବହୁତ କଥା କୁହନ୍ତି କେତେ କେତେ ଭକ୍ତ ଙ୍କ ଭକ୍ତି ଗାଥା ଶୁଣାନ୍ତି । ଆଉ ସେ ସବୁ ଶୁଣି ଶୁଣି କେବେ ଯେ ମୋ ମନ ଏଇ କାଳିଆଠି ଲାଖି ଗଲା ଜାଣି ପାରିଲିନି ।
ଦିନ ଯେତିକି ଗଡି ଗଡି ଯାଉଥାଏ ମଣିମା ଜଗନ୍ନାଥଙ୍କ ସହ ମିଶିବାକୁ ମନ ଆହୁରି ବଳି ପଡୁଥାଏ । ଜୀବନ ସାରା ସାଥି ହେବ ଯିଏ ତା ସହ ଦେଖା ଥରେ ନ ହେଲେ ମନ ବୁଝିବ ଵା କେମିତି!!
ମନେ ମନେ ସେଇ ବିଶ୍ୱନିଅନ୍ତା ଙ୍କୁ ମୋ ପ୍ରାଣ ପ୍ରୀୟ ସ୍ୱାମୀ ବୋଲି ମାନି ନେଇ ସାରିଥାଏ ।
ହେଲେ ମୁ ଜାଣିନଥିଲି ଦିନେ ସେ ମୋ ସହ ଏମିତି ଲୀଳା କରିବ ବୋଲି ।
ଦିନେ ଜଣେ ବ୍ରାହ୍ମଣ ଆସି ଘର ଦୁଆରେ ପହଁଚିଲେ । ମୁଣ୍ଡିଆଟେ ମାରି ଘରକୁ ଆସିବାକୁ କହିଲି । ବ୍ରାହ୍ମଣ ମହାଶୟ ଘରକୁ ଆସି ପଚାରିଲେ, "ମା... ତୁ ବିଷ୍ନୁପ୍ରିୟା ନା!!'
ଉତ୍ତର ରେ ହଁ ଟେ ମାରିଲି ଆଉ ଘର ଭିତରକୁ ଯାଇ ବ୍ରାହ୍ମଣ ମହାଶୟ ଙ୍କ ପାଇଁ ପାଣି ଢାଳ ଆଣି ଦେଲି ।
ମହାଶୟ ଜଣକ ନିଜ ପୁଟୁଳି ରୁ କିଛି ନିର୍ମାଲ୍ୟ ଆଉ ତୁଳସୀ କାଢ଼ି ମୋ ହାତରେ ଦେଲେ ଆଉ କହିଲେ ଏଇ ନେ ମା... ଜଗା ତୋ ପାଇଁ ପଠେଇଛି ପୁରୀ ରୁ ।
ଏତିକି କଥା ଶୁଣି ମୋର ଆଉ ଖୁସି ର ସୀମା ନଥିଲା ସେ ଦିନ । ମୁଁ କହିଲି ମହାଶୟ ମୋର ଗୋଟେ ଛୋଟ ଅନୁରୋଧ ଟେ ରଖିବେ, ଜଗା ଯଦି ଆପଣଙ୍କ ହାତରେ ନିର୍ମାଲ୍ୟ ତୁଳସୀ ପଠେଇଛି ତାହେଲେ ମୋ ଚିଠି ଜଗା କୁ ଯାଇ ଦେଇ ପାରିବେ??
ଏତିକି ଶୁଣି ବ୍ରାହ୍ମଣ ଜଣକ କହିଲେ ହଁ କିନ୍ତୁ ଏଇ କାମ ପାଇଁ ପାଉଣା ନେବି, ଏତିକି ଶୁଣି ମୁଁ ଘର ଭିତରେ ଯାଇ ଚିଠି ଲେଖିଲି ।
"ହେ କ୍ଷୀରସାଗର ବିହାରୀ.. ପଦ୍ମକାନ୍ତ... ତମେ କୁଆଡେ ପଦ୍ମା ଭଳି ସ୍ତ୍ରୀ ଥାଉ ଥାଉ ଗୋଚୋରୀ ମାନଙ୍କ ପ୍ରେମ ରେ ବି ପଡି ଯାଅ, ତାଙ୍କ ଭକ୍ତି ପ୍ରେମ ରେ ନିଜକୁ ବାନ୍ଧି ଦିଅ, ମୋ ପ୍ରେମ ଯଦି ସତ ଥିବ ସ୍ୱାମୀ, ତାହେଲେ ମୋ ପାଖକୁ ଆସି ମୋତେ ତୁମ ସହ ନେଇ ଯାଅ । "
ଏତିକି ଲେଖି ଚିଠି ଟା ରେ ଯୋଉ ମୋହର ଦେଇ ମୋ ସିନ୍ଧୁକ ଭିତରୁ ଗୋଟେ ବାକ୍ସ କାଢ଼ିଲି ସେଥିରେ ଥିବା ସୁନାପଣ ଟିଏ କାଢ଼ି ଚିଠି ସହ ବ୍ରାହ୍ମଣ ମହାଶୟ ଙ୍କ ହାତରେ ବଢ଼େଇ କହିଲି ପିଲା ବେଳଠୁ ମୋର ସମସ୍ତ ସଂଚିତ ପୁଞ୍ଜି କୁ ରଖି ଏଇ ସୁନା ପଣ ଟେ କରିଛି । ୟାକୁ ଆପଣଙ୍କ ପାଉଣା ହିସାବ ରେ ନେଇ ମୋ ଚିଠିକୁ ଜଗା ପାଖରେ ପହଞ୍ଚେଇ ଦେବେ ।
ହଁ ଟେ କହି ବ୍ରାହ୍ମଣ ପଣ୍ଡିତେ ଚାଲି ଗଲେ । କିଛି ଦୂର ଯାଇ ବ୍ରାହ୍ମଣ ଜଣକ କାଳେ ଚିଠି ଭିତରେ ଆଉ କିଛି ଅମୁଲ୍ୟ ସମ୍ପଦ ଥାଇ ପାରେ ବୋଲି ଯୋଉ ମୋହର କୁ ଖୋଲି ଦେଲେ, ହେଲେ ଚିଠି ଭିତରେ ଟା ଖାଲି । କିଛି ନ ପାଇ ଚିଠି ଟା କୁ ସେଠି ଫିଙ୍ଗି ଦେଇ ସୁନା ପଣ କୁ ଧରି ଚାଲି ଗଲେ ।
ହେଲେ ଆମ ଭାବ ର ଠାକୁର ଵା କେମିତି ସହି ପାରିଥାନ୍ତେ । ହାତ ବଢ଼େଇ ଚିଠି ନେଇ ଗଲେ ।
ପଢିଦେଇ ବୋଧେ ରାତିରେ ସେଇ ବ୍ରାହ୍ମଣ ଜଣଙ୍କୁ ସ୍ବପ୍ନ ରେ କହିଲେ ଆରେ ବ୍ରାହ୍ମଣ,ତୋ ଧନ ତୁ ପାଇଗଲୁ କିନ୍ତୁ ମୋ ଧନ ମୋତେ ନ ଦେଲୁ...
ବ୍ରାହ୍ମଣ ଜଣଙ୍କ ସବୁ କଥା ବୁଝି ଭୁଲ ପାଇଁ କ୍ଷମା ମାଗିଲେ ।
ମହାପ୍ରଭୁ ତାଙ୍କୁ ଦଣ୍ଡ ସ୍ୱରୂପ ଆଦେଶ ଦେଇ କହିଲେ ତୁ ଯୋଉ ସୁନା ମହର ପାଇଲୁ ଆଉ ତୋ ପାଖରେ ଆଗରୁ ଯୋଉ ସୁନା ମୋହର ରଖିଥିଲୁ ସେ ତିନି ସୁନା ମୋହର କୁ ନେଇ ସେଥିରେ ତାବିଜ ଟେ କରିବୁ । ସେଥିରେ ଏଇ ଚିଠି ଟେ ରଖି ତାକୁ ମୋ ଗଳା ରେ ଝୁଲେଇବୁ ।
ଆଉ ଏତିକି କାମ ଯଥା ଶୀଘ୍ର କରିବୁ ।ସ୍ବପ୍ନ ରେ ଏତିକି ଦେଖି ନିଦ ଭାଙ୍ଗିଗଲା ବ୍ରାହ୍ମଣ ମହାଶୟଙ୍କର, ।
ସକାଳୁ ଯାଇ ଯେମିତି ମହାପ୍ରଭୁ ଙ୍କ ଆଦେଶ ଥିଲା ସେମିତି ସେ ତାବିଜ କରି ଚିଠି କୁ ତା' ଭିତରେ ପୁରେଇ ତାଙ୍କ ଗଳା ରେ ଝୁଲେଇ ଦେଇ କ୍ଷମା ମାଗିଲେ ।
କିଛି ଦିନ ପରେ ସେଇ ବ୍ରାହ୍ମଣ ଜଣକ ଘରକୁ ଆସି ମୋତେ ସବୁ କଥା କୁହନ୍ତି । ଆଖି ରୁ ଲୁହ ଝରିପଡୁଥାଏ ।
ତାଙ୍କ ମୁହଁରୁ ଏଇ ସବୁ କଥା ଶୁଣି ମନେ ମନେ ଭାବୁ ଥାଏ ମୋ ସ୍ୱାମୀ ମୋତେ ନେବାକୁ ଆସିନାହାନ୍ତି ସତ, ହେଲେ ମୋ ଚିଠି କୁ ନିଜ ଗଳା ରେ ଝୁଲେଇ ସେ ମୋତେ ତାଙ୍କ ହୃଦୟରେ ରଖି ସାରିଛନ୍ତି ।
ଯାହା ପାଦ ତଳେ ରହିବାକୁ ମୁଁ ଏତେ ପ୍ରାଥନା କରୁଥିଲି ସେ ଆଜି ତାଙ୍କ ହୃଦୟ ପାଖରେ ମୋତେ ଜାଗା ଦେଇ ଦେଲେ । ୟାଠୁ ବେଶୀ ଆଉ ମୁଁ କ'ଣ ଵା ଚାହିଁବି!!
ସତରେ ମୋ ବାପା ଠିକ କହୁଥିଲେ,
ୟେ ସାରା ଜୀବନ ର ସାଥି, ଆଉ ଏମିତିଆ ସାଥି ମୁଁ ଆଉ କୋଉଠି ବି ପାଇବିନି....
ହେ ମୋର ପ୍ରାଣ ର ପ୍ରିୟତମ ମଣିମା...
ଭାବ ରେ ବନ୍ଧା ସେ ଭାବ ର ଠାକୁର
ଭକ୍ତ ପାଇଁ ତାଙ୍କ ନାହିଁ ପଟାନ୍ତର!!!
🙏🙏ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ 🙏🙏🌹🙏
⭕❗⭕ * ଶ୍ରୀ ବିଷ୍ଣୁ ଶତ ନାମ ସ୍ତୋତ୍ରମ୍ * ⭕❗⭕
ଓଁ ବାସୁଦେବଂ ହୃଷିକେଶଂ ବାମନଂ ଜଳଶାୟୀ ନଂ l
ଜନାର୍ଦ୍ଦନଂ ହୃଷୀକେଶ ଶ୍ରୀବକ୍ଷମ ଗରୁଡ଼ ଧ୍ବଜଂ ll
ବରାହଂ ପୁଣ୍ଡରିକlକ୍ଷଂ ନୃସିଂହଂ ନରକାନ୍ତକଂ l
ଅବ୍ୟକ୍ତଂ ଶାଶ୍ୱତଂ ବିଷ୍ଣୁ ମନନ୍ତମଜମବ୍ୟୟଂ ll
ନାରାୟଣଂ ଗଦାଧ୍ୟକ୍ଷଂ ଗୋବିନ୍ଦଂ କୀର୍ତ୍ତିଭାଜନଂ l
ଗୋବର୍ଦ୍ଧନୋଧରଂ ଦେବଂ ଭୂଧରଂ ଭୁବନେଶ୍ୱରଂ ll
ବେତାରଂ ୟଜ୍ଞପୁରୁଷଂ ୟଜ୍ଞଶଂ ୟଜ୍ଞବାହକଂ l
ଚକ୍ରପାଣିଂ ଗଦାପାଣିଂ ଶଙ୍ଖପାଣିଂ ନରୋତ୍ତମଂ ll
ବୈକୁଣ୍ଠଂ ଦୁଷ୍ଟଦମନଂ ଭୁଗର୍ଭଂ ପୀତବାସଶଂ l
ତ୍ରିବିକ୍ରମଂ ତ୍ରିକାଳଜ୍ଞମ ତ୍ରିମୂର୍ତ୍ତିଂ ନନ୍ଦୀକେଶ୍ୱରଂ ll
ରାମଂ ରାମଂ ହୟଗ୍ରୀବଂ ଭୀମଂ ରୌଦ୍ରମ ଭବୋଦ୍ଭବଂ l
ଶ୍ରୀପତିଂ ଶ୍ରୀଧରଂ ଶ୍ରୀସଂ ମଙ୍ଗଲଂ ମଙ୍ଗଲାୟୁଧଂ ll
ଦାମୋଦରଂ ଦମୋପେତଂ କେଶବଂ କେଶୀସୂଦନଂ l
ବରେଣ୍ୟଂ ବରଦଂ ବିଷ୍ଣମାନଦଂ ବସୁଦେବଯଂ ll
ହିରଣ୍ୟରେତ ସଂଦୀପ୍ତଂ ପୂରlଣଂ ପୁରୁଷୋତ୍ତମଂ l
ସକଲଂ ନିଷ୍କଲଂ ଶୁଦ୍ଧଂ ନିର୍ଗୁଣଂ ଗୁଣଶାଶ୍ୱତଂ ll
ହିରଣ୍ୟତନୋ ଶଙ୍ଖାସାଂ ସୂର୍ଯ୍ୟାୟୁତ ସମପ୍ରଭଂ l
ମେଘଶ୍ୟାମଂ ଚତ୍ତୁର୍ବାହୁଂ କୁଶଲଂ କମଲେକ୍ଷଣମ ll
ଜ୍ୟୋତିରୂପମରୂପଂଚ ସ୍ୱରୂପଂ ରୂପସଂସ୍ଥିତଂ l
ସର୍ବଜ୍ଞମ ସର୍ବୋରୂପସ୍ଥଂ ସର୍ବେଶଂ ସର୍ବତ୍ତୋମୁଖମଂ ll
ଜ୍ଞାନଂ କୂଟସ୍ଥମଚଲଂ ଜ୍ଞାନଦଂ ପରମଂ ପ୍ରଭୁଂ l
ଯୋଗୀସଂଯୋଗନିସ୍ନାତଂ ଯୋଗୀନଂ ଯୋଗରୂପିଣମ ll
ଈଶ୍ୱରଂ ସର୍ବଭୁତନାଂ ବନ୍ଦେଭୁତମୟଂ ପ୍ରଭୁଂ l
ଇତିନାମସଂତଦିବ୍ୟଂ ବୈଷ୍ଣବଂ ଖଲୁପାପହଂ ll
ବ୍ୟାସେନ ପଠିତଂ ପୂର୍ବଂ ସର୍ବପାପ ପ୍ରଣସନଂ l
ୟହଂ ପଠେତ୍ ପ୍ରାତଃ ରୂଦ୍ଧlୟଣଭଵେତ୍ ବିଷ୍ଣବୋନରଃ ll
ସର୍ବପାପ ବିଶୁଦ୍ଧlତ୍ମl ବିଷ୍ଣୁସାୟୁଜ ମାପ୍ନିୟାତ୍ l
ଚନ୍ଦ୍ରlୟଣ ସହସ୍ରାଣୀ କନ୍ୟାଦାନା ଶତାନୀଚ8 ll
ଦବାଂଲକ୍ଷ ସହସ୍ରାଣୀ ମୁକ୍ତିଭାଗୀ ଭଵେତ୍ ନରଃ l
ଅଶ୍ୱମେଧାୟୁତଂ ପୁଣ୍ୟଂ ଫଳଂ ପ୍ରାପତୀ ମାନଵଃ ll
============================
ଇତିଶ୍ରୀ ବିଷ୍ଣୁପୁରାଣେ ବିଷ୍ଣୁ ଶତନାମ ସ୍ତୋତ୍ରଂ ସମ୍ପୂର୍ଣଂ।।
#ଭଗବତକଥା🌹🙏
ଓଁ ନମୋ ଭଗବତେ ବାସୁଦେବାୟ 🙏
ହରି ଓଁ🙏🚩
ଓଁ ସଚ୍ଚିଦାନନ୍ଦ ରୂପାୟ ବିଶ୍ୱତ୍ପଦ୍ଯାଦି ହେତବେ।
ତାପତ୍ରୟ ବିନାଶାୟ ଶ୍ରୀକୃଷ୍ଣାୟ ବୟଂ ନୁମଃ।।
ଜଗଦାନନ୍ଦ କନ୍ଦାୟ ପ୍ରଣତାର୍ତ୍ତି ହରାୟତ।
ନୀଳାଚଳ ନିବାସାୟ ଜଗନ୍ନାଥାୟତେ ନମଃ।
ଅଚିନ୍ତ୍ୟ ବ୍ଯକ୍ତ ରୂପାୟ ନିର୍ଗୁଣାୟ ଗୁଣାତ୍ମନେ।
ସମସ୍ତ ଜଗଦାଧାର ମୂର୍ତ୍ତୟେ ବ୍ରହ୍ମଣେ ନମଃ🙏
ଓଁ ନମୋ ଭଗବତେ ବାସୁଦେବାୟ🙏
ଓଁ ଶ୍ରୀ ପରମାତ୍ମନେ ନମଃ🚩🙏🙏
ଅଥଃ ଶ୍ରୀମଦ୍ ଭଗବତ ଗୀତା....
ଚତୁର୍ଥୋଽଧ୍ୟାୟଃ : ଜ୍ଞାନ କର୍ମ ସନ୍ୟାସ ଯୋଗ ।। ୧୪ ।।
💥 ନ ମାଂ କର୍ମାଣି ଲିମ୍ପନ୍ତି ନ ମେ କର୍ମଫଳେ ସ୍ପୃହା ।
ଇତି ମାଂ ଯୋଽଭିଜାନାତି କର୍ମଭିର୍ନ ସ ବଧ୍ୟତେ ।।୧୪।।💥
କୌଣସି କର୍ମ ମୋତେ ପ୍ରଭାବିତ କରେ ନାହିଁ, କୌଣସି କର୍ମଫଳ ପ୍ରତି ମୋର ସ୍ପୃହା ନାହିଁ। ଯେଉଁମାନେ ମୋତେ ଏହି ରୂପରେ ଜାଣନ୍ତି, ସେମାନେ କର୍ମଫଳର ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ।
ଭଗବାନ ସର୍ବଥା ଶୁଦ୍ଧ ଅଟନ୍ତି । ସେ ଯାହାବି କରନ୍ତି ତାହା ଶୁଦ୍ଧ ଓ ପବିତ୍ର ହୋଇଯାଏ। ରାମାୟଣ କହେ:
*ସମରଥ କହୁଁ ନହିଁ ଦୋଷୁ ଗୋସାଈଁ, ରବି ପାବକ ସୁରସରି କୀ ନାଈଁ* ।
“ଶୁଦ୍ଧ ବ୍ୟକ୍ତିତ୍ୱ କୌଣସି ଅଶୁଦ୍ଧ ସ୍ଥିତି ବା ବସ୍ତୁର ସମ୍ପର୍କରେ ଆସିଲେ ମଧ୍ୟ ଅଶୁଦ୍ଧ ହୁଅନ୍ତି ନାହିଁ। ଯେପରିକି ସୂର୍ଯ୍ୟ, ଅଗ୍ନି ଓ ଗଙ୍ଗା।
ଆବର୍ଜନା ରେ ପୂର୍ଣ୍ଣ ଗୋଟିଏ ଗାତ ଉପରେ ସୂର୍ଯ୍ୟକିରଣ ପଡ଼ିଲେ ସୂର୍ଯ୍ୟ ଅଶୁଦ୍ଧ ହୁଅନ୍ତି ନାହିଁ। ସୂର୍ଯ୍ୟ ତାଙ୍କର ଶୁଦ୍ଧତା ରକ୍ଷା କରିବା ସହିତ ଆବର୍ଜନା ପୂର୍ଣ୍ଣ ଖାଲକୁ ମଧ୍ୟ ଶୁଦ୍ଧ କରିଦିଅନ୍ତି।
ସେହିପରି ଅଗ୍ନିରେ କୌଣସି ଅଶୁଦ୍ଧ ବସ୍ତୁ ଅର୍ପଣ କଲେ ମଧ୍ୟ ଅଗ୍ନି ନିଜର ଶୁଦ୍ଧତା ବଜାୟ ରଖେ। ଅଗ୍ନି ପବିତ୍ର ଏବଂ ଯାହାବି ଏଥିରେ ସମର୍ପିତ ହୁଏ ଶୁଦ୍ଧ ହୋଇଯାଏ।
ଗଙ୍ଗାରେ ଅନେକ ନର୍ଦ୍ଦମାର ଜଳ ମିଶିଥାଏ, କିନ୍ତୁ ତାହା ଗଙ୍ଗାକୁ ନର୍ଦ୍ଦମାରେ ପରିଣତ କରେ ନାହିଁ। ଗଙ୍ଗା ନଦୀ ଅପବିତ୍ର ନର୍ଦ୍ଦମାକୁ ପବିତ୍ର ଗଙ୍ଗାରେ ପରିଣତ କରିଦିଏ। ସେହିପରି ଭଗବାନ ଯେଉଁସବୁ କର୍ମ କରନ୍ତି, ତଦ୍ୱାରା ସ୍ୱୟଂ ଅପବିତ୍ର ହୁଅନ୍ତି ନାହିଁ।
ବ୍ୟକ୍ତି ଯେତେବେଳେ ଫଳ ଭୋଗର କାମନା ନେଇ କର୍ମ କରିଥାଏ, ସେହି କର୍ମ ତାକୁ କର୍ମ ବନ୍ଧନରେ ପକାଇଥାଏ।
କିନ୍ତୁ ଭଗବାନଙ୍କ କର୍ମରେ ନିଜସ୍ୱ ସ୍ୱାର୍ଥ ନିହିତ ନ ଥାଏ, ତାଙ୍କର ପ୍ରତ୍ୟେକ କର୍ମ ଜୀବ ପ୍ରତି କୃପା ଉଦ୍ଦେଶ୍ୟରେ ହୋଇଥାଏ। ସେଥିପାଇଁ, ଯଦିଓ ସେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂସାରର ପରିଚାଳନା କରିଥାନ୍ତି ଏବଂ ବିଭିନ୍ନ କର୍ମରେ ଲିପ୍ତ ରହନ୍ତି, ତଥାପି ସେ କର୍ମଫଳ ଦ୍ୱାରା କଳଙ୍କିତ ହୁଅନ୍ତି ନାହିଁ।
ପ୍ରଭୁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ କର୍ମର କର୍ମଫଳରୁ ସେ ଊର୍ଦ୍ଧ୍ୱରେ ସ୍ଥିତ ରହନ୍ତି।
ବ୍ରହ୍ମନିଷ୍ଠ ମହାପୁରୁଷମାନେ ମଧ୍ୟ ମାୟାଶକ୍ତିର ଊର୍ଦ୍ଧ୍ୱରେ ରହନ୍ତି। ଯେହେତୁ ସେମାନଙ୍କର ପ୍ରତ୍ୟେକ କର୍ମ ଭଗବାନଙ୍କ ପ୍ରତି ପ୍ରେମ ଦ୍ୱାରା ସମ୍ପନ୍ନ ହୋଇଥାଏ, କର୍ମର କର୍ମଫଳ ଜନିତ ପ୍ରତିକ୍ରିୟାରେ ସେମାନେ ବାନ୍ଧି ହୁଅନ୍ତି ନାହିଁ। ଶ୍ରୀମଦ୍ ଭଗବତମ୍ କହନ୍ତି:-
*ଯତ୍ ପାଦ ପଙ୍କଜ ପରାଗ ନିଷେବ ତୃପ୍ତା*
*ଯୋଗ ପ୍ରଭାବ ବିଧୁତାଖିଲ କର୍ମ ବନ୍ଧାଃ*
*ସ୍ୱୈରଂ ଚରନ୍ତି ମୁନୟୋଽପି ନ ନହ୍ୟମାନାସ୍*
*ତସ୍ୟେଚ୍ଛୟାତ୍ତତ୍ତବପୁଷଃ କୁତ ଏବ ବନ୍ଧଃ* । (୧୦.୩୩.୩୪)
“ଯେଉଁ ଭକ୍ତମାନେ ଭଗବାନଙ୍କ ପାଦପଦ୍ମ ପରାଗର ସେବା କରି ତୃପ୍ତ ରହିଥାଆନ୍ତି, ସାଂସାରିକ କର୍ମ ସେମାନଙ୍କୁ କୌଣସି ପ୍ରକାରେ ଦୋଷଯୁକ୍ତ କରିପାରେ ନାହିଁ।
ସେହିପରି ଯେଉଁମାନେ ଯୋଗ ଶକ୍ତି ଦ୍ୱାରା କର୍ମବନ୍ଧନରୁ ମୁକ୍ତ ହୋଇ ଯାଇଥାଆନ୍ତି, ସେହି ଜ୍ଞାନୀ ଯୋଗୀମାନଙ୍କୁ ମଧ୍ୟ କର୍ମ ଦୂଷିତ କରିପାରେ ନାହିଁ। ସେପରି କ୍ଷେତ୍ରରେ, ଭଗବାନ, ଯିଏ ସ୍ୱେଚ୍ଛାରେ ଦିବ୍ୟ ରୂପ ଧାରଣ କରନ୍ତି, ବନ୍ଧନଯୁକ୍ତ ହେବାର ପ୍ରଶ୍ନ ହିଁ ଉଠେନାହିଁ।”
‼️ ଓଁ ତତ୍ସତ୍ ସର୍ଵଂ ଶ୍ରୀ କୃଷ୍ଣାର୍ପଣ ମସ୍ତୁ ‼️
ଓଁ ନମୋ ଭଗବତେ ବାସୁଦେବାୟ🙏
ହରି ଓଁ🙏🚩
ଓଁ ସଚ୍ଚିଦାନନ୍ଦ ରୂପାୟ ବିଶ୍ୱତ୍ପଦ୍ଯାଦି ହେତବେ।
ତାପତ୍ରୟ ବିନାଶାୟ ଶ୍ରୀକୃଷ୍ଣାୟ ବୟଂ ନୁମଃ।।
ଜଗଦାନନ୍ଦ କନ୍ଦାୟ ପ୍ରଣତାର୍ତ୍ତି ହରାୟତ।
ନୀଳାଚଳ ନିବାସାୟ ଜଗନ୍ନାଥାୟତେ ନମଃ।
ଅଚିନ୍ତ୍ୟ ବ୍ଯକ୍ତ ରୂପାୟ ନିର୍ଗୁଣାୟ ଗୁଣାତ୍ମନେ।
ସମସ୍ତ ଜଗଦାଧାର ମୂର୍ତ୍ତୟେ ବ୍ରହ୍ମଣେ ନମଃ🙏
ଓଁ ନମୋ ଭଗବତେ ବାସୁଦେବାୟ🙏
ଓଁ ଶ୍ରୀ ପରମାତ୍ମନେ ନମଃ🚩🙏🙏
ଅଥଃ ଶ୍ରୀମଦ୍ ଭଗବତ ଗୀତା....
ଚତୁର୍ଥୋଽଧ୍ୟାୟଃ : ଜ୍ଞାନ କର୍ମ ସନ୍ୟାସ ଯୋଗ ।। ୧୬ ।।
💥କିଂ କର୍ମ କିମ୍କର୍ମେତି କବୟୋଽପ୍ୟତ୍ର ମୋହିତାଃ।
ତତ୍ ତେ କର୍ମ ପ୍ରବକ୍ଷ୍ୟାମି ଯଜ୍ଜ୍ଞାତ୍ୱା ମୋକ୍ଷସେଽଶୁଭାତ୍ ।।୧୬।।💥
କର୍ମ କ’ଣ ଓ ଅକର୍ମ କ’ଣ? ବିଜ୍ଞ ବ୍ୟକ୍ତିମାନେ ମଧ୍ୟ ଏହାର ପ୍ରତିପାଦନ କରିବାକୁ ଯାଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ମୁଁ ବର୍ତ୍ତମାନ କର୍ମର ରହସ୍ୟ ବର୍ଣ୍ଣନା କରିବି, ଯାହାକୁ ଜାଣି ତୁମେ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ ହୋଇ ପାରିବ।
ଧର୍ମର ନିୟମ ମାନସିକ ଚିନ୍ତନ ଦ୍ୱାରା ସ୍ଥିର କରାଯାଇ ପାରିବ ନାହିଁ। ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ଶାସ୍ତ୍ର ଓ ମହାପୁରୁଷମାନଙ୍କ ଦ୍ୱାରା ପ୍ରଦତ୍ତ ପରସ୍ପର ବିରୋଧି ତର୍କର ଗୋରଖଧନ୍ଦାରେ ପଡି ବିଭ୍ରାନ୍ତ ହୋଇ ଯାଆନ୍ତି।
ଉଦାହରଣ ସ୍ୱରୂପ, ବେଦ ଅହିଂସାର ଉପେଦଶ ଦିଏ। ସେହି ଅନୁସାରେ ମହାଭାରତରେ, ଅର୍ଜୁନ ହିଂସା ତ୍ୟାଗକରି ଅହିଂସାର ମାର୍ଗ ଅନୁସରଣ କରିବାକୁ ଚାହୁଁଛନ୍ତି କିନ୍ତୁ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ହିଂସା କରିବା ଏଠାରେ ତାଙ୍କର କର୍ତ୍ତବ୍ୟ ଅଟେ। ଯଦି ପରିସ୍ଥିତି ଅନୁସାରେ କର୍ତ୍ତବ୍ୟ ବଦଳିଥାଏ, ତେବେ ନିଜର କର୍ତ୍ତବ୍ୟ ସ୍ଥିର କରିବା ଏକ ଜଟିଳ ବିଷୟ ଅଟେ। ମୃତ୍ୟୁର ଦେବତା, ଯମରାଜ କହୁଛନ୍ତି:-
*ଧର୍ମଂ ତୁ ସାକ୍ଷାଦ୍ ଭଗବତ୍ ପ୍ରଣୀତଂ ନ ବୈ ବିଦୁର୍ ଋଷୟୋ ନାପି ଦେବଃ* (ଶ୍ରୀମଦ୍ ଭାଗବତମ୍ ୬.୩.୧୯)
“ଠିକ୍ କର୍ମ କ’ଣ ଏବଂ ଭୁଲ କର୍ମ କ’ଣ? ଏହାର ନିର୍ଦ୍ଧାରଣ କରିବା, ମୁନି ଋଷି ତଥା ସ୍ୱର୍ଗର ଦେବତା ମାନଙ୍କ ପକ୍ଷରେ ମଧ୍ୟ କଷ୍ଟକର ଅଟେ।”
ଭଗବାନ ନିଜେ ଧର୍ମ ସୃଷ୍ଟି କରିଛନ୍ତି ଏବଂ କେବଳ ସେ ହିଁ ଏହାର ପ୍ରକୃତ ଜ୍ଞାତା ଅଟନ୍ତି।”
ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ସେ ବର୍ତ୍ତମାନ କର୍ମ ଓ ଅକର୍ମର ଗୁଢ଼ ବିଜ୍ଞାନ ପ୍ରକାଶ କରିବାକୁ ଯାଉଛନ୍ତି ଯାହା ଦ୍ୱାରା ସେ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ କରିପାରିବେ।।
‼️ ଓଁ ତତ୍ସତ୍ ସର୍ଵଂ ଶ୍ରୀ କୃଷ୍ଣାର୍ପଣ ମସ୍ତୁ ‼️
ଓଁ ନମୋ ଭଗବତେ ବାସୁଦେବାୟ🙏
#ହରିବଂଶ ( ଭାଗ -୩୫)
ମୁଁ ପ୍ରାଣ ,ମୁଁ ବାକ୍ୟ ,ମୁଁ ଶ୍ରଵଣା ଇନ୍ଦ୍ରିୟ ,ମୁଁ ମନ ,ମୁଁ ବୁଦ୍ଧି , ଅଥବା ପୃଥକ ରୂପେ ଓ ସମସ୍ତ ରୂପେ ମୁଁ ପ୍ରାଣାଦି ରୂପରେ ବିଦ୍ୟମାନ ।ଏହିପରି ଆଲୋଚନା କରି ,"ମୁଁ , ସେହି"ଏହି ପ୍ରକାରରେ ଯାହାଙ୍କୁ ଜାଣିବାକୁ ହୁଏ ,ସେହି ସଂସାର ଅନ୍ଧକାର ନାଶକାରୀ ହରିଙ୍କୁ ମୁଁ ସ୍ତୁତି କରୁଅଛି ।ହେ ପ୍ରଭୁ !ଆପଣଙ୍କ ନାମ ଗୁଣ ପ୍ରଚାର ଓ ପ୍ରସାର କରିବାରେ ଯଦି କୌଣସି ଠାରେ ତ୍ରୁଟି ରହି ଯାଉଥାଏ ତେବେ ଏ ଅଧମକୁ କ୍ଷମା କରିବା ହେବେ ।
।।ଜୟ ଶ୍ରୀହରି।।🌹🌹
ରାଜା ପରୀକ୍ଷିତ ଶୁକମୁନିଙ୍କୁ ପଚାରିଲେ ହେ ବ୍ୟାସ ସୁତ !ବସୁଦେବ ଗୋପପୁର ରୁ କନ୍ୟାକୁ ଆଣି ମଥୁରା କୁ ଆସିଲା , ପୁଣି ବନ୍ଦୀଘରକୁ ଗଲା କିପରି ?ଏ ବିଷୟରେ ମୋତେ ବିସ୍ତାର କରି କୁହନ୍ତୁ ?।ଶୁକଦେଵ କହିଲେ ହେ ରାଜନ ! ମୁଁ ଯାହା ଶୁଣିଛି ତାହା ତୁମ ଆଗରେ କହୁଛି ।ଶୁକମୁନି କହିଲେ .......
ଅନ୍ଧକାର ରାତ୍ରି ।ବସୁଦେବ କନ୍ୟା ରୂପୀ ଦୁର୍ଗାଙ୍କୁ ଖଟୁଲିରେ ଭର୍ତ୍ତି କରି ମୁଣ୍ଡରେ ମୁଣ୍ଡାଇ ନନ୍ଦ ମନ୍ଦିର ରୁ ବାହାରି ଆସିଲା ।
ମଥୁରା ନଗରରେ ପହଁଞ୍ଚି ଗଲା ବସୁଦେବ ।ବସୁଦେବ ଦେଖିଲା
ମଥୁରା ନଗରର ସମସ୍ତ ଲୋକ ନିଦ୍ରିତ ଅବସ୍ଥାରେ ଅଛନ୍ତି ।ସମସ୍ତେ ଅଚେତ।କେହି ସଚେତ ଅବସ୍ଥାରେ ନାହାଁନ୍ତି ।ଯେଉଁ ବନ୍ଦୀଘରେ ଦେଵକୀ ଥିଲେ ,ବସୁଦେବ ସତର୍କତାର ସହିତ ବନ୍ଦୀଘରେ ପଶିଗଲେ ।ଦେଵକୀଙ୍କ ନିକଟରେ ଯେମିତି ବସୁଦେବ ପହଁଞ୍ଚି ଗଲେ ,ସଙ୍ଗେ ସଙ୍ଗେ ସମସ୍ତ କବାଟ ମାନ ଆପେ ଆପେ ବନ୍ଦ ହୋଇଗଲା ।ବନ୍ଦୀଘରପୂର୍ବରୁ ଯେମିତି ଅବସ୍ଥା ଥିଲା ସେଇ ଅବସ୍ଥା ଫେରି ଆସିଲା ।ବସୁଦେବ , ଦେଵକୀ ଙ୍କ ନିକଟକୁ ଆସି ଯେଉଁଠାରେ ଦେଵକୀ ପ୍ରସବ କରିଥିଲେ ସେହିଠାରେ ଦୁର୍ଗାଙ୍କୁ ନେଇ ଥୋଇଦେଲେ ।
"ଯେଉଁଠାରେ ଦେଵକୀଯେ କରିଛି ପ୍ରସବ
ସେଠାରେ ଦୁର୍ଗାଙ୍କୁ ନେଇ ଥୋଏ ବସୁଦେବ"।
ଦେଵକୀ ,ବାସୁଦେବଙ୍କୁ ଦେଖି ଖୁସି ହୋଇଗଲେ ।ଦେଵକୀ ପଚାରିଲେ ବାସୁଦେବଙ୍କୁ !ଆମ ପୁତ୍ରକୁ ନେଇ ଗୋପପୁର ରେ ମୋ ମିତ୍ରାଣୀ ଙ୍କ ପାଖରେ ଛାଡି ଆସିଲ ତ ?।ବସୁଦେବ କହିଲେ ଶୁଣ ଦେଵକୀ ମୁଁ ବାଟରେ ବହୁତ ବିପଦ ଦେଖାଦେଲା।ପ୍ରଥମେ ଉଗ୍ରସେନ ସହିତ ମୋର ବହୁତ କଟାଳ ହେଲା ।ବହୁ ବିନୟ କରି କହିଲି ତାକୁ ।ମୋ ବିନୟ ଶୁଣି ସେ ମୋତେ ବାଟ ଛାଡିଦେଲା ।ଯମୁନା ନଦୀ ନିକଟରେ ପୁଣି ମୁଁ ସଂକଟରେ ପଡ଼ିଗଲି ।କୃଷ୍ଣ ନାମ ଧରି ଯମୁନା ନଦୀ ପାର ହେଲି ।ଗୋପପୁରରେ ପ୍ରବେଶ କଲି ।ଗ୍ରାମର ବାହାରେ ଗୋଟିଏ ଘର ଥିଲା ।ସେହି ଗୋଟିକିଆ ଘରୁ ସଦ୍ୟ ଜାତ କନ୍ୟାର କୁଆଁ କୁଆଁ ସ୍ୱର ଶୁଣିଲି ।ସେହି ଘରେ ପ୍ରସବ କରିଥିବା ସ୍ତ୍ରୀ ଲୋକ ପାଖରେ ଆମ ପୁତ୍ରକୁ ଥୋଇଦେଇ ଜନ୍ମ ହୋଇଥିବା ଦୁହିତାକୁ ଧରି ଆସିଲି ।ଯେଉଁ ସ୍ତ୍ରୀ ଲୋକ ପାଖରେ ଆମ ପୁଅକୁ ଛାଡି ଆସିଲି ସେ ସ୍ତ୍ରୀ ଲୋକର ଜାତି ର ମୁଁ ଜାଣି ନାହିଁ ?।ଦେବକୀ ବାସୁଦେବଙ୍କୁ କହିଲେ "ଜାତି ରୁ କଅଣ ମିଳିବ ସ୍ୱାମୀ ,ଆମ ପୁଅ ସେଇଠାରେ ବଞ୍ଚି ରହିଥାଉ ।ବସୁଦେବଙ୍କ ଠାରୁ ସମସ୍ତ କଥା ଶୁଣି ସାରିଲା ପରେ ଦେଵକୀ ଆନନ୍ଦିତ ହେଲେ ।
ମାୟାଧର ପୁଣି ମାୟା ରଚନା କଲେ ।ଦେଵକୀ ଓ ବସୁଦେବ ଙ୍କ ଦେହରେ ବନ୍ଧନ ଲାଗିଲା ।ବେକରେ ଜିଞ୍ଜିର ଓ ପାଦରେ ଲୁହାର ବଳା ।ଦୁହିଁଙ୍କ ହସ୍ତପଦ ବନ୍ଧନ ଅବସ୍ଥାରେ ....
ତଥାପି ରାତି ପାହି ନଥାଏ ।କିଛି ସମୟ ପରେ ରାତି ପାହିଲା ।
ଯେମିତି ରାତି ପାହିଛି ବନ୍ଦୀଘରେ ସଦ୍ୟଜାତ କନ୍ୟା ର କୁଆଁ କୁଆଁ ରାଵ ଛାଡିଲା ।ପ୍ରହରୀ ମାନେ କୁଆଁ କୁଆଁ ରାଵ ଶୁଣି ସଂଗେ ସଂଗେ ଉଠି ପଡିଲେ ।କଂସାସୁର ର ନିଦରୁ ଉଠି ନିଜ ସିଂହାସନ ଉପରେ ବସିଛି ।ଦ୍ରୁମିଳା ନନ୍ଦନ ଆସ୍ଥାନ ଜମାଇ ଜଗତି ଉପରେ ବସିଥାଏ ।ତଳେ ସକଳ ଦେବଗଣ ଠିଆ ହୋଇଥାନ୍ତି। ଅକ୍ରୁର ,କେବଳ କଂସ ନିକଟରେ ବସିଥାଏ ଓ ସର୍ଵଦା କୃଷ୍ଣ ନାମ ଉଚ୍ଚାରଣ କରୁଥାଏ ।
କଂସାସୁର ନିଜ ଆସ୍ଥାନ ଉପରେ ବସି ମନ୍ତ୍ରୀ ଅକ୍ରୁରଙ୍କ ସହିତ ଆଲୋଚନା କରୁଥିବା ସମୟରେ ହଠାତ ଡଗର ସେଠାରେ ପ୍ରବେଶ ହୋଇ କହିଲା ମଣିମା !ଦେବକୀ ଙ୍କର ଅଷ୍ଟମ ଗର୍ଭ ଜାତ ହୋଇଛି ।କଂସ ଡଗର ଠାରୁ ଏ ଖବର ଶୁଣି ହରଷ ହୋଇଗଲା ।କଂସ ଆଦେଶ...ଉଗ୍ରସେନ କୁ ମୋ ନିକଟକୁ ପଠାଇ ଦେ ଡଗର ।ଡଗର ସଂଗେ ସଂଗେ ଯାଇ ଉଗ୍ରସେନ ଙ୍କୁ
ଧରି କଂସ ନିକଟରେ ..!।
କଂସ ପଚାରିଲା ଉଗ୍ରସେନ କୁ ବନ୍ଦୀଘରେ କେତେବେଳେ ଦେଵକୀ ପ୍ରସବ କଲା ମୋତେ କହ ଉଗ୍ରସେନ ।ଉଗ୍ରସେନ କହିଲା -ନୃପବର !ସକାଳୁ ,ସକାଳୁ ଦେଵକୀ ପ୍ରସବ କରିବା ଜଣାଗଲା ।ମୁଁ ବନ୍ଦୀଘର ଦ୍ୱାର ବନ୍ଧ ରେ ଥାଇ ଛୁଆର କ୍ରନ୍ଦନ ଶୁଣି ପାରିଲି ।କଂସ ,ଉଗ୍ରସେନ କହିଲା -ଦେଵକୀ ମୋର ପ୍ରିୟତମା ଭଉଣୀ ।ସେ କହିଥିଲା ଅଷ୍ଟମ ଗର୍ଭର ସନ୍ତାନକୁ ମୋ ହସ୍ତରେ ଟେକିଦେଵ ।
"ପ୍ରିୟତମା ଭଗ୍ନୀ ମୋର ନୁହେଁକି ଦେଵକୀ
ଅଷ୍ଟମ ଗର୍ଭ ଜନମ ଦେବ ମୋତେ ଡାକି "।
ଆଜି ସେ ଦେଵକୀ ମୋ ଭଉଣୀ କି ନାହିଁ ଜଣାପଡିବ ।ପୂର୍ବରୁ
ତା'ର ଛଅ ଗର୍ଭ ରୁ ଜନ୍ମିତ ସନ୍ତାନ କୁ ମୋ ହସ୍ତରେ ଟେକି ଦେଇଥିଲା ।ଆଉ ସପ୍ତମ ଗର୍ଭ ଦେବକୀର ପେଟରୁ ଉଭେଇ ଗଲା ।ଏବେ ଅଷ୍ଟମ ଗର୍ଭ ଦେବକୀ ଜନ୍ମ ଦେଇଛି ...ବିଳମ୍ବ କାହିଁକି କରୁଛି ଦେଵକୀ ?।ଉଗ୍ରସେନ ଶୁଣ !ତୁମେ ଯାଇ ଦେଵକୀ ଓ ବସୁଦେବକୁ ଧରିଆଣ ?।କଂସର ଆଜ୍ଞା ପାଇ ଉଗ୍ରସେନ ତରତର ହୋଇ ବନ୍ଦୀଘରେ ପ୍ରବେଶ କରି ଦେଵକୀ ରହୁଥିବା ଘର କବାଟକୁ ଖୋଲିବା ପାଇଁ କହିଲା ।ଉଗ୍ରସେନ ବସୁଦେବ ଓ ଦେଵକୀ ଙ୍କୁ କହିଲା "କଂସାସୁର ତୁମ ଦୁଇ ଜଣଙ୍କୁ ମୋ ହାତରେ ଡକାଇଛନ୍ତି ।ଆଉ ଡେରି ନକରି ମୋ ସହିତ ଶୀଘ୍ର ଆସ ।
"ଆସ ଆସ ବେଗ ହୋଇ ତୁମ୍ଭେ ବେନି ପ୍ରାଣୀ
ଯାହା ଅର୍ଜିଅଛ ତାହା ଭୁଞ୍ଜିବଟି ପୁଣି "।
ଦେଵକୀ କହିଲେ ପିତା ତୁମେ ଏହି ବାଳା କୁ ରକ୍ଷାକର ।ଉଗ୍ରସେନ କହିଲେ ମୋର ଏତେ ଶକ୍ତି କାହିଁ ଝିଅ ?ତୁ ଶ୍ରୀହରି ଙ୍କୁ ଡାକେ ସେହିଁ ରଖିବେ ।ବସୁଦେବ ,ଦେବକୀ ବନ୍ଦୀଘରୁ ବାହାର ହେଲେ ।ଦେବକୀ ହାତରେ ଧରିଲେ କନ୍ୟାକୁ ।ବନ୍ଦୀ ଘରୁ କଂସ ନିକଟକୁ ଆସିବା ବାଟରେ ଦେଵକୀ ଚକ୍ରପାଣି ଙ୍କୁ ସ୍ମରଣା କରି କରି ଆସୁଥାଆନ୍ତି ।ଦେବକୀ ଓ ବସୁଦେବ ଙ୍କ ହସ୍ତପଦ ବନ୍ଧା ହୋଇଥାଏ।ଏପରି ଅବସ୍ଥାରେକନ୍ୟାକୁ ଧରି କଂସ ନିକଟରେ ପହଁଞ୍ଚି ଗଲେ ବସୁଦେବ ଓ ଦେଵକୀ ।
ଦେଵକୀ ଓ ବସୁଦେବଙ୍କୁ ଦେଖି କଂସ ଖୁସି ହୋଇଗଲା ।ତାଙ୍କ ହସ୍ତପଦରୁ ବନ୍ଧନ ଖୋଲି ଦେବାକୁ ଆଦେଶ ଦେଲା କଂସାସୁର ।ଆଦେଶ ପାଇ ସେନାପତି ଦେଵକୀ ଓ ବସୁଦେବଙ୍କୁ ବନ୍ଧନ ମୁକ୍ତ କଲା।
କଂସ କହିଲା ଭଉଣୀ ଦେବକୀ ତୋ ଠାରୁ ଜନ୍ମ ହୋଇଥିବା ଏହି ଅଷ୍ଟମ ଗର୍ଭର ନନ୍ଦନ କୁ ମୋ ହସ୍ତରେ ଦେଇ ଦେ ?,ମୋର
ଶତ୍ରୁ ସିଏ ?ମୋର ମୃତ୍ୟୁ ସିଏ ?।ମୁଁ ତାକୁ ଖଡ୍ଗ ସାହାଯ୍ୟ ରେ ହାଣୀ ଦୁଇଖଣ୍ଡ କରିଦେବି ।
ଦେବକୀ କାନ୍ଦି କାନ୍ଦିଗୋଟିଏ ହସ୍ତରେ ଶିଶୁଟିକୁ ଧରି ଅନ୍ୟ ହସ୍ତରେ କଂସର ପଦ ଧାରଣ କଲା ଦେବକୀ ଓ କହିଲା "ଭ୍ରାତା ! ଅନେକ କଷ୍ଟ ଦେଲୁଣି ତୋର ଏହି ଅଭାଗିନୀ ଭଗ୍ନୀଟିକୁ । ଏଇଟି କନ୍ୟା । ୟେ ତୋର କି କ୍ଷତି କରି ପାରିବ ? ଆଠ ଆଠଟି ଗର୍ଭ ପରେ ଆଉ ମୁଁ ଗର୍ଭଧାରଣ କରିବି ସେ ଆଶା ନାହିଁ ।
"ଆଉ ବୟସ ମୋର କାହିଁ ,
ପାରିବି ପୁତ୍ର ଉପୁଜାଇ ?”
ଜୀବନ ହେଉ ମୋର ଧିକ ,
ଦୁହିତା ଦାନ ଦେଇ ରଖ ।
ସଙ୍ଖାଳି ହେଉ ବୃଦ୍ଧ କାଳେ ,
ପଡୁଛି ତୋର ପାଦ ତଳେ ।”(ଭାଗବତ)
ଦେଵକୀ ,କଂସକୁ କହିଲା ଭାଇ ମୋର ପୁତ୍ର ହୋଇଥିଲେ ସେ ତୋହର ଶତ୍ରୁ ହୋଇଥାନ୍ତା ,କିନ୍ତୁ ଏ କନ୍ୟା ।ନାରୀ ହୋଇ କେବେ ସେ ତୋ ସହିତ ଶତୁ ତା ଆଚରଣ କରିପାରିବ ନାହିଁ ?ତୁ ଯଦି ଏହି କନ୍ୟାକୁ ନମାରି ରଖିବୁ ତାହାଲେ ତାହାରି ମୁହଁ କୁ ଚାହିଁ ସବୁ ଦୁଃଖକଷ୍ଟ କୁ ଭୁଲିଯାଇ ବାକି ଜୀବନ ତକ ଆମେ ସ୍ୱାମୀ ସ୍ତ୍ରୀ ବଞ୍ଚୁଥିବୁ ।
"ଏହି ଦୁହିତା ଗୋଟିକୁ ମୋହର ରଖିଲେ
ଦୁଃଖ ପାଶୋରିଣ ଦିନ ବଞ୍ଚୁଥିବି ଭଲେ "।
ଦେବକୀଙ୍କର କଥା ଶୁଣି କଂସ କହିଲା ତୁ କନ୍ୟାକୁ ସାମାନ୍ୟ ଭାବିବୁ ନାହିଁ ଭଉଣୀ ।କନ୍ୟା କଅଣ କରିପାରେ ମୋ କଥା ଶୁଣୁ ....!
ସତ୍ୟ ଯୁଗର କଥା ।ବୈକୁଣ୍ଠ ରେ ପ୍ରଭୁ ଚକ୍ରଧର ଅତି ହରଷ ରେ ଥାଆନ୍ତି ।ଏଣେ ମହିଷାସୁର କୁ ଅମର ବର ପ୍ରଦାନ କରାଗଲା ।ତା ଭୟରେ ସମସ୍ତ ଦେବତା ଓ ଅସୁର ମାନେ ନିଜକୁ ଅସୁରକ୍ଷିତ ବୋଲି ଭାବିଲେ ।ମହିଷାସୁର ଭୟରେ ସମସ୍ତ ଦେବଗଣ ଏକତ୍ର ହୋଇ ପ୍ରଭୁ ଶ୍ରୀହରି ଙ୍କ ଚରଣରେ ଶରଣ ପଶିଲେ ।ଗୋବିନ୍ଦ କହିଲେ ହେ ଦେବଗଣ !ତୁମ କିମ୍ପାଇ ଭୟ କରୁଅଛ ?ଇନ୍ଦ୍ର କହିଲେ ହେ ପ୍ରଭୁ !କପିଳା ନନ୍ଦନ ମହିଷାସୁର ର ଦୌରାତ୍ମ ରେ ଆମ୍ଭେମାନେ ରହି ନପାରି ସମସ୍ତ ଦେବଗଣ ଆପଣଂକ ନିକଟରେ ଶରଣ ପଶିଛୁ ।ମହିଷାସୁର ବର ପାଇଛି ପୁରୁଷ ହସ୍ତରେ ସେ ମରିବ ନାହିଁ ?।ଦେବତା ମାନଙ୍କ ଠାରୁ ଏମନ୍ତ କଥା ଶୁଣି ନାରାୟଣ ଉପାୟ ଚିନ୍ତିଲେ ।
ମରୁ ପର୍ବତରେ କୁ ଯାଇ ପ୍ରଭୁ ଶ୍ରୀହରି ଆତ୍ମାଯଜ୍ଞ କଲେ।ଆଶ୍ୱିନ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଚନ୍ଦ୍ରବାର ରେ ପ୍ରଭୁ ଚକ୍ରଧର ନିଜ ଶରୀରରୁ ଦୁର୍ଗା ଙ୍କୁ ଜନ୍ମ ଦେଲେ ।ଦୁର୍ଗାଙ୍କ ଜନ୍ମ ଦେଇ କହିଲେ ତୁମେ ମହିଷାସୁର କୁ ଯାଇ ବଧ କର ।
କଂସ କହିଲା ଦେଵକୀ ଙ୍କୁ "ତୋର ଏହି କନ୍ୟା ସ୍ତ୍ରୀ ରୂପରେ ଦୁର୍ଗା ହୋଇ ଜନ୍ମ ନେଇଛି "ତାକୁ ସାମାନ୍ୟ ନାରୀ ବୋଲି କଂସ କେବେ ଭାବିନି କି ଭାବିବ ନାହିଁ ?।ହଁ ,ଦେଵକୀ ତୁ ଶୁଣୁ ପ୍ରଭୁ ଶ୍ରୀହର ଙ୍କର ଅନେକ ମାୟା ଅଛି ।ସ୍ତ୍ରୀ ରୂପ ଧାରଣ କରି ବୈ ଲୋଚନକୁ ପ୍ରଭୁ ମାଳତୀ ରୂପରେ ମାରିଛନ୍ତି ।ଏହି କନ୍ୟାଦୁର୍ଗା ରୂପରେ ମଥୁରାରେ ଜନ୍ମ ନେଇଛି ।
ଦେବକୀ କହିଲା ଭାଇ ତୁ ଯାହା ଭାବୁଛୁ ତାହା ସେପରି ନୁହେଁ ।ଅସମୟରେ ଏହି କନ୍ୟା ଜନ୍ମ ନେଇଛି ।ଏହି କନ୍ୟାକୁ ଈଶ୍ୱର ମଥୁରାକୁ ପଠାଇ ନାହାନ୍ତି ?,ଦେବକୀ କୋଳରେ କନ୍ୟାଟିକୁ ଧରି କଂସକୁ କହୁଥାନ୍ତି -ତୁ ଭାଇ ଏହି କନ୍ୟାକୁ ଛାଡି ଦେ !ସେ ତୋହର କିଛି ଅମଙ୍ଗଳ କରିବ ନାହିଁ ?।ଦେଵକୀ କନ୍ୟାଟି କୁ କୋଳରେ ଧରି କନ୍ୟାଟିକୁ ଭଲ ଭାବେ ଦେଖୁଥାଆନ୍ତି ।ଦେବକୀ କନ୍ୟାକୁ ଦେଖିବା ସମୟରେ କଂସ ,ଦେଵକୀ ନିକଟକୁ ଆସି କହିଲା ,"ଭଉଣୀ ଦେଖି କିପରି ତୋ କନ୍ୟା ଦେଖାଯାଉଛି ?। ଏହାକହି କଂସ ଦୁଇ ହାତ ବଢ଼ାଇ ଦେଵକୀଙ୍କୁ କନ୍ୟା ଦେଖିବ ବୋଲି ମାଗିଲା । କଂସ ହାତ ପ୍ରସାରଣ କଲା ।ଦେବକୀ ଡରି ଯାଇ ଦୁହିତାଟିକୁ କଂସ ହାତରେ ଦେଇଦେଲା ।
"ଏହାବୋଲି କଂସରାଜା କର ପ୍ରାସାରିଲା
ଦୁହିତା ଗୋଟି ଦେବକୀ ବଢ଼ାଇଣ ଦେଲା "।
କ୍ରମଶଃ...................
🌹🌹 *ଜୟ ଶ୍ରୀହରି ଶରଣଂ*🌹🌹
ଦେବାର୍ପିତ ବୋଲି ଯାହା ଦରବ
ଅରପି ଦେବେ ତା ଭୁଞ୍ଜେ ମାନବ
ଅରପି ଦେବ ଙ୍କୁ ନେଇ ଫେରିଲା
ଦେବତା ଖାଇଛି ନାଆଁ ରେ ଗଲା
ବାସନା ଭୋଗୀ ର କିବା ବାସନା
ମାନବେ ପୂରିତ ଶତ କାମନା
ମନାସିଣ କହେ ମନର ବ୍ୟଥା
ଦେବତା ବୁଝଇ ଅନ୍ତର କଥା
ଶରଧା ବୋଳା ରେ ଦେବେ ଅର୍ପଣ
ସେତ ଦେବାଶିଷ ହୁଏ ଭାଜନ
ଅମୁକୁ ଦାମିକା ଦରବ କିଣି
ଆଣିଛି ରେ ପରା ତୋ ମନ ଜାଣି
ସୁନା ରୂପା ଦେବି କହିବୁ ନାହିଁ
କହୁଥିବା ଲୋକ ପାଇବ କାହିଁ
ଦୟା ରେ ଭରିଛି ଅମାର ତୋର
ମାୟା ରେ ଶୂନ୍ୟ ତୋ କୁବେର ପୁର
ଶ୍ରଦ୍ଧାର୍ପିତ ହୃଦେ ହେଉ ଆହୂତ
ଶ୍ରଦ୍ଧା ଖୁଦ ଭଜା ହେବ ଅମୃତ
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏🙏
⚫❗⚫
ll ଆଜି ଶ୍ରାବଣ ଶୁକ୍ଳ ପକ୍ଷ ପୁତ୍ରଦା ଏକାଦଶୀ ll
ଆଜି ହେଉଛି ପୁତ୍ରଦା ଏକାଦଶୀ। ତେବେ ବର୍ଷକୁ ଦୁଇଟି ପୁତ୍ରଦା ଏକାଦଶୀ ପାଳନ କରାଯାଏ। ଶ୍ରାବଣ ଓ ପୌଷ ମାସର ପଡ଼ୁଥିବା ଏକାଦଶୀକୁ ପୁତ୍ରଦା ଏକାଦଶୀ କୁହାଯାଏ।ଯେଉଁମାନେ ବିଧିବିଧାନ ମୁତାବକ ଏକାଦଶୀ ବ୍ରତ ପାଳନ କରିଥାନ୍ତି ସେମାନଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।ପୌଷ ଶୁକ୍ଳ ପକ୍ଷର ଏକାଦଶୀ ଶ୍ରାବଣ ଶୁକ୍ଳ ପକ୍ଷର ଏକାଦଶୀକୁ ପୁତ୍ରଦା ଏକାଦଶୀ ଭାବେ ପାଳନ କରାଯାଏ। ପୁତ୍ରଦା ଏକାଦଶୀକୁ ପବିତ୍ରୋପନା ଏକାଦଶୀ, ପବିତ୍ରା ଏକାଦଶୀ ମଧ୍ୟ କୁହାଯାଏ।
ଏକାଦଶୀ ଯେବେ ରବିବାର ରେ ପଡେ ତାହାକୁ ରବିନାରାୟଣ ଏକାଦଶୀ ମଧ୍ୟ କୁହାଯାଏ।
ପୁତ୍ରଦା ଏକାଦଶୀ ଦିନ ସକାଳୁ ଶୁଦ୍ଧପୁତଭାବେ ଗାଧୋଇ ପାଧୋଇ ଆସି ବିଷ୍ଣୁଙ୍କୁ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରନ୍ତୁ। ଏହି ଦିନ କୌଣସି ଆହାର ଗ୍ରହଣ କରନ୍ତୁ ନାହିଁ। ଯଦି ସମ୍ଭବ ହେଉଛି ଦିନ ସାରା ଦୀପ ଜାଳି ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ। ପୁତ୍ର ସନ୍ତାନ ଚାହୁଁଥିବା ଦମ୍ପତି ଏହି ଏକାଦଶୀ କରିବା ଦ୍ୱାରା ପୁତ୍ର ସନ୍ତାନ ଲାଭ କରିଥାନ୍ତି।
ll କିମ୍ବଦନ୍ତୀ ll
ପ୍ରାଚୀନ କାଳର କଥା। ମାହିଷ୍ମତୀପୁର ନାମକ ରାଜ୍ୟରେ ମହୀଜିତ୍ ନାମରେ ଜଣେ ରାଜା ରାଜୁତି କରୁଥିଲେ। ସେ ଯେପରି ଧାର୍ମିକ ସେହିପରି ପ୍ରଜାବତ୍ସଳ। ତେଣୁ ରାଜ୍ୟରେ ସର୍ବତ୍ର ସୁଖ, ଶାନ୍ତି ବିରାଜମାନ କରୁଥିଲା। କିନ୍ତୁ ସ୍ୱୟଂ ରାଜା ଅତ୍ୟନ୍ତ ଦୁଃଖିତ ଥିଲେ। କାରଣ ସେ ଥିଲେ ନିଃସନ୍ତାନ।
ଦିନେ ରାଜା ତାଙ୍କ ମନର ଦୁଃଖ ପ୍ରଜାଙ୍କ ସମ୍ମୁଖରେ ବ୍ୟକ୍ତ କଲେ। ପ୍ରଜାମାନେ ରାଜାଙ୍କୁ ଅତ୍ୟନ୍ତ ଭଲପାଉଥିଲେ। ତେଣୁ ରାଜାଙ୍କ ଦୁଃଖ ଦୂର କରିବା ନିମିତ୍ତ ବ୍ରାହ୍ମଣମାନଙ୍କ ନେତୃତ୍ୱରେ ସେମାନେ ଅରଣ୍ୟକୁ ଯାଇ ତପସ୍ୟା କରିବାକୁ ସ୍ଥିର କଲେ। ଅରଣ୍ୟ ମଧ୍ୟରେ ଯାଉଯାଉ ସେମାନେ ଲୋମଶ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ଲୋମଶ ମୁନି ଥିଲେ ତ୍ରିକାଳଦର୍ଶୀ, ଜ୍ଞାନୀ ଓ ଶ୍ରେଷ୍ଠଦୀର୍ଘାୟୁ ମହାତ୍ମା। କଥିତ ଅଛି ଯେ ପ୍ରତ୍ୟେକ କଳ୍ପର ଅନ୍ତରରେ ତାଙ୍କ ଶରୀରରୁ ଏକ ଲୋମ ଝଡ଼ିଥାଏ। ସେଥିପାଇଁ ତାଙ୍କ ନାଆଁ ଲୋମଶ।ଏତେ ଲୋକଙ୍କୁ ବନଭୂମିରେ ଏକତ୍ର ଦେଖି ଲୋମଶ ଆଶ୍ଚର୍ଯ୍ୟ ହେଲେ ଏବଂ ସେମାନଙ୍କର ଆସିବାର ଉଦ୍ଦେଶ୍ୟ ଜାଣି ତାଙ୍କୁ ଆଶ୍ୱାସନା ଦେଲେ। ଋଷି ସେମାନଙ୍କୁ କହିଲେ- ମହାରାଜ ମହୀଜିତ୍ ପୂର୍ବଜନ୍ମରେ ଜଣେ ବୈଶ୍ୟ ଥିଲେ। ଗ୍ରାମ ଗ୍ରାମ ବୁଲି ସେ ବ୍ୟାପାର କରୁଥିଲେ। ଖରାଦିନ ଥିଲା। ଦିନେ ବୁଲୁବୁଲୁ ତାଙ୍କୁ ଶୋଷ ଲାଗିଲା। ଏକ ଜଳାଶୟ ଦେଖି ସେ ସେଠାକୁ ପାଣି ପିଇବାକୁ ଗଲେ। ସେହି ସମୟରେ ଶୋଷରେ ଆତୁର ହୋଇ ଗାଈଟିଏ ସେହି ପୋଖରି ତୁଠରେ ତା ବାଛୁରୀକୁ ପାଣି ପିଆଉଥିଲା। ବୈଶ୍ୟ ନିଜେ ପାଣି ପିଇବାପାଇଁ ଗାଈବାଛୁରୀ ଦୁହିଁଙ୍କୁ ସେଠାରୁ ଘଉଡ଼ାଇ ଦେଲେ। ସେହି ପାପ ଫଳରେ ଏ ଜନ୍ମରେ ସେ ଧାର୍ମିକ ହେଲେ ମଧ୍ୟ ଅପୁତ୍ରକ ହୋଇଛନ୍ତି। ରାଜା କିପରି ସନ୍ତାନ ଲାଭ କରିବେ ଏବଂ ତାଙ୍କର ଦୁଃଖ ଦୂର ହେବ, ପ୍ରଜାମାନେ ଆତୁର ହୋଇ ସେକଥା ଲୋମଶଙ୍କୁ ପଚାରିବାରୁ, ସେ କହିଲେ, “ତୁମେମାନେ ଯଦି ରାଜାଙ୍କର ଦୁଃଖ ଦୂର କରିବାକୁ ଚାହଁ, ତେବେ ଶ୍ରାବଣ ମାସ ଶୁକ୍ଳପକ୍ଷରେ ପଡ଼ୁଥିବା ପୁତ୍ରଦା ନାମକ ଏକାଦଶୀକୁ ନିଷ୍ଠାର ସହିତ ପାଳନ କର। ତୁମ ରାଜାଙ୍କର ସନ୍ତାନ ଲାଭ ହେବ।” ଲୋମଶ ମୁନିଙ୍କ କଥା ଅନୁସାରେ, ପ୍ରଜାମାନେ ପୁତ୍ରଦା ଏକାଦଶୀ ପାଳନ କରି, ତାର ପୁଣ୍ୟ ରାଜାଙ୍କୁ ସମର୍ପଣ କରିବାରୁ ରାଜାଙ୍କର ପୁତ୍ର ଲାଭ ହେଲା।
ll ଶ୍ରାବଣ ଶୁକ୍ଳ ପୁତ୍ରଦା ଏକାଦଶୀ ବ୍ରତ ମାହାତ୍ମ୍ୟ ll
ଯୁଧୁଷ୍ଠିର ଉବାଚ
କହନ୍ତି ପଙ୍କଜ ନନ୍ଦନ । ଶୁଣିମା ହେ ମଧୁସୂଦନ ।।
ଶ୍ରାବଣ ଶୁକ୍ଳ ଏକାଦଶୀ। କହ ଏ କେଉଁ ନାମେ ଭାଷି ।।
ଏ ଏକାଦଶୀ ପୁଣ୍ୟ ଫଳ । ବିଧି ସହିତେ ଆଦି ମୂଳ ।।
କହିବା ଯାହା ଶୁଣି ନରେ । ଉତ୍ସୁକ ଏବେ ସ୍ଵର୍ଗପୁରେ ।।
ଶ୍ରୀକୃଷ୍ଣ ଉବାଚ
ରାଜା ଏମନ୍ତ ପଚାରନ୍ତେ ।ଆଦରେ କହନ୍ତି ଅଚ୍ୟୁତେ ।।
ଶୁଣ ହେ ନୃପ ସାବଧାନ । ଯେ ପାପହରା କଥା ମାନ।।
ଯାହାର ଶ୍ରବଣରେ ହେଳେ । ବାଜପେୟର ଫଳ ମିଳେ।।
ପୂର୍ବେ ଦ୍ଵାପର ଯୁଗ ଆଦି । ପାଇଣ ମାହୀଷ୍ମତୀ ଗାଦୀ ।।
ଏକାହିଁ ରାଜା ହେଲା ତହିଁ ।ନ ମରେ ମହୀଜିତ କହି ।।
ସେହୁ ପାଳନ କଲା ମହୀ । ସମସ୍ତେ ଯହିଁ ସୁଖୀ ହୋଇ ।।
ଏକା ନୃପତି ହେଲେ ଦୁଃଖୀ । କୁଳରେ ତନୟ ନ ଦେଖି।।
ରୁଚିଲା ନାହିଁ ଧନ ମହୀ । ସନ୍ତତ ପୁତ୍ର ଚିନ୍ତା ବହି ।।
ପ୍ରାୟଶଃ ନ ଥିଲେ ତନୟ । ହୁଅଇ ଲୋକେ ଦୁଃଖମୟ।।
ଚିନ୍ତାରେ ପୁରେ ନୃପତିର ।ଗଲା ଯେ କାଳ ବହୁତର।।
ଗୃହୀଙ୍କ ଗୃହ ସୁଖତର ।ନୋହିଲା ପୁତ୍ର ନୃପଙ୍କର।।
ମନ୍ତ୍ରୀ ସହିତ ପ୍ରଜାଗଣେ ।ଡାକି କହିଲେ ଦୁଃଖ ମନେ।।
ଏ ଜନ୍ମେ ଜାଣି ଧର୍ମ ଲୋପ । କରି ମୁଁ ନାହିଁ ବିପ୍ର କୋପ।।
ଅନ୍ୟାୟେ ଧନ ରଖି ନାହିଁ । ବ୍ରହ୍ମସ୍ୱ ଦେବସ୍ୱ ବା କାହିଁ ।।
ନ୍ୟାୟର ଅପହାର କାହିଁ ।ପାପୀର ଧନ ଆଣି ନାହିଁ ।।
ପୁତ୍ରର ପରି ପ୍ରଜା ପାଳି । ଧର୍ମରେ ଜିଣି ବସୁନ୍ଧରୀ।।
ଦୋଷକୁ ଦେଖି ଦଣ୍ଡ ଦେଲି । ଶିଷ୍ଟକୁ ସମ୍ଭାବନା କଲି ।।
ଏ ରୂପେ ଧର୍ମ ମାର୍ଗ ଥାଇ । କିମ୍ପା ଅପୁତ୍ରୀ ହେଲି ମୁହିଁ ।।
ଦ୍ବିଜ ଉତ୍ତମ ବିଚାରନ୍ତୁ । ଯେ ବିଧି ଉପାୟ କରନ୍ତୁ ।।
ଏ ବାକ୍ୟ ଶୁଣି ନୃପତିର ।ସମସ୍ତେ କରି ସୁବିଚାର ।।
ନିଜର ବୃଦ୍ଧାବସ୍ଥା ଦେଖି । ନୃପତି ହେଲେ ଅତି ଦୁଃଖୀ।।
ଲୋମଶ ଋଷିଙ୍କ ଉଦ୍ଦେଶ୍ୟେ । ଗଲେ ସମସ୍ତେ ବନଦେଶେ ।।
ଏ ବନ ସେ ବନ ବୁଲିଲେ । ବହୁତ ଆଶ୍ରମ ଦେଖିଲେ ।।
ନୃପତି ହିତ ମନେ ଧରି ।ଆଶ୍ରମ ମାନ ଅବଧାରି ।।
ବୁଲନ୍ତେ ମୁନିଙ୍କି ଦେଖିଲେ । ତାହାଙ୍କ ନିକଟେ ମିଳିଲେ ।।
ଏ ଘୋରତର ତପକାର । ନିତ୍ୟ ଆନନ୍ଦ ନିରାହାର ।।
ଯେ ଜିତ କ୍ରୋଧ ନିରାମୟ । ଜିତାତ୍ମା ଯେ ଅତି ସଦୟ ।।
ଯେ ସର୍ବ ତତ୍ତ୍ବମାନ ଜାଣି । ଧର୍ମ ତତ୍ତ୍ବକୁ ପରିମାଣି ।।
ଅଛନ୍ତି ସନାତନ ହୋଇ । ଯାହାକୁ ଦୀର୍ଘାୟୁଷ କହି ।।
ଯେ ବ୍ରହ୍ମ ସମେତ ସକ୍ଳେଶ । କଳ୍ପ କଳ୍ପକେ ଯାହା କ୍ଳେଶ।।
ଏକକୁ ଏକ ଶୀର୍ଣ୍ଣ ପାଏ ।ଏଣୁ ଲୋମଶ ନାମ ହୁଏ ।।
ଭୂତ ଭବିଷ୍ୟ ବର୍ତ୍ତମାନ । ଯେ ଜାଣେ ତ୍ରିକୋଣକୁ ଜାଣ।।
ଦେଖି ଏ ମହାମୁନି ପାଦ । ସମସ୍ତେ ଛାଡ଼ିଣ ବିଷାଦ ।।
ଆନନ୍ଦେ ହେଲେ କୁହାକୁହି ।ଭାଗ୍ୟବଶରୁ ଦେଖିଲଇଁ ।।
ସେ ପ୍ରଜା ମନ୍ତ୍ରୀ ପୁରୋହିତ ।ପ୍ରଣାମ କଲେ ସମସ୍ତ ।।
ପଡ଼ିଲେ ଦଣ୍ଡପରି ଦୂରେ । ମୁନିଙ୍କ ଚକ୍ଷୁର ଆଗରେ ।।
ଦେଖି ତାହାଙ୍କୁ ମୁନିବର । ବୋଲନ୍ତି ବଚନ ମଧୁର ।।
ଲୋମଶ ଉବାଚ
କହିଲେ କିମ୍ପା ଆଗମନ । କି ଏଥି ତୁମ୍ଭର କାରଣ ।।
କିମ୍ପାଇ ହୋଇ ଆନନ୍ଦିତ । ସ୍ତୁତି କରୁଛି ଅତି ମାତ୍ର।।
କହୁ ଯେ ଅଛୁ ଆମ୍ଭେ ସତ । କରିବୁ ନିଶ୍ଚେ ଜାଣ ହିତ।।
ତାଦୃଶମାନଙ୍କର ଜନ୍ମ । ପରର ଉପକାର କାମ ।।
ଜନା ଉବାଚ
ଶୁଣ କହୁଛି ମହାମୁନେ । କାରଣ ଆମ୍ଭ ଆଗମନେ ।।
ଜନ୍ମିଲା ଏକଇ ସଂଶୟ । କର ତା ଛେଦନ ଉପାୟ।।
ସମସ୍ତ ଶାସ୍ତ୍ରମାନ ଜାଣି । ପରମତତ୍ତ୍ୱ ପରିମାଣି ।।
ତୁମ୍ଭର ସମ ନାହିଁ ମୁନି । ହେଲେ ବା ହେବ ପଦ୍ମଯୋନି ।।
ଆମେ ସମସ୍ତେ ମହୀଷ୍ମତୀ । ପୁରର ପରଜା ପ୍ରଭୃତି ।।
ଆସିଲୁ ଶୁଣି ତୁମ୍ଭ କୀର୍ତ୍ତି । କରିବ ମନୋରଥ ତୃପ୍ତି ।।
ଏ ମହାରାଜା ମହୀଜିତ । ପ୍ରଜା ପାଳନେ ପିତୃବତ ।।
ତାହାଙ୍କୁ ପୁତ୍ରହୀନ ଦେଖି । ବିଷାଦେ ହୋଇଅଛୁ ଦୁଃଖୀ ।।
ଏ ତାଙ୍କ ମିତ୍ର ପୁରୋହିତେ ।ଅଇଲେ ଆମ୍ଭର ସଙ୍ଗତେ ।।
ତପସ୍ୟା କାରଣେ ଅଇଲୁ । ଭାଗ୍ୟରୁ ତୁମ୍ଭଙ୍କୁ ଦେଖିଲୁ ।।
ମହାତ୍ମା ଜନମାନଙ୍କର । ଦର୍ଶନ ବହୁ ଶୁଭଙ୍କର।।
ଏଣୁ ଜାଣୁଛି କାର୍ଯ୍ୟ ସିଦ୍ଧି । କହନ୍ତୁ ଉପାୟ ଯେ ବିଧି ।।
ଶୁଣି ଏପରି ତାଙ୍କ ବାଣୀ । ମୁହୁର୍ତ୍ତେ ଧ୍ୟାନ କରି ମୁନି ।।
ତା ପୂର୍ବ ଜନ୍ମକୃତ ଜାଣି | କହିଲେ ତତ୍ତ୍ୱ ପରିମାଣି ।।
ଲୋମଶ ଉବାଚ
ପୂର୍ବ ଜନ୍ମରେ ମହୀଜିତ । ବୈଶ୍ୟ ଯୋନିରେ ହୋଇଜାତ।।
ଦଶାରୁ ଧନହୀନ ହେଲା ।ଏଣୁ ନୃଶଂସ କର୍ମ କଲା ।।
ବାଣିଜ୍ୟ କର୍ମେ ରତ ହୋଇ । ଗ୍ରାମରୁ ଗ୍ରାମାନ୍ତର ଯାଇ।।
ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ । ଦଶମୀ ଦିବସ ପ୍ରତ୍ୟକ୍ଷ ।।
ଏ ଦିନ ମଧ୍ୟାହ୍ନ କାଳରେ । ତୃଷାରେ ଚିତ୍ତ ଜଳଠାରେ ।।
ଦେଖି କୁପିତା ସେ ସତ୍ଵର । ଗଲା ସେ ପିଇବାକୁ ନୀର ।।
ସବତ୍ସା ହୋଇ ସେହି କାଳେ । ମିଳିଲା ଏକ ଗାଈ ଜଳେ।।
ନିଦାଘେ ଆର୍ତ୍ତ ତୃଷାବନ୍ତ । ହୋଇ ପିଅନ୍ତେ ସେ ବହୁତ।।
ଘଉଡ଼ି ଦେଇ ସେ ଗାଈକି । ଆପେ ପିଇଲା ପୟ ଦେଖି ।।
ସେ ପାପ କର୍ମ ଏ ରାଜନ । ଜାଣ ହୋଇଲା ପୁତ୍ରହୀନ।।
ପ୍ରାକ୍ତନ ଦାନ ପୁଣ୍ୟବଳେ । ନୃପ ହୋଇଲା ମହୀତଳେ।।
ପ୍ରଜା ଉବାଚ
ପୁରାଣେ ଶୁଣାଅଛି ମୁନେ। ପାପର କ୍ଷୟ ହୁଏ ପୁଣ୍ୟେ।।
ପୁଣ୍ୟର ଉପଦେଶ ଦିଅ । ଯେଣେ ହୋଇବ ପାପ କ୍ଷୟ।।
ଦୟାକରିଣ ତପୋବନ୍ତ । ମୋ ରୂପେ ମହୀଷ୍ମତୀ କାନ୍ତ।।
ପାଇବେ ବଂଶଧର ପୁତ୍ର । ସଗୋତ୍ର ହୋଇବ ପବିତ୍ର ।।
ଲୋମଶ ଉବାଚ
ଶ୍ରାବଣ ଶୁକ୍ଳ ଏକାଦଶୀ । ଯାହାକୁ ପୁତ୍ରଦା ଆଭାଷି।।
ଏ ଏକାଦଶୀ ମହାବ୍ରତ ।କର ସମସ୍ତେ ବିଧିମତ ।।
ସେ ପୁଣ୍ୟ ନିର୍ମଳ ମାନସେ । ଦେବ ନୃପତି ପୁତ୍ର ଆଶେ ।।
ଏ ରୂପେ କରନ୍ତେ ନୃବର । ଅବଶ୍ୟ ହେବ ବଂଶଧର।।
ଶୁଣ ଲୋମଶ ସିଦ୍ଧ ବାଣୀ । ନୃପର ପୁତ୍ର ହେଲା ମଣି ।।
ଆନନ୍ଦ ମୁନିଙ୍କି ପ୍ରଣମି । ଗଲେ ସମସ୍ତେ ନିଜ ଭୂମି ।।
ପ୍ରଜା ପ୍ରଭୃତି ପୁରୋହିତ । ଏଠାରୁ ଶୁଣି ନିଜ ହିତ।।
ଅତ୍ୟନ୍ତ ଆନନ୍ଦିତ ହୋଇ । କାଳ ଆଗମ ଚାହିଁ ରହି ।।
କାଳ ବଶରୁ ସେ ଶ୍ରାବଣୀ । ପ୍ରବେଶ ହେଲା ଆଜି ଜାଣି ।।
ସମସ୍ତ ପ୍ରାତଃ ସ୍ନାନ ସାରି । ନୃପ ସହିତେ ନରନାରୀ ।।
ବାଞ୍ଛିତ ପ୍ରାପ୍ତ ସଙ୍କଳ୍ପିଲେ । ପୁତ୍ରଦା ବ୍ରତ ଆରମ୍ଭିଲେ ।।
ଯଥା ବିଧିରେ ବ୍ରତ କରି । ଜାଗ୍ରତ ହୋଇ ନରନାରୀ ।।
ଦ୍ବାଦଶ ଦିନେ ସ୍ନାନ କରି । ବିପ୍ର ଅତିଥି ପୂଜା କରି ।।
ରାଜାକୁ ପୁଣ୍ୟ ସମର୍ପିଲେ । ସୁପୁତ୍ର ପାଅ ତୁ ବୋଇଲେ।।
ପୁଣ ସ୍ବୀକାର କରି ରାଜା । କରି ଦେବତା ଦ୍ବିଜ ପୂଜା ।।
ଦ୍ଵାଦଶୀ ହବିଷ୍ୟ ସାରିଲେ । ବୈଷ୍ଣବ ସଙ୍ଗେ ଦିନ ନେଲେ।।
ରାଣୀ ପୁତ୍ରଦା ଫଳ ପାଇ । ଶୋଭନ ଗର୍ଭବତୀ ହୋଇ।।
ଶୁଭ ଦିନରେ ଯଥାକାଳେ। ସେ ରାଣୀ ପୁତ୍ର ଜନ୍ମ କଲେ।।
ଶ୍ରାବଣ ଶୁକ୍ଳ ଏକାଦଶୀ। ଏ ରୂପେ ପୁତ୍ରଦା ବିକାଶି।।
ଦୁଇ ଲୋକରେ ସୁଖ ଲୋଭ। ଥିଲେ ଏ କର୍ତ୍ତବ୍ୟ ହୋଇବ।।
ଶ୍ରାବଣ ଶୁକ୍ଳ ଦ୍ୱାଦଶୀରେ। ରବି ରହନ୍ତେ କର୍କଟରେ।।
ଉଦ୍ଦେଶ୍ୟ ବାସୁଦେବ ହେବ। ପବିତ୍ରାରୋପଣ କରିବ।।
ପବିତ୍ର କହିବା ଯେ ଶୁଣ। ଜାଣି କରିବ ଆରୋପଣ।।
କ୍ଷୈମ ରଜତ ତ୍ୟମ ହେମ। ବିଭବେ ଏଗୁଣ ଘେନିମ।।
କୁଶ କୌଶେୟ ପଦ୍ମକାଶ। ବ୍ରହ୍ମଣୀ କର୍ତ୍ତୃକ କାର୍ପାସ।।
ଏ ଗୁଣମାନଙ୍କୁ ଘେନିମ। ସ୍ନାନ କରିଣ ତ୍ରିଗୁଣିମ।।
ଗ୍ରନ୍ଥୀ ଛିଦ୍ରକୁ ଅବଧରି। ପୁଣି ତା ତିନିଗୁଣ କରି।।
ଗୋ ଦୋଦନାନ୍ତରିତ ଶେଷ। ପୂର୍ବ ଦିବସେ ଅଧିବାସ।।
ବିପ୍ରଙ୍କୁ ନମସ୍କାର କରି। ତେବେ ସୁଧର୍ମେ ପରିଚାରି।।
ଗୁରୁଙ୍କୁ ଆଗରେ ବସାଇ। ଆସନ ପାଦାସନ ଦେଇ।।
ପବିତ୍ର ସ୍ୱର୍ଣ୍ଣପାତ୍ରେ ଭରି। ଦେବ ଗନ୍ଧଦିପୂର୍ବ ପରି।।
ଆଉ ଯେ ବୈଷ୍ଣବ ବ୍ରାହ୍ମଣ। ପୂଜିବ ଦେଇ ସୁ ଭୋଜନ।।
ଏଥୁ ଦେବଙ୍କୁ ଉଦ୍ଧାରିବ। ପବିତ୍ର କୃଷ୍ଣ ଅଙ୍ଗେ ଦେବ।।
ରୁଦ୍ରର ମୂଳ ମନ୍ତ୍ରେ ଜାଣ। ବିଷ୍ଣୁରେ ଶିବେ ବା ଅର୍ପଣ।।
ବର୍ଷକୁ ବର୍ଷ ଆଚରିବ। ପବିତ୍ରାରୋପଣ କରିବ।।
ଏ ଶୋକ ସାଗର ସଂସାର। ଯେବେ ତରିବା ଇଛାକର।।
ଭକ୍ତି ମୁକ୍ତିରେ ଯେବେ ଲୋଭ। ଏ ବ୍ରତ କେଭେ ନ ଛାଡ଼ିବ।।
ବିଧିରେ କରିବ ଏ ବ୍ରତ। ବିଧିଟି ଏଥିରେ ନିୟତ।।
ଅନ୍ୟଥା ସମ୍ବତ୍ସର ପୂଜି। ବିଫଳ ହୁଏ ଥାଅ ବୁଝି।।
କରିଣ ପବିତ୍ରାରୋପଣ। ମାହାତ୍ମ୍ୟ ଶ୍ରବଣେ ଅର୍ଜ୍ଜନ।।
ଏକାଦଶୀରେ ଏ ତ୍ରିତୟ। କରି ପାପରୁ ମୁକ୍ତ ହୁଅ।।
ପୁତ୍ରଦା ଏକାଦଶୀ କର। ସୁପୁତ୍ର ସୌଖ୍ୟ ପାଅ ନର।।
ପରଲୋକରେ ସୁଖ ପାଅ। ଜାଣ ସ୍ୱର୍ଗକୁ ଏ ଉପାୟ।।
ଇତି ଶ୍ରୀ ଭବିଷ୍ୟୋତ୍ତର ପୁରାଣେ
ଶ୍ରାବଣ ଶୁକ୍ଳ ପବିତ୍ରାରୋପିଣୀ ଏକାଦଶୀ ମାହାତ୍ମ୍ୟେ ଅଷ୍ଟାଦଶୋଽଧ୍ୟାୟଃ।।
ଏହି ଏକାଦଶୀର ବ୍ରତ ସ୍ୱତନ୍ତ୍ର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କର ବାଳ ସ୍ୱରୂପକୁ ପୂଜା କରାଯାଏ। ତାଙ୍କୁ ହଳଦିଆ ଫୁଲ ସହିତ ଫଳ, ତୁଳସୀ ଓ ପଞ୍ଚାମୃତ ଅର୍ପଣ କରି ଗୋପାଳ ମନ୍ତ୍ରରେ ପୂଜନ କରାଯାଏ। ଏହିଦିନ ପତି ଓ ପତ୍ନୀ ଉପବାସ କରି ବାଳଗୋପାଳଙ୍କୁ ପଞ୍ଚାମୃତ ଭୋଗ ଲଗାଇଲେ ଶୁଭ ଫଳ ମିଳେ।
🙏ଜୟ ମା ଦୁର୍ଗା 🙏
#ଭଗବତକଥା🙏🚩
ଓଁ ନମୋ ଭଗବତେ ବାସୁଦେବାୟ 🌹🙏
🚩#ଜୟ_ଶ୍ରୀରାମ🙏🏹
🌹🍀🌹🍀🌹🍀🌹🍀
🔵🌑🔴#ନାରଦ_ଭକ୍ତିସୂତ୍ର_୩୬🔴🌑🔵
👉ଅବ୍ୟାବୃତ ଭଜନାତ୍ ॥ ୩୬ ॥
🌹🍀#ଅର୍ଥ-✍️ଅଖଣ୍ଡ ଭଜନ ଦ୍ବାରା(ଭକ୍ତିର ସାଧନ ସମ୍ପର୍ଣ୍ଣ ହୁଏ) ।
🌹🍀#ବ୍ୟାଖ୍ୟା👇
✍️ ଏହି ସୂତ୍ର ପୂର୍ବ ସୂତ୍ରର ବ୍ୟାଖ୍ୟା କରେ । ପୂର୍ବ ସୂତ୍ରରେ କୁହାଯାଇଛି ଯେ,ବସ୍ତୁ ପ୍ରତି ବାସନା ତ୍ୟାଗ ଓ ବିଷୟପ୍ରତି ଆସକ୍ତି ତ୍ୟାଗ ଦ୍ଵାରା ଭକ୍ତିର ବିକାଶ କରିହେବ । କିନ୍ତୁ ବିଷୟ ପ୍ରତି ଆକର୍ଷଣ ତ୍ୟାଗ ହେବ କିପରି ? ଏହି ସୂତ୍ରରେ ଏହାର ଉତ୍ତର ପ୍ରଦତ୍ତ ହୋଇଛି । ସାଂସାରିକ ବାସନା ବା ଆକର୍ଷଣକୁ ଭଗବାନଙ୍କ ପ୍ରତି ନିରବଚ୍ଛିନ୍ନ ଆରାଧନା ଦ୍ବାରା ଜୟ କରିହେବ।ଭକ୍ତି ପଥରେ ଅନେକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯଥା ରୋଗ, କ୍ଷତି ଓ ନୈରାଶ୍ୟ ଆଦି । ଭକ୍ତ ଅତ୍ୟନ୍ତ ଧୈର୍ଯ୍ୟ ସହ ଏସବୁ ସହନ କରିବା ଉଚ୍ଚିତ୍। 📗ଗୀତାରେ ପ୍ରଭୁ କୃଷ୍ଣ କହନ୍ତି-👉“ହେ ଅର୍ଜୁନ, ଯେ ଅନ୍ୟ ଚିନ୍ତା ବିନା ସତତ
ମୋର ସ୍ମରଣ କରେ, ମୁଁ ସେହି ଭକ୍ତଙ୍କ ନିମିତ୍ତ ସୁଲଭ ଯେ କି ନିରବଚ୍ଛିନ୍ନ ରୂପେ ମୋଠାରେ ଆସକ୍ତ ।''(📗ଗୀତା ୮/ ୧୪)
📘ରାଜଯୋଗ ସୂତ୍ରରେ ମହର୍ଷି ପତଞ୍ଜଳି କହନ୍ତି, ଭକ୍ତି ଓ ଉତ୍ସାହ ସହ ଦୀର୍ଘ ସମୟ ଯାଏ ନିରବଚ୍ଛିନ୍ନ ରୂପେ ଅଭ୍ୟାସ କଲେ ସେଥରେ ସିଦ୍ଧି ମିଳେ।(📘୧/ ୧୪) ତୁମେ ବାଲିଦ୍ଵାରା ଦଉଡ଼ି ତିଆରି କରି ପାର, ତୁମେ ବାଲୁକାରୁ ଲହୁଣୀ ବାହାର
କରିପାର, କିନ୍ତୁ ନିରବଚ୍ଛିନ୍ନ ଭଜନ ଓ ଆରାଧନା ବିନା କେହି ଏହି ଜନ୍ମ-ମୃତ୍ୟୁର ଦୁର୍ବାର ସଂସାର ସାଗରକୁ ପାର ହୋଇପାରିବ ନାହିଁ।ପୂଜା ଓ ସେବା ଆଦି ମଧ୍ଯ ଭଜନ ପଦବାଚ୍ୟ।ଭକ୍ତି ଭାବରେ ଭଗବାନଙ୍କର ସେବା ହଁ ଭଜନ । ଦିବ୍ୟଭାବ ସହ ମାନବ ସେବା ମଧ୍ଯ ମାଧବଙ୍କର ସେବା ବା
ପୂଜା ବା ଭଜନ । ବିଷ୍ଣୁଙ୍କର କଥା ଶ୍ରବଣ, ତାଙ୍କର ଯଶର କୀର୍ତ୍ତନ, ତାଙ୍କର ସେବା, କୁସୁମ ଦ୍ଵାରା ତାଙ୍କର ପୂଜା, ସମସ୍ତ କର୍ମକୁ ପ୍ରଭୁଙ୍କୁ ସମର୍ପଣ କରିବା, ତାଙ୍କର ପୂଜାରେ ଏ ଶରୀରକୁ ନିୟୋଜିତ କରିବା - ଏସବୁ ଭଜନର ଅନ୍ତର୍ଗତ କର୍ମ | ଏପରିକି ଭୋଜନ ଓ ନିଦ୍ରା ମଧ୍ଯ ପ୍ରଭୁଙ୍କର ସେବା ଅବା ପୂଜା👇👇
"ୟତୃ ୟତୃ କର୍ମ କରୋମି ତଦୂ ତଦୂ ଅଖିଳଂ ଶମ୍ଭୋ ତବାରାଧନମ୍”।
👉ଅନୁଭବ କର ଯେ, ତୁମର ହୃଦୟ ମନ୍ଦିରରେ ଥିବା ପ୍ରଭୁ ହିଁ ଭୋଜନ ଓ ନିଦ୍ରା ଉପଭୋଗ କରନ୍ତି । ଏହା ଫଳରେ ଅହଂକାରର ସଂପୂର୍ଣ୍ଣ ବିନାଶ ହେବ । ଏହା ପ୍ରଭୁଙ୍କ ଠାରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ । ସୂତ୍ର ୩୫ ରେ ଆଧ୍ୟାତ୍ମିକ ସାଧନା ନକାରାତ୍ମକ । ଏହା ଅସତ୍ କର୍ମର ପରିହାର କରିବା । କିନ୍ତୁ ସୂତ୍ର ୩୬ରେ ଏହା ଏକ କ୍ରିୟାଶୀଳ ଆଧ୍ୟାତ୍ମିକ ସାଧନା । ତୁମେ ଏକ ଆଧ୍ୟାତ୍ମିକ ବୀର-ଜଣେ ନିର୍ଭୀକ ଆଧ୍ୟାତ୍ମିକ ସୈନିକ ଅଟ ।
ତୁମେ ବାଧାବିଘ୍ନକୁ ଭୟ କରିବା ଅନୁଚ୍ଚିତ୍ । ତୁମେ ନିଶ୍ଚୟ ଧୈର୍ଯ୍ୟ ସହ ବିଘ୍ନ ସମୂହକୁ ପାର ହେବା ବିଧେୟ ଯାହାକି ଆଧ୍ୟାତ୍ମିକ ପଥରେ ପରିଦୃଷ୍ଟ ହୁଏ । ଅନ୍ତନିର୍ହିତ ଆଧ୍ୟାତ୍ମିକ ଅଗ୍ନିକୁ ସ୍ଥିର ଭାବରେ ପ୍ରଜ୍ଵଳିତ ହେବାକୁ ଦିଅ । ଆଗେଇ ଚାଲ।ଅଧ୍ଯବସାୟ କର ଓ ବିଜୟୀ ହୁଅ । ଦୁର୍ବଳତା ଓ ପ୍ରଲୋଭନ ଦ୍ଵାରା ପରାଭୂତ ହୁଅ ନାହିଁ । ଜାଗ୍ରତ ରୁହ । ସାବଧାନ ହୁଅ । ଅବାଞ୍ଚିତ ଅବହେଳା, ଆଳସ୍ୟ ଓ ଅସାବଧାନତାକୁ ବିନାଶ କର | ବିଶ୍ରାମ କର । କିନ୍ତୁ କାର୍ଯ୍ୟର ପରିବର୍ତ୍ତନ ହିଁ ବିଶ୍ରାମ । କୀର୍ତ୍ତନ ଭଜନ କର । ଏହା ଆବଶ୍ଯକ ବିଶ୍ରାମ ପ୍ରଦାନ କରିବ । ଏହା କ୍ଲାନ୍ତି ଦୂର କରିବ।ଆଦର୍ଶ ପ୍ରତି ସମ୍ମାନ ପ୍ରଦର୍ଶନ କର । ଆଧ୍ଯାତ୍ମିକ ଅଭ୍ୟାସରେ ରୁଚି ସୃଷ୍ଟି କର । ବିବିଧ କାର୍ଯ୍ୟ କର ଯଥା ମନ୍ତ୍ରଲିଖନ, ଜପ,କୀର୍ତ୍ତନ, ପ୍ରାର୍ଥନା,ଧ୍ୟାନ, ଅଧ୍ୟୟନ ଓ ସେବା | ଏସବୁକୁ ଭଜନ ବା ପୂଜା ଅଭିହିତ କରାଯାଏ । ଅନିୟମିତ ରୂପେ ଆରାଧନା କଲେ ଚଳିବ ନାହିଁ। ଏହା ସତତ ଓ ନିୟମିତ ହେବା ଆବଶ୍ୟକ । ଏହା ତୈଳଧାରାବତ ନିରବଚ୍ଛିନ୍ନ ହେବା ଉଚ୍ଚିତ୍। ସେଥିରେ ବିରାମ ହେଲେ କାମନା ମନରେ ପ୍ରବେଶ କରିବ । ଅପବିତ୍ର ଚିନ୍ତା ଓ ସାଂସାରିକ ପ୍ରଲୋଭନ ଅନ୍ତଃକରଣକୁ ବିପର୍ଯ୍ୟସ୍ତ କରିଦେବେ । ରାଜସ ଓ ତାମସ ତୁମକୁ ଅଭିଭୂତ କରିବାକୁ ଚେଷ୍ଟା କରିବେ । ପୁରାତନ ବାସନା ସମୂହ ପୁନର୍ଜୀବନ ଲାଭ କରିବେ । ଭକ୍ତଙ୍କୁ ଅତ୍ୟନ୍ତ ଜାଗ୍ରତ ଓ ସତର୍କ ରହିବାକୁ ପଡ଼ିବ । ସୁତରାଂ ପ୍ରଭୁ କୃଷ୍ଣ କହନ୍ତି-👇
ସର୍ବେଷୁ କାଳେଷୁ ମାମ୍ନୁସ୍ମର- ସର୍ବଦା ମୋର ସ୍ମରଣ କର (📗ଗୀତା ୮/୭) ।
କ୍ରମଶଃ...✍️✍️
📗ନାରଦ ଭକ୍ତିସୂତ୍ର
✍️ଜୟ ଶ୍ରୀରାମ🙏
#ହରିବଂଶ_ପୁରାଣ 🌹( ଭାଗ -୩୯)
*********** 🙏
ଆପଣଙ୍କର କାନ୍ତି ନିବିଡ଼ ମେଘ ତୁଲ୍ୟ ,ଆପଣ କଳିକୃତ ସମସ୍ତ
ପାପ ଦୂର କରନ୍ତି ହେ ନାରାୟଣ !ହେ ନାରାୟଣ !ହେ ଗୋବିନ୍ଦ
ହେ ହରେ ! ଜୟ ହେଉ!ହେ ନାରାୟଣ ! ଆପଣଙ୍କରନାମ,ଗୁଣ
ପ୍ରଚାର ଓ ପ୍ରସାର କରିବାରେ ଯଦି କୌଣସି ଠାରେ ତ୍ରୁଟି ରହିଯାଉଥାଏ ତେବେ ଏ ଅଧମକୁ କ୍ଷମା କରିବା ହେବେ ।
ଜୟ ଶ୍ରୀହରି ।।🌹🌹
ରାଜାପରୀକ୍ଷିତ ଶୁକମୁନିଙ୍କୁ ପ୍ରଣିପାତକରି ପଚାରିଲେ ଭୋ ଦେବ !ଭଗବାନ ଶ୍ରୀକୃଷ୍ଣ ଙ୍କ ସଠି ପୂଜାକୁ ଅର୍ଦ୍ଧ ରାତ୍ରରେ ଚାରି
ଯୁଗ ବୀର ମାନେ ଆସିଥିଲା ।କେଉଁ ଯୁଗରୁ ,କେଉଁ ବୀର ମାନେ ଆସିଥିଲେ ?ଏବିଷୟରେ ମୋତେ ସଂକ୍ଷେପରେ କୁହନ୍ତୁ
?।ପରୀକ୍ଷିତ ଙ୍କୁ ଶୁକମୁନି କହିଛନ୍ତି ........................!!!!!
ବେଦପତି ବ୍ରହ୍ମା ,ସୃଷ୍ଟି ଆରମ୍ଭ କରିଥିବା ଆଦିନାରୀ କେତୁକାଙ୍କ
କହିଲେ "ତୁମେ ଯାଇ କୃଷ୍ଣ ଭଗବାନଙ୍କ ସଠିଜୁଇ ଜାଳ।କେତୁକା , କୃଷ୍ଣ ଭଗବାନଙ୍କ ସଠି ଜୁଇ ଜାଳିଲେ ।ଚକ୍ରଧର କେତୁକା ଙ୍କୁ ଶାଢ଼ୀ ପ୍ରଦାନ କଲେ ।ବେଦବର ବ୍ରହ୍ମା ସଠି ଦେବୀଙ୍କୁ ନିର୍ଦ୍ଦେଶ ଦେଇ କହିଲେ ତୁମେ ଯାଇ କପାଳ ଲିଖନ କର ।ଯେ ଯାହା ଅର୍ଜନ କରିଥିବ ତାକୁ ସେୟା ଭୋଗ କରିବାକୁ ପଡିବ ।ଏକଥା ସମସ୍ତଙ୍କ କପାଳରେ ତୁମେ ସଠି ଦେବୀ ଲେଖିବ ।ସଠି ଦେବୀ ଡରିଗଲେ !ବ୍ରହ୍ମା ଙ୍କୁ କହିଲେ ମୁଁ ମୁଁ ଜଣେ ,କିପରି ଏସବୁ ଭିଆଣ କରିବି ?।ବ୍ରହ୍ମା ସଠି ଦେବୀଙ୍କୁ କହିଲେ ତୁମ ସଙ୍ଗରେବୀର ମାନେ ଅଛନ୍ତି ।ଏହି ବୀର ମାନେ ତୁମରି ଆଜ୍ଞାରେ ଘଟିବେ ।ବ୍ରହ୍ମାଙ୍କ ଠାରୁ ଏମନ୍ତ କଥା ଶୁଣି ସଠି ଦେବୀ ବ୍ରହ୍ମାଙ୍କୁ ପ୍ରଣାମ ଜଣାଇଲେ ।ଏହାପରେ ବ୍ରହ୍ମା ନିଜ ଦେହରୁ ସତ୍ୟ ଯୁଗ ପାଇଁ ଅଠସ୍ତୋରୀ ଜଣ ବୀର ,ତ୍ରେତୟା ଯୁଗପାଇଁ ତୈୟାନବେ ବୀର ଦ୍ଵାପର ଯୁଗପାଇଁ ଷାଠିଏ ଓ କଳିଯୁଗ ପାଇଁ ବାଉନ ବୀର ଜାତ କଲେ ।ଏହିପରି ଚାରିଯୁଗ ପାଇଁ ସଠିଦେବୀଙ୍କ ସହିତ ରହିବା ପାଇଁ ବ୍ରହ୍ମାବୀର ମାନଙ୍କୁ ବାଣ୍ଟି ଦେଲେ ।
ପରୀକ୍ଷିତ ,ଶୁକମୁନିଙ୍କୁ ପଚାରିଲେ ବ୍ରହ୍ମା କଳିଯୁଗପାଇଁ ବାଉନ ବୀର ସୃଷ୍ଟିକରି ସଠି ଦେବୀଙ୍କୁ ଦେଲେ ,ଏବେ ମୋତେ ସେଇ ବାଉନ ବୀର ଙ୍କ ନାମ କଅଣ କୁହନ୍ତୁ ?।ଶୁକମୁନି କହିଲେ ରାଜନ ସେଇ ବାଉନ ବୀର ଙ୍କ ନାମ କହୁଛି ତୁମେ ଶୁଣ ।ଶୁକମୁନି କହିଲେ .......!!!!
ମହୀସେନ ,ଶୂରବାହୁ ,ରଶ୍ମି ,ଧୂମ ,ଶିରା ,ଅମୋଘ ,ବଳୀ,ରାହୁ ,ସୁସମ୍ବରା ,ରୁଦ୍ର ,ସିଦ୍ଧାନ୍ତ ,ହେମ ,ବଳବନ୍ତ ,ସିଂହ ,କାଳ ,ବିକାଳ ,ମାଲ୍ୟ ,ଧୁଜଟି ,କେବା ,ବିକୃତ ,ଉତ୍ତର ,ଜରାନ୍ତ ,କ୍ଷାନ୍ତ,ବିକ୍ଷାନ୍ତ ,ଦନୁ ,ପୋଖଳା ,ତୁରଙ୍ଗ ,ରଙ୍ଗ ,ଡାହୁକ ,ଅମର ,ଗୁଞ୍ଜର ,ଶିରା ,ଅଜୟ ,ଜୟ ,ବଜର ,ମନ୍ଦର ,କାର ପାୟ ,ପାତ ,ବିପାତ ,ଖର୍ବ ,ବିଖର୍ବ ଧୁର , ବିଜେନ , କାଠି ,ସୁବଳ ,ସୁବ ,ଚିତ୍ର,ଶକ ,ହଳ ,ସରୁ , ସାରୁଆ ।ଏମାନଙ୍କ ମଧ୍ୟରୁ ମହୀସେନ ସବୁଠାରୁ ବଳବାନ ।ସଠି ଦେବୀଙ୍କ ସଙ୍ଗରେ ଏହି ବୀର ମାନେ ଥାଆନ୍ତି ।ସଠିଦେବୀ ଆଜ୍ଞା ପାଇ ସବୁଆଡେ ଯାଇ ପ୍ରାଣୀ ମାନଙ୍କ ଭଲ ମନ୍ଦ କପାଳରେ ଲେଖନ୍ତି ।
ବ୍ରହ୍ମା ଦ୍ଵାପର ଯୁଗପାଇଁ ନିଜ ଦେହରୁ ଷାଠିଏ ବୀର ସୃଷ୍ଟି କରି ଥିଲେ ।ଏହି ଷାଠିଏ ବୀରଙ୍କୁ ଧରି ସଠିଦେବୀ ଶ୍ରୀକୃଷ୍ଣ ଭଗବାନଙ୍କ ନିକଟକୁ ଅର୍ଦ୍ଧ ରାତ୍ରରେ ଧୀରେ ଧୀରେଗମନ କଲେ।ନନ୍ଦ ଙ୍କ ଭବନରେ ଦ୍ଵାରିମାନେ ଶୋଇଛନ୍ତି ।ସଠି ଦେବୀ ସିଂହ ବାହାନରେ ଯାଇଛନ୍ତି ।ପ୍ରଭୁ ଚକ୍ରଧର ସଠି ଦେବୀଙ୍କୁ ଦେଖିଲେ ।ସଠି ଦେବୀ ବାହାନ ରୁ ଓହ୍ଲାଇ ପ୍ରଭୁଙ୍କୁ ପ୍ରଣିପାତ କଲେ ଓ କରପତ୍ର ଯୋଡି ପ୍ରଭୁଙ୍କ ପାଦତଳେ ପଡି କହିଲେ ପ୍ରଭୁ ମୋତେ ତ୍ରାହି କରନ୍ତୁ ।ମୋତେ ପରିତ୍ରାଣ କର ପ୍ରଭୁ !ତୁମରି ସେବାରେ ମୋର ଦୀନ ଯାଉ ପ୍ରଭୁ ।ହେ ପ୍ରଭୁ ଦାମୋଦର ମୋତେ ଆପଣ ସୃଷ୍ଟି କରିଛନ୍ତି ଓ ଅଧିକାର ଦେଇଛନ୍ତି ।ଆପଣଂକୁ ମୁଁ କହିବା ପାଇଁ ଯୋଗ୍ୟ ନୁହେଁ ?ଆପଣ ସକଳ ସୃଷ୍ଟି କରିଛନ୍ତି ।ହେ ନାରାୟଣ ମୋର ଯଦି କିଛି ଭୁଲୁ ଥାଏ ମୋତେ ଆପଣଂକ ପାଦତଳେ କ୍ଷମା କରିଦେବ ।ଏହିପରି ସଠି
ଦେବୀ ପ୍ରଭୁ କୃଷ୍ଣ ଭଗବାନଙ୍କ ନିକଟରେ କାକୁତି ମିନତୀ ହୋଇ କହିଲେ ଭଗବାନ ଶ୍ରୀକୃଷ୍ଣ ସଠି ଦେବୀଙ୍କ ଉପରେ ସନ୍ତୁଷ୍ଟ ହେଲେ ଓ କହିଲେ ତୁ ଆସିଲୁ ଭଲ ହେଲା ।ତୁ କିଛି ମନରେ ଚିନ୍ତା କରନାହିଁ ?ମୋ ଲଲାଟ ରେ ଯାହା ଅଛି ସେୟା ଲେଖିଦେ" !।
ସଠି ଦେବୀ କରପତ୍ର ଯୋଡି କହିଲେ "ମୁଁ ଛାର ଭୃତ୍ୟ ,ଜନ୍ମ ଜନ୍ମାନ୍ତର ଭୃତ୍ୟ ହୋଇ ରହିଛି ,ଓ ସର୍ବଦା ଆପଣଂକ ଆଦେଶ ମାନୁଥିବି ,ମୋର ଏତେ ସାହସ କାଇଁ ଯେ ଆପଣଂକ କପାଳରେ ଆପଣଂକ କର୍ମ ଲେଖିବି ପ୍ରଭୁ !।
ଶ୍ରୀକୃଷ୍ଣ ଭଗବାନ ସଠି ଦେବୀଙ୍କୁ କହିଲେ ତୁ କାହିଁକି ଚିନ୍ତା ମନରେ କରୁଛୁ ?ମୋହର କପାଳରେ ତୁହି ଯଦି ନ ଲେଖିବୁ ତାହାଲେ ଏ ମର୍ତ୍ତ୍ୟରେ ତୋତେ କିଏ ମାନିବ ?।
"ମୋହର କପାଳେ ତୁହି ଲେଖନ ନକଲେ
କିଏସେ ଆଉ ମାନିବ ତୋତେ ଧରା ତଳେ "।
କୃଷ୍ଣ ଭଗବାନ ଏହା କହି ସଠି ଦେବୀଙ୍କୁ ଆଜ୍ଞା ଦେଲେ ଯେ ମୋର କପାଳରେ ଯାହା ଅଛି ତୁ ଲେଖିଦେ !ସଠି ଦେବୀ ପ୍ରଭୁ ଙ୍କୁ କହିଲେ ହେ ନାରାୟଣ ଆପଣଂକ କଥା ଅନୁଯାୟୀ ମୁଁ ଆପଣଂକ କପାଳ ରେ ଲେଖିଛି ।ହେ ପ୍ରଭୁ ଏଥିରେ ମୋର କିଛି ଦୋଷ ନାହିଁ ।ସଠି ଦେବୀ ଶ୍ରୀକୃଷ୍ଣ ଙ୍କୁ ପ୍ରଣିପାତ ହୋଇ ଲିଖନୀ ବାହାର କଲେ ....
ସଠିଦେବୀ ଭଗବାନ ଶ୍ରୀକୃଷ୍ଣ ଙ୍କ କପାଳରେ ଅଢେ଼ଇ ପଙ୍କ୍ତି
ଲେଖିଦେଇ ଭଗବାନଙ୍କୁ ପାଦତଳେ ପ୍ରଣାମ କଲେ ।ଗୋବିନ୍ଦ
ପଚାରିଲେ ସଠି ଦେବୀଙ୍କୁ କଅଣ ଲେଖିଲୁ ମୋ କପାଳରେ ମୋତେ ତୁ କହିକରି ଯାଅ ।ଡରିଗଲେ ସଠି ଦେବୀ ।ଶ୍ରୀକୃଷ୍ଣ ଭଗବାନ କହିଲେ ତୁମ୍ଭର କିଛି ଦୋଷ ନାହିଁ ସଠି ଦେବୀ ।ଭୟ ନକରି ମୋତେ ତୁମେ କୁହ ?।
ସଠି ଦେବୀ ଧୀର ସ୍ୱରରେ କହିଲେ -"ହେ ପ୍ରଭୁ ଚକ୍ରଧର !
୧-ଆପଣ ବହୁ କୁଟୁମ୍ବୀ ହେବେ...!
୨-ଆପଣଙ୍କ ଜୀବନ କାଳରେ ଆପଣ ବହୁତ ଦୈତ୍ୟ ଙ୍କୁ ବିନାଶ କରିବେ ......!!
୩-ଆପଣଙ୍କ ଭଳି ଆଉ ଜଣେ ଏ ପୃଥିବୀରେ କେହି ନଥିବେ....!!!
୪-ହେ ଦେବ ଆପଣ ଏ ବ୍ରହ୍ମାଣ୍ଡ ର ଏକମାତ୍ର ଠାକୁର ବୋଲାଇବେ .......!!!!
୫-ଆପଣଂକର ବତିଶ ସହସ୍ର ଭାର୍ଯ୍ୟା ଗ୍ରହଣ କରିବେ ....!!!!!
୬-ଆପଣଙ୍କ ଠାରୁ ଲକ୍ଷ ଅଣଆଶୀ ପୁତ୍ର ଜାତ ହେବେ ..!!!!!!
୭-ଏତେ କୁଟୁମ୍ବ ଅର୍ଜନ କରି ସାରିବାପରେ ଆପଣଂକ ଅବସାନ ଅର୍ଥାତ ମୃତ୍ୟୁ ସମୟରେ ଆପଣଙ୍କ ସହିତ କେହି ଜଣେ ନଥିବେ ..........!!!!!!!
୮-ଶିଆଳି ଲତା ନିକଟରେ ଆପଣଙ୍କୁ ଶସ୍ତ୍ରଘାତ ହେବ .!!!!!!!
୯-ଆପଣଙ୍କ ଅବସାନ ଯେଉଁଠି ହେବ ସେଠାରେ କେହି ନଥିବେ.....!!!!!!!!!
୧୦-ସବୁ କୁଟୁମ୍ବ ନିଜ ଭିତରେ ମରାମରି ହେବେ ।ଭାର୍ଯ୍ୟା କି ପୁଅ କେହି ଆପଣଂକ ପାଖରେ ନଥିବେ ।ଅନେକ ଆକୁଳ ବିକଳ ଆପଣ ମୃତ୍ୟୁ ବେଳକୁ ହେବେ ........!!!!!!!!!!ଏହି ସବୁ ମୁଁ ଆପଣଙ୍କ କପାଳରେ ଲେଖିଦେଇଛି ପ୍ରଭୁ !
ସଠି ଦେବୀଙ୍କ କଥା ଶୁଣି ଶ୍ରୀକୃଷ୍ଣ ଭଗବାନ ସନ୍ତୁଷ୍ଟ ହେଲେ ।ନିଜେ ପିନ୍ଧିଥିବା ରତ୍ନମାଳକୁ ବାହାର କରି ପ୍ରଭୁ ସଠି ଦେବୀଙ୍କ
ଗଳା ରେ ନିଜ ହାତରେ ପିନ୍ଧାଇ ଦେଲେ।ଭାବବାନ ଶ୍ରୀକୃଷ୍ଣ
ସଠି ଦେବୀଙ୍କୁ କହିଲେ "ତୁ ଯାହା କପାଳରେ ଲେଖିବୁ ତା ସତ୍ୟ ଅଟେ ।ଏକଥାକୁ କେହି ଖଣ୍ଡନ କରି ପାରିବେ ନାହିଁ ?।
ସାହାସ ପାଇ ଗଲେ ସଠିଦେବୀ ।ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୁନଶ୍ଚ
କହିଲେ "ହେ ପ୍ରଭୁ ,ପାଣ୍ଡଵ ମାନେ ଆପଣଙ୍କ ସଖା ହୋଇ ରହିବେ ।ଆପଣଂକ ମୃତ୍ୟୁ ସମୟରେ କେବଳ ଆପଣଂକ ପାଖରେ ଅର୍ଜ୍ଜୁନ ହିଁ ଏକା ଥିବ !। ଶ୍ରୀକୃଷ୍ଣ ,ସଠି ଦେବୀଙ୍କୁ ବର ପ୍ରଦାନ କରି କହିଲେ "ତୁ ଯାହା ଲେଖିବୁ ତାହା ସମସ୍ତ ପ୍ରାଣୀ ଭୋଗକରିବେ ।ଏକଥା ସତ୍ୟ !ସତ୍ୟ !!ସତ୍ୟ !!!
ଭଗବାନ ଶ୍ରୀକୃଷ୍ଣ ଙ୍କ ଠାରୁ ବର ପାଇ ସଠି ଦେବୀ ଚାଲିଯାଇ ନିରାଲମ୍ଵ ଭୂମିରେ ପ୍ରବେଶ କଲେ ।
କ୍ରମଶଃ............................
🌹🌹 *ଜୟ ଶ୍ରୀ ହରି ଶରଣଂ*🌹🌹
କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ।
ପ୍ରଣତ କ୍ଲେଶ ନାଶାୟ ଗୋବିନ୍ଦାୟ ନମଃ ନମଃ।।🙏🙏🙏
🚩#ଜୟ_ଶ୍ରୀରାମ🙏🏹
🌹🍀🌹🍀🌹🍀🌹🍀
🔵🌑🔴#ନାରଦ_ଭକ୍ତିସୂତ୍ର_୩୭🔴🌑🔵
👉ଲୋକେ'ପି ଭଗବତ୍ ଗୁଣ ଶ୍ରବଣ କୀର୍ତ୍ତନାତ୍ ॥ ୩୭ ॥
🌹🍀#ଅର୍ଥ👇
✍️ଆମେ ସଂସାରର ସାଧାରଣ କାର୍ଯ୍ୟରେ ବ୍ୟସ୍ତଥିବା ବେଳେ ଭଗବାନଙ୍କର ଗୁଣ ଓ ମହିମା ଶୁଣିବା ଓ କୀର୍ତ୍ତନ କରିବା ଦ୍ଵାରା ଭକ୍ତିର ବିକାଶ ହୋଇଥାଏ ।
🌹🍀#ଶବ୍ଦାର୍ଥ ଲୋକେ- ସମାଜରେ, (ସଂସାରରେ ସାଧାରଣ କର୍ମରେ ବ୍ୟସ୍ତ ଥିବା ବେଳେ), ଅପି-ମଧ୍ୟ ଭଗବତଗୁଣ- ପ୍ରଭୁଙ୍କର ଗୁଣ, ଶ୍ରବଣ କୀର୍ତ୍ତନ-ଶ୍ରବଣ ଓ କୀର୍ତ୍ତନ ଦ୍ବାରା ।
🌹🍀#ବ୍ୟାଖ୍ୟା👇
✍️ପ୍ରଭୁ କହନ୍ତି,👉ମୁଁ ବୈକୁଣ୍ଠରେ( ବିଷ୍ଣୁଙ୍କର ନିବାସ ଶ୍ରେଷ୍ଠ ସ୍ବର୍ଗ)ରେ ବାସ କରେ ନାହିଁ କିମ୍ବା ଯୋଗୀଗଣଙ୍କର ହୃଦୟରେ ମଧ୍ଯ ବାସ କରେ ନାହିଁ । ହେ ନାରଦ, ମୋର ଭକ୍ତଗଣ ଯେଉଁଠାରେ ଭଜନ କୀର୍ତ୍ତନ କରନ୍ତି, ମୁଁ ସେଠାରେ ନିବାସ
କରେ ।'`
ଏହି ବିଶ୍ବରେ ଦୃଷ୍ଟାନ୍ତ ସମୂହ ପରିଲକ୍ଷିତ ହୁଏ ଯାହା ସୂଚୀତ କରେ ଯେ ଭଗବାନଙ୍କର ମହିମା ଓ ଗୁଣଗାନ ଶ୍ରବଣ କଲେ ଭକ୍ତିର ଅଭିବୃଦ୍ଧି ହୋଇଥାଏ । ଦିବ୍ୟଜୀବନ ଓ ସାଧାରଣ ଜୀବନକୁ ଅଲଗା କରିବା ଉଚ୍ଚିତ୍ ନୁହେଁ । ସମସ୍ତ କର୍ମକୁ ଆରାଧନାରେ ପରିଣତ କରିହେବ । ତୁମେ ପ୍ରଭୁଙ୍କର ସଦା ସ୍ମରଣ କରିବା ବିଷୟ ନ ଭୁଲ ଓ କର୍ମ ସମୟରେ ଦିବ୍ୟଭାବ ଅବା ପ୍ରକୃଷ୍ଟ ମାନସିକ ଦୃଷ୍ଟିକୋଣ ପୋଷଣ କର । ଯେଉଁ କର୍ଣ୍ଣ ପ୍ରଭୁଙ୍କର ମହିମାର ଗୁଣ ଶ୍ରବଣ କରନ୍ତି ନାହଁ, ତାହା ସର୍ପ ବାସ
କରୁଥିବା ପୃଥିବୀର ଗର୍ତ ସଦୃଶ । ଯେଉଁ ଜିହ୍ଵା ଭଗବାନଙ୍କର ମହିମା ଗାନ କରେ ନାହିଁ, ତାହା ଏକ ଘୁସୁରିର ଜିହ୍ଵାସଦୃଶ ।
ଅଗ୍ନି ସମିଧକୁ ଜାଳିଦେବା ସଦୃଶ ଜ୍ଞାତ ବା ଅଜ୍ଞାତରେ ପ୍ରଭୁଙ୍କର ନାମ ଉଚ୍ଚାରଣ କଲେ, ପାପରାଶି ଜଳିଯାଏ । ଯେ ପ୍ରଭୁଙ୍କ ନାମ ଜପ ଓ କୀର୍ତ୍ତନ କରନ୍ତି, ସେ ସମସ୍ତ ତୀର୍ଥ ଜଳରେ ସ୍ନାନ,
ବେଦ-ଅଧ୍ଧୟନ, ସମସ୍ତ ଯଜ୍ଞ ଓ ସମସ୍ତ ତପର ଫଳ ଲାଭ କରନ୍ତି । ଯେପରି ସୂର୍ଯ୍ୟ ପାର୍ବତୀୟ ଗୁମ୍ଫାର ଅନ୍ଧକାର ଦୂର କରନ୍ତି, ଯେପରି ଶକ୍ତିଶାଳୀ ପବନ କଳା ମେଘକୁ ଉଡାଇ ନିଏ, ସେହିପରି ଦିବ୍ୟ ନାମର କୀର୍ତ୍ତନ ଓ ଜପ ହୃଦୟରେ ପ୍ରବେଶ କଲେ ସମସ୍ତ ଦୁଃଖ ଓ କଷ୍ଟର ଅନ୍ତ ହୁଏ । ସୁତରାଂ କୀର୍ତ୍ତନର ସତତ ଅଭ୍ୟାସ ଏବଂ ଭଗବାନଙ୍କର ନାମ ଓ ଯଶର ସ୍ମରଣ ନିଶ୍ଚିତ ରୂପେ ଭକ୍ତିଲାଭ ଓ ଇଶ୍ଵର ଉପଲବ୍ଧିର ସର୍ବୋତ୍ତମ ପଦ୍ଧତି ।
ଭାଗବତ କହନ୍ତି, ସଂସାରର ବନ୍ୟ ଅଗ୍ନିରେ ପ୍ରଜ୍ଜ୍ୱଳିତ ଓ ତପ୍ତ ମାନବ ପାଇଁ ସଂସାର ସାଗର ପାର ହେବା ନିମନ୍ତେ ପ୍ରଭୁଙ୍କର ଲୀଳା ଓ ଯଶର ଉତ୍ତମ ନିର୍ଯ୍ୟାସର ପାନ ଠାରୁ ବଡ଼ ତରଣୀ ନାହଁ।(📘ଭାଗ ୪/୪୦)
ଆତ୍ମ-ଶୁଦ୍ଧି,ଉପଲବ୍ଧ ଓ ଧ୍ୟାନ ନିମିତ ସର୍ବୋଚ୍ଚ ସହାୟତା ହେଉଛି ଜପ ଓ କୀର୍ତ୍ତନ । ଜପ ଓ କୀର୍ତ୍ତନ ମାଧ୍ଯମରେ ସାଧକ ଶ୍ରେଷ୍ଠ ସ୍ଥାନରେ ଉପନୀତ ହୁଅନ୍ତି । ଜପ ସର୍ବଶ୍ରେଷ୍ଠ ଯଜ୍ଞ । ଏହା ସର୍ବୋତ୍ତମ ଫଳ ପ୍ରଦାନ କରେ।ଯେଉଁ ବ୍ୟକ୍ତି ଜପ କରନ୍ତି, ସେ ସମସ୍ତ ଯଜ୍ଞର ଫଳ ଲାଭ କରନ୍ତି । ସମସ୍ତ ସ୍ଥାନ ଓ ସମୟରେ ଜାତି, ଧର୍ମ, ଲିଙ୍କ,ବୟସ ନିର୍ବିଶେଷରେ ଜପ ଓ କୀର୍ତ୍ତନର ଅଭ୍ୟାସ କରାଯାଇପାରିବ । ମନର ସଂଯମ, ପବିତ୍ରତା, ନିରବତା ଓ ଚିତ୍ତ ବିକ୍ଷେପରୁ ମୁକ୍ତି ହିଁ ଜପରେ ସଫଳତା ସୂଚୀତ କରେ । ଜପ ସହ ନିଶ୍ଚୟ ମନ୍ତ୍ରର ଅର୍ଥ ବିଷୟରେ ଧ୍ୟାନ ସହ ମିଳିତ ହେବା ଉଚ୍ଚିତ୍ । ତେବେ ହିଁ ସାଧକଙ୍କୁ ଶୀଘ୍ର ଇଶ୍ଵର ଉପଲବ୍ଧି ଲାଭ ହେବ । ମନ୍ତ୍ରର ଶବ୍ଦ ଦେହ, ମନ ଓ ପରିବେଶରେ ଏକ ବିଶେଷ ସ୍ପନ୍ଦନ ସୃଷ୍ଟି କରେ । ଏହା ଆଧ୍ୟାତ୍ମିକ ସାଧନା ନିମନ୍ତେ ଅତ୍ୟନ୍ତ ଅନୁକୂଳ ।
👉ଭକ୍ତିର ବିକାଶ ହେବ କିପରି ? 👇
ଓଁ ନମୋ ଶିବାୟ, ଓଁ ନମୋ ନାରାୟଣାୟ, ଓଁ ନମୋ ଭଗବତେ ବାସୁଦେବାୟ, ଓଁ ଶ୍ରୀରାମ ଜୟରାମ ଜୟଜୟ ରାମ ଆଦି ସିଦ୍ଧ ମନ୍ତ୍ର ଅଟେ । ସିଦ୍ଧ ମନ୍ତ୍ର ସମୂହ ବିଶେଷ ମନ୍ତ୍ର ଯାହାକି ଅତୀତରେ ପରୀକ୍ଷିତ ହୋଇ ପ୍ରଭାବଶାଳୀ ରୂପେ ପ୍ରମାଣିତ ହୋଇଛି । ଯେଉଁମାନେ ସିଦ୍ଧ-ମନ୍ତ୍ରର ଆବୃତ୍ତି କରନ୍ତି, ସେମାନେ ଶୀଘ୍ର ଇଶ୍ଵର ଉପଲବ୍ଧି ଲାଭ କରନ୍ତି । ଭଗବାନ ସମସ୍ତ ଅପୂର୍ଣ୍ଣତାରୁ ମୁକ୍ତ । ସେ ସ୍ଵୟଂ-ସଂପୂର୍ଣ୍ତ । ଧର୍ମ, ଜ୍ଞାନ,
ବୈରାଗ୍ୟ, ଏଶ୍ଵର୍ଯ୍ୟ ଯଶ ଓ ଶ୍ରୀ ଆଦି ଭଗବାନଙ୍କ ଷଟ୍ଗୁଣ ରହିଛି ।“ଭଗ”ଭଗବାନଙ୍କର ଷଟ୍ ଏଶ୍ଵର୍ଯ୍ୟ ସୂଚୀତ କରେ । ଭଗବାନଙ୍କର ଧ୍ଯାନ ଅନ୍ତିମରେ ଭଗବାନ ପ୍ରାପ୍ତିର ମାର୍ଗ ପ୍ରଦର୍ଶିତ କରେ ।
👉“କଳୌ କେଶବ କୀର୍ତ୍ତନାତ'
କଳିଯୁଗରେ କେଶବଙ୍କର କୀର୍ତ୍ତନ ମୋକ୍ଷ ଲାଭରେ ସହାୟକ ହୁଏ । ପ୍ରାଣାୟାମ,କୁମ୍ଭକ ଓ ଖେଚରୀ ମୁଦ୍ରା ଆଦି ହଠଯୋଗ କ୍ରିୟାର ଅଭ୍ଯାସ କରିବା ପାଇଁ ଲୋକମାନଙ୍କର ନିରବଚ୍ଛିନ୍ନ ବ୍ରହ୍ମଚର୍ଯ୍ୟ ଓ ବଳିଷ୍ଠ ଶରୀର ନାହଁ। ବେଦାନ୍ତକୁ ହୃଦୟଙ୍ଗମ
ଓ ଅଭ୍ୟାସ କରିବା ପାଇଁ ସେମାନଙ୍କର ଉତ୍ତମ ଅବବୋଧ ଶକ୍ତି, ବିରାଟ ବୁଦ୍ଧି ଓ ବଳିଷ୍ଠ ଇଚ୍ଛାଶକ୍ତିର ଅଭାବ । କେବଳ କୀର୍ତ୍ତନ ହିଁ ସରଳ ମାର୍ଗ ।
କ୍ରମଶଃ..✍️✍️
📗ନାରଦ ଭକ୍ତିସୂତ୍ର
✍️ଜୟ ଶ୍ରୀରାମ🙏
⚫❗⚫
ll ଅତିବଡି ଶ୍ରୀ ଜଗନ୍ନାଥ ଦାସ ଙ୍କ ପୁଣ୍ଯ ଜୟନ୍ତୀ ll
ପୁଣ୍ୟତ୍ମା ଜଗନ୍ନାଥ ଦାସ ହେଉଛନ୍ତି ଏହି ଓଡ଼ିଆ ଭାଗବତର ରଚୟିତା । ସେ ସଂସ୍କୃତ ଭାଗବତକୁ ଆକ୍ଷରିକ ଓଡ଼ିଆ କରିନାହାନ୍ତି । ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ଏହି ଭାଗବତକୁ ଲେଖିଛନ୍ତି । ଜଗନ୍ନାଥ ଦାସ ପଣ୍ଡିତମାନଙ୍କ ପାଇଁ ଏହି ଭାଗବତ ରଚନା କରି ନ ଥିଲେ , ସେ ଲେଖିଥିଲେ ଉତ୍କଳର ଅଗଣିତ ନିରକ୍ଷର ଜନତାଙ୍କ ପାଇଁ । ଜଗନ୍ନାଥ ଦାସଙ୍କ ଭାଗବତ ହେଉଛି ଓଡ଼ିଆ ଜାତୀୟତାର ପ୍ରତୀକ ଓଡ଼ିଆ ଜାତିକୁ ଏହି ଭାଗବତ ଏକତା ସୂତ୍ରରେ ବାନ୍ଧିରଖିଛି ।ଯେଉଁଠି ଓଡ଼ିଆ , ଯେଉଁଠି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର , ସେଇଠି ରହିଛି ଏହି ଓଡ଼ିଆ ଭାଗବତ । ଏବେ ବି ମେଦିନୀପୁର ଅଞ୍ଚଳରେ ବଙ୍ଗଳା ଅକ୍ଷରରେ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଛପାଯାଇ ପାଠ କରାଯାଉଛି । ଜଗନ୍ନାଥ ଦାସଙ୍କ ଭାଗବତରୁ ପଦିଏ କାନରେ ପଡିଲେ ମନରେ ଓଡ଼ିଆତ୍ବ ଭାବ ସଞ୍ଚରି ଉଠେ । ଜଗନ୍ନାଥ ଦାସଙ୍କ ଭାଗବତର ଅମର ପକ୍ଲି ଗାଉଁଲି ଖଟିଖୁଆ ଚାଷୀଙ୍କ ମୁହଁରୁ ବାହାରି ଆସେ-
" କହଇ ଦାସ ଜଗନ୍ନାଥ , କୃଷ୍ଣ ଚରିତ ଭାଗବତ । " " କଳ୍ପନା ମୁଖେ କାଳ ଥାଇ , ପ୍ରାଣୀ ତା ଜାଣି ନ ପାରଇ । " " ଆତ୍ମା କୁଶଳେ ସର୍ବସିଦ୍ଧି , ତରଇ ସଂସାର ବାରିଧି " " ଆତ୍ମାକୁ ଆତ୍ମା ଯେହୁ ସ୍ମରେ , ପରମାନନ୍ଦରେ ବିହରେ । " " ଆପଣା ହସ୍ତେ ଜିହ୍ଵା ଛେଦି , କେ ତା'ର ଅଛି ପ୍ରତିବାଦୀ । " ଇତ୍ୟାଦି ।
ଏହି ମହାପୁରୁଷଙ୍କର ଜନ୍ମ ୧୪୯୦ ମସିହା ଭାଦ୍ର ଶୁକ୍ଳ ଅଷ୍ଟମୀ ( ରାଧାଷ୍ଟମୀ ) ତିଥିରେ ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ ପୁରୀ ଶ୍ରୀକ୍ଷେତ୍ର ଅନ୍ତର୍ଗତ କପିଳେଶ୍ବରପୁର ଶାସନରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ପଣ୍ଡିତ ଭଗବାନ ଦାସ । ମାତାଙ୍କ ନାମ ପଦ୍ମାବତୀ ଦେବୀ । ପିତା ଥିଲେ ପୁରାଣ ପଣ୍ଡିତ । ସେ ଗୁଣଗ୍ରାହୀ ରାଜା ପୁରୁଷୋତ୍ତମ ଦେବଙ୍କଠାରୁ ଏହି ପୁରାଣ ପଣ୍ଡା ଉପାଧୁ ପ୍ରାପ୍ତ ହୋଇଥିଲେ । ଜଗନ୍ନାଥ ଦାସ ରାଧାଷ୍ଟମୀରେ ଜନ୍ମ ହୋଇଥିବାରୁ ଲୋକେ ତାଙ୍କୁ ସାକ୍ଷାତ୍ ରାଧାଙ୍କ ଅବତାର ବୋଲି ମାନ୍ୟ କରୁଥିଲେ । ବାଲ୍ୟକାଳରୁ ଜଗନ୍ନାଥ ଦାସ ଥିଲେ ଅଗାଧ ଜ୍ଞାନର ଅଧିକାରୀ । ପ୍ରାଥମିକ ଶିକ୍ଷା ଲାଭ କରୁଥିବା ସମୟରେ ସେ ପିତାଙ୍କଠାରୁ ଅମରକୋଷ ସମେତ ଅନ୍ୟ ବ୍ୟାକରଣ ପୁସ୍ତକ ଅଧ୍ୟୟନ କରି ହୋଇପାରିଥିଲେ ଭାଷାରେ ପ୍ରବୀଣ ହୋଇଥିଲେ। ଅଠର ବର୍ଷ ବୟସରେ ସେ ପୁରାଣଶାସ୍ତ୍ରରେ ଅଦ୍ବିତୀୟ ପଣ୍ଡିତ ଭାବେ ଖ୍ୟାତି ଅର୍ଜନ କଲେ । ବୟସ ବୃଦ୍ଧି ଫଳରେ ପ୍ରତ୍ୟହ ଶ୍ରୀକ୍ଷେତ୍ରକୁ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଭାଗବତ ପଢ଼ିବାରେ ଲାଗିଲେ । ବଡ଼ ଦେଉଳର ଦକ୍ଷିଣ ଦିଗରେ ବାଟଗଣେଶଙ୍କ ପାଖରେ ପୁରାଣ ପାଠ ପାଇଁ ତାଙ୍କ ନିମନ୍ତେ ସ୍ଥାନ ନିର୍ଦ୍ଦିଷ୍ଟ କରିଦିଆଗଲା । ପ୍ରତ୍ୟହ ତାଙ୍କ ମୁଖରୁ ଭାଗବତ ଶୁଣିବା ପାଇଁ ସେଠାରେ ଲୋକେ ରୁଣ୍ଡ ହେଲେ । ଫଳରେ ପୁରାଣ ପାଠ ପାଇଁ ରାଜା ତାଙ୍କ ନିମନ୍ତେ ବୃଦ୍ଧି ଖଞ୍ଜିଦେଲେ । ଏବେ ବି ସେହି ବୃତ୍ତି ଖଞ୍ଜାହୋଇ ରହିଛି । ଜଗନ୍ନାଥ ଦାସଙ୍କୁ ଉଣେଇଶ ବର୍ଷ ହୋଇଥିବା ବେଳର କଥା । ଏହି ସମୟରେ ବଙ୍ଗ ଦେଶରୁ ଶ୍ରୀଚୈତନ୍ୟ ଆସିଲେ ଶ୍ରୀକ୍ଷେତ୍ର ପୁରୀକୁ ବଟମୂଳରେ ଶ୍ରୀଚୈତନ୍ୟଙ୍କ ସହ ଜଗନ୍ନାଥ ଦାସଙ୍କ ସାକ୍ଷାତ୍ ହେଲା । ସେତେବେଳେ ଜଗନ୍ନାଥ ଦାସ ଭାଗବତ ଦଶମ ସ୍କନ୍ଧର ବ୍ରହ୍ମାସ୍ତୁତି ଗାୟନ କରୁଥାଆନ୍ତି । ତାଙ୍କର ଜ୍ଞାନଗରିମା ଦେଖୁ ଶ୍ରୀଚୈତନ୍ୟ ତାଙ୍କ ଅନୁଗାମୀମାନଙ୍କୁ କହିଲେ , ଏ ଜଗନ୍ନାଥ ଦାସ ଏମିତି ସେମିତି ବ୍ୟକ୍ତି ନୁହନ୍ତି , ସେ ମହାପ୍ରଭୁ ଜଗନ୍ନାଥଙ୍କର ସଙ୍ଗୀ । ଜଗନ୍ନାଥ ଶ୍ରୀଚୈତନ୍ୟଙ୍କୁ ଗୁରୁ ଭାବରେ ସମ୍ମାନ ପ୍ରଦର୍ଶନ କରିବାରେ ଲାଗିଲେ । ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ । ବଳରାମ ଦାସ ଶ୍ରୀଚୈତନ୍ୟଙ୍କ ନିର୍ଦ୍ଦେଶରେ ଜଗନ୍ନାଥ ଦାସଙ୍କୁ ଦୀକ୍ଷା ପ୍ରଦାନ କରିଥିବା ଜଣାଯାଏ । ଫଳରେ ଜଗନ୍ନାଥ ଦାସ ଶ୍ରୀଚୈତନ୍ୟ ଓ ବଳରାମ ଦାସଙ୍କୁ ଗୁରୁ ରୂପରେ ମାନିବାରେ ଲାଗିଲେ । ଜଗନ୍ନାଥ ଦାସଙ୍କ ଅସାଧାରଣ ପ୍ରେମଭକ୍ତି ଦେଖୁ ଦିନେ ଶ୍ରୀଚୈତନ୍ୟ ତାଙ୍କୁ କହିଲେ , ଦାସେ ! ତୁମେ ଅତି ବଡ଼ । ଏହା କହି ଶ୍ରୀଚୈତନ୍ୟ ନିଜର ଗୈରିକ ଉତ୍ତରୀୟକୁ ଜଗନ୍ନାଥ ଦାସଙ୍କ ମୁଣ୍ଡରେ ବାନ୍ଧିଦେଲେ । ସେହିଦିନଠାରୁ ଲୋକେ ତାଙ୍କୁ ଅତିବଡି ବା ଅତିବଡ଼ୀ ଗୋସ୍ଵାମୀ ଭାବରେ ସମ୍ବୋଧନ କରିବାରେ ଲାଗିଲେ । ସମ୍ରାଟ୍ ପ୍ରତାପରୁଦ୍ର ଜଗନ୍ନାଥ ଦାସଙ୍କୁ ବହୁ ସମ୍ମାନ ପ୍ରଦର୍ଶନ କରୁଥିଲେ । ନିଜ ମହାରାଣୀଙ୍କ ନିର୍ମିତ ପ୍ରାସାଦରେ ରହିବା ପାଇଁ ସେ ଜଗନ୍ନାଥ ଦାସଙ୍କୁ ଅନୁରୋଧ କରିବାରୁ ସେଠାରେ ଜଗନ୍ନାଥ ଦାସ କିଛି କାଳ ଅବସ୍ଥାନ କରିଥିଲେ । ସେହି ସ୍ଥାନ ଆଧୁନିକ ଓଡ଼ିଆ ମଠ ଭାବରେ ଆଜି ପରିଚିତ । ସେଠାରେ ଜନଗହଳି ଲାଗିବାରୁ ଜଗନ୍ନାଥ ଦାସ ସମୁଦ୍ରକୂଳରେ ମଠ ନିର୍ମାଣ କରି ରହିଲେ । ସେହି ମଠ ବର୍ତ୍ତମାନ ସାତଲହଡ଼ି ମଠ ନାମରେ ପରିଚିତ । ଜଗନ୍ନାଥ ଦାସ ଭାଗବତ ବ୍ୟତୀତ ସଂସ୍କୃତରେ ଜଗନ୍ନାଥ ଚରିତାବୋଧ ସରଣୀ , ଦହିଖେଳା , ଗୁପ୍ତ ଭାଗବତ , ତୁଳାଭିଣା ( ଗଦ୍ୟ ) ଓ ଇତିହାସ ପୁରାଣ ଆଦି ଗ୍ରନ୍ଥ ରଚନା କରିଯାଇଛନ୍ତି । ୧୫୪୭ ମସିହା ମାଘ ଶୁକ୍ଳ ସପ୍ତମୀ ଚନ୍ଦ୍ରଭାଗା ସ୍ନାନଯୋଗ ତିଥିରେ ସାତଲହଡ଼ି ମଠରେ ସ୍ଥୁଳଶରୀର ତ୍ୟାଗକରି ସେ ବୈକୁଣ୍ଡ ଯାତ୍ରୀ ହେଲେ।
।
୧୫ଶହ ଶତାବ୍ଦୀରେ ଉତ୍କଳୀୟ ବୈଷ୍ଣବ ବାଦ ର ପ୍ରଚାରକ ଥିଲେ ୫ ଜଣ ମହନ୍ତ ଯିଏ ପଞ୍ଚ ସଖା ନାମରେ ପରିଚିତ । ଉତ୍କଳ ରେ ପ୍ରାତଃସ୍ମରଣୀୟ ମହାପୁରୁଷ , ସିଦ୍ଧସାଧକ , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ , ସଂସ୍କାରବାଦୀ କବି ମାନଙ୍କ ମଧ୍ୟରେ ଅତିବଡ଼ି ଜଗନ୍ନାଥ ଦାସ ଥିଲେ ଅନ୍ୟତମ। ଉତ୍କଳର ତତ୍କାଳୀନ ଗଜପତି ଶ୍ରୀ କପିଳେନ୍ଦ୍ରଦେବ , ପୁରୁଷୋତ୍ତମ କ୍ଷେତ୍ରର ଅନତି ଦୂରରେ ଗଜପତି କପିଳେନ୍ଦ୍ରଦେବଙ୍କ ଦ୍ଵାରା ପ୍ରତିଷ୍ଠିତ କପିଳେଶ୍ୱରପୁର ନାମକ ଜଣେ ବ୍ରାହ୍ମଣ ଶାସନ ଅବସ୍ଥିତ। ସେଠାରେ ଭଗବାନ ପୁରାଣ ପଣ୍ଡା ନାମକ ଜଣେ ଦରିଦ୍ର ବ୍ରାହ୍ମଣ ନିଜ ଧର୍ମ ପତ୍ନୀ ପଦ୍ମାବତୀ ଙ୍କ ସହ ବସ ବାସ କରୁଥିଲେ। ବିଶିଷ୍ଟ ସଂସ୍କୃତଜ୍ଞ ପଣ୍ଡିତ ଭାବରେ ତାଙ୍କର ଖ୍ୟାତି ଥିଲା। ପ୍ରତିଦିନ ଶ୍ରୀମନ୍ଦିରରେ ପୁରାଣ ପାଠ କରି ତାଙ୍କ ଜୀବିକା ଅତିବାହିତ କରୁଥିଲେ। ମହାପ୍ରଭୁଙ୍କ ଅସୀମ କୃପାରୁ ତାଙ୍କ ଔରସରେ ଏକ ବାଳକ ଜନ୍ମ ହୋଇଥିଲା। ଭାଦ୍ରବ ମାସର ଶୁକ୍ଳ ଅଷ୍ଟମୀ ଦିନ ମଧ୍ୟାହ୍ନ ସମୟ ଅନୁରାଧା ବିଛା ରାଶିରେ ଜନ୍ମ ହୋଇଥିଲା ଏଇ ଦିବ୍ୟ ବାଳକ। ଶ୍ରୀ ରାଧାଙ୍କ ହାସ୍ୟାରୁ ଏହି ବାଳକ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହୋଇଥିଲା ବୋଲି ଶ୍ରୀ ଜଗନ୍ନାଥ ଚରିତାମୃତ ରୁ ଜଣାଯାଏ ।
"ଶ୍ରୀ ଅତିବଡ଼ି ଯେ ଗୋସାଇଁ । ତାଙ୍କ ଚରିତ ଏବେ କହି ।।
ଶ୍ରୀ ରାଧାଙ୍କ ହାସ୍ୟ ଲାଳିତ । ତହିଁରୁ ହୋଇଛନ୍ତି ଜାତ ।।"
ମହାବାହୁ ଶ୍ରୀଜଗନ୍ନାଥ ଙ୍କ କୃପାରୁ ପୁତ୍ର ସନ୍ତାନ ପାଇଥିବାରୁ ପିତା ଭଗବାନ ପୁରାଣପଣ୍ଡା ପୁତ୍ରଟିର ନାମ ରଖିଥିଲେ "ଜଗନ୍ନାଥ " । ପିଲାଟି ଦିନରୁ ବାଳକ ଜଗନ୍ନାଥ କୃଷ୍ଣ ଭକ୍ତିରେ ବିଭୋର ଥିଲେ। ବହୁ ଅଳ୍ପ ଆୟୁଷ ରୁ ସେ ୪ ବେଦ , ଧମଶାସ୍ତ୍ର , ରାମାୟଣ , ମହାଭାରତ ଆଦି ଅଧ୍ୟୟନ କରିଥିଲେ। ଜଗନ୍ନାଥ ଦାସ ଅଷ୍ଟାଦଶ ବୟସ ରେ ନିଜ ପିତାଙ୍କୁ ହରାଇଥିଲେ। ଏହି ସମୟରେ ତାଙ୍କ ମାତା ପ୍ରତିଦିନ ଶ୍ରୀମନ୍ଦିର ଯାଇ ପୁରାଣ ଆଦି ଶୁଣୁଥିଲେ। ନିରକ୍ଷରା ବିଧବା ଜନନୀ ସଂସ୍କୃତ ଭାଷାରେ ପୁରାଣ ନ ବୁଝିପାରିବାରୁ ପୁତ୍ର ଜଗନ୍ନାଥ ଦାସ ଜନନୀ ଙ୍କର ଅନ୍ତିମ ଅଭିଳାଷ ପୁରଣ ନିମିତ୍ତ ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ଅନୁବାଦ କରି ତାଙ୍କୁ ଶୁଣାଇଥିଲେ। ଏହାବ୍ୟତୀତ ଶ୍ରୀମନ୍ଦିର ର ବଟଗଣେଶ ଙ୍କ ନିକଟରେ ବସି ଓଡ଼ିଆ ଭାଗବତ ପାଠ କରି ଜନ ମାନସଙ୍କ ହୃଦୟରେ ସମ୍ମାନସ୍ପଦ ସ୍ଥାନ ଲାଭ କରିଥିଲେ।
ଦିନେ ଜଣେ ବୋଇତ ବେପାରୀ ଶ୍ରୀକ୍ଷେତ୍ର କୁ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲେ । ସେ ଏକ ଚନ୍ଦନ କାଠ ଗଜପତିଙ୍କୁ ଉପହାର ସ୍ୱରୂପ ଦେଇଥିଲା। ଗଜପତି ପ୍ରତାପରୁଦ୍ରଦେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇବା ନିମିତ୍ତ ସେହି ଚନ୍ଦନ କାଠ ଟିକୁ ଅତିବଡ଼ି ଙ୍କୁ ଅର୍ପଣ କରିଥିଲେ। ଉକ୍ତ ଦିନ ରାତ୍ରୀରେ ଚନ୍ଦନ କାଠଟିକୁ ପୁରା ଘୋରିବା ସମୟରେ ସେ ନିଜେ ବାସ କରୁଥିବା ମଠର କାନ୍ଥରେ ବୋଳି ଦେଇଥିଲେ। ଏହା ଶୁଣି ଗଜପତି ତାଙ୍କୁ ଡକାଇ ଏପରି କରିବାର କାରଣ ପଚାରିବାରୁ ଜଗନ୍ନାଥ ଦାସ କହିଲେ , " ସେ ରାତ୍ରୀ ରେ ମହାପ୍ରଭୁଙ୍କ ଅଙ୍ଗରେ ଲାଗି କରାଇଛନ୍ତି। ଗଜପତି ବିସ୍ମିତ ହୋଇ ସେବକମାନଙ୍କୁ ସତ୍ୟାସତ୍ୟ ପରୀକ୍ଷା ପାଇଁ ଆଦେଶ ହେଇଥିଲେ। ଗୁଣ୍ଡିଚା ମନ୍ଦିରରେ ଥାନ୍ତି ମହାପ୍ରଭୁ , ସେବକମାନେ ସେଦିନ ଗର୍ଭଗୃହରୁ ଚନ୍ଦନ ର ମଧୁର ବାସ୍ନା ବାରି ପାରିଥିଲେ । ଗଜପତି ଏହା ଶୁଣି ଅତିବଡ଼ି ଙ୍କ ଚରଣ ବନ୍ଦନା ପୂର୍ବକ କ୍ଷମା ପାର୍ଥନା କରି ପ୍ରତି ବର୍ଷ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ସେବା ଦେଇଥିଲେ ଯାହା ଆଜି ମଧ୍ୟ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଦ୍ୱାରା ସମ୍ପାଦନ ହେଉଛି। ମହାପୁରୁଷ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ବ୍ୟତୀତ ଅନେକ ଗ୍ରନ୍ଥ ରଚନା କରିଛନ୍ତି। ଏହା ଛଡ଼ା ବହୁ ଛାନ୍ଦ , ଚମ୍ପୁ ଆଦି ରଚନା କରିଛନ୍ତି। ସେ ଥିଲେ ଜଣେ ଉଚ୍ଚକୋଟୀର ସିଦ୍ଧ ସାଧକ ।
ଅତିବଡ଼ି ଜଗନ୍ନାଥ ଦାସଙ୍କ ଦୃଷ୍ଟିରେ ବୃନ୍ଦାବନ , ଅଯୋଧ୍ୟା , ଗୋପ , ଦ୍ୱାରକା , , ବଦ୍ରିକା , କାଶୀ, ଗଙ୍ଗା , ଯମୁନା , ଗୋଦାବରୀ, ସିନ୍ଧୁ ସମନ୍ବିତ କ୍ଷେତ୍ର ହେଉଛି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିନା ତାଙ୍କ ହୃଦୟରେ ଅନ୍ୟ କାହାର ସ୍ଥାନ ନଥିଲା ।
"ମୁଁ ଯେ ପାମର ଦୀନଜନ । କଦାପି ମୋ ଦୋଷ ନ ଘେନ ।।
ଏ ଭବ ସାଗର ପ୍ରବନ୍ଧୁ । ଉଦ୍ଧରି ରଖ କୃପାସିନ୍ଧୁ ।।
ହେ ପ୍ରଭୁ ଜଗତ ନିବାସ । ବୋଲଇ ଜଗନ୍ନାଥ ଦାସ ।। " 🙏
⭕‼️⭕ * #ରାଧାଷ୍ଟମୀ/ #ଦୂର୍ବାଷ୍ଟମୀ* ⭕‼️⭕
🌹ଦିବସ-ଭାଦ୍ରବ ଶୁକ୍ଳ ଅଷ୍ଟମୀ🌹
ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ” ଭାବରେ ପାଳନ କରି ଥାଆନ୍ତି।
ରାଧାଷ୍ଟମୀ ବ୍ରତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ପାଳନ କରାଯାଏ। ରାଧାଷ୍ଟମୀ ବୈଷ୍ଣବ ମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ। ଏଥିରେ ରାଧାଙ୍କର ଜନ୍ମ ବୃତ୍ତାନ୍ତ ବ୍ୟତୀତ ଏକ ବ୍ରତ କଥା ପଢ଼ା ଯାଇଥାଏ।
କାହାଣୀଟି ଏହିପରି, ସତ୍ୟଯୁଗରେ ଲୀଳାବତୀ ନାମରେ ଜଣେ ବାରଙ୍ଗନା ଥିଲା।ଥରେ ସେ ନିଜ ନଗରରୁ ଅନ୍ୟ ଏକ ନଗରକୁ ଯାଉଥିଲା। ବାଟରେ ଗୋଟିଏ ମନ୍ଦିର ଦେଖିଲା। ସେଠାରେ କେତେଜଣ ବୈଷ୍ଣବ ସନ୍ୟାସୀ ରାଧାଷ୍ଟାମୀ ପାଳୁଥିଲେ। ଧୂପ, ଦୀପ, ନୈବେଦ୍ୟ ଦେଇ ଦିବ୍ୟ ବସ୍ତ୍ର ଅଲଙ୍କାର ବିନ୍ଧାଇ ଶ୍ରୀରାଧାଙ୍କ ମୂର୍ତ୍ତିଙ୍କୁ ପୂଜା କରୁଥିଲେ। ଏହା ଦେଖି ତା’ର ମନରେ ପରିବର୍ତ୍ତନ ଆସିଲା। ସେ ଏହି ବ୍ରତ କରିବ ବୋଲି ସଂକଳ୍ପ କଲା ଏବଂ ସଂକଳ୍ପ କରିବା କ୍ଷଣି ତାର ସବୁପାପ ଦୂର ହେଲା। ମୃତ୍ୟୁ ପରେ ତା’ର ବୈକୁଣ୍ଠ ପ୍ରାପ୍ତି ହେଲା।
❣️ଶ୍ରୀରାଧାଙ୍କ ଜନ୍ମ ❣️
ଏକଦା ସୂର୍ଯ୍ୟଦେବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁ କରୁ ନାନା ପ୍ରକାରର ଐଶ୍ୱର୍ଯ୍ୟ ଦେଖି ତପସ୍ୟା କରିବାକୁ ମନ ବଳାଇଲେ। ତେଣୁ ସେ ମନ୍ଦର ପର୍ବତ ଗୂହାରେ କଠିନ ତପସ୍ୟାରତ ହେଲେ। ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା, ଦେବତାଗଣ ଭୀତ ହେଲେ। ଇନ୍ଦ୍ର ଏବଂ ଅନ୍ୟ ଦେବତାଗଣଙ୍କ ଯାଇ ଶ୍ରୀହରିଙ୍କୁ ପ୍ରାର୍ଥନା କଲେ। ଶ୍ରୀହରି ଦେବଗଣଙ୍କୁ ଆଶ୍ୱାସନା ଦେଇ ସୂର୍ଯ୍ୟଙ୍କୁ ଦର୍ଶନ ଦେଇ କହିଲେ “ହେ ଦିବାକର, ତୁମେ ତପସ୍ୟାରେ ସିଦ୍ଧି ଲାଭ କରିଛ। ତୁମେ ବର ପ୍ରାର୍ଥନା କର। ସୂର୍ଯ୍ୟଦେବ କହିଲେ ପ୍ରଭୁ, ମୋତେ ଗୋଟିଏ ଗୁଣବତୀ କନ୍ୟାର ବର ଦିଅନ୍ତୁ ଏବଂ ଆପଣ ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ।ଏହା ବ୍ୟତୀତ ମୋର ଆଉ କିଛି ଇଚ୍ଛା ନାହିଁ। ”ତଥାସ୍ତୁ” କହିଲେ ଶ୍ରୀହରି। ଏହି ପୃଥିବୀରେ ଶ୍ରୀହରି କେବଳ ଶ୍ରୀରାଧାଙ୍କର ବଶୀଭୂତ। ଶ୍ରୀରାଧା ଏବଂ ଶ୍ରୀହରିଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ପୃଥିବୀର ଭାର ଲାଘବ ପାଇଁ ଶ୍ରୀହରି ବୃନ୍ଦାବନର ନନ୍ଦାଳୟରେ କୃଷ୍ଣଙ୍କ ରୂପରେ ଅବତୀର୍ଣ୍ଣ ହେଲେ। ସୂର୍ଯ୍ୟଦେବ ସେଠାରେ ବୃଷଭାନୁ ରାଜା ନାମରେ ଜନ୍ମ ଗ୍ରହଣ କଲେ। ଶ୍ରୀରାଧା ତାଙ୍କର କନ୍ୟା ରୂପେ ଅବତୀର୍ଣ୍ଣ ହେଲେ। ଶ୍ରୀହରି ମଥୁରାରେ ଜନ୍ମଗ୍ରହଣ କରି ନନ୍ଦାଳୟକୁ ଆସିଲେ। ସୂର୍ଯ୍ୟଦେବ ବୈଶ୍ୟ କୁଳରେ ବୃଷଭାନୁ ନାମରେ ଜନ୍ମ ଗ୍ରହଣ କଲେ। ଯଥା କାଳେ ଗୋପ କନ୍ୟା କୀର୍ତ୍ତିଦାଙ୍କ ସହିତ ତାଙ୍କ ବିବାହ ହେଲା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ କୀର୍ତ୍ତିଦାଙ୍କ ଗର୍ଭରେ ଶ୍ରୀରାଧା ଜନ୍ମ ଗ୍ରହଣ କଲେ। ଗୋପଗୋପୀ ଗଣ ଆନନ୍ଦରେ ଶ୍ରୀରାଧାଙ୍କ ଜନ୍ମ ପାଳନ କରିଥିଲେ। କାଳକ୍ରମେ ଶ୍ରୀରାଧା ଚନ୍ଦ୍ରସେଣା ନାମକ ନପୁଂସକ ଗୋପାଳଙ୍କୁ ବିବାହ କଲେ, କିନ୍ତୁ ସେ ପରମପୁରୁଷ ଜ୍ଞାନରେ ଶ୍ରୀକୃଷ୍ଣଙ୍କ ସହ ବିହାର କଲେ। ତେଣୁ ଶ୍ରୀକୃଷ୍ଣଙ୍କର କରୁଣା ଲାଭ ପାଇଁ ଶ୍ରୀରାଧାଙ୍କ ଜନ୍ମଦିନକୁ ଶ୍ରୀରାଧାଷ୍ଟମୀ ଭାବରେ ପାଳନ କରାଯାଏ।ଓଡ଼ିଶାରେ ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ଏହି ନୀତି ଯଥାବିଧି ପାଳନ କରାଯାଏ।
♦️ରାଧା ହିଁ କୃଷ୍ଣ, କୃଷ୍ଣ ହିଁ ରାଧା –♦️
ଶ୍ରୀକୃଷ୍ଣ ଆହ୍ଲାଦିନୀ, ପ୍ରେମଶୀଳା, ଅନନ୍ୟ ସୌନ୍ଦର୍ଯ୍ୟମୟୀ, ଆଦିଶକ୍ତି ପ୍ରକୃତି ସ୍ବରୂପିଣୀ ଶ୍ରୀରାଧାଙ୍କ ପ୍ରେମ ଓ ଭକ୍ତିକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ। କାହିଁ ରାଧାଙ୍କର କୃଷ୍ଣ ପ୍ରେମ, ଆଉ କାହିଁ ଶବ୍ଦ ସମ୍ଭାରର ଅତ୍ୟଳ୍ପ ସାମର୍ଥ୍ୟ। ରାଧାଙ୍କ ପ୍ରେମ ଥିଲା ମହାଭାବର ଅନନ୍ତ ବିସ୍ତାର। ରାଧା ଥିଲେ ଶ୍ରୀକୃଷ୍ଣଙ୍କ ମହାରାଗର ଶାଶ୍ବତ ମହାରାସ। ଏହି ମହାରାସ ଚିର ଶାଶ୍ବତ, ଅସମାପ୍ତ ଓ ଅଚ୍ୟୁତ ପୂର୍ଣ୍ଣରେ ପୂର୍ଣ୍ଣତାର ପ୍ରତୀକ। ବ୍ରଜ କ୍ଷେତ୍ରରେ ରାଧା ହିଁ କୃଷ୍ଣ ପ୍ରେମର ସମସ୍ତ ରହସ୍ୟର କେନ୍ଦ୍ରବିନ୍ଦୁ ଥିଲେ। ସେଇ ବୃଷଭାନୁ କନ୍ୟା ରାଧା ଏବଂ କୃଷ୍ଣଙ୍କ ମଧ୍ୟରେ କୌଣସି ପ୍ରଭେଦ ନ’ଥିଲା। ରାଧା ହିଁ କୃଷ୍ଣ ଏବଂ କୃଷ୍ଣ ହିଁ ଥିଲେ ରାଧା।
ବନ୍ଦେ ରାଧାପଦାମ୍ଭୋଜଂ ବ୍ରହ୍ମାଦିସୁରବନ୍ଦିତମ୍,
ୟତ୍କୀର୍ତିକୀର୍ତନେନୈବ ପୁନାତି ଭୁବନତ୍ରୟମ୍।
ନମୋ ଗୋକୁଲବାସିନ୍ୟୈ ରାଧିକାୟୈ ନମୋ ନମଃ,
ଶତଶୃଙ୍ଗନିବାସିନ୍ୟୈ ଚନ୍ଦ୍ରାବତ୍ୟୈ ନମୋ ନମଃ॥
💥ରାଧାଷ୍ଟମୀ ପୂଜା ବିଧି :💥
ସକାଳୁ ଗାଧେଇ ନିଜର ନିତ୍ୟକର୍ମ ସାରିଦିଅନ୍ତୁ।ଏହା ପରେ ପୂଜା ଘରେ ଏକ ଗୋଲ କରି ତା’ର ମଧ୍ୟଭାବରେ ମାଟି କିମ୍ବା ତମ୍ବାର କଳସ ସ୍ଥାପନା କରନ୍ତୁ।
କଳସ ଉପରେ ତମ୍ବା ପାତ୍ର ରଖନ୍ତୁ।ଏବେ ଏହି ପାତ୍ରକୁ ବସ୍ତ୍ର ପିନ୍ଧାଇ ସୁସଜ୍ଜିତ କରି ରାଧାଙ୍କ ମୂର୍ତ୍ତି ସ୍ଥାପନା କରନ୍ତୁ।ତା’ପରେ ରାଧାଙ୍କର ଷୋଡଶ ଉପଚାର ପୂଜା କରନ୍ତୁ।ପୂଜା ପରେ ଉପବାସ କରିଥିଲେ ଭୋଜନ କରନ୍ତୁ।ପୂଜା ସରିବା ପର ଦିନ ବିବାହିତା ମହିଳା କିମ୍ବା ବ୍ରାହ୍ମଣଙ୍କୁ ଭୋଜନ କରାଇ ଦକ୍ଷିଣା ଦିଅନ୍ତୁ।
💥ରାଧାଷ୍ଟମୀ ବ୍ରତ କଥା💥
🙏ଶ୍ରୀ ଶ୍ରୀ ପରଂବ୍ରହ୍ମଣେ ନମଃ🙏
🌿ଶ୍ରୀ ଶ୍ରୀ ରାଧାଷ୍ଟମୀ ବ୍ରତ🌿
ଭାଦ୍ରେମାସିସୀତେପକ୍ଷେ, ଋକ୍ଷାନୁରାଧାସଂଜ୍ଞାନେ ।
ଅଷ୍ଟମ୍ୟାଂ ଭାନୁବାରେ ଚ ଦିନମଧ୍ୟେତି ଶୋଭନେ ।।
ବୃଷଭାନୁ ଗୃହେ ଜନ୍ମଂ ରାଧାୟା ସୁମନୋହରଂ ।
ଅଦୌ ଘଟେ ବରୁଣପୂଜାଂ କୁର୍ଯ୍ୟାତ୍ ତଦନନ୍ତରଂ ସଂକଳ୍ପ
ବିଧିମାଚରେତ୍ ତତ୍ ଯଥା- ଓଁ ର୍ବିଷ୍ଣୋ ନମଃହେତ୍ୟାଦି ଏବ ପୂର୍ବୋକ୍ତ ବିଧିବିଶେଷଣ ଅମୁକସ୍ୟଗୋତ୍ର ଶ୍ରୀମାନ୍ ଅନୁକ ଦେବଶର୍ମ୍ମଣେ ଶ୍ରୀରାଧାଷ୍ଟମୀ ବ୍ରତ ମହଂ କରିଷ୍ୟେ ।
-ଧ୍ୟାନଂ-
🦚ପ୍ରଥମ ଅଧ୍ୟାୟ🦚
ଓଁ
ଶ୍ରୀରାଧିକାଂ ସମୃଦ୍ଦିଶ୍ୟ ସର୍ବପାପ ପ୍ରଶାନ୍ତୟେ
ଉପବାସଂ କରିଷ୍ୟାମି ରାଧାଷ୍ଟମ୍ୟାଂ ନଭସ୍ୟାହଂ ।
ଆଜନ୍ମ ମରଣଂ ଯାବତ୍ ଜନ୍ମୟାଦୁଷ୍କୃତଂ କୃତ୍ୟଂ
ତୁତ୍ ପ୍ରାଣାଶାୟ ରାଧିକେ ପ୍ରସାଦ ପରମେଶ୍ୱରୀ ।
ଏହି ମନ୍ତ୍ରରେ ଧ୍ୟାନ କରି ଶ୍ରୀରାଧାଷ୍ଟମୀ ବ୍ରତ ଗୀତ ଗାୟନ କରିବ ।
ଶୁଣ ଶୁଣ ସୁଜନେ ଦେଇ ମନ । କହିବା ଅପୂର୍ବ ବିଧାନ ।।
ରାଧାଙ୍କ ଜନ୍ମ ସମାଚାର । ଶ୍ରବଣ କରି ତର ନର ।।
ଏକଇ ଦିନ ଦ୍ୱାରକାରେ । ରତନ ସିଂହାସନ ପରେ ।।
ବସିଣ ଥିଲେ ଜଗନ୍ନାଥ । ମନରେ ହୋଇ ଆନନ୍ଦିତ ।।
ଏହି ସମୟେ ତାଙ୍କ ପାଶ । ରୁକ୍ମଣୀ ହୋଇଲେ ପ୍ରବେଶ ।।
ଆବର ସର୍ବ ପାଟ ବଂଶୀ । ମିଳିଲେ ଏକ ଏକ ଆସି ।।
ତାହାଙ୍କୁ ଦେଖି ଜନାର୍ଦ୍ଦନ । ପୁଚ୍ଛିଲେ ଗମନ କାରଣ ।।
ରୁକ୍ମଣୀ ଯୋଡ଼ି ବେନିକର । ବୋଇଲେ ବଚନ ମଧୁର ।।
ଭୋ ପ୍ରାଣନାଥ ଆମ୍ଭପରେ । ଦୟା ବହିଣ କୁହବାରେ ।।
ଆଜି ଯେ ରାଧାଷ୍ଟମୀ ବ୍ରତ । ରାଜ୍ୟରେ ହୁଅଇ ପାଳିତ ।।
ତାହାର ସର୍ବ ବିବରଣ । ଶୁଣିବା ପାଇଁ ବଳେ ମନ ।।
ସେ ରାଧା ଦେବୀ କାହାଘରେ । ଜନ୍ମ ଲଭିଲେ କେଉଁଠାରେ ।।
କାହିଁକି ମର୍ତ୍ତ୍ୟେ ହେଲେ ଜାତ । ତାହା ବିସ୍ତାରି କୁହ ନାଥ ।।
କେବଣ ମହିମା ତାଙ୍କର । କେଉଁ ଅଂଶରେ ଅବତାର ।।
ଶୁଣିବା ପାଇଁ ବଳେ ମନ । ଦାସରେ ସଦୟ ହୋଇଣ ।
କୁହନ୍ତୁ ସକଳ ବିଷୟ । ମନରୁ ଛାଡ଼ିବ ସନ୍ଦେହ ।।
ଏମନ୍ତ କହିଣ ରୁକ୍ମଣୀ । ମଉନ ହେଲେ କ୍ଷେତ୍ର ମଣି ।।
ଶ୍ରୀକୃଷ୍ଣ ଉବାଚ
ରୁକ୍ମଣୀ ବଚନେ ଗୋବିନ୍ଦ । ମନରେ ହୋଇଣ ଆନନ୍ଦ ।। ବୋଇଲେ ଶୁଣ ପାଟବଂଶୀ । ଯାହା ପୁଚ୍ଛିଲ ହେଲି ଖୁସି ।। ରାଧାଙ୍କ ଜନ୍ମ ସମାଚାର । ଆବର ମହିମା ତାଙ୍କର ।। ବର୍ଣ୍ଣନା କରିବାର ପାଇଁ । ବିଧାତା ସକ୍ଷମ ନୁହଇ ।। ଶଙ୍କର ସଦା କରି ତପ । ନଜାଣେ ରାଧାଙ୍କ ସ୍ୱରୂପ ।। ତୁମ୍ଭେ ଯଦ୍ୟପି ଜାଣିବାକୁ । ଆସିଛ ମୋହର ପାଶକୁ ।। ତା' ହେଲେ ଯାହା ଜାଣେ ମୁହିଁ । କହିବି ଶୁଣ ମନଦେଇ ।। ରାଧା ବୋଲି ଯେ ଦିଅକ୍ଷର । ସକଳ ପରେ ଅଟେ ସାର ।। ସେ ରାଧାଠାରୁ ସର୍ବ ସୃଷ୍ଟି । ଜନମିଛନ୍ତି ପରମେଷ୍ଠି ।। ଦେଖ ଏ ଯେତେ ଜଳସ୍ଥଳ । ରାଧାଙ୍କଠାରୁ ଏ ସକଳ ।। ଉତ୍ପତ୍ତି ହୋଇଅଛି ଜାଣ । ଆକାଶ ଅନଳ ପବନ ।। ଆବର ଚନ୍ଦ୍ର ଦିବାକର । ଇନ୍ଦ୍ରାଦି ସକଳ ଅମର ।। ରାଧା ରାଣୀଙ୍କଠାରୁ ଜାତ । ଜନମିଛନ୍ତି ପଞ୍ଚଭୂତ ।। ଏହି ପ୍ରକାରେ ତୁମ୍ଭ ନେତ୍ରେ । ଜଗତେ ଦେଖୁଅଛ ଯେତେ ।। ସମସ୍ତ ସୃଷ୍ଟି ତାହାଙ୍କର । ବର୍ଣ୍ଣିବି କି ଗୁଣ ତାଙ୍କର ।। ଶୂନ୍ୟ ଶୂନ୍ୟ ଯେ ମହାଶୂନ୍ୟ । ତା ମଧ୍ୟେ ବିଜେ ନିରଞ୍ଜନ ।। ସେ ନିରଞ୍ଜନ ପରେ ଜାଣ । ନିରାକାରଙ୍କର ଆସ୍ଥାନ ।। ନିରାକାରଙ୍କ ପରେ ସେହି । ଶୁକ୍ଳାମ୍ବର ଯେ ଛନ୍ତି ରହି ।। ତାପରେ ଶଶୀ ବର୍ଣ୍ଣିଛନ୍ତି । ନାହିଁ ତାଙ୍କର ରୂପକାନ୍ତି ।। ଅରୂପେ କରନ୍ତି ବିହାର । ଅବନା ମଣ୍ଡଳ ମଧ୍ୟର ।। ସେଠାରେ ଯେଉଁପୂର ଅଛି । ବରଣି ନ ପାରିବି କିଛି ।। ତହିଁରେ ଅରୂପ ବିହାରି । ଅଛନ୍ତି ଜାଣ ବିଜେ କରି ।। ସେ ପୁର ମହିମା ଅପାର । ବର୍ଣ୍ଣିବା ଶକ୍ତି ନାହିଁକାର ।। ତାମଧ୍ୟେ ବିଜେ ପୂର୍ଣ୍ଣ ବ୍ରହ୍ମ । ପୁରୁଷମାନଙ୍କ ଉତ୍ତମ ।। ବିଜୟ କହିଛନ୍ତି ଜାଣ । ସର୍ବଦା ଲାଗିଛି ଭଜନ ।। ରୋଗ ଶୋକ ଯେ ଜରା ମୃତ । ସେଠାରେ ନାହିଁ ତିଳେମାତ୍ର ।। ଆବର ଦିବସ ରଜନୀ । ନ ହୁଏ ସେଠାବରେ ଜାଣି ।। ମଳୟ ବହେ ଅବିରତ । କୁସୁମେ ଭୃଙ୍ଗ ହୋନ୍ତି ମର ।। ଚନ୍ଦ୍ର ଉଦିଆ ଜଳେ ତହିଁ । ମାଣିକ୍ୟ ଦ୍ୱୀପ ଯେ ଜଳଇ ।। ଆବର ରତନର ପୁର । ଖୁମ୍ବ ନ ଥାଇ ସେ ତିଆର ।। ଆଡ଼ଦୀର୍ଘ ତା ନୋହେ କଳି । ମଧ୍ୟେ ଅଛଇ ରାସସ୍ଥଳି ।। ସେ ରାସ ସ୍ଥଳିର ମହିମା । ବରଣି ନ ପାରିବେ ବ୍ରହ୍ମା ।। ତା ମଧ୍ୟେ ରତ୍ନବେଦୀ ସାର । ବିଚିତ୍ର ଭାବେ ସେ ତିୟାର ।। ହୀରା ନୀଳା ଯେ ବଇଡୁର୍ଯ୍ୟ । ହୋଇଛି ନାନା କାରୁକାର୍ଯ୍ୟ ।। କେବଣ ବିନ୍ଧାଣ ତାହାରେ । ଗଢ଼ିଛି କେବଣ ଯନ୍ତ୍ରରେ ।। କିପରି କରିଛି ତୟାର । ଦେଖିଲେ ଚକ୍ଷୁ ହେବ ସ୍ଥିର ।।
ଏମନ୍ତ ଯେଉଁ ବେଦୀ ଗୋଟି । ତହିଁ ବିଜୟ ପରମେଷ୍ଟି । ଶୂନ୍ୟେ ଆସନେ ବିଜେ କରି । ଅଛନ୍ତି ଶ୍ରୀରାଧାଙ୍କୁ ଧରି ।। ଯୋଗମାୟା ଯେ ତାହାଙ୍କର । ବହନ କରିଛନ୍ତି ଭାର ।।
ଅଷ୍ଟକାଳରେ ଅଷ୍ଟସହି । ସେବା କରନ୍ତି ତହିଁ ଯାଇଁ ।।
ଶାରଳା ବୀଣା ଯନ୍ତ୍ର ଧରି । ବଜାନ୍ତି ଦିବସ ଶର୍ବରୀ ।।
ମାର୍ଦ୍ଦଳ ବଜାନ୍ତି ଶଙ୍କର । ଚାମର ଢାଳେ ସୁନାଶିର ।।
ସେହି ମଣ୍ଡଳ ଅଧିଶ୍ୱରୀ । ଅଟନ୍ତି ଶ୍ରୀରାଧା ସୁନ୍ଦରୀ ।।
ଏକଇ ଅଙ୍ଗେ ବେନିଜନ । ଖେଳନ୍ତି ମହାନିତ୍ୟେ ଜାଣ ।।
ତାହାଙ୍କ ଦର୍ଶନ ନିମନ୍ତେ । କେ କେତେ ଭାବି ହୃଦଗତେ ।।
ଥୋକାଏ ଦୂର ଛନ୍ତି ଯାଇ । ପାବଚ୍ଛ ତଳେ ଛନ୍ତି ରହି ।।
ଜପି ତପି ଯେ ସୁରଗଣ । ଦର୍ଶନ ଆଶାରେ ଯାଇଣ ।।
ଅର୍ଦ୍ଧ ପଥରେ ରହିଛନ୍ତି । ଯିବାକୁ ଆଦେଶ ନ ପାନ୍ତି ।।
ଏମନ୍ତ ଯେଉଁ ରାଧାରଣୀ । କହିବି କିସ ତାଙ୍କ ବାଣୀ ।।
ଏହା କହିଣ ଜନାର୍ଦ୍ଦନ । ଚାହିଁଲେ ରକ୍ମଣୀ ବଦନ ।।
ଏହାପରେ ଯେ ସମାଚାର । କହିବି ଶୁଣ ସୁଜ୍ଞନର ।।
ଶ୍ରବଣେ ହୋଇବ ମୁକତା । କ୍ଷେତ୍ରମୋହନ ଲେଖେ ଗୀତା ।।
ଶୁଣ ସୁଜନେ ଦେଇ ଚିତ୍ତ । ରାଧାଅଷ୍ଟମୀ ଜନ୍ମଗତ ।।
ଶ୍ରବଣ କରିଲେ କର୍ଣ୍ଣରେ । ବସିବ ବଇକୁଣ୍ଠ ପୁରେ ।।
ପାଳନ କରିବେ ଯେ ଜନ । କହି ନୁହଇ ତାର ପୁଣ୍ୟ ।।
ଶ୍ରୀକୃଷ୍ଣ ନିତ୍ୟ ସମାଚାର । ଭାଷନ୍ତେ ରାଣୀଙ୍କ ଆଗର ।।
ଉଠିଣ ସତ୍ୟଭାମା ତହିଁ । ପାଦରେ ପ୍ରଣିପାତ ହୋଇ ।।
ବୋଇଲେ ଆହେ ପ୍ରାଣେଶ୍ୱର । ସନ୍ଦେହ ହୁଏ ମୋ ମନର ।।
କହିଲ ରାଧା ନିତ୍ୟଶ୍ୱରୀ । ରାସ ମଣ୍ଡଳ ଅଧିକାରୀ ।।
ଆବର କହିଲେ ଆମ୍ଭରେ । ବିଜୟ ରତ୍ନ ବେଦୀ ପରେ ।।
ଏକଇ ଅଙ୍ଗେ ରାଧାକୃଷ୍ଣ । ହୋଇଣ ଛନ୍ତି ପ୍ରତିଷ୍ଠିତ ।।
ସର୍ବଦା ରାହାସ କରନ୍ତି । ଦିବା ରଜନୀ ନ ଜାଣନ୍ତି ।।
ଏମନ୍ତ ଯେଉଁ ରାସେଶ୍ୱରୀ । ଶ୍ରୀରାଧା ନାମ ଯେ ତାଙ୍କରି ।।
ଆବର କୃଷ୍ଣ ସଙ୍ଗେ ଛନ୍ତି । ତିଳେହେଁ ଅଲଗା ନୁହନ୍ତି ।।
ଏଣେ କିପରି ଗୋପରୁରେ । ଜନ୍ମିଲେ ବୃଷଭାନୁ ଘରେ ।।
ଚନ୍ଦ୍ରସେଣାକୁ ବିଭା ଦେଲେ । ତୁମ୍ଭର ମାଇଁ ବୋଲାଇଲେ ।।
ମାଇଁ ଭଣଜା କେଉଁପରି । ବିହାର କଲେ ହେ ମୁରାରି ।।
ଷୋଳ ସହସ୍ର ଗୋପୀ ସଙ୍ଗେ । ରମିଲେ ରାଧା ନେଇ ରଙ୍ଗେ ।।
ଏହା କିପରି କଲ ନାଥ । ଶୁଣି ମୁଁ ହୁଏ ଆଚମ୍ବିତ ।
ସେ ମହାନିତ୍ୟ ରାଧା ସହ । ଏ ରାଧା ସମ୍ବନ୍ଧ କି କହ ।।
କିପରି ଭାବେ କେଉଁଦିନ । ମର୍ତ୍ତ୍ୟେ ହୋଇଲେ ଉତପନ୍ନ ।।
କାହିଁକି ଜନମିଲେ ସେହି । କହନ୍ତୁ ଆମ୍ଭରେ ବୁଝାଇ ।।
ପୁଣି ସେ ଅନ୍ୟାନ୍ୟ କୂଳରେ । ନ ଜନ୍ମି କିମ୍ପା ଗୋପପୁରେ ।।
ଗଉଡ଼ ଘରେ ହେଲେ ଜାତ । ବୁଝାଇ କହ ପ୍ରାଣନାଥ ।।
ଆବର କାହା ଜନ୍ମଦିନ । ସକଳେ କରନ୍ତି ପାଳନ ।।
ଏ ଛାର ଗଉଡ଼ୁଣୀଟାର । ବ୍ରତ ପାଳନ୍ତି କିବା ନର ।।
କି ଅବା ନିତ୍ୟ ରାସେଶ୍ୱରୀ । ବ୍ରତ ପାଳନ୍ତି ନର ନାରୀ ।।
ତାହା ଶୁଣାଇ ଆମ୍ଭ ଚିତ୍ତ । ତୃପତ କର ଆହେ ନାଥ ।।
ଏମନ୍ତ ଭାଷିଣ ବଚନ । ସତ୍ୟ ଯେ ହୋଇଲେ ମଉନ ।।
କ୍ଷେତ୍ରମୋହନ ଯୋଡ଼ିକର । ବୋଲଇ ଶୁଣ ସମାଚାର ।।
ସେ ରାଧାକୃଷ୍ଣଙ୍କ ପୟରେ । ଶରଣ ପଶ ସର୍ବନରେ ।।
ଶ୍ରୀକୃଷ୍ଣଙ୍କର ସତ୍ୟଭାମାଙ୍କୁ ଉତ୍ତର ପ୍ରଦାନ
ଶୁଣ ହେ ସତୀ ଶିରୋମଣି । ପୁଚ୍ଛିଲେ ତୁମ୍ଭେ ଯେଉଁ ବାଣୀ ।।
ତାହା ହେ ଅତ୍ୟନ୍ତ ଗହନ । ଶ୍ରବଣେ ହୋଇବ ମୋଚନ ।।
ମର୍ତ୍ତ୍ୟରେ ଯେଉଁ ରାଧାରାଣୀ । ଜନ୍ମିଲେ ଗୋପପୁରେ ପୁଣି ।।
ସେ ରାଧା ନିତ୍ୟ ରାଧାଙ୍କର । ପ୍ରଭେଦ ନାହିଁ ତିଳେମାତ୍ର ।।
ମୋ ସଙ୍ଗେ ତାହାଙ୍କର ଭାବ । ସଂସାରେ ଅଟଇ ଦୁର୍ଲ୍ଲଭ ।।
କହିଲ ମାଇଁ ମୋର ସେହି । ଲୋକେ ଦେଖାଣ ଯେ ଅଟଇ ।।
ପ୍ରକୃତ ଘଟଣା ଜାଣିଲେ । ପୁଛିବ ନାହିଁ କେବେ ହେଲେ ।।
କହିଛି ଆଗରୁ ବୁଝାଇ । ରାଧାଙ୍କ ଗୁଣ କହିନୋହି ।।
ତାହାଙ୍କ ପାଦରେଣୁ ସାଥେ । ସମନୋହିବେ କେହି ମର୍ତ୍ତ୍ୟେ ।।
ସେ ରାସେଶ୍ୱରୀ କାହିଁ ପାଇଁ । ଜନ୍ମିଲେ ଶୁଣ ମନ ଦେଇ ।।
ଯୁଗକୁ ଯୁଗ ମହୀ ତଳେ । ଜନମୁଁ ଆମ୍ଭେ ବେନିହଳେ ।
ଆପଣା କାର୍ଯ୍ୟ ଶେଷ କରି । ନିତ୍ୟକୁ ଯାଉ ଯେ ବାହାରି ।।
ସତ୍ୟଯୁଗରେ ଜାଣ ମୁହିଁ । ନୃସିଂହ ରୂପ ଥିଲି ବହି ।।
ରାଧା ଜେ ମାଳତୀ ନାମରେ । ଆସିଣ ଥିଲେ ମୋ ସଙ୍ଗରେ ।।
ଦାନବ ବଳ କରି ଧ୍ୱଂସ । ନିତ୍ୟେ ହୋଇଲୁ ପରବେଶ ।।
ତାପରେ ତ୍ରେତୟା ଯୁଗରେ । ଆମ୍ଭେ ଜନ୍ମିଲୁ ଅଯୋଧ୍ୟାରେ ।।
ରାମ ଅବତାର ଥିଲୁ ହୋଇ । ସେ ଥିଲେ ସୀତା ନାମ ବହି ।।
ସେ ଯୁଗେ ଅପାର କଷଣ । ଲଭିଲୁ ଆମ୍ଭେ ଦୁଇଜଣ ।।
ତାପରେ ନିଜ ପୁରେ ଗଲୁ । ରାସ ଉତ୍ସବେ ମନ ଦେଲୁ ।।
ଏହି ସମୟେ କଂସାସୁର । ଜନ୍ମ ଲଭିଲା ମଥୁରାର ।।
ଦେବଙ୍କୁ ବହୁତ ଦଣ୍ଡିଲା । ପାଦରେ ଆଣି ଖଟାଇଲା ।।
ଦେବେ ତାହାର ଅତ୍ୟାଚାରେ । ବ୍ୟଥିତ ହୋଇ ଆକୁଳରେ ।।
ଧାତାଙ୍କୁ ସଙ୍ଗତରେ ନେଇ । ମିଳିଲେ କ୍ଷୀରାବ୍ଧିରେ ଯାଇ ।।
ତା ତଟେ ବସିଣ ଅମରେ । ଡାକିଲେ ମୋତେ ଆକୁଳରେ ।।
ତାହାଙ୍କ କଷଣ ନ ସହି । ପ୍ରବେଶ ହେଲି ତହିଁ ଯାଇଁ ।।
ପୁଛିଲେ ତାହାଙ୍କ କାରଣ । କହିଲେ ଧାତା ବୁଝାଇଣ ।।
କଂସାସୁରର ଅତ୍ୟାଚାର । ବଢ଼ୁଛି ଭୋ ପ୍ରଭୁ ଅପାର ।।
ଆପଣ ଯେବେ ନ ବୁଝିବେ । ସକଳ ଅମରେ ମରିବେ ।।
ଏପରି କୁହନ୍ତେ ବିଧାତା । ଆମ୍ଭେ ବୋଇଲୁ କ୍ରୋଧେ କଥା ।।
ତ୍ରେତୟା ଯୁଗେ ତୁମ୍ଭ ପାଇଁ । ଅପାର କଷ୍ଟ ଆମେ ପାଇ ।।
ମାଇଲୁ ଦୁର୍ଦ୍ଦାନ୍ତ ରାବଣ । ନାଶିଲୁ ସର୍ବ ଦୈତ୍ୟଗଣ ।।
ତଥାପି ତୁମେ ନ ବୁଝିଲ । ବ୍ରହ୍ମ ହତ୍ୟାରେ ଦାୟୀକଲ ।।
ଏକ୍ଷଣି କଂସ ଅତ୍ୟାଚାର । ଭୟରେ ହୋଇ ଜର ଜର ।।
ଆମ୍ଭଙ୍କୁ କରୁଛି ଆପତ୍ତି । ପଛରେ ଶୁଣି ଦେବ ଶାସ୍ତି ।।
ଏପରି କହନ୍ତି କ୍ରୋଧରେ । ଅମରେ ପଡ଼ିଲେ ପୟରେ ।।
ବିଧାତା କହିଲେ ବୁଝାଇ । ଏ ଜନ୍ମ ତୋଷ ହେବ ସାଇଁ ।।
ଷୋଳ ସହସ୍ର ରମଣୀଙ୍କୁ । ପେଶିବୁ ଆମେ ଯେ ଗୋପକୁ ।।
ତାହାଙ୍କ ସଙ୍ଗେ ବିହରିବ । ମର୍ତ୍ତ୍ୟରେ ରାହାସ କରିବ ।।
ତାପରେ ମଧୁପୁରେ ରାଜା । ହୋଇଣ ପାଳିବ ପରଜା ।।
ଅପାର ଆନନ୍ଦ ପାଇବ । ସୁଖରେ ମର୍ତ୍ତ୍ୟେ ବିହରିବ ।।
ଏମନ୍ତ ଧାତା ବୁଝାବନ୍ତେ । କିଞ୍ଚିତ ତୋଷ ହେଲୁ ଚିତ୍ତେ ।।
ବୋଇଲୁ ଭାବନା ନକର । ଜନ୍ମିବୁ ଆମ୍ଭେ ନିକଟର ।।
ମଥୁରାପୁରେ ବସୁଦେବ । ଆମର ଜନକ ହୋଇବ ।।
ଦେବକୀ ହେବେ ଆମ୍ଭ ମାତା । ସର୍ବଦା କରୁଛନ୍ତି ଚିନ୍ତା ।।
ସପ୍ତମ ଗର୍ଭ ତାହାଙ୍କର । ସେ ଦୁଷ୍ଟ କରିବ ସଂହାର ।।
ଅଷ୍ଟମ ଗର୍ଭେ ଆମ୍ଭେ ଯାଇ । ଜନ୍ମିବୁ ବନ୍ଦୀଘରେ ତହିଁ ।।
ବଢ଼ିବୁ ନନ୍ଦର ମନ୍ଦିରେ । ଯଶୋଦା ମାତାଙ୍କ କୋଳରେ ।।
ଅନନ୍ତ ଆମ ସଙ୍ଗେ ଯିବେ । ବଳରାମ ସେ ବୋଲାଇବେ ।।
ଅପରେ ଦାନବ ବଳଙ୍କୁ । ବିନାଶି ଫେରିବୁ ପୁରକୁ ।।
ଏମନ୍ତ କହି ସେ ଠାବରେ । ବିଜୟ କଲୁ ନିଜପୁରେ ।।
ରାଧାଙ୍କୁ ଗୋଟି ଗୋଟି କରି । କହିଲୁ ସକଳ ବିଚାରି ।।
ତା ଶୁଣି ରାସେଶ୍ୱରୀ ଦୁଃଖେ । ବୋଇଲେ ଆମର ସମୀପେ ।।
ହେ ପ୍ରାଣନାଥ ଦୟାବହି । ଦାସୀଙ୍କୁ ସଙ୍ଗେ ଯାନ୍ତୁ ନେଇ ।।
କାୟାକୁ ଛାଡ଼ି ଦଣ୍ଡେ ମାତ୍ର । ଛାୟା କି ହୋଇବ ବଞ୍ଚିତ ।।
ତେଣୁ ଜଣାଏ ଶ୍ରୀ ପୟରେ । ମୋତେ ନିଅନ୍ତୁ ସଙ୍ଗତରେ ।।
ସେବା କରିଣ ଦିନ ନେବି । ପୁନଶ୍ଚ ସଙ୍ଗତେ ଫେରିବି ।।
ଆବର ଏକ କଥା ମୋର । ଭୋ ନାଥ ପଡ଼ୁଛି ମନର ।।
ଦିନେ ତ୍ରେତୟା ଯୁଗେ ମୁହିଁ । ଅନ୍ନ ପରଶୁଥିଲି ତହିଁ ।।
ନର ବାନର ଋଷିଦେବ । ଏକତ୍ରେ ଭୁଞ୍ଜୁଥିଲେ ସର୍ବ ।।
ଏକାଳେ ଆମ ପ୍ରିୟ ଭୃତ୍ୟ । ଯାହାର ନାମ ହନୁମନ୍ତ ।।
ସେ ମୋର ପାଦକୁ ଅନାଇଁ । ମନରେ ବିଚାରିଲା ତହିଁ ।।
ଏପରି ଏକ ନାରୀବର । ଯେବେ ଘରଣୀ ହୋନ୍ତା ମୋର ।।
ସର୍ବଦା ପରଶି ଦିଅନ୍ତା । ମନରେ କେଡ଼େ ସୁଖ ହୋନ୍ତା ।।
ତାହାର ମନ ଜାଣି ମୁହିଁ । ବୋଇଲି ସ୍ନେହଭରେ ତହିଁ ।।
ଆହାରେ ବାବୁ ହନୁମାନ । ଯାହା ତୁ ବିଚାରିଛୁ ମନ ।।
ଏ ଯୁଗେ ପୂରଣ ନୋହିବ । ଦ୍ୱାପରେ କାମନା ପୁରିବ ।।
ମୁଁ ରାଧା ନାମ ଥିବି ବହି । ତୁ ଥିବୁ ଚନ୍ଦ୍ରସେଣ ହୋଇ ।।
ଗୋପାଳ କୁଳେ ହେବୁ ଜାତ । ନ ଥିବ ତୋର ପୁରୁଷତ୍ୱ ।।
କେବଳ ଜଗି ରହିଥିବୁ । ପ୍ରଭୁ ଆସିଲେ ଛାଡ଼ିଦେବୁ ।।
ଏପରି ତାହାକୁ କହିଛି । ଭୋ ନାଥ ଚରଣ ଧରୁଛି ।।
ଯଦ୍ୟପି ସଙ୍ଗରେ ନ ନେବ । ମୋ କଥା ଅନ୍ୟଥା ହୋଇବ ।।
ଆଦର ଛାଡ଼ି କ୍ଷଣେ ମାତ୍ର । ଦାସୀ ନ ହୋଇବ ଜୀବୀତ ।।
ଏପରି କହନ୍ତେ ବୁଝାଇ । ରାଧାଙ୍କୁ ଆଶ୍ୱାସନା ଦେଇ ।।
ବୋଇଲୁ ଆମ୍ଭେ ଦରହସି । ଦୁଃଖ ନ କର ଶୁଭ୍ରକେଶୀ ।।
ଆମ୍ଭ ସଙ୍ଗତେ ତୁମ୍ଭେ ଯିବ । ମର୍ତ୍ତ୍ୟରେ ଲୀଳା ଆରମ୍ଭିବ ।।
ଏହା କହିଣ ସାଥେ ସାଥେ । ତାହାଙ୍କୁ ପଠାଇଲୁ ମର୍ତ୍ତ୍ୟେ ।।
ବୋଇଲୁ ଆଗେ ତୁମ୍ଭେ ଯାଅ । ଆମ୍ଭଙ୍କୁ ଅନାଇଣ ରୁହ ।।
ବୃଷଭାନୁ ଯେ ବହୁଦିନ । ହେଲାଣି କରୁଛି ଭଜନ ।।
ତାହାର ପୁତ୍ର ପୌତ୍ରୀ ନାହିଁ । ଅଛି ସେ ସଦା ପଥଚାହିଁ ।।
ବହନ ତାର ଘରେ ଯାଇ । ପ୍ରବେଶ ହୁଅ ଚାନ୍ଦମୁହିଁ ।।
ଏମନ୍ତ କହି ସେହିକ୍ଷଣ । ପେଶିଲୁ ତାହାଙ୍କୁ ମର୍ତ୍ତ୍ୟେଣ ।।
ଭାଦ୍ରବ ମାସ ଯେ ଅଟଇ । ଶୁକଳ ପକ୍ଷ ଥିଲା ହୋଇ ।।
ଅଷ୍ଟମୀ ତିଥି ମଧ୍ୟେ ଜାଣ । ରବିଙ୍କ ବାର ଯେ ପ୍ରମାଣ ।।
ଅନୁରାଧା ଯେ ନକ୍ଷତ୍ରରେ । ଦିବସ ମଧ୍ୟାହ୍ନ ଭାଗରେ ।।
ମର୍ତ୍ତ୍ୟକୁ ଗମନ କରିଲେ । କାଳିନ୍ଦୀ ହ୍ରଦେ ପ୍ରବେଶିଲେ ।।
ବାଳିକା ରୂପେ ହୋଇ ତହିଁ । ପଦ୍ମପତ୍ରରେ ଗଲେ ଶୋଇ ।।
ସେ ଦିନ ଶୁଭ ଗ୍ରହମାନେ । ରହିଣ ଥିଲେ ଉଚ୍ଚ ସ୍ଥାନେ ।।
ବିନ୍ଦୁ ଲଗ୍ନର ଆଦ୍ୟ ଭାଗେ । ବୃହସ୍ପତିଙ୍କ ଶୁଭଯୋଗେ ।।
ରାଧା ହୋଇଲେ ଆବିର୍ଭୁତା । ଶୁଣ ତା ପରେ ଆଜ ଗାଥା ।।
ସେ କାଳେ ବୃଷଭାନୁ ରାୟ । ସୈନ୍ୟ ସାମନ୍ତଙ୍କର ସହ ।।
ମୃଗୟା ଲାଗି ଯାଉଥିଲେ । କାଳିନ୍ଦୀ କୂଳରେ ମିଳିଲେ ।।
ସେ ହ୍ରଦେ ବହୁ ପଦ୍ମ ପୁଷ୍ପ । ଫୁଟିଣ ଚହଟେ ସୁବାସ ।।
ନୀଳ ଧବଳ ପୁଷ୍ପେ ଭରା । ହୋଇଣ ଦୁରେ ଦିଶେ ତୋରା ।।
ତା ଦେଖି ଆନନ୍ଦେ ରାଜନ । ଭୃତ୍ୟକୁ ବୋଲଇ ବଚନ ।।
ଆମ୍ଭର ବୋଲ ମାନି ତୁହି । ଥୋକାଏ ପୁଷ୍ପ ଆଣ ଯାଇ ।।
ରାଣୀ ଦେଖିଲେ ତୋଷ ହେବେ । ଲକ୍ଷ୍ମୀଙ୍କ ପୟରେ ପୂଜିବେ ।।
ପଦ୍ମ ପୁଷ୍ପକୁ ନାରାୟଣୀ । ସ୍ନେହ କରନ୍ତି ଅଛି ଜାଣି ।।
ଏମନ୍ତ ରାଜନ କହନ୍ତେ । ଭୃତ୍ୟ ଚଳିଲେ ପାଞ୍ଚ ସାତେ ।।
କାଳିନ୍ଦୀ ହ୍ରଦରେ ପଶିଲେ । ଥୋକାଏ କୁସୁମ ତୋଳିଲେ ।।
ଏହି ସମୟେ ଜଣେ ଭୃତ୍ୟ । ନିରେଖି ଦେଖିଲା ସେ ନେତ୍ର ।।
ଏକଇ ନୀଳ ପଦ୍ମ ପରେ । ଶିଶୁ ଶୋଇଛି ନିଶ୍ଚିନ୍ତରେ ।।
ତା ଦେହୁଁ ଜ୍ୟୋତି ପରକାଶି । ନିନ୍ଦା କରଇ ରବି ଶଶୀ ।।
ଏହା ଦେଖିଣ ସେହି ଭୃତ୍ୟ । ଆନନ୍ଦେ ହୋଇ ପୁଲକିତ ।।
ନୃପତି ସନିଧ୍ୟକୁ ଯାଇ । କହିଲା ସମସ୍ତ ବୁଝାଇ ।।
ଶୁଣି ଆନନ୍ଦ ନରନାଥ । ଭୃତ୍ୟକୁ ବୋଇଲେ ତଦନ୍ତ ।।
ସେ ଶିଶୁ ଅଛି କେଉଁସ୍ଥାନ । ଦେଖାଅ ମୋତେ ଯେ ବହନ ।।
ଏହା କହନ୍ତେ ନୃପବର । ଭୃତ୍ୟ ଚଳିଲା ଅଗ୍ରତର ।।
ଜଳରେ ପଶି ନରନାଥ । ଥୋକାଏ ଦୂର ଯାନ୍ତେ ପଥ ।।
ଦେଖିଲେ ନୟନରେ ଚାହିଁ । ଅପୂର୍ବ ଜ୍ୟୋତି ପ୍ରକାଶଇ ।।
ଏକଇ ପଦ୍ମପୁଷ୍ପ ପରେ । ବାଳିକା ଶୋଇଛି ଶାନ୍ତିରେ ।।
ଯେସନ ହୀରାର କଣ୍ଢେଇ । ତେମନ୍ତ ରୂପ ଶୋଭାପାଇ ।।
ଏହା ଦେଖିଣ ନରନାଥ । ମନରେ ହୋଇ ଆନନ୍ଦିତ ।।
ସେ ଶିଶୁ ପାଶରେ ମିଳିଲେ । ପ୍ରବେଶ ହୋଇଲେ କୂଳରେ ।।
କୋଳେ ବସାଇ ଆନନ୍ଦରେ । ପ୍ରବେଶ ହୋଇଲେ ବଳରେ ।।
ସେ ବେଳେ ବୃଷଭାନୁଙ୍କର । ଆନନ୍ଦ ନ ଧରିଲା ଘର ।।
ଦରିଦ୍ର କୋଟିନିଧି ପାଇ । ଯେମନ୍ତେ ଆନନ୍ଦ ହୁଅଇ ।।
ଅନ୍ଧ ପାଇଲେ ଚକ୍ଷୁଦାନ । ଯେସନେ ହୁଏ ତା'ର ମନ ।।
ସେହି ପ୍ରକାରେ ନରସାଇଁ । ନାଚିଲେ କନ୍ୟାମୁଖ ଚାହିଁ ।।
ସତେ କି କୋଟି ଦିନନାଥ । ହୋଇଛି ତାଙ୍କ କରଗତ ।।
ଏମନ୍ତ ମଣି ନରସାଇଁ । ଫେରିଲେ ମୃଗୟା ନ ଯାଇ ।।
ନବରେ ପ୍ରବେଶ ହୋଇଲେ । ରାଣୀଙ୍କୁ ତୁହାଇ ଡାକିଲେ ।।
ବୋଇଲେ ଆସ ଆସ ସହୀ । ଅମୂଲ୍ୟ ରତ୍ନ ଅଛି ପାଇ ।।
ଯାହାକୁ ପାଇବା ନିମନ୍ତେ । ଅପାର ଦୁଃଖ ଥିଲା ଚିତ୍ତେ ।।
ତାହା ପ୍ରପାତ କଲେ ସାଇଁ । ଦହନ ଆସି ଯାଅ ନେଇ ।।
ଯତନ କରି ପ୍ରତିପାଳ । ଲଭିବ ବହୁ ପୁଣ୍ୟଫଳ ।।
ଏମନ୍ତ ରାଜନଙ୍କ ବାଣୀ । ଶୁଣି ଆସିଲେ ଧାଇଁ ରାଣୀ ।।
କନ୍ୟାକୁ ଦେଖୁ ଦେଖୁ ନେତ୍ରେ । ଅତି ଅନନ୍ଦ ହୋଇ ଚିତ୍ତେ ।।
କୋଳକୁ ସ୍ନେହେ ତୋଳିନେଇ । ଲଲାଟେ ଚୁମା ଦେଲେ ଛାଇ ।।
ସେ ବେଳେ ଆନନ୍ଦ ତାଙ୍କର । ବରଣି ନ ହେବ ମୁଖର ।।
କନ୍ୟାର ରୂପକୁ ନିରେଖି । ଚାହିଁଣ ରାଣୀ ହେଲେ ସୁଖୀ ।।
ଚନ୍ଦ୍ରକିରଣ ପ୍ରାୟ ଜ୍ୟୋତି । ନିର୍ଧୂମାନଳ ସମକାନ୍ତି ।।
କୋଟିଏ ରତି ହେଲେ ମେଳେ । ସମ ନୋହିବ ପାଦତଳେ ।।
ଆବର ବହୁ ଶୁଭ ଚିହ୍ନ । କନ୍ୟାର ଦେହେଁ ବିଦ୍ୟାମାନ ।।
ଦେଖିଣ ଚଞ୍ଚଳା ଚତୁରି । ଦାସୀଙ୍କୁ ବୋଇଲେ ହକାରି ।।
ଆସଲୋ ଆସଲୋ ବହନ । ମୋ ରତ୍ନେ କରାଅ ମାର୍ଜନ ।।
ପଦ୍ମବନରୁ ଅଛି ପାଇ । ରାଧିକା ନାମ ଦେବି ମୁହିଁ ।।
ଏମନ୍ତ ମହାଦେଈ ବାଣୀ । ଶୁଣିଣ ସକଳ ତରୁଣୀ ।।
କନ୍ୟାକୁ ମାର୍ଜନା କରାଇ । ରତ୍ନଦୋଳିରେ ଦେଲେଶୋଇ ।।
ରତନ ଚାନ୍ଦୁଆ ଆଣିଲେ । ଯତନେ ଉପରେ ଟାଣିଲେ ।।
ଉତ୍ତ୍ୱାନଶାୟୀ ହୋଇ ବାଳୀ । ଶୋଇଲା ଚଞ୍ଚଳା ଦୁଲାଲୀ ।।
ମଳମୂତ୍ର ଯେ ତା'ର ନାହିଁ । କ୍ଷୀର ନୀର ସେ ନଛୁଅଁଇ ।।
ତା ଶୁଣି ସକଳ ଗୋପାଳ । ଗୋପୀଙ୍କ ସହ ହୋଇ ମେଳ ।।
ନାନାଦି ଉପଚାର ମାନ । ଘେନି ମିଳିଲେ ଯେ ବହନ ।।
କନ୍ୟାକୁ ଦରଶନ ମାତ୍ରେ । ଆନନ୍ଦେ ହେଲେ ସର୍ବେଚିତ୍ତେ ।।
ତାପରେ ରାଜା ତୋଷ ଦେଇ । ଭଣ୍ଡାର ମାନ ଖୋଲିଦେଇ ।।
ଦୁଃଖୀ ଦରିଦ୍ର ବ୍ରାହ୍ମଣଙ୍କୁ । ଡକାଇ ଆପଣା ପୁରକୁ ।।
ବହୁତ ଧନ ଦାନ କଲେ । ଯେ ଯାହା ଇଚ୍ଛାମତେ ନେଲେ ।।
ସେଦିନ ପ୍ରତ୍ୟେକ ଗୃହରେ । ବ୍ରତ ପାଳିଲେ ଆନନ୍ଦରେ ।।
ଘୃତ ପ୍ରଦୀପ ଜାଳିଦେଲେ । ସୁବର୍ଣ୍ଣ କୁମ୍ଭ ବସାଇଲେ ।।
ସେ କାଳେ ଆନନ୍ଦ ଉତ୍ସବ । ମୁଖରେ ବରଣି ନ ହେବ ।।
ଏମନ୍ତେ ଜନ୍ମ ରାଧାଙ୍କର । କହିଲି କରିଣ ବିସ୍ତାର ।।
ୟପରେ ଆନଗାଥାମାନ । କରିବି ସଂକ୍ଷେପରେ ବର୍ଣ୍ଣନ ।।
ରାଧାଙ୍କ ଜନ୍ମ ସମାଚାର । ସମ୍ପୂର୍ଣ୍ଣ ହୋଇଲା ଏଠାର ।।
ତୁମ୍ଭେ ଯେଣୁ ମୋ ପ୍ରିୟବତୀ । କହିଲି ଶୁଣ ଆହେ ସତୀ ।।
ଏମନ୍ତ କହି ନାରାୟଣ । ବସିଲେ ମଉନ ହୋଇଣ ।।
ଅଧମ କ୍ଷେତ୍ର ଯୋଡ଼ିକର । କହଇ ମୋ ଦୁଃଖ ନିବାର ।।
ଭୋ ନାଥ ନମୁଛି ପୟରେ । ସଂଶୟ ରହିଲା ମନରେ ।।
ରାଧାତ ମର୍ତ୍ତ୍ୟେ ହେଲେ ଜାତ । ନ ଖାଇ ବଞ୍ଚିବେ କମନ୍ତେ ।।
ତା'ପରେ କେଉଁ ପରକାରେ । ବରିଲେ ସେ ଚନ୍ଦ୍ର ସେଣାରେ ।।
ସେ ଚନ୍ଦ୍ରସେଣା ଅଟେ କିଏ । ଶୁଣାଅ ପଡ଼ୁଅଛି ପାଏ ।।
ସେହୁ ରାଧାଙ୍କୁ ବିଭାହେଲା । କିମ୍ପାଇଁ ମିଳନ ନୋହିଲା ।।
ତୁମ୍ଭେ କିପରି ମର୍ତ୍ତ୍ୟେପୁର । ଆସିଲ କୁହ ପ୍ରାଣେଶ୍ୱର ।।
ଏହ ଶୁଣାଇ ଦୟାମୟ । ତୁଟାଅ ଆମ୍ଭର ସଂଶୟ ।।
ଶୁଣିବା ପାଇଁ ବଳେ ଚିତ୍ତ । କ୍ଷେତ୍ରମୋହନ ରଚେ ଗୀତ ।।
ପାଟ ବଂଶୀଙ୍କ ମୁଖ ଚାହିଁ । କହନ୍ତି ଦ୍ୱାରକାରେ ଯାଇ ।।
ଯାଇ ପୁଚ୍ଛିଲେ ତୁମ୍ଭେ ମୋତେ । ପୂର୍ବରୁ କହିଅଛି କେତେ ।।
ତ୍ରେତୟା ଯୁଗେ ହନୁ ଯେହି । ଦ୍ୱାପରେ ଚନ୍ଦ ସେଣା ସେହି ।।
ରାଧା ଯେ ଥିଲେ ସୀତା ସତୀ । ଅତି ସୁନ୍ଦର ରୂପ କାନ୍ତି ।।
ତେଣୁ ସେ ହନୁମନ୍ତ ବୀର । ଚନ୍ଦ୍ରସେଣା ଯେ ଦ୍ୱାପରର ।।
ତାହାଙ୍କୁ ରାଧା ଯେଉଁପରି । ବିବାହ କଲେ ଶୁଣ ଗୋରୀ ।।
ବୃଷଭାନୁଙ୍କ ଗୃହେ ସତୀ । ହୋଇଣଥାନ୍ତି ଶିଶୁ ମୂର୍ତ୍ତି ।।
କୌଣସି ଖାଦ୍ୟ ନ ଛୁଅନ୍ତି । ବଚନ କାରେ ନ ଭାସନ୍ତି ।।
ମୋହର ପାଦେ ମନଦେଇ । ରତ୍ନଦୋଳିରେ ଥାନ୍ତି ଶୋଇ ।।
ଏମନ୍ତ ବହୁକାଳ ଗଲା । ଦୋଳିରୁ ସତୀ ନ ଉଠିଲା ।।
କଟିଲା ନାହିଁ ବାଲ୍ୟଭାବ । ବଚନ ନ କହିଲେ ଲବ ।।
ଏହା ଦେଖିଣ ରାଜାରାଣୀ । ଅପାର ଦୁଃଖହେଲେ ପୁଣି ।।
ବହୁ ପ୍ରକାର ଚେଷ୍ଟା କଲେ । ତାଙ୍କୁ ଭୁଞ୍ଜାଇ ନ ପାରିଲେ ।।
ଶୁଣି ନ ପାରିଲେ ବଚନ । ଦୁଃଖରେ କଟାଇଲେ ଦିନ ।।
ୟାପରେ ଏକ ଦିନକର । ମିଳିଲେ ଧାତାଙ୍କ କୁମର ।।
ତାହାଙ୍କୁ ଦେଖି ନରନାଥ । ପାଦରେ ହୋଇ ପ୍ରଣିପାତ ।।
ରତ୍ନ ଆସନେ ବସାଇଲେ । ସମସ୍ତ ବର୍ଣ୍ଣନ କରିଲେ ।।
ଆଦ୍ୟଠୁଁ ପ୍ରାନ୍ତ ଯାଏ ପୁଣି । ଭାଷିଲେ ସର୍ବ ନର ମଣି ।।
ଶୁଣି ନାରଦ ହସି ହସି । କହିଲେ ରାଜାଙ୍କୁ ଆଶ୍ୱାସୀ ।।
ତୁମ୍ଭ ପରାୟେ ଭାଗ୍ୟବାନ । ନାହାନ୍ତି ଏ ତିନି ଭୁବନ ।।
ସ୍ୱୟଂ କମଳା ତୁମ୍ଭ ପରେ । ଅଛନ୍ତି ସନ୍ତତ ଭାବରେ ।।
ପରମ ବ୍ରହ୍ମେ ଲୟ ରଖି । ଶୋଇ ଅଛନ୍ତି ପଦ୍ମମୁଖି ।।
ଯେବେ ଜନ୍ମିବେ ନାରାୟଣ । ତୁଟିବ ତୁମ୍ଭର କଷଣ ।।
ଫିଟିବ ଦେବୀଙ୍କର ମୁଖ । ଯୌବନ ବିକଶିବ ଭୂପ ।।
ସେ ପାଇଁ ଭାବନା ନ କର । ବଢ଼ିବ ସୁପୁଣ୍ୟ ଅପାର ।।
ଏହା କଁହିଣ ଧାତାସୁତ । ରାଜାଙ୍କୁ କହିଲେ ତଦନ୍ତ ।।
ଶୋଇଛି କନ୍ୟା ଯେଉଁଠାରେ । ଦେଖାଅ ନେଇ ମତେ ଥରେ ।।
ମାତ୍ର ମୁଁ କହୁଛି ଚେତାଇ । ମୋ ଥିବାଯାଏ ତହିଁ କେହି ।।
ନ ଯିବେ ଜାଣ ଜଣେ ମାତ୍ର । ତୁମ୍ଭେ ବି ନ ଯିବଟି ସେଥ ।।
ଏମନ୍ତ କହିଣ ଦେବର୍ଷି । ଗୃହ ଭିତରେ ଗଲେ ପଶି ।।
ଦେଖିଲେ ରତ୍ନ ଦୋଳି ପରେ । କନ୍ୟା ଶୋଇଛି ନିଶ୍ଚିନ୍ତରେ ।।
ଦିବ୍ୟ ଜ୍ୟୋତି ସେ ଅଙ୍ଗତାର । ଚହଟି ବିକଶଇ ପୁର ।।
ଦେଖିଣ ନାରଦ ମହର୍ଷି । ମନ ମଧ୍ୟରେ ହୋଇ ଖୁସି ।।
ବୋଇଲେ ବିନୟ ହୋଇଣ । ଭୋମାତା କିମ୍ପା ଏ ଭାବେଣ ।।
ଶୋଇଛୁ ବଚନ ନ କହି । କ୍ଷୀର ନୀର ଯେ ନ ଛୁଅଇଁ ।।
ହୋଇଣ ତ୍ରିଜଗତ ମାତ । ମାୟା ଭିଆଇଛୁ କେମନ୍ତ ।।
ଭୋ ମାତା ବାରେ ଦୟା ବହି । ରାଜା କଷଣ ନାଶ ତୁହି ।।
ତୋ ଲାଗି ଦିବସ ରଜନୀ । କାନ୍ଦନ୍ତି ରାଜାରାଣୀ ବେନି ।।
ଆଉ ମା' ଏମନ୍ତେ ନ ଶୋଇ । ବଚନ ଭାଗ କ୍ଷୀର ଖାଇ ।।
ବାଳ ସ୍ୱଭାବ ତ୍ୟାଗ କର । ଜଗତେ ନବ ଭାବ ଧର ।।
ଯାହା ନିମନ୍ତେ ତୁହି ମାତ । ଶୟନ କରିଛୁ ଏମନ୍ତ ।।
ସେ ପ୍ରଭୁ ଆଉ ଅଳ୍ପଦିନେ । ଜନ୍ମିବେ ଯେ ମଧୁଭୂବନେ ।।
କଂସକୁ ବିନାଶିବା ପାଇଁ । ଦେବଙ୍କୁ ଛନ୍ତି କଥା ଦେଇ ।।
ଦେବକୀ ଗର୍ଭରେ ଏକ୍ଷଣି । ପ୍ରଭୁ ଯେ ଆସି ରହିଲେଣି ।।
ଆଉ ଅଳ୍ପଦିନକେ ମାତ୍ର । ଜନମ ହେବେ ଜଗନ୍ନାଥ ।।
ଏ ଗୋପ ପୁରରେ ବଢ଼ିବେ । ଅପାର ଦାନବ ନାଶିବେ ।।
ପୂର୍ବରୁ ବହୁ ସୁରାସୁରୀ । ଗୋପରେ ଛନ୍ତି ଅବତରୀ ।।
ପ୍ରଭୁଙ୍କ ପଥ ଛନ୍ତି ଚାହିଁ । ଭାବନା ତେଜ ଚାନ୍ଦମୁହିଁ ।।
ତୋତେ ତେଜିଣ କ୍ଷଣେମାତ୍ର । ପ୍ରଭୁ କି ହୋଇବେ ନିଶ୍ଚିତ ।।
ଏମନ୍ତେ ନାରଦଙ୍କ ବାଣୀ । କର୍ଣ୍ଣରେ ରାଧା ଦେବୀ ଶୁଣି ।।
ବୋଇଲେ ନାରଦଙ୍କୁ ଚାହିଁ । ମନରେ ହରଷିତ ହୋଇ ।।
ତା ହେଲେ ମୋର ପ୍ରାଣକାନ୍ତ । ମର୍ତ୍ତ୍ୟେ ହେଲେଣି ଉପଗତ ।।
ଚାଲ ଦେବଶ୍ରୀ ଅଗ୍ରତରେ । ଜଣାଅ ମୋ ମାତା ପିଅରେ ।।
ଭୋଜନ ଆଣିଦ୍ୟନ୍ତୁ ବେଗେ । କ୍ଷୁଧାରେ ଜଳେ ମୋର ଅଙ୍ଗ ।।
ଶୁଣି ନାରଦ ଆନନ୍ଦରେ । ମଳିଲେ ନୃପତି ପାଶରେ ।।
ବୋଇଲେ ସର୍ବ ସମାଚାର । ଶୁଣି ଆନନ୍ଦ ନୃପବର ।।
ଚଞ୍ଚଳାରାଣୀଙ୍କୁ ଡକାଇ । ବୋଇଲା ବେଗେ ଆସ ଧାଇଁ ।।
କନ୍ୟା ମୋ କଥା କହିଲାଣି । ଭକ୍ଷିବା ପାଇଁ ମାଗେ ପୁଣି ।।
ଶୁଣିଣ ରାଣୀ ରାଜା ଗିର । ଧାଇଁଲା ହୋଇ ତର ତର ।।
ଅପୂର୍ବ ଷଡ଼ରସମାନ । ଘେନିଣ ଧାଇଁଲେ ବହନ ।।
ଦେଖିଲେ ଦୋଳି ମଧ୍ୟୁ ବାଳି । ଉଠିଣ ହୁଏ କୁତୁହଳି ।।
ମାତା ପିତାଙ୍କୁ ଦେଖି ନେତ୍ରେ । ଧାଇଁ ଆସିଣ ତତ୍କ୍ଷଣାତେ ।।
ମାତାଙ୍କୁ କୁଣ୍ଢାଇ ଧରିଲା । ଅମୀୟ ବଚନ ଭାଷିଲା ।।
ଦେଖିଲା ଚଞ୍ଚଳା ସୁନ୍ଦରୀ । ଶୋଇଣ ଥିଲା ଯେ କୁମାରୀ ।।
କ୍ଷୁଦ୍ର ବାଳିକା ରୂପ ଥିଲା । ତକ୍ଷଣେ ଯୁବତୀ ହୋଇଲା ।।
ନମିଣ ଦେବର୍ଷି ପୟରେ । ବସିଲା ମାତାଙ୍କ କୋଳରେ ।।
ବିଦାୟ ନେଇଣ ନାରଦ । ଚଳିଲେ ହୋଇଣ ଆନନ୍ଦ ।।
ସେ ଦିନଠାରୁ ନରପତି । ଖୋଜିଲେ କନ୍ୟା ଲାଗି ପତି ।।
ଗୋପରେ ଚନ୍ଦନ୍ରସେଣା ଥିଲା । ନୃପତିକୁଳେ ଜନ୍ମିଥିଲା ।।
ଉତ୍ତମ ବଂଶ ଅଟେ ତାର । ଧନ ଧାନ୍ୟରେ ଭରପୁର ।।
ଗୋଧନ ଗୁହାଳ ଗୁହାଳ । ଦେଖିଣ ବୃଷଭାନୁ ପାଳ ।।
କନ୍ୟାର ଉପଯୁକ୍ତ ପତି । ଭାବିଣ ମନେ ନରପତି ।।
ରାଧାଙ୍କୁ ତାହା ସଙ୍ଗତରେ । ବିବାହ କଲେ ଆଡ଼ମ୍ବରେ ।।
ସେ ଚନ୍ଦ୍ରସେଣା ମୋ ମାତାର । ଲେଖାରେ ଭାଇ ଯେ ଧର୍ମର ।।
ଏହି ପ୍ରକାରେ ମାମୁଁ ସେହି । ମୋର ତା ସଙ୍ଗେ ଭାବ ଏହି ।।
ନନ୍ଦ ଆବର ଯଶୋବନ୍ତି । ଶାଳକ ମୋହର ଅଟନ୍ତି ।।
ତାଙ୍କରି ଲେଖା ଯୋଖା ଭାଇ । ସେ ଚନ୍ଦ୍ରସେଣା ଯେ ଅଟଇ ।।
ତା'ପରେ ଆମ୍ଭେ ଗୋପପୁରେ । ବଢ଼ିଲୁ ଜନ୍ମି ମଥୁରାରେ ।।
ଆମ୍ଭଙ୍କୁ ପାଇବା ନିମନ୍ତେ । ରାଧା ସର୍ବଦା ହୃଦଗତେ ।।
ଭାବନା କରି ଦିନରାତି । ସୂର୍ଯ୍ୟକୁ ପୂଜା କଲା ସତୀ ।।
ଷୋଳ ସହସ୍ର ଗୋପୀ ମେଳେ । ମୋତେ ପାଇବାପାଇଁ ହେଳେ ।।
ବହୁତ ଜପ ତପ କଲା । ଶେଷେ ଦୁହିଁଙ୍କ ଭେଟ ହେଲା ।।
ବୃନ୍ଦାବନରେ ରାସ କେଳି । କରିଲୁ ରାଧା ସହ ମିଳି ।।
ପୂର୍ବରୁ ସର୍ବ ଗୋପୀମାନେ । ଜନମିଥିଲେ ସେ ଭୂବନେ ।।
ତାଙ୍କ କାମନା ପୂର୍ଣ୍ଣକରି । ଆମ୍ଭେ ଯେ ଆସିଲୁ ବାହାରି ।।
ସେ ଖେଳା ସେଠାରେ ରହିଲା । ତବ ସହିତ ଖେଳା ହେଲା ।।
ରାଧାଙ୍କ ଜନ୍ମ ସମାଚାର । କହିଲି ତୁମ୍ଭ ଅଗ୍ରତର ।।
ଏମନ୍ତ କହି ଗୋପୀନାଥ । ମଉନ ହେଲେ ଭଣେ କ୍ଷେତ୍ର ।।
ଶୁଣ ସୁଜନେ ମନ ଦେଇ । ଶ୍ରୀକୃଷ୍ଣ ମୁଖୁ ଶୁଣି ସହୀ ।।
ମନରେ ହୋଇ ଆନନ୍ଦିତ । ପାଳିଲେ ରାଧାଷ୍ଟମୀ ବ୍ରତ ।।
ରୁକ୍ମଣୀ ସତ୍ୟଭାମା ସାଥେ । ସେ ପାଟବଂଶୀ ସେ ସମସ୍ତେ ।।
ଭକତିଭରେ କୃଷ୍ଣଙ୍କର । ପୂଜିଲେ ସକଳ ପୟର ।।
ତାହାଙ୍କୁ ଦେଖି ଦ୍ୱାରକାରେ । ବ୍ରତ ପାଳିଲେ ଘରେ ଘରେ ।।
ଏମନ୍ତେ ରାଧାଷ୍ଟମୀ ବ୍ରତ । ପାଳନ କରିଲେ ସମସ୍ତ ।।
ଏ ବ୍ରତ ନୁହେଁ ତ ସାମାନ୍ୟ । ପାଳନ କଲେ ବଢ଼େ ପୁଣ୍ୟ ।।
ଅପୁତ୍ରୀ ନାରୀ କଲେ ବ୍ରତ । ପୁତ୍ର ପୌତ୍ରୀ ଯେ ହୋନ୍ତିପ୍ରାପ୍ତ ।।
ନିର୍ଦ୍ଧନୀ ଏ ବ୍ରତ ପାଳିଲେ । ଅପାର ଧନ ବଢ଼େ ହେଳେ ।।
ଆବର ବ୍ୟାଧିବନ୍ତ ନର । ଏ ବ୍ରତ ପାଳିଲେ ଭକ୍ତିର ।।
ସକଳ ବ୍ୟାଧି ହୁଏ ନାଶ । ଅନ୍ତେ ବୈକୁଣ୍ଠେ ଲଭେବାସ ।।
ରାଧା ଅଷ୍ଟମୀ ବ୍ରତ ଦିନ । ଯେମନ୍ତେ କରିବ ପାଳନ ।।
ତାହାର ବିଧି ଶୁଣ ଧିରେ । ଭଣଇକ୍ଷେତ୍ରର ଗୀତରେ ।।
ରାଧା ଅଷ୍ଟମୀ ଜନ୍ମବ୍ରତ । ଯେ ଜନ କରିବ ପାଳିତ ।।
ନୂତନ ବସ୍ତ୍ର ଅଳଙ୍କାର । ମଣ୍ଡିବ ହୃଦୟେ ଯତ୍ନର ।।
ନାନାଦି ଉପହାରମାନ । କରିବ ଯତ୍ନେ ଆୟୋଜନ ।।
ବାସ ଚନ୍ଦନ ସହିତର । କୁଙ୍କୁମ କସ୍ତୁରୀ ସିନ୍ଦୂର ।।
ହରଦ୍ରା ମିଶାଇ ତହିଁରେ । ଲାଗି କରିବ ରାଧିକାରେ ।।
ନାନାଦି ସୁବାସ କୁସୁମ । ମଣ୍ଡିବ ଶ୍ରୀରାଧାଙ୍କ ଅଙ୍ଗ ।।
ବିବିଧ ବାଦ୍ୟ ନାଦ ଛଳେ । ପୂଜା କରିବ ଭକ୍ତିଭୋଳେ ।।
ଦୁର୍ବା ଅକ୍ଷତ ବା ଶ୍ରୀଫଳ । ସୁବାସ ବିଡ଼ିଆ ତାମ୍ବୁଳ ।।
କୁଙ୍କୁମ ବିଲେପନ କର । ଭକତି ଭାବ ହୃଦେ ଧରି ।।
ସେ ଦିନ କରି ଉପବାସ । ଅନ୍ୟାୟ ନ କରିବ ଲେଶ ।।
ଭକତି ଭାବେ ଯେ ସମସ୍ତ । ଅର୍ପିବ ରାଧା ପାଦଗତ ।।
ଏମନ୍ତେ କରିଲେ ପାଳନ । ରାଧିକା ହେବେ ସୁପ୍ରସନ୍ନ ।।
ଆବର କୃଷ୍ଣଙ୍କର ସାଥେ । ପୂଜିବ ତାହାଙ୍କୁ ସମସ୍ତେ ।।
ନୋହିଲେ ଫଳ ନ ପାଇବ । କାର୍ଯ୍ୟ ସେ ଅସମ୍ପୂର୍ଣ୍ଣ ହେବ ।।
ରାଧା କୃଷ୍ଣ ଯେ ବେନି ଜନ । କେଭେ ନୁହନ୍ତି ଭିନ୍ନା ଭିନ୍ନ ।।
ଯେଉଁଠି କୃଷ୍ଣ ରାଧା ତହିଁ । ତାହାଙ୍କ ଭିନ୍ନ ଭିନ୍ନା ନାହିଁ ।।
କୃଷ୍ଣ ତାଙ୍କରି ପ୍ରାଣପତି । ପ୍ରେମ ଭକ୍ତିରେ ବନ୍ଧାଥାନ୍ତି ।।
ପରମ ଭକ୍ତ ଭାବ ଭୋଳେ । ରାଧା ଅଷ୍ଟମୀ ବ୍ରତ କଲେ ।।
ବହୁତ ସୁଫଳ ପାଇବ । ଅନ୍ତେ ଯେ ବୈକୁଣ୍ଠେ ବସିବ ।।
ହେ ଭାଇ ଭଗ୍ନିମାନେ ଶୁଣ । ଶ୍ରୀରାଧା କୃଷ୍ଣଙ୍କ ପାଦେଣ ।।
ଭକତି କର ଅପ୍ରମିତେ । ସଂସାରୁ ପାର ହେବା ଅର୍ଥେ ।।
ଜଗତ ଜନନୀଙ୍କୁ ଧ୍ୟାୟୀ । ଏ ରାଧାଷ୍ଟମୀ ଲେଖେଲଇଁ ।।
ସୂଜନ ଜନଙ୍କ ପୟରେ । ମୋ ମନ ରହୁ ନିରନ୍ତରେ ।।
ଏ ଗୀତ ହୋଇଲା ସମ୍ପୂର୍ଣ୍ଣ । ରାଧାକୃଷ୍ଣଙ୍କୁ ଭଜ ଜନ ।।
କହଇ କ୍ଷେତ୍ରବାସୀ ଛାର । ଶ୍ରୀରାଧା ଗୋବିନ୍ଦ ଉଦ୍ଧାର ।।
ଇତି ଶ୍ରୀ ହରିବଂଶେ ଶ୍ରୀ ରାଧା ଜନ୍ମ କଥନେ ସଦା ଜୟେ ସମ୍ପୂର୍ଣ୍ଣ ।🙏🌺🚩
ଓଁ ନମୋ ଭଗବତେ ବାସୁଦେବାୟ 🌹🙏
ରାଧା ସାଧ୍ୟଂ ସାଧନଂ ଯସ୍ୟ ରାଧା,
ମନ୍ତ୍ରୋ ରାଧା, ମନ୍ତ୍ର ଦାତ୍ରୀ ଚଃ ରାଧା।
ସର୍ବଂ ରାଧା, ଜୀବନଂ ଯସ୍ୟ ରାଧା,
ରାଧା ରାଧା ବାଚି, କିଂ ତସ୍ୟ ଶେଷମ୍।।
❤❤❤❤🌹🙏🌹❤❤❤❤
ଶ୍ରୀରାଧା ହିଁ ସାଧ୍ୟ। ଶ୍ରୀରାଧାଙ୍କୁ ପାଇବାକୁ ଯେଉଁ ସାଧନର ଆବଶ୍ୟକତା ରହିଛି... ସେହି ମନ୍ତ୍ର ହିଁ ଶ୍ରୀରାଧାଙ୍କର ସେହି ପବିତ୍ର ରାଧାନାମ। ଏହି ମନ୍ତ୍ରଦାତ୍ରୀ ଗୁରୁ ବି ଶ୍ରୀରାଧା ସ୍ବୟଂ। ସମସ୍ତ ବ୍ରହ୍ମାଣ୍ଡ ରାଧାନାମରେ ହିଁ ସମାହିତ। ତଥା ସମସ୍ତ ଜୀବର ପ୍ରାଣ ମଧ୍ୟ ଶ୍ରୀରାଧା। ଯଦି ସେହି ଶ୍ରୀକୃଷ୍ଣହ୍ଲାଦିନୀ ପ୍ରେମମୟୀ ଶ୍ରୀରାଧାଙ୍କ କୃପାକଟାକ୍ଷ ପ୍ରାପ୍ତ ହୁଏ... ତେବେ ଜୀବନରେ ପ୍ରାପ୍ତ କଲା ଭଳି ଆଉ କିଛି ବି ବାକି ରହେ ନାହିଁ।
ରାଧାର ଅର୍ଥ ଯେଉଁ ନିଶ୍ବାସ ଆମେ ନେଇ ଥାଉଁ ସେଥିରେ ଥିବା ଉର୍ଜାକୁ କୁହାଯାଏ।ରାଧାକୁ ଓଲଟାଇଲେ ଧାରା, ଅର୍ଥାତ୍ ଯେଉଁ ଧାରାରେ କୃଷ୍ଣଙ୍କୁ ପ୍ରାପ୍ତି ହୁଏ ତାହା ହେଉଛି ରାଧା ତତ୍ତ୍ବ। କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ହେଉଛି ତ୍ରିରାଧା। ସରଳ ଭାବେ କହିବାକୁ ଗଲେ ଜୀବ ହେଉଛି ରାଧା ଓ ପରମ ହେଉଛନ୍ତି କୃଷ୍ଣ।
ରାଧା ହେଉଛନ୍ତି ଏକ ଅସମାହିତ ପ୍ରଶ୍ନ । ରାଧା ଶବ୍ଦ ସମନ୍ଧରେ ଯେତେ ମନ୍ତବ୍ୟ ଦେଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ । କାରଣ ନିଷ୍କାମ ପ୍ରେମ ଭକ୍ତିର ଅନବଦ୍ୟ ଅମୃତ ଝରଣା ପରି ବହି ଯାଉଥିବା ଧାରାର ନାମ ରାଧା ହୋଇପାରେ । ଯେଉଁଠି ନିଷ୍କାମ ଓ ପ୍ରେମ ଶବ୍ଦର ଉପଯୁକ୍ତ ସଂଜ୍ଞା ନିରୂପଣ ହୋଇପାରିନାହିଁ ସେଠୀ ରାଧା ଶବ୍ଦର ଜିଜ୍ଞାସା ଗୋଟିଏ ଆଶ୍ୱାସନା ମାତ୍ର ।
ରାଧା ନାମ ଶ୍ରବଣ ମାତ୍ରକେ କୂ୍ଷ୍ଣଙ୍କ ପ୍ରତିଛବି ଭାସିଉଠେ .ପ୍ରେମର ଭାବଧାରା ରୁ ହିଁ ରାଧା ନାମ ସୂ୍ଷ୍ଟି .....
ତପ୍ତକାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ବରୀ
ବୃଷଭାନୁ ସୂତେ ଦେବୀ ପ୍ରଣମାମି ଶ୍ରୀହରିପ୍ରିୟେ।।
ଓଁ ନମୋ ଭଗବତେ ବାସୁଦେବାୟ 🌹🙏
🔯🌹🔯 * ଶ୍ରୀ ହନୁମାନ ଅଷ୍ଟକମ୍ * 🔯🌹🔯
ଶ୍ରୀରଘୁରାଜପଦାବ୍ଜନିକେତନ ପଂକଜଲୋଚନ ମଂଗଳରାଶେ
ଚଂଡମହାଭୁଜଦଂଡ ସୁରାରିଵିଖଂଡନପଂଡିତ ପାହି ଦୟାଳୋ ।
ପାତକିନଂ ଚ ସମୁଦ୍ଧର ମାଂ ମହତାଂ ହି ସତାମପି ମାନମୁଦାରଂ
ତ୍ଵାଂ ଭଜତୋ ମମ ଦେହି ଦୟାଘନ ହେ ହନୁମନ୍ ସ୍ଵପଦାଂବୁଜଦାସ୍ୟମ୍ ॥ 1 ॥
ସଂସୃତିତାପମହାନଲଦଗ୍ଧତନୂରୁହମର୍ମତନୋରତିଵେଲଂ
ପୁତ୍ରଧନସ୍ଵଜନାତ୍ମଗୃହାଦିଷୁ ସକ୍ତମତେରତିକିଲ୍ବିଷମୂର୍ତେଃ ।
କେନଚିଦପ୍ୟମଲେନ ପୁରାକୃତପୁଣ୍ୟସୁପୁଂଜଲଵେନ ଵିଭୋ ଵୈ
ତ୍ଵାଂ ଭଜତୋ ମମ ଦେହି ଦୟାଘନ ହେ ହନୁମନ୍ ସ୍ଵପଦାଂବୁଜଦାସ୍ୟମ୍ ॥ 2 ॥
ସଂସୃତିକୂପମନଲ୍ପମଘୋରନିଦାଘନିଦାନମଜସ୍ରମଶେଷଂ
ପ୍ରାପ୍ୟ ସୁଦୁଃଖସହସ୍ରଭୁଜଂଗଵିଷୈକସମାକୁଲସର୍ଵତନୋର୍ମେ ।
ଘୋରମହାକୃପଣାପଦମେଵ ଗତସ୍ୟ ହରେ ପତିତସ୍ୟ ଭଵାବ୍ଧୌ
ତ୍ଵାଂ ଭଜତୋ ମମ ଦେହି ଦୟାଘନ ହେ ହନୁମନ୍ ସ୍ଵପଦାଂବୁଜଦାସ୍ୟମ୍ ॥ 3 ॥
ସଂସୃତିସିଂଧୁଵିଶାଲକରାଲମହାବଲକାଲଝଷଗ୍ରସନାର୍ତଂ
ଵ୍ୟଗ୍ରସମଗ୍ରଧିୟଂ କୃପଣଂ ଚ ମହାମଦନକ୍ରସୁଚକ୍ରହୃତାସୁମ୍ ।
କାଲମହାରସନୋର୍ମିନିପୀଡିତମୁଦ୍ଧର ଦୀନମନନ୍ୟଗତିଂ ମାଂ
ତ୍ଵାଂ ଭଜତୋ ମମ ଦେହି ଦୟାଘନ ହେ ହନୁମନ୍ ସ୍ଵପଦାଂବୁଜଦାସ୍ୟମ୍ ॥ 4 ॥
ସଂସୃତିଘୋରମହାଗହନେ ଚରତୋ ମଣିରଂଜିତପୁଣ୍ୟସୁମୂର୍ତେଃ
ମନ୍ମଥଭୀକରଘୋରମହୋଗ୍ରମୃଗପ୍ରଵରାର୍ଦିତଗାତ୍ରସୁସଂଧେଃ ।
ମତ୍ସରତାପଵିଶେଷନିପୀଡିତବାହ୍ୟମତେଶ୍ଚ କଥଂ ଚିଦମେୟଂ
ତ୍ଵାଂ ଭଜତୋ ମମ ଦେହି ଦୟାଘନ ହେ ହନୁମନ୍ ସ୍ଵପଦାଂବୁଜଦାସ୍ୟମ୍ ॥ 5 ॥
ସଂସୃତିଵୃକ୍ଷମନେକଶତାଘନିଦାନମନଂତଵିକର୍ମସୁଶାଖଂ
ଦୁଃଖଫଲଂ କରଣାଦିପଲାଶମନଂଗସୁପୁଷ୍ପମଚିଂତ୍ୟସୁମୂଲମ୍ ।
ତଂ ହ୍ୟଧିରୁହ୍ୟ ହରେ ପତିତଂ ଶରଣାଗତମେଵ ଵିମୋଚୟ ମୂଢଂ
ତ୍ଵାଂ ଭଜତୋ ମମ ଦେହି ଦୟାଘନ ହେ ହନୁମନ୍ ସ୍ଵପଦାଂବୁଜଦାସ୍ୟମ୍ ॥ 6 ॥
ସଂସୃତିପନ୍ନଗଵକ୍ତ୍ରଭୟଂକରଦଂଷ୍ଟ୍ରମହାଵିଷଦଗ୍ଧଶରୀରଂ
ପ୍ରାଣଵିନିର୍ଗମଭୀତିସମାକୁଲମଂଦମନାଥମତୀଵ ଵିଷଣ୍ଣମ୍ ।
ମୋହମହାକୁହରେ ପତିତଂ ଦୟୟୋଦ୍ଧର ମାମଜିତେଂଦ୍ରିୟକାମଂ
ତ୍ଵାଂ ଭଜତୋ ମମ ଦେହି ଦୟାଘନ ହେ ହନୁମନ୍ ସ୍ଵପଦାଂବୁଜଦାସ୍ୟମ୍ ॥ 7 ॥
ଇଂଦ୍ରିୟନାମକଚୋରଗଣୈର୍ହୃତତତ୍ତ୍ଵଵିଵେକମହାଧନରାଶିଂ
ସଂସୃତିଜାଲନିପାତିତମେଵ ମହାବଲିଭିଶ୍ଚ ଵିଖଂଡିତକାୟମ୍ ।
ତ୍ଵତ୍ପଦପଦ୍ମମନୁତ୍ତମମାଶ୍ରିତମାଶୁ କପୀଶ୍ଵର ପାହି କୃପାଳୋ
ତ୍ଵାଂ ଭଜତୋ ମମ ଦେହି ଦୟାଘନ ହେ ହନୁମନ୍ ସ୍ଵପଦାଂବୁଜଦାସ୍ୟମ୍ ॥ 8 ॥
ବ୍ରହ୍ମମରୁଦ୍ଗଣରୁଦ୍ରମହେଂଦ୍ରକିରୀଟସୁକୋଟିଲସତ୍ପଦପୀଠଂ
ଦାଶରଥିଂ ଜପତି କ୍ଷିତିମଂଡଲ ଏଷ ନିଧାୟ ସଦୈଵ ହୃଦବ୍ଜେ ।
ତସ୍ୟ ହନୂମତ ଏଵ ଶିଵଂକରମଷ୍ଟକମେତଦନିଷ୍ଟହରଂ ଵୈ
ୟଃ ସତତଂ ହି ପଠେତ୍ସ ନରୋ ଲଭତେଽଚ୍ୟୁତରାମପଦାବ୍ଜନିଵାସମ୍ ॥ 9 ॥
ଇତି ଶ୍ରୀ ମଧୁସୂଦନାଶ୍ରମ ଶିଷ୍ୟାଽଚ୍ୟୁତଵିରଚିତଂ
#ଭଗବତକଥା🙏🚩
ଓଁ ନମୋ ଭଗବତେ ବାସୁଦେବାୟ 🌹🙏
ଯୋଗ ଦ୍ୱାରା ବିକସିତ ଦୃଢ଼ ସଂକଳ୍ପ ଯାହା ମନ, ପ୍ରାଣ ଓ ଇନ୍ଦ୍ରିୟର କ୍ରିୟାକୁ ପୁଷ୍ଟ କରିଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ସଂକଳ୍ପ ଅଟେ ।
ବାଧାବିଘ୍ନ ସତ୍ତ୍ୱେ ନିଜ ମାର୍ଗରେ ଅଟଳ ରହିବା ପାଇଁ ମନ ଓ ବୁଦ୍ଧିର ଆନ୍ତରିକ ଶକ୍ତିକୁ ଧୃତି ବା ସଂକଳ୍ପ କୁହାଯାଏ । ସଂକଳ୍ପ ଲକ୍ଷ୍ୟରେ ଦୃଷ୍ଟିକୁ କେନ୍ଦ୍ରିତ କରେ ଏବଂ ଆମ ଯାତ୍ରାର ଆପାତତଃ ଅଲଂଘ୍ୟ ବାଧାବିଘ୍ନକୁ ଅତିକ୍ରମ କରିବା ପାଇଁ ଶରୀର-ମନ-ବୁଦ୍ଧିର ସୁପ୍ତ ଶକ୍ତିକୁ ଜାଗ୍ରତ କରିଥାଏ ।
ଶ୍ରୀକୃଷ୍ଣ ବର୍ତ୍ତମାନ ତିନି ଶ୍ରେଣୀର ସଂକଳ୍ପ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି । ଯୋଗାଭ୍ୟାସ ଦ୍ୱାରା ମନ ଶୃଙ୍ଖଳିତ ହୁଏ ଏବଂ ଇନ୍ଦ୍ରିୟ ଓ ଶରୀରକୁ ଶାସନ କରିବାର କ୍ଷମତା ବିକସିତ ହୁଏ । ଯେଉଁ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ବ୍ୟକ୍ତି ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିବା, ପ୍ରାଣବାୟୁକୁ ସନ୍ତୁଳିତ ରଖିବା ଏବଂ ମନକୁ ନିୟନ୍ତ୍ରିତ କରିବା ପାଇଁ ସକ୍ଷମ ହୋଇଥାଏ, ତାହା ସାତ୍ତ୍ୱିକ ଧୃତି ଅଟେ ।
ଆସକ୍ତିବଶତଃ ଫଳପ୍ରାପ୍ତି ଉଦ୍ଦେଶ୍ୟରେ କର୍ତ୍ତବ୍ୟ, ସୁଖ ଏବଂ ସମ୍ପଦ ପ୍ରତି ଯେଉଁ ଦୃଢ଼ ଇଚ୍ଛାଶକ୍ତି ଧାରଣ କରାଯାଏ, ତାହା ରାଜସିକ ସଂକଳ୍ପ ଅଟେ ।
ଦୃଢ଼ ଇଚ୍ଛାଶକ୍ତି କେବଳ ଯୋଗୀମାନଙ୍କ ଠାରେ ଦେଖାଯାଇ ନ ଥାଏ । ସାଂସାରିକ ବ୍ୟକ୍ତିମାନେ ମଧ୍ୟ ତାଙ୍କ ଉଦ୍ୟମରେ ଦୃଢ଼ ସଂକଳ୍ପବଦ୍ଧ ହୋଇଥାନ୍ତି । କିନ୍ତୁ ସେମାନଙ୍କର ସଂକଳ୍ପ ଉଦ୍ୟମର ଫଳ କାମନାକୁ ଚରିତାର୍ଥ କରିବା ଉଦ୍ଦେଶ୍ୟରେ ପ୍ରେରିତ ହୋଇଥାଏ । ସେମାନେ ଇନ୍ଦ୍ରିୟ ସୁଖ ଭୋଗ ଏବଂ ସମ୍ପତ୍ତି ଉପାର୍ଜନ ଇତ୍ୟାଦିରେ ନିଜର ଲକ୍ଷ୍ୟକୁ କେନ୍ଦ୍ରିତ କରିଥାନ୍ତି । ଯେହେତୁ ଅର୍ଥ ହିଁ ଏହି ସବୁ ହାସଲ କରିବାର ମାଧ୍ୟମ ଅଟେ, ତେଣୁ ସେମାନେ ଜୀବନ ସାରା ଅର୍ଥକୁ ଦୃଢ଼ ଭାବରେ ଜାବୋଡି ଧରିଥାନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଫଳ ଭୋଗ କରିବାର କାମନା ଦ୍ୱାରା ପ୍ରେରିତ ସଂକଳ୍ପ, ରାଜସିକ ଗୁଣଯୁକ୍ତ ଅଟେ ।
ଯେଉଁ ବୁଦ୍ଧିହୀନ ସଂକଳ୍ପ ଦ୍ୱାରା ବ୍ୟକ୍ତି ଅବାସ୍ତବ କଳ୍ପନା କରିବା, ଭୟଭୀତ ହେବା, ଶୋକାକୁଳ ହେବା, ଅଶାନ୍ତ ରହିବା, ବିଷାଦ ଏବଂ କପଟକୁ ତ୍ୟାଗ କରି ପାରେ ନାହିଁ , ତାହାକୁ ତାମସିକ ସଂକଳ୍ପ କୁହାଯାଏ ।
ବୁଦ୍ଧିହୀନ ଏବଂ ମୁର୍ଖମାନଙ୍କ ଠାରେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଦେଖାଯାଇଥାଏ । କିନ୍ତୁ ଏହା ଭୟ, ଅଶାନ୍ତି ଏବଂ ଅହଂକାରରୁ ଉତ୍ପନ୍ନ ଜିଦ୍ଖୋର ମନୋବୃତ୍ତି ଅଟେ । ଉଦାହରଣ ସ୍ୱରୂପ, କେତେକ ବ୍ୟକ୍ତି ଭୟ-ମନୋଭାବର ଶୀକାର ହୋଇଥାନ୍ତି ଏବଂ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ନିଜ ବ୍ୟକ୍ତିତ୍ୱର ଏକ ଅବିଚ୍ଛେଦ୍ୟ ଅଙ୍ଗ ପରି, ସେମାନେ ତାକୁ ଦୃଢ଼ ଭାବରେ ଧରି ରଖିଥାନ୍ତି । ଆଉ କେତେଜଣ ଅଛନ୍ତି, ଯେଉଁମାନେ ଅତୀତରେ ଘଟିଥିବା କିଛି ଅଘଟଣକୁ ଦୃଢ଼ତାର ସହ ସ୍ମୃତିରେ ଧାରଣ କରି ନିଜ ଜୀବନକୁ ନର୍କରେ ପରିଣତ କରିଥାନ୍ତି । ଏହାର ବିନାଶକାରୀ ପ୍ରଭାବ ତାଙ୍କ ଉପରେ ପଡ଼ୁଥିବାର ଲକ୍ଷ୍ୟ କରି ମଧ୍ୟ ସେମାନେ ଏହାକୁ ତ୍ୟାଗ କରନ୍ତି ନାହିଁ । ଅନ୍ୟମାନେ, ଯିଏ ତାଙ୍କର ଅହଂକାରକୁ ଏବଂ ନିଜ ସମ୍ବନ୍ଧରେ ତାଙ୍କର କଳ୍ପିତ ଧାରଣାକୁ ଆହତ କରନ୍ତି, ସେମାନଙ୍କ ସହିତ କଳହରେ ଲିପ୍ତ ରହନ୍ତି । ଏହିପରି ନିଷ୍ଫଳ ଭାବନାକୁ ଜିଦ୍ ପୂର୍ବକ ଦୃଢ଼ ଭାବରେ ଧରି ରଖିବାର ସଂକଳ୍ପକୁ, ଶ୍ରୀକୃଷ୍ଣ ତାମସିକ ଗୁଣଯୁକ୍ତ ଭାବରେ ଅଭିହିତ କରିଛନ୍ତି ।
ଗୀତା ପାଠ
ତୃତୀୟ ଅଧ୍ୟାୟ: କର୍ମ ଯୋଗ
୧୬ରୁ ୩୦ ଶ୍ଳୋକ ର ଅର୍ଥ
ହେ ପାର୍ଥ, ଯେଉଁ ମାନେ ବେଦ ପ୍ରଣୀତ ଯଜ୍ଞ ଚକ୍ରରେ ନିଜର ଦାୟୀତ୍ୱ ବହନ କରନ୍ତି ନାହିଁ, ସେମାନେ ପାପ ଅର୍ଜନ କରନ୍ତି । ସେମାନେ ନିଜର ଇନ୍ଦ୍ରିୟ ସୁଖ ପାଇଁ ଜୀବନ ଧାରଣ କରିଥାନ୍ତି ଏବଂ ବାସ୍ତବରେ ସେମାନଙ୍କର ଜୀବନ ନିରର୍ଥକ ଅଟେ ।
କିନ୍ତୁ ଯେଉଁମାନେ ଆତ୍ମାନନ୍ଦରେ ବିଭୋର ରହି ଥାଆନ୍ତି, ଜ୍ଞାନୋଦୟ ହେବା ଦ୍ୱାରା ଯେଉଁମାନେ ଆତ୍ମାରେ ପୂର୍ଣ୍ଣ ସନ୍ତୁଷ୍ଟ ରହନ୍ତି, ସେମାନଙ୍କ ପାଇଁ କୌଣସି କର୍ମ ନାହିଁ ।
ଏହିପରି ଆତ୍ମଜ୍ଞାନ ଲାଭ କରିଥିବା ଜୀବମାନଙ୍କର କର୍ତ୍ତବ୍ୟ ପାଳନ କରିବା ଅଥବା କର୍ତ୍ତବ୍ୟ ତ୍ୟାଗ କରିବାରେ କୌଣସି ଲାଭ ବା କ୍ଷତି ହୁଏ ନାହିଁ । ସେମାନେ ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଅନ୍ୟ କୌଣସି ଜୀବ ଉପରେ ନିର୍ଭର କରନ୍ତି ନାହିଁ ।
ତେଣୁ ଆସକ୍ତି ତ୍ୟାଗ କରି, ସମସ୍ତ କର୍ମ କର୍ତ୍ତବ୍ୟ ଭାବରେ କର କାରଣ କର୍ମଫଳ ପ୍ରତି ଆସକ୍ତି ନରଖି କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତି ପରମଗତି ପ୍ରାପ୍ତ କରିଥାଏ ।
ରାଜା ଜନକ ଏବଂ ଅନ୍ୟମାନେ, ସେମାନଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ କରି, ପରିପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ । ତୁମେ ମଧ୍ୟ ତୁମର କର୍ତ୍ତବ୍ୟ ପାଳନ କରି, ସଂସାରର ହିତପାଇଁ ଉଦାହରଣ ସ୍ଥାପନ କରିବା ଉଚିତ୍ । ମହାପୁରୁଷ ମାନେ ଯାହା ବି କର୍ମ କରନ୍ତି, ସାଧାରଣ ଲୋକ ତାହାର ଅନୁସରଣ କରନ୍ତି । ସେମାନେ ଯେଉଁ ଆଦର୍ଶ ପ୍ରତିଷ୍ଠା କରନ୍ତି, ସାରା ସଂସାର ତାହାର ଅନୁସରଣ କରିଥାଏ ।
ହେ ପାର୍ଥ! ଏହି ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, କିମ୍ବା ମୋର କିଛି ପାଇବାର ବା ହାସଲ କରିବାର ନାହିଁ । ତଥାପି ମୁଁ ମୋର ନିର୍ଦ୍ଧାରିତ କର୍ମରେ ନିୟୋଜିତ ରହିଛି ।
ହେ ପାର୍ଥ! ମୁଁ ଯଦି ମୋର ବିିହିତ କର୍ମ ନ କରେ, ତେବେ ମନୁଷ୍ୟ ସର୍ବତୋ ଭାବରେ ତାହାର ହିଁ ଅନୁସରଣ କରିବ ।
ମୁଁ ଯଦି ଉଚିତ କର୍ମ ନ କରେ, ତେବେ ସମ୍ପୂର୍ଣ୍ଣ ଜଗତ ଧଂସ ହୋଇଯିବ । ତଦ୍ୱାରା ଯେଉଁ ବିଶୃଙ୍ଖଳା ଉତ୍ପନ୍ନ ହେବ, ତା ପାଇଁ ମୁଁ ଦାୟୀ ରହିବି ଏବଂ ଏହା ସମଗ୍ର ମନୁଷ୍ୟ ଜାତିର ଶାନ୍ତ ଭଙ୍ଗ କରିଦେବ ।
ହେ ଭାରତ ଶ୍ରେଷ୍ଠ, ଅଜ୍ଞ ବ୍ୟକ୍ତିମାନେ ଯେପରି ଫଳ ପ୍ରାପ୍ତିର ଆଶା ରଖି ସକାମ କର୍ମ କରନ୍ତି, ସେହିପରି ଜ୍ଞାନୀମାନେ ଅନାସକ୍ତ ଭାବରେ ଲୋକମାନଙ୍କର ଉଚିତ୍ ମାର୍ଗଦର୍ଶନ କରିବା ପାଇଁ କର୍ମ କରିବା ଉଚିତ୍ ।
ଜ୍ଞାନୀମାନେ ସକାମ କର୍ମଯୁକ୍ତ ଅଳ୍ପଜ୍ଞ ବ୍ୟକ୍ତିମାନଙ୍କର ବୁଦ୍ଧିକୁ ସଂଶୟଯୁକ୍ତ କରି ସେମାନଙ୍କୁ କର୍ତ୍ତବ୍ୟରୁ ନିବୃତ୍ତ କରିବା ଉଚିତ୍ ନୁହେଁ । ତତ୍ ପରିବର୍ତ୍ତେ ସେମାନେ ଆଦର୍ଶ ଭାବରେ ନିଜର କର୍ତ୍ତବ୍ୟ ପାଳନ କରି ଅଜ୍ଞବ୍ୟକ୍ତି ମାନଙ୍କୁ ସେହି ଦିଗରେ ପ୍ରୋତ୍ସାହିତ କରିବା ଉଚିତ୍ ।
ମାୟାର ତିନି ଗୁଣ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ, କିନ୍ତୁ ଅଜ୍ଞାନବଶତଃ, ଆତ୍ମା, ଭ୍ରମରେ ଶରୀର ସହିତ ତାଦାତ୍ମ୍ୟ କରି, ନିଜକୁ କର୍ତ୍ତା ମନେ କରିଥାଏ ।
ହେ ମହାବାହୁ ଅର୍ଜୁନ! ତତ୍ତ୍ୱଦର୍ଶୀ ପୁରୁଷ ଆତ୍ମାକୁ ଗୁଣ ଓ କର୍ମ ଠାରୁ ପୃଥକ୍ ଭାବରେ ଦର୍ଶନ କରିଥାଆନ୍ତି । ସେମାନେ ଜାଣିଥାଆନ୍ତି ଯେ ଏହା କେବଳ ଗୁଣ (ଇନ୍ଦ୍ରିୟ-ମନ ଆଦି ରୂପରେ)ଅଟେ, ଯାହା ଗୁଣ ମାନଙ୍କ (ବିଷୟ ରୂପରେ) ମଧ୍ୟରେ ଘୂରି ବୁଲୁଥାଏ, ତେଣୁ ସେମାନେ ସେଥିରେ ବାନ୍ଧି ହୁଅନ୍ତି ନାହିଁ ।
ଯେଉଁମାନେ ତ୍ରିଗୁଣର କ୍ରିୟାକଳାପରେ ମୋହିତ ହୋଇ ଯାଆନ୍ତି, ସେମାନେ ତାଙ୍କର କର୍ମଫଳରେ ଆସକ୍ତ ହୋଇଯାଆନ୍ତି । କିନ୍ତୁ ଯେଉଁ ତତ୍ତ୍ୱଦର୍ଶୀମାନେ ଏହି ସତ୍ୟକୁ ଜାଣନ୍ତି, ସେମାନେ ସ୍ୱଳ୍ପ ଜ୍ଞାନଯୁକ୍ତ ଏହି ଅଜ୍ଞାନୀ ମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ ।
ସମସ୍ତ କର୍ମକୁ ମୋତେ ଅର୍ପଣ କରି, ପରମାତ୍ମା ରୂପରେ ନିରନ୍ତର ମୋର ଧ୍ୟାନ କର । ସମସ୍ତ ପ୍ରକାରର କାମନା ଓ ମମତାରୁ ମୁକ୍ତ ରହି ଶୋକରହିତ ଭାବରେ ଯୁଦ୍ଧ କର ।
ଅନେକ ଜନ୍ମ ତପ ଫଳେ । ମନୁଷ୍ୟ ଜନ୍ମ ମହିତଳେ ।।
ଯାହାର ଦିବ୍ୟଜ୍ଞାନ ସ୍ଫୁରେ । ମୋର ମହିମା ସେ ସୁମରେ ।।
ମନ ନିବେଶି ମୋ ପୟରେ । ବିଷୟ ସୁଖ ନ ବିଚାରେ ।।
ପରମାନନ୍ଦ ସୁଖ ପାଇ । ସେ ପ୍ରାଣୀ ରହେ ପୂର୍ଣ୍ଣ ହୋଇ ।।
ଏ ଗୁଣ ମୟ ନର ଅଙ୍ଗ । କେବେ ହେଁ ନୋହେ ତାର ସଙ୍ଗ ।।
ଯେ ପ୍ରାଣୀ ଶରଣ ମୋହର । ମୁହିଁ ତାହାର ସୁଖ ଘର ।।
ଅସାଧୁ ସଙ୍ଗେ ନ ରମନ୍ତି । ଏଣୁ ଏ ସଂସାରୁ ତରନ୍ତି ।।
"" ଓଁ ଜୟ ଶ୍ରୀ କୃଷ୍ଣ । ""
ଚତୁର୍ଥ ଅଧ୍ୟାୟ : ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ
ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ ।
ତତ୍ସ୍ୱୟଂ ଯୋଗସଂସିଦ୍ଧଃ କାଳେନାତ୍ମନି ବିନ୍ଦତି ।। ୩୮ ।।
✍️ଏହି ସଂସାରରେ, ଦିବ୍ୟଜ୍ଞାନ ପରି ପବିତ୍ର ଅନ୍ୟ କିିଛି ନାହିଁ । ଯିଏ ସୁଦୀର୍ଘ ଯୋଗ ସାଧନା ଦ୍ୱାରା ମନକୁ ଶୁଦ୍ଧ କରିଥାଏ, ସମୟାନୁକ୍ରମେ ସେହି ଜ୍ଞାନକୁ ସେ ଅନ୍ତଃକରଣରେ ପ୍ରାପ୍ତ କରେ ।
🌻🥀#ବାଖ୍ୟା👇
✍️ଜ୍ଞାନ ଠାରେ ଶୁଦ୍ଧ କରିବା, ଉନ୍ନତ କରିବା, ମୁକ୍ତ କରିବା ଏବଂ ଭଗବାନଙ୍କ ସହିତ ମିଳିତ କରାଇବାର ଶକ୍ତି ରହିଛି, ତେଣୁ ଏହା ଅତ୍ୟନ୍ତ ଗରିମାମୟ ଏବଂ ଶୁଦ୍ଧ ଅଟେ । କିନ୍ତୁ ଦୁଇ ପ୍ରକାରର ଜ୍ଞାନ ମଧ୍ୟରେ ପାର୍ଥକ୍ୟ ଜାଣିବା ଆବଶ୍ୟକ: ଶାବ୍ଦିକ ଜ୍ଞାନ ଏବଂ ଅନୁଭବାତ୍ମକ ଜ୍ଞାନ ।
ଗୋଟିଏ ପ୍ରକାର ଜ୍ଞାନ ଅଛି ଯାହା ଶାସ୍ତ୍ର ପଠନ ଏବଂ ଗୁରୁଙ୍କ ଠାରୁ ଶ୍ରବଣ ଦ୍ୱାରା ହୋଇଥାଏ । କିନ୍ତୁ କେବଳ ଶାବ୍ଦିକ ଜ୍ଞାନ ଅପର୍ଯ୍ୟାପ୍ତ ଅଟେ । ଏହା ଏପରି ଅଟେ, ଯେପରି ଜଣେ ପାକଶାସ୍ତ୍ର ପଠନ କରିଥାଏ କିନ୍ତୁ କେବେ ରୋଷେଇଶାଳକୁ ଯାଇ ନ ଥାଏ । ରୋଷେଇର ଏହି ଶାବ୍ଦିକ ଜ୍ଞାନ କାହାର କ୍ଷୁଧା ମେଣ୍ଟାଇ ପାରେନାହିଁ । ସେହିପରି ଜଣେ ବ୍ୟକ୍ତି ଗୁରୁଙ୍କଠାରୁ ଆତ୍ମା, ଭଗବାନ୍, ମାୟା, କର୍ମ, ଜ୍ଞାନ ଏବଂ ଭକ୍ତି ବିଷୟରେ ଶାବ୍ଦିକ ଜ୍ଞାନ ପ୍ରାପ୍ତ କରିପାରେ, କିନ୍ତୁ ତାହା ଭଗବତ୍ପ୍ରାପ୍ତି କରାଇ ନ ଥାଏ । ବ୍ୟକ୍ତି ଯେତେବେଳେ ଏହି ଶାବ୍ଦିକ ଜ୍ଞାନ ଅନୁସାରେ ସାଧନା କରି ତା’ର ଅନ୍ତଃକରଣ ଶୁଦ୍ଧ କରିଥାଏ, ସେତେବେଳେ ତାଙ୍କ ଅନ୍ତରରେ ଆତ୍ମା ବିଷୟରେ ଏବଂ ଭଗବାନଙ୍କ ସହିତ ତାଙ୍କର ସମ୍ବନ୍ଧ ବିଷୟରେ ଜ୍ଞାନ ଉଦ୍ଭାସିତ ହୁଏ । ମହର୍ଷି ପତଞ୍ଜଳି କହିଛନ୍ତି:👇
ଶ୍ରୁତାନୁମାନ-ପ୍ରଜ୍ଞାଭ୍ୟାମ୍ ଅନ୍ୟ-ବିଷୟା ବିଶେଷାର୍ଥତ୍ୱାତ୍
“ଯୋଗ ସାଧନା ମାଧ୍ୟମରେ ଅନ୍ତରର ଅନୁଭୂତି ଦ୍ୱାରା ଯେଉଁ ଜ୍ଞାନ ପ୍ରାପ୍ତ ହୋଇଥାଏ, ତାହା ଶାସ୍ତ୍ରର ଶାବ୍ଦିକ ଜ୍ଞାନ ଅପେକ୍ଷା ଶ୍ରେଷ୍ଠତର ଅଟେ ।” ଶୁଦ୍ଧତମ ଓ ଭବ୍ୟ ଭାବରେ ଶ୍ରୀକୃଷ୍ଣ ଏହି ଅନୁଭବାତ୍ମକ ଜ୍ଞାନର ଉଚ୍ଚ ପ୍ରଶଂସା କରିଛନ୍ତି ।
କ୍ରମଶଃ..✍️✍️
ଓଁ ନମୋଭଗବତେ ବାସୁଦେବାୟ🙏🕉️
📗ସ୍ୱାମୀ ମୁକୁନ୍ଦାନନ୍ଦ ଭଗବଦ୍ ଗୀତା(ଓଡ଼ିଆ ଭାଷ୍ୟ) 🙏
🚩🚩🚩🚩🚩🚩🚩🚩🚩🚩🚩🚩🚩
।ଚତୁର୍ଥ ସ୍କନ୍ଧ ଦ୍ଵାଦଶ ଅଧ୍ୟାୟ ।
।ବିଦୁର ମୈତ୍ରେୟ ସମ୍ଵାଦ ।
।।ଧ୍ରୁବଙ୍କର ଧ୍ରୁବଲୋକ ପ୍ରାପ୍ତି ।।
ତ୍ରିଲୋକ ଚୂଡାମଣି ସ୍ଥାନେ।
ବସିଲା ନିଶ୍ଚଳ ଆସନେ ।।
ଯେଉଁ ଶିଶୁମାର ଚକ୍ର ଚାରିପଟେ ସୌରଜଗତ ସହ ଅନେକ ଗ୍ରହନକ୍ଷତ୍ର ଅବିରତ ପରିଭ୍ରମଣ କରନ୍ତି ସେହି ସର୍ବୋଚ୍ଚ ସ୍ଥାନ ଧ୍ରୁବ ମହାରାଜଙ୍କୁ ମିଳିଲା ।ପାଞ୍ଚ ବର୍ଷର ବାଳକ କିପରି ଏହା ଲାଭ କଲା ଏହା ଭାଗବତୀୟ ବିଚାରଧାରା ।
ଧ୍ରୁବଙ୍କ ପିତା ଉତ୍ତାନପାଦ ରାଜା ସର୍ବଦା ଉର୍ଦ୍ଧ୍ଵଗତି ପାଇଁ ଯାହା କରଣୀୟ ତାହାକରନ୍ତି ।
ମାତା ସୁନୀତି ଶାସ୍ତ୍ର ସମ୍ମତ ନୀତି ଆଦର୍ଶରେ ରାଜାଙ୍କୁ ଅନୁପ୍ରାଣିତ କରନ୍ତି ।
ମାତା ସୁରୁଚି ସୌନ୍ଦର୍ଯ୍ୟରେ ରାଜାଙ୍କ ରାଜ୍ୟଶାସନର ମାନସିକ ଚାପ ଲାଘବ କରନ୍ତି ।
ଇନ୍ଦ୍ରିୟମାନଙ୍କ ସୌନ୍ଦର୍ଯ୍ୟ ସାମ୍ରାଜ୍ୟରେ ଥାଇ ମଧ୍ୟ ସୁନୀତି ବଳରେ ଜୀବନଚର୍ଯ୍ୟା ସାଧନ କରିବା ଉତ୍ତାନପାଦଙ୍କଠାରୁ ବାଳକ ଧ୍ରୁବ ଶିକ୍ଷା ଗ୍ରହଣ କରିଥିଲେ ।ତେଣୁ ପରିବାରରୁ ସଂସ୍କାର ପାଇ ଉଚ୍ଚାସନ ପାଇବାକୁ ଧ୍ରୁବ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରିଛନ୍ତି ।ଫଳ ମଧ୍ୟ ପାଇଛନ୍ତି ।
ଆଜି ଦିନରେ ଆମ ପରିବାର କୃଷ୍ଣଭକ୍ତିରୁ ବିଚ୍ୟୁତ ହୋଇଯାଇଛି ।ଭାଗବତ କଣ ଆମର ଅଧିକାଂଶ ପିଲାଏ ଜାଣନ୍ତି ନାହିଁ ।ଅସଦ ଉପାୟରେ ଉଚ୍ଚଅଭିଳାଷ ପୂର୍ଣ୍ଣ ହେବ କିପରି?ଏଥିପାଇଁ କିଏ ଦାୟୀ ବିଚାର୍ଯ୍ୟ ।
ଧ୍ରୁବ ଭ୍ରାତୃହତ୍ୟାର ପ୍ରତିଶୋଧରେ ଯକ୍ଷ ମାନଙ୍କ ବିନାଶ ରାଜଧର୍ମ ହୋଇଥିବାରୁ ,ମନୁ ମହାରାଜ ଙ୍କ ପରାମର୍ଶ ପରେ ଯୁଦ୍ଧ ରୁ ନିବୃତ ହେବାରୁ କୁବେର ପ୍ରବୋଧନା ଦେଇ ବରଯାଚନ୍ତେ ଧର୍ମ ଅର୍ଥ କାମ ମୋକ୍ଷଭଳି ଚାରି ପୁରୁଷାର୍ଥ ଛାଡି ଅଦ୍ଭୁତ ପଞ୍ଚମ ପୁରୁଷାର୍ଥ କୃଷ୍ଣଭକ୍ତି କୁ ଧ୍ରୁବ ଚାହିଁଛନ୍ତି ।
ଯାହା ଜଣେ ବୈଷ୍ଣବର କାମ୍ୟ ।
ବୋଲଇ ହରି ପାଦଗତେ।
ମୋହର ମନ ଥାଉ ନିତ୍ୟେ ।।
ସର୍ବଦା ରାଜକାର୍ଯ୍ୟରେ ବ୍ୟସ୍ତରହି ମଧ୍ୟ ଧ୍ରୁବ ଶ୍ରୀକୃଷ୍ଣ ଭଜନ ସହ ଗୃହସ୍ଥ ଆଶ୍ରମ ସୁଚାରୁ ରୂପେ ପାଳନ କରି ପୁତ୍ରକୁ ରାଜ୍ୟଭାର ସମର୍ପି ସନ୍ୟାସ ଗ୍ରହଣ କରିଛନ୍ତି । ଭାଗବତର ଉପଦେଶ ପାଳନ କରିଛନ୍ତି ।କୃଷ୍ଣ ଚିନ୍ତନରେ ନବଧା ଭକ୍ତି ଓ ଅଷ୍ଟ ସାତ୍ତ୍ଵିକ ଭାବ ଜାଗ୍ରତ ହୋଇଛି ।
ନୟନୁ ଅଶ୍ରୁ ବିଗଳିତ।
ଆନନ୍ଦେ ଅଙ୍ଗ ପୁଲକିତ ।।
ତାଙ୍କର ଶୁଦ୍ଧଭକ୍ତି ଏବଂ ଶାସ୍ତ୍ରୋଚିତ ସାଂସାରିକ କର୍ମ ପାଳନରେ ଭଗବାନ ସନ୍ତୁଷ୍ଟ ହୋଇ ତାଙ୍କ ଦୁଇ ପାର୍ଷଦ ନନ୍ଦ ଓ ସୁନନ୍ଦଙ୍କୁ ଏକ ଦିବ୍ୟ ରଥ ସହ ପଠାଇ ମାତା ସୁନୀତିଙ୍କ ସହ ଧ୍ରୁବଙ୍କୁ ନେଇ ଧ୍ରୁବମଣ୍ଡଳରେ ସ୍ଥାନିତ କରିଛନ୍ତି ।
ଏଣୁ ଆମେ ଧ୍ରୁବନୀତି ଉତ୍ତମ ରୁଚିରେ ପାଳନକରି ଭାଗବତ ଉପଦେଶରେ ଉର୍ଦ୍ଧ୍ଵଗତି ପ୍ରାପ୍ତ ହେବା ।ଧ୍ରୁବ ଚରିତ ଶ୍ରବଣ କଲେ ........
ଉତ୍ତମ ଯଶ ଧ୍ରୁବ ବାଣୀ।
ଯେ ଏହା ଏକମନେ ଶୁଣି ।।
ଯଶ ଆୟୁଷ ଧନ ମାନ।
ସ୍ଵର୍ଗେ ନିବାସ ସ୍ଵସ୍ତ୍ୟୟନ ।।
। ଜୟଶ୍ରୀକୃଷ୍ଣ।
🌹🌹🌹🌹🌹🌹🌹🌹🌹🌹🌹🌹🌹
'ମନବୋଧ ଚଉତିଶା'
``````````````````````
କହଇ ମନ ଆରେ ମୋ ବୋଲ କର,
କଳା ଶ୍ରୀମୁଖ ବାରେ ଦେଖିବା ଚାଲ।
କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ,
କି ଘେନି ଯିବୁ ତୋର ଛୁଟିଲେ ଘଟ। (୧)
ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି,
ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି ।
ଖଟ ପଲଙ୍କେ ମନ ଶେଯାଇ ଶୋଉ,
ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ।(୨)
ଗଲେଣି ତୋ ସଙ୍ଗରୁ ଯେତେକ ଜନ,
ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ।
ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନବୋଲୁ,
ଗାଢ଼େ ମଜ୍ଜିଣ ନିତ୍ୟ ଧନ ଅର୍ଜିଲୁ।(୩)
ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ,
ଘଟ ଛୁଟିଲେ ତୋତେ ବୋଲିବେ ଭୂତ।
ଘର ଘରଣି ଦେହ କୀଳାଉଥିବେ,
ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ।(୪)
ଉଦ୍ଧାର ହେବୁ ଯେବେ ଭବ ସାଗରୁ,
ଉପାୟ କରି ଭଜ ଏବେ ଶ୍ରୀଗୁରୁ।
ଊଣା ହେଉଛି ଦିନୁ ଦିନ ଆୟୁଷ,
ଆଉ ଏଣିକି ଅଛି କେତେ ବୟସ।(୫)
ଚିତ୍ର ପ୍ରତିମା ପ୍ରାୟେ ଦିଶୁ ସୁନ୍ଦର,
ଚିରି ଭିତରେ ଦେଖ କି ନାରଖାର।
ଚର୍ମ ବେଢ଼ିଛି ସିନା ଚଉରାଶିକି,
ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି।(୬)
ଛାର ଦେହକୁ ମନ କରୁଛୁ ସଜ,
ଛନ୍ଦ କପଟ ତେଜି ଗୋବିନ୍ଦ ଭଜ।
ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା,
ଛ’ଖଣ୍ଡି କାଠ ହେବ ତୋପାଇଁ ଲୋଡ଼ା।(୭)
ଯମ ଯେ ନ ଜାଣଇ ବାଳୁତ ଯୁବା,
ଜୀଇଁବୁ ବୋଲି ମନେ କରିଛୁ ଅବା।
ଜଣେହିଁ ଏଥୁ କେହି ନାହିଁ ଅମର,
ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର।(୮)
ଝୋଲା ଗନ୍ଥା ପାଛୋଡ଼ା ପିନ୍ଧାକୁ ରସୁ,
ଝଡ଼ ସଂସାରେ ମନ ନବୁଝି ପଶୁ।
ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ,
ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ।(୯)
ନିଶି ଦିବସ ଥୟ ନୋହୁଛି ମନ,
ନିଦ୍ରାରେ ଦେଖୁଅଛୁ ଯଥା ସ୍ୱପନ।
ନଯିବେ ସଙ୍ଗେ କେହି ଯିବୁ ତୁ ଏକା,
ନାମ ମାତ୍ର ଅଟଇ ପଥକୁ ସଖା।(୧୦)
ଟାଣ କରୁଛୁ ମନ ସବୁ ମୋହରି,
ଟଳି ପଡ଼ିଲେ କେହି ନୁହେଁ କାହାରି।
ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ,
ଟୋପ ଚଉଁରା ଅଛି ତୋ ଦେହେ ପୁରି।(୧୧)
ଠିକେ ମୁଁ କହୁଅଛି କର ମୋ କଥା,
ଠିକ ଦେହରେ ଅଛି ଶୂନ୍ୟ ଦେବତା।
ଠକି ଯିବୁଟି ମନ ମୁଣ୍ଡ ପଡ଼ିଲେ,
ଠିକେ ଗୁରୁଙ୍କ ସେବା କର ତୁ ଭଲେ।(୧୨)
ଡାକି କହୁଛି ମନ ଡାକ ଗୋବିନ୍ଦ,
ଡର ଜଞ୍ଜାଳ ଯାଉ ମୋହର ହୃଦ।
ଡେରିଥାନ୍ତି ଶ୍ରବଣ ଭକ୍ତ ଡାକକୁ,
ଡଙ୍ଗା ଯେହ୍ନେ ଜଳରେ ଚାହେଁ ପଛକୁ।(୧୩)
ଢ଼ୋଲ ଯେସନେ ଢ଼ାଉଁ ଢ଼ାଉଁ ବାଜଇ,
ଢ଼ଳେ ତହିଁ ଭିତରେ କିଛିହିଁ ନାହିଁ।
ଢ଼ାଙ୍କି ରହିଛି ଦେହ ସବୁଟି ତୁଚ୍ଛ,
ଢ଼ଳି ପଡ଼ିଲେ ସବୁ ହେବଟି ମିଛ। (୧୪)
ଏଣେ ତୁ ଦେଇଥିଲେ ତେଣେ ପାଇବୁ,
ଅଣଆୟତ୍ତ ବେଳେ କି ଘେନି ଯିବୁ।
ଅଣବିଶ୍ୱାସୀ ହୋଇ ରହିବୁ ଦିନେ,
ଅନେକ ଦୁଃଖଦେବେ ଯମ ଭୁବନେ। (୧୫)
ତୁ ଯେ ବୋଲୁଛୁ ମୋର ଅର୍ଜିଲା ଧନ,
ତୋ ଦେହ ନୁହେଁ ତୋର ଦେଖ ଏ ମନ।
ତୋହରି ସଙ୍ଗୁ ମନ ଗଲେଣି କେତେ,
ତୁ ମିଥ୍ୟା କଥାକୁ ତ ଯାଉ ପରତେ। (୧୬)
ଥିଲେ ଏ ସଂସାରରେ ଯେତେ ନୃପତି,
ଥୟ କରି କେ ଭୋଗ କଲା ଏ ପୃଥିବୀ।
ଥୋଇଲା ଧନ ତୋର ଖୁଣ୍ଟି ଖାଇବେ,
ଥାନେ ତୋହର ଘର କରି ରହିବେ।(୧୭)
ଦେହେ ପୂରିଛି ତୋର ଅଶେଷ ରୋଗ,
ଦିନ ଚାରିକ ସିନା ଏ ସୁଖ ଭୋଗ।
ଦଣ୍ଡେ ହେ ବେଳ ତୋତେ ରଖିବେ ନାହିଁ,
ଦଣ୍ଡୁ ଯେ ଥିବେ ଯମ ଡଗର ନେଇ। (୧୮)
ଧର୍ମ ଅଧର୍ମ କଥା ନଜାଣୁ ତୁହି,
ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ।
ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ,
ଧର୍ମ ରେ ଆତଯାତ ହେଉଛି ମହୀ। (୧୯)
ନିନ୍ଦି ଅକର୍ମ କଲେ ନିନ୍ଦା ପାଇବୁ,
ନରକେ ପଡ଼ି କେତେ ଦୁଃଖ ସହିବୁ।
ନିମିଷେ ମାତ୍ର ତୁଣ୍ଡେ ନନେଲୁ ହରି,
ନାଶ-ହେତୁକୁ କିମ୍ପାଁ ଅଛୁ ଆବୋରି। (୨୦)
ପାହିଲା ନିଶି ଯେହ୍ନେ ରବି ଉଦୟ,
ପଦ୍ମଲୋଚନ ସବୁ ଦେହେ ଉଦୟ।
ପ୍ରଭୁୂଙ୍କୁ ଆଶ୍ରେ କର ତରିବୁ ଯେବେ,
ତା ପାଦପଦ୍ମେ ଚିତ୍ତ ଦିଅତୁ ଏବେ। (୨୧)
ଫୁଲ ଯେସନେ ଫୁଲେ ଫୁଲେ ବିହରେ,
ଫୁଲ ସମୀରେ ଆଉ ନଦିଶେ ତାରେ।
ଫୁଲ ସଂସାରେ ଲାଭ ହରି ଭଜନ,
ଫାଶଗଳା କୁ କିମ୍ପା କରିଛୁ ମନ। (୨୨)
ବେଳକୁ ବେଳ ତୋତେ କହୁଛି ମୁହିଁ,
ବାନ୍ଧିଣ ନେବ ଯମ କି ଦୁଃଖ ଦେଇ।
ବିକଳେ କାନ୍ଦୁଥିବୁ ଆକୁଳ ହୋଇ,
ବେଳହୁଁ ଆଶ୍ରାକରି ଭଜ ଗୋସାଇଁ। (୨୩)
ଭେଳା ବୁଡ଼ିବ ହେଳା କଲେ କହୁଛି,
ଭଙ୍ଗା ନାବରେ କିଏ ସିନ୍ଧୁ ତରିଛି।
ଭାବକୁ ନିକଟ ସେ ଅଭାବେ ଦୂର,
ଭକତ ଦାସ କ ହେ ଜୀବନ ଛାର। (୨୪)
ମିଥ୍ୟା ମାୟା ସଂସାର ନୋହେ କାହାରି,
ମଲା ବୋଲିଣ ଦିନେ ପଡ଼ିବ ହୁରି।
ମହୀ ଭିତରେ କେହି ଦେଖିବ ନାହିଁ,
ମଲା ବୋଲି କାନ୍ଦୁଛୁ ମରିବୁ ତୁହି। (୨୫)
ଜନମ ହେଲେ ପ୍ରାଣୀ ଅବଶ୍ୟ ମରି,
ଯଶ ରଖିବୁ ଯେବେ ଭଜ ଶ୍ରୀହରି।
ଯମ ବାନ୍ଧିନେବେଟି ହେବୁ ମେଲାଣି,
ଜଗନ୍ନାଥ ମହିମା ଏଣିକି ଆଣି। (୨୬)
ରଙ୍ଗ ପସରା ସିନା ଭବ ସାଗର,
ରଙ୍ଗ ଭିତରେ ଅଛି କି ନାରଖାର।
ରୂପ ପ୍ରତିମାକୁ ତୁ ପରତେ ନଯା,
ରହିବେ ନାହିଁ କେହି ରଜା ପରଜା। (୨୭)
ଲୋଚନେ ଦେଖି କର୍ଣେ ଶୁଣୁଛୁ ନିତି,
ଲୋଭକରି ଅର୍ଜିଲୁ ଧନ ସମ୍ପତ୍ତି।
ଲୋଭଟି ସବୁ ନାଶ କରଇ ମନ,
ଲୋଡ଼ିଲେ ନପାଇବୁ ଆଉ ଜୀବନ। (୨୮)
ବିଅର୍ଥ ରହିଅଛି ଦୁର୍ଲଭ ଦେହ,
ବିଷୟା ବିଷେ ଆଉ ନବଳା ସ୍ନେହ।
ବୁଡ଼ିଯିବଟି ମୂଳ ଲାଭ ସରିବ,
ବେଳହୁଁ ଆଶ୍ରେକରି ଭଜ ମାଧବ। (୨୯)
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ମନ,
ସରମେ ନପାଇବୁ ଆଉ ଜୀବନ।
ଶ୍ରୀକୃଷ୍ଣ ନାମାଗରଟି କର ଭଜନ,
ଶ୍ରୀକୃଷ୍ଣ ପାଦପଦ୍ମେ କରତୁ ଧ୍ୟାନ। (୩୦)
ସନ୍ତୋଷ ଚିତ୍ତେ ତୁହି ହରିଙ୍କି ଭଜ,
ସଂସାରେ ପଡ଼ି ଆଉ ନପାଅ ଲାଜ।
ସବୁଟି ମିଛ ହରି ନାମଟି ସତ,
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ଚିତ୍ତ। (୩୧)
ସତ୍ୟ ମଣୁଛୁ ତୁହି ଭବସାଗର,
ସରି ଯାଉଛି ପରମାୟୁ ତୋହର।
ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି,
ଶୋକ ସାଗରୁ ଯେବେ ହୋଇବୁ ପାରି। (୩୨)
ହୁଡ଼ିଲେ ଯେତେ ଜନ ହରି ନାମକୁ,
ହୀନ ଗତିକୁ ଗଲେ ବୁଡ଼ି ତଳକୁ।
ହାରିଲେ ଦେହ ଆଉ ପାଇବୁ କାହିଁ,
ହାଟ ବସାଇଥିବେ ଏଦେହ ପାଇଁ। (୩୩)
କ୍ଷୟେ ଦୁର୍ଲ୍ଲଭ ଦେହ ହୁଏ ଆୟୁଷ,
କ୍ଷୟ ନଯିବ ନାମ ହୃଦରେ ଘୋଷ।
ଛାର ଦେହକୁ ମନ ନଯା ବିଶ୍ୱାସ,
ଛାର ଦୁର୍ବୁଦ୍ଧି କହେ ଭକତ ଦାସ। (୩୪)
( ଭକ୍ତ ଚରଣ ଦାସ )
🚩#ଜୟ_ଶ୍ରୀରାମ🙏🏹
🌺🍀🌺🍀🌺🍀🌺🍀🌺🍀
📗ଶ୍ରୀମଦ୍ ଭଗବଦ୍ ଗୀତା
✍️ଭାଷ୍ୟକାର-ସ୍ୱାମୀ ମୁକୁନ୍ଦାନନ୍ଦ
ଏକାଦଶ ଅଧ୍ୟାୟ : ବିଶ୍ୱରୂପ ଦର୍ଶନ ଯୋଗ
ପଶ୍ୟାଦିତ୍ୟାନ୍ବସୂନ୍ରୁଦ୍ରାନଶ୍ୱିନୌ ମରୁତସ୍ତଥା ।
ବହୂନ୍ୟଦୃଷ୍ଟପୂର୍ବାଣି ପଶ୍ୟାଶ୍ଚର୍ଯ୍ୟାଣି ଭାରତ ।।୬।।
✍️ହେ ଭରତ ଶ୍ରେଷ୍ଠ! ଅଦିତିଙ୍କର (ବାର) ପୁତ୍ର, (ଅଷ୍ଟ) ବସୁଗଣ, (ଏଗାର) ରୁଦ୍ରଗଣ, (ଯମଜ) ଅଶ୍ୱିନି କୁମାର, (ଅଣଚାଶ) ମରୁତଗଣ ଏବଂ ଅନ୍ୟ ଅନେକ ବିସ୍ମୟ, ଯାହା ପୂର୍ବରୁ କେବେବି ପ୍ରକଟ ହୋଇ ନ ଥିଲା, ସେ ସବୁକୁ ମୋ ଭିତରେ ଦେଖ ।
🌺🍀#ବାଖ୍ୟା👇
✍️ଭଗବାନଙ୍କର ବିଶ୍ୱରୂପରେ ପୃଥିବୀ ପୃଷ୍ଠର ସମସ୍ତ ଐଶ୍ଚର୍ଯ୍ୟ ସମାହିତ ହେବା ସହିତ ଉଚ୍ଚତର ଲୋକମାନଙ୍କର ଐଶ୍ୱର୍ଯ୍ୟ ମଧ୍ୟ ସମାହିତ ହୋଇଥିଲା, ଯାହାକି ଏହି ପ୍ରକାରରେ କେବେ ବି ପ୍ରକଟିତ ହୋଇ ନ ଥିଲା । ସେଥିରେ ସେ ସ୍ୱର୍ଗର ଦେବତାମାନଙ୍କୁ, ଯେଉଁମାନେ କି ତାଙ୍କ ଦିବ୍ୟ ବ୍ୟକ୍ତିତ୍ୱର ଏକ କ୍ଷୁଦ୍ର ଅଂଶ ମାତ୍ର ଅଟନ୍ତି; ସେ ବାର ଆଦିତ୍ୟ, ଅଷ୍ଟବସୁ, ଏକଦଶ ରୁଦ୍ର, ଦୁଇ ଅଶ୍ୱିନୀ କୁମାର ତଥା ଅଣଚାଶ ମରୁତଙ୍କୁ ତାଙ୍କ ମଧ୍ୟରେ ସମାହିତ ହୋଇଥିବା ଦେଖାଇଲେ ।
ଅଦିତିଙ୍କର ବାରଜଣ ପୁତ୍ର ହେଲେ: ଧାତା, ମିତ୍ର, ଅର୍ଯ୍ୟମ, ଶକ୍ର, ବରୁଣ, ଅଂଶ, ଭାଗ, ବିବସ୍ୱାନ, ପୁଶ, ସବିତ, ତ୍ୱଷ୍ତ, ବାମନ । ଅଷ୍ଟବସୁଗଣ ହେଲେ: ଦର, ଧ୍ରୁବ, ସୋମ, ଅହଃ, ଅନିଳ, ଅନଳ, ପ୍ରତୁୁ୍ୟଷ, ପ୍ରଭାସ ।
ଏକାଦଶ ରୁଦ୍ରଗଣ ହେଲେ: ହର, ବହୁରୂପ, ତ୍ର୍ୟମ୍ବକ, ଅପରାଜିତ, ବୃସକପି, ଶମ୍ଭୁ, କପର୍ଦି, ରୈବତ, ମୃଗବ୍ୟାଧ, ସର୍ବ, କପାଳି । ଦୁଇ ଯମଜ ଅଶ୍ୱିନୀ କୁମାରମାନେ ଦେବତାମାନଙ୍କର ବୈଦ୍ୟ ଅଟନ୍ତି ।
ଅଣଚାଶ ମରୁତଗଣ (ବାୟୁଦେବତା) ହେଲେ: ସତ୍ୱଜ୍ୟୋତି, ଆଦିତ୍ୟ, ସତ୍ୟଜ୍ୟୋତି, ତିର୍ଯ୍ୟଗ୍ଜ୍ୟୋତି, ସଜ୍ୟୋତି, ଜ୍ୟୋତିସ୍ମାନ୍, ହରିତ, ଋତଜିତ୍, ସତ୍ୟଜିତ୍, ସୁଶେଣ, ସେନାଜିତ, ସତ୍ୟମିତ୍ର, ଅଭିମିତ୍ର, ହରିମିତ୍ର, କ୍ରିତ, ସତ୍ୟ, ଧ୍ରୁବ, ଧର୍ତ, ବିର୍ଧତ, ବିଧାରୟ, ଧ୍ୱନ୍ତ, ଧୁନି, ଉଗ୍ର, ଭୀମ, ଅଭିୟୁ, ସକ୍ଷିପ, ଇଦ୍ରିକ, ଅନ୍ୟଦ୍ରିକ, ଯାଦ୍ରିକ, ପ୍ରତିକ୍ରିତ, ରିକ, ସମିତି, ସମ୍ରମ୍ଭ, ଇଦ୍ରିକ୍ଷ, ପୁରୁଷ, ଅନ୍ୟଦ୍ରିକ୍ଷ, ଚେତସ, ସମିତ, ସମିଦ୍ରିକ୍ଷ, ପ୍ରତିଦ୍ରିକ୍ଷ, ମରୁତ, ଶରତ, ଦେବ, ଦିଶ, ଯଜୁଃ, ଅନୁଦ୍ରିକ, ସମ, ମନୁଷ ଏବଂ ବିଷ ।
କ୍ରମଶଃ..✍️✍️
ଓଁ ନମୋ ଭଗବତେ ବାସୁଦେବାୟ🙏
No comments
New comments are not allowed.